ଅଶ୍ୱିନୀ କୁମାର ପାତ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ଅଶ୍ୱିନୀ କୁମାର ପାତ୍ର
Aswini Kumar Patra.jpg
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
In office
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀଦେବୀ ପ୍ରସନ୍ନ ଚଣ୍ଡ
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଜୟନାରାୟଣ ମହାନ୍ତି
ପର ଅଧିକାରୀଦେବୀ ପ୍ରସନ୍ନ ଚଣ୍ଡ
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଯୁଧିଷ୍ଟିର ଜେନା
ପର ଅଧିକାରୀଜୟନାରାୟଣ ମହାନ୍ତି
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-09-07) ୭ ସେପ୍ଟେମ୍ବର ୧୯୫୦ (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
ଜନତା ଦଳ, ଭାରତୀୟ ଜନତା ପାର୍ଟି
ଜୀବନ ସାଥୀରବିତା ପାତ୍ର
ସନ୍ତାନ୩ ଝିଅ
ବାପା/ମା'ସଚ୍ଚିନ୍ଦ୍ରନାଥ ପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ଅଶ୍ୱିନୀ କୁମାର ପାତ୍ର (ଜନ୍ମ: ୭ ସେପ୍ଟେମ୍ବର ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ପୂର୍ବରୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୯୦, ୨୦୦୪ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୩ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଅଶ୍ୱିନୀ କୁମାର ପାତ୍ର ୧୯୫୦ ମସିହାର ସେପ୍ଟେମ୍ବର ମାସ ୭ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଚ୍ଚିନ୍ଦ୍ରନାଥ ପାତ୍ର । ଅଶ୍ୱିନୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକତ୍ତୋର ଏବଂ ପରେ ସେ ଓକିଲାତି ପଢ଼ିବା ସହ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ପତ୍ନୀଙ୍କ ନାମ ରବିତା ପାତ୍ର ।

ରାଜନୈତିକ ଜୀବନ[ସମ୍ପାଦନା]

ଅଶ୍ୱିନୀ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳ ଓ ପରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଜଳେଶ୍ୱର ପଞ୍ଚାୟତ ସମିତିର ଜଣେ ଅଧକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଶ୍ୱିନୀ ଜନତା ଦଳର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବଚନରେ ସେ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଶ୍ୱିନୀ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୧୪ ମସିହାରୁ ୨୦୧୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଜଳେଶ୍ୱର ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଜଳେଶ୍ୱର ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଜଳେଶ୍ୱର ବିଜୁ ଜନତା ଦଳ
୨୦୧୯ - ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଜଳେଶ୍ୱର ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. "Shri Aswini Kumar Patra". odishaassembly.nic.in. Odisha Assembly. Retrieved 14 June 2019. Cite has empty unknown parameter: |dead-url= (help)