Jump to content

ଜୟନାରାୟଣ ମହାନ୍ତି

ଉଇକିପିଡ଼ିଆ‌ରୁ
ଜୟନାରାୟଣ ମହାନ୍ତି
ବିଧାୟକ: ୧୧ଶ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫  ୨୦୦୪
ପୂର୍ବ ଅଧିକାରୀଅଶ୍ୱିନୀ କୁମାର ପାତ୍ର
ପର ଅଧିକାରୀଅଶ୍ୱିନୀ କୁମାର ପାତ୍ର
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1951-10-11)୧୧ ଅକ୍ଟୋବର ୧୯୫୧
ମୃତ୍ୟୁ୨୦ ଜାନୁଆରୀ ୨୦୨୪(2024-01-20) (ବୟସ ୭୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଶୁକଲତା ମହାନ୍ତି
ସନ୍ତାନ୩ ପୁଅ, ୧ ଝିଅ
ବାପା/ବୋଉଶମ୍ଭୁନାଥ ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

ଜୟନାରାୟଣ ମହାନ୍ତି (୧୧ ଅକ୍ଟୋବର ୧୯୫୧ - ୨୦ ଜାନୁଆରୀ ୨୦୨୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।[] ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ରହିଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ । ୧୯୯୫ ଓ ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ଜୟନାରାୟଣ ମହାନ୍ତି ୧୯୫୧ ମସିହାର ଅକ୍ଟୋବର ମାସ ୧୧ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ସମ୍ଭୁନାଥ ମହାନ୍ତି । ଜୟନାରାୟଣଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକତ୍ତୋର । ତାଙ୍କ ପତ୍ନୀଙ୍କ ନାମ ଶୁକଲତା ମହାନ୍ତି ।[] ତାଙ୍କର ୩ ପୁଅ ଓ ଗୋଟିଏ ଝିଅକୁ ମିଶାଇ ସମୁଦାୟ ସନ୍ତାନ ସଂଖ୍ୟା ୪

ରାଜନୈତିକ ଜୀବନ

[ସମ୍ପାଦନା]

ଜୟନାରାୟଣ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜଳେଶ୍ୱ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୫ ମସିହାରୁ ୨୦୦୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ

[ସମ୍ପାଦନା]

୨୦୨୪ ମସିହା ଜାନୁଆରୀ ୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[] ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

  1. News7, Prameya (20 January 2024). "ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ବିୟୋଗ, ୭୪ ବର୍ଷରେ ବୁଜିଲେ ଆଖି". Prameya News7. Retrieved 20 January 2024.{{cite web}}: CS1 maint: numeric names: authors list (link)
  2. 1 2 3 "Shri Jayanarayan Mohanty". odishaassembly.nic.in. Odisha Assembly. Retrieved 12 June 2019.
  3. Acharya, Boudhayan (20 January 2024). "ଆରପାରିରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି". Sambad. Retrieved 20 January 2024.