ଆଇଚି ରାଜ୍ୟ

Coordinates: 35°10′43″N 136°54′50″E / 35.17861°N 136.91389°E / 35.17861; 136.91389
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଆଇଚି ରାଜ୍ୟ
愛知県
ଜାପାନୀ transcription(s)
 • ଜାପାନୀ愛知県
 • ରୋମାଜୀଆଇଚିକେନ୍

Flag of ଆଇଚି ରାଜ୍ୟ
Official logo of ଆଇଚି ରାଜ୍ୟ
Location of ଆଇଚି ରାଜ୍ୟ
Coordinates: 35°10′43″N 136°54′50″E / 35.17861°N 136.91389°E / 35.17861; 136.91389
ଦେଶ Japan
ଅଞ୍ଚଳଚୁବୁ (ତୋକାଇ)
ଦ୍ୱୀପହୋଁଶୁ
ରାଜଧାନୀନାଗୋୟା
ବିଭାଜନ
Government
 • ରାଜ୍ଯପାଳହିଦିଆକି ଓମୁରା (ଫେବୃଆରୀ ୨୦୧୧ରୁ)
Area
 • ସମୁଦାୟ5,172.92 km2 (1,997.28 sq mi)
 • Rank୨୭ତମ
Population
 (୧ ଅକ୍ଟୋବର ୨୦୧୯)
 • Total୭୫,୫୨,୮୭୩
 • Rankଚତୁର୍ଥ
 • Density1,500/km2 (3,800/sq mi)
ISO 3166 codeJP-23
Websitewww.pref.aichi.jp/global/en/index.html
Symbols
ପକ୍ଷୀପ୍ରାଚ୍ୟ ସ୍କୋପ୍ସ ପେଚା (ଓଟୁସ ସୁନିଆ ଜାପୋନିକସ)
ମତ୍ସ୍ଯକୁରୁମା ଚିଙ୍ଗୁଡି (ପେନାଏସ ଜାପୋନିକସ)
ପୁଷ୍ପକାକିତ୍ସୁବାତା (ଆଇରିସ ଲେଭିଗାତା)
ବୃକ୍ଷହାନାନୋକି(ଆସର ପାଇକ୍ନାନ୍ଥମ)

ଆଇଚି କେନ୍ (愛知県) ବା ଆଇଚି ରାଜ୍ଯ ଜାପାନର ହୋଁଶୁ ଦ୍ୱୀପର ଚୁବୁ ଅଞ୍ଚଳରେ ଥିବା ଏକ ରାଜ୍ଯ ।[୧] ଆଇଚି ରାଜ୍ଯର ଜନସଂଖ୍ୟା ୭୫,୫୨,୮୭୩ (୧ ଅକ୍ଟୋବର ୨୦୧୯ ସୁଦ୍ଧା) ଏବଂ ଏହାର କ୍ଷେତ୍ରଫଳ ୫୧୭୨.୯୨ ବର୍ଗ କି.ମି. ।ଏହାର ଜନସଂଖ୍ୟାର ଘନତ୍ୱ ୧୪୬୦/ବର୍ଗ କି.ମି. । ଏହାର ପଶ୍ଚିମରେ ମିଏ ରାଜ୍ଯ, ଉତ୍ତରରେ ଗିଫୁ ତଥା ନାଗାନୋ ରାଜ୍ଯ ଏବଂ ପୂର୍ବରେ ଶିଜୁଓକା ରାଜ୍ଯ ଅବସ୍ଥିତ ।

ନାଗୋୟା, ଆଇଚି ରାଜ୍ଯର ରାଜଧାନୀ ଓ ବୃହତ୍ତମ ନଗର ଅଟେ । ତା ଛଡା ଏହା ଜାପାନର ଚତୁର୍ଥ ବୃହତ୍ତମ ନଗର ଅଟେ । ଆଇଚି ରାଜ୍ଯରେ ଜାପାନର ଅନେକ ବଡ଼଼ବଡ଼଼ ସହର ରହିଛି: ଯଥା - ଟୋୟୋଟା, ଓକାଜାକି, ଇଚିନୋମିଆ ଆଦି । ଆଇଚି ରାଜ୍ଯର ନାଗୋୟା, ଚୁକ୍ଯୋ ମହାନଗରର ମୁଖ୍ଯାଞ୍ଚଳ ଏବଂ ଜାପାନର ତୃତୀୟ ବୃହତ୍ତମ ମହାନଗର[୧] ଜାପାନର ପ୍ରଶାନ୍ତ ଉପକୂଳରେ ଅବସ୍ଥିତ ଏବଂ ଏହା ତୋକାଇ ଉପାଞ୍ଚଳର ଭାଗ ଅଟେ । ଆଇଚିର ଟୋୟୋଟା ସହରରେ ବିଶ୍ୱର ସର୍ବବୃହତ ସ୍ୱୟଂଚାଳିତ ବାହନ ନିର୍ମାତା ଟୋୟୋଟା ମଟର କମ୍ପାନୀର ମୁଖ୍ଯାଳୟ ଅବସ୍ଥିତ । ଆଇଚିରେ ହିଗାଶୀଆମା ପ୍ରାଣୀ ଓ ଉଦ୍ଭିଦ ଉଦ୍ଯାନ, ଚୁବୁ ସେଣ୍ଟ୍ରାଇର ଆନ୍ତର୍ଜାତୀୟ ବିମାନବନ୍ଦର ତଥା କେଗୋଲାଣ୍ଡ ଜାପାନ ରିଜୋର୍ଟ ଆଦି ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଐତିହାସିକ ଭାବରେ ଏହି ଅଞ୍ଚଳଟି ଓୱାରୀ ପ୍ରାନ୍ତମିକାୱା ପ୍ରାନ୍ତର ତିନିଶହ ରାଜ୍ଯ ମଧ୍ଯରେ ବିଭକ୍ତ ହୋଇଥିଲା ।[୧](p780) ମେଇଜୀ ପୁନରୁଦ୍ଧାରଣ ପରେ ଓୱାରୀ ଓ ମିକାୱାକୁ ଏକତ୍ର କରି ଦିଆଗଲା । ୧୮୭୧ ମସିହାରେ, ହାନ୍-ତନ୍ତ୍ରର ଉଚ୍ଛେଦ ପରେ, ଚିତା ଉପଦ୍ବୀପକୁ ଅଲଗା କରି ଓୱାରୀ ରାଜ୍ଯକୁ ନାଗୋୟା ରାଜ୍ଯରେ ପରିଣତ କରାଗଲା । ଅପରପକ୍ଷେ ଚିତା ଉପଦ୍ବୀପକୁ ମିକାୱା ରାଜ୍ଯରେ ମିଶାଇ ନୁକାତା ରାଜ୍ଯରେ ପରିଣତ କରାଗଲା । ୧୮୭୨ ମସିହାର ଅପ୍ରେଲ ମାସରେ, ନାଗୋୟା ରାଜ୍ଯକୁ ଆଇଚି ରାଜ୍ଯ ବୋଲି ନାମିତ କରାଗଲା ଏବଂ ସେହି ବର୍ଷ ନଭେମ୍ବର ୨୭ରେ ଏହାକୁ ନୁକାତା ରାଜ୍ଯ ସହ ମିଶାଇ ଦିଆଗଲା ।

ଆଇଚି ରାଜ୍ଯର ପ୍ରଶାସନ, ରାଜ୍ଯ ପ୍ରଶାସନିକ କାର୍ଯ୍ୟାଳୟ, ଆଇଚି, ନାଗୋୟାରେ ଅବସ୍ଥିତ ଯାହା ପୂର୍ବର ଓୱାରୀ ରାଜ୍ଯର ରାଜଧାନୀ ଥିଲା । ୧୮୭୨ ମସିହାରୁ ଆଇଚି ରାଜ୍ଯ ପୋଲିସ, ଏଠାରେ ଆଇନର ତଥା ଶାନ୍ତି ଶୃଙ୍ଖଳାର ରକ୍ଷାର ଦାୟିତ୍ୱ ନିର୍ବାହ କରୁଛନ୍ତି ।

ନୈରୁକ୍ତଶାସ୍ତ୍ର[ସମ୍ପାଦନା]

ମାନ୍ଯୋଶୁର ତୃତୀୟ ପର୍ବରେ ଏକ ଗୀତ ରହିଛି: "ସାରସର (ଏକ ପକ୍ଷୀ) ରୋଦନ ସାକୁରାଦା ଡାକେ, ଯାହା ଢେଉ ପରି ଶୁଭେ, ସରସର କାନ୍ଦ ଶୁଣି ସେ, ଆୟୁଚିର ଭୂମିରେ (ଢେଉ) ପିଟି ହେଉଥାଏ ।" ଆୟୁଚି ହେଉଛି ଆଇଚିର ମୂଳ ନାମ । ଆୟୁଚି-ଗାତାର ଅବଶେଷ ଫୁଜିମାଏ ତରଙ୍ଗ ଭୂମି ରୂପେ ରହିଛି । ଏହା ଏବେ ଏ ସଂରକ୍ଷିତ ଅଞ୍ଚଳ ।[୨][୩]

ଭୂଗୋଳ[ସମ୍ପାଦନା]

ଆଇଚି ରାଜ୍ଯର ମାନଚିତ୍ର
     ପ୍ରଶାସନିକ ଆଦେଶ ନିର୍ଦ୍ଦେଶିତ ଅଞ୍ଚଳ      ସହର      ନଗର      ଗ୍ରାମ
ରାଜ୍ଯ ପ୍ରଶାସନିକ କାର୍ଯ୍ୟାଳୟ, ଆଇଚି
ମିକାୱା ଉପସାଗରର ଉପଗ୍ରହସ୍ଥ ଚିତ୍ର

ଜାପାନୀ ମୁଖ୍ଯ ଦ୍ୱୀପ ହୋଁଶୁର କେନ୍ଦ୍ରରେ ଅବସ୍ଥିତ ଆଇଚି ରାଜ୍ଯର ଦକ୍ଷିଣ ପାର୍ଶ୍ୱରେ ଇଶେ ଉପସାଗର ଏବଂ ମିକାୱା ଉପସାଗର ଅବସ୍ଥିତ । ଏହାର ପୂର୍ବରେ ଶିଜୁଓକା ରାଜ୍ଯ, ଐଶାନ୍ୟରେ ନାଗାନୋ ରାଜ୍ଯ, ଉତ୍ତରରେ ଗିଫୁ ରାଜ୍ଯ ତଥା ପଶ୍ଚିମରେ ମିଏ ରାଜ୍ଯ ରହିଛନ୍ତି । ଏହା ପୂର୍ବରୁ ପଶ୍ଚିମକୁ ୧୦୬ କି.ମି. ଏବଂ ଉତ୍ତରରୁ ଦକ୍ଷିଣକୁ ୯୪ କି.ମି. ଏବଂ ଏହା ନୋବି ସମତଳର ଏକ ବଡ଼ ଭାଗ ଗଠନ କରେ । ୫୧୭୨.୪୮ ବର୍ଗ କି.ମି. କ୍ଷେତ୍ରଫଳ ସହ ଏହା ଜାପାନର ୧.୩୬% ଭାଗ ଅଧିକାର କରେ । ସମୁଦ୍ରପତ୍ତନରୁ ୧,୪୧୫ ମି. ଉପରେସ୍ଥିତ ଚୌସୁୟାମା ସର୍ବୋଚ୍ଚ ସ୍ଥାନ ଅଟେ ।

ରାଜ୍ଯର ପଶ୍ଚିମ ଭାଗରେ ନାଗୋୟା ଅତ୍ଯଧିକ ସ୍ଥାନ ଅଧିକାର କରିଛି । ପୂର୍ବଭାଗର ଜନସଂଖ୍ୟା ଘନତ୍ୱ କମ କିନ୍ତୁ ସେଠାରେ ଅନେକ ଶିଳ୍ପସଂସ୍ଥାଗୁଡ଼ିକ ରହିଛି । ଏହାର ସୁଦୃଢ଼ ଅର୍ଥନୀତି ଯୋଗୁଁ, ୨୦୦୫ ଅକ୍ଟୋବରରୁ ୨୦୦୬ ଅକ୍ଟୋବର ପର୍ଯ୍ୟନ୍ତ ଜାପାନର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ଯ ହୋଇଥିଲା ।

୨୦୧୨ ମସିହା ଅପ୍ରେଲ ୧ ସୁଦ୍ଧା ଏହି ରାଜ୍ଯର ୨୩ ପ୍ରତିଶତ ଭୂମି ପ୍ରାକୃତିକ ଉଦ୍ଯାନ ଭାବେ ନାମିତ କରାଯାଇଛି: ଯେପରିକି - ଆଇଚି କୋଗେଁ, ହିଦା କିସୋଗାୱା, ମିକାୱା ୱାନ ଏବଂ ତେନ୍ର୍ଯୁ ଓକୁମିକାୱା କୋକୁତେ କୋଏନ ଆଦି ଅର୍ଦ୍ଧଜାତୀୟ ଉଦ୍ଯାନ ତଥା ୭ଟି ରାଜ୍ଯ ଉଦ୍ଯାନ ।[୪]

ସହର[ସମ୍ପାଦନା]

ଅଠତିରିଶଟି ସହର ଆଇଚି ରାଜ୍ଯରେ ଅଛନ୍ତି ।

ନଗର ଏବଂ ଗ୍ରାମ[ସମ୍ପାଦନା]

ନିମ୍ନରେ ପ୍ରତ୍ଯେକ ଜାପାନୀ ଜିଲ୍ଲାର ନଗର ଓ ଗ୍ରାମ ସମୂହର ନାମ ଦିଆଗଲା:

ଅର୍ଥନୀତି[ସମ୍ପାଦନା]

ଚୁକ୍ଯୋ ମହାନଗର ଅଞ୍ଚଳ

ଆଇଚିରେ ମୁଖ୍ଯାଳୟ ସ୍ଥାପନ କରିଥିବା କମ୍ପାନୀଗଣ ନିମ୍ନରେ ଦିଆଗଲା:

ଆଇସିଁ ସେଇକି କାରିୟା ଶୀ
ବ୍ରଦର୍ ଇଣ୍ଡଷ୍ଟ୍ରିଜ୍, ଲିଃ. ନାଗୋୟା
କେନ୍ଦ୍ରୀୟ ଜାପାନୀ ରେଳପଥ କମ୍ପାନୀ ନାଗୋୟା
ଦେନ୍ସୋ କର୍ପୋରେସନ କାରିୟା
ଏଅସାକୁ ନୋରୋ କମ୍ପାନୀ ଇଚିନୋମିଆ ଶୀ
ମାକିତା କର୍ପୋରେସନ ଆଞ୍ଜୋ ଶୀ
ମାତ୍ସୁଜାକାୟା ନାଗୋୟା
ନାଗୋୟା ରେଳରାସ୍ତା ନାଗୋୟା
ନିପ୍ପୋଁ ଶାର୍ୟୋ ନାଗୋୟା
ନୋରିତାକେ ନାଗୋୟା
ସୁମିତୋମୋ ରିକୋ କୋମାକି ଶୀ[୫]
ଟୋୟୋଟା ମଟର କର୍ପୋରେସନ ଟୋୟୋଟା ଶୀ

ଫୁଜୀ ହେବି ଇଣ୍ଡଷ୍ଟ୍ରିଜ୍, ମିତ୍ସୁବିଶୀ ମୋଟୋର୍ସ, ଫାଇଜର, ସୋନୀ, ସୁଜୁକୀ, ବୋଡିକୋଟଭୋଲ୍କ୍ସୱାଗନ ଗ୍ରୁପ ମଧ୍ଯ ଆଇଚିରେ ପ୍ଲାଣ୍ଟ ବା ଶାଖା କାର୍ଯ୍ୟାଳୟ ସ୍ଥାପନ କରିଛନ୍ତି ।

ଆନ୍ତର୍ଜାତୀୟ ସମ୍ପର୍କ[ସମ୍ପାଦନା]

ଏକ୍ସପୋ ୨୦୦୫

ସାଥୀ ସ୍ୱୟଂଶାସିତ ପ୍ରଶାସନିକ ବିଭାଜନ[ସମ୍ପାଦନା]

ଜନସଂଖ୍ୟାଲେଖ[ସମ୍ପାଦନା]

Historical population
YearPop.±% p.a.
1890୧୪,୭୩,୦୯୯—    
1903୧୭,୫୨,୦୪୨+1.34%
1913୨୦,୭୩,୨୨୪+1.70%
1920୨୦,୮୯,୭୬୨+0.11%
1925୨୩,୧୯,୪୯୪+2.11%
1930୨୫,୬୭,୪୧୩+2.05%
1935୨୮,୬୨,୭୦୧+2.20%
1940୩୧,୬୬,୫୯୨+2.04%
1945୨୮,୫୭,୮୫୧−2.03%
1950୩୩,୯୦,୫୮୫+3.48%
1955୩୭,୬୯,୨୦୯+2.14%
1960୪୨,୦୬,୩୧୩+2.22%
1965୪୭,୯୮,୬୫୩+2.67%
1970୫୩,୮୬,୧୬୩+2.34%
1975୫୯,୨୩,୫୬୯+1.92%
1980୬୨,୨୧,୬୩୮+0.99%
1985୬୪,୫୫,୧୭୨+0.74%
1990୬୬,୯୦,୬୦୩+0.72%
1995୬୮,୬୮,୩୩୬+0.53%
2000୭୦,୪୩,୩୦୦+0.50%
2005୭୨,୫୪,୭୦୪+0.59%
2010୭୪,୧୦,୭୧୯+0.43%
2015୭୪,୮୪,୦୯୪+0.20%
Source: Statistics Bureau, Ministry of Internal Affairs and Communications[୬]

୨୦୦୧ ମସିହା ସୁଦ୍ଧା, ଆଇଚି ରାଜ୍ଯର ଜନସଂଖ୍ୟାର ୫୦.୦୩% ପୁରୁଷ ଓ ୪୯.୯୭% ସ୍ତ୍ରୀ । ୧,୩୯,୫୪୦ ଲୋକ (ପାଖାପାଖି ମୋଟ ଜନସଂଖ୍ୟାର ୨%) ବିଦେଶାଗତ ।

ବୟସ ଦୃଷ୍ଟିରୁ ଜନସଂଖ୍ୟା (୨୦୦୧)[ସମ୍ପାଦନା]

ବୟସ ଶତକଡା ଜନସଂଖ୍ୟା ଶତକଡା ପୁରୁଷ ଶତକଡା ସ୍ତ୍ରୀ
୦-୯ ୧୦.୨୧ ୧୦.୪୫ ୯.୯୬
୧୦-୧୯ ୧୦.୭୫ ୧୧.୦୨ ୧୦.୪୮
୨୦-୨୯ ୧୫.୨୩ ୧୫.୭୧ ୧୪.୭୫
୩୦-୩୯ ୧୪.୮୧ ୧୫.୩୧ ୧୪.୩୦
୪୯-୪୯ ୧୨.୨୧ ୧୨.୪୧ ୧୨.୦୧
୫୯-୫୯ ୧୫.୨୨ ୧୫.୩୧ ୧୫.୧୨
୬୦-୬୯ ୧୧.୩୧ ୧୧.୨୨ ୧୧.୪୧
୭୦-୭୯ ୬.୭୬ ୬.୦୧ ୭.୫୨
୮୦ ଉପରେ ୩.୧୨ ୨.୦୧ ୪.୨୩
ଅଜଣା ୦.୩୮ ୦.୫୪ ୦.୨୩

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; Frédéric_2002 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; pref.aichi.jp ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. ଆଧାର ଭୁଲ: ଅଚଳ <ref> ଚିହ୍ନ; Kato_2000 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; NationalPark ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; SumitomoRiko ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. ଆଧାର ଭୁଲ: ଅଚଳ <ref> ଚିହ୍ନ; StatsBureau ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।