ଯୁଧିଷ୍ଠିର ଜେନା

ଉଇକିପିଡ଼ିଆ‌ରୁ
(ଯୁଧିଷ୍ଟିର ଜେନାରୁ ଲେଉଟି ଆସିଛି)
ଯୁଧିଷ୍ଠିର ଜେନା
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଗଦାଧର ଗିରି
ପର ଅଧିକାରୀଅଶ୍ୱିନି କୁମାର ପାତ୍ର
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-06-18) ୧୮ ଜୁନ ୧୯୫୪ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମିନତୀ ଜେନା
ବାପା/ବୋଉନିଆଶି ଚରଣ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଯୁଧିଷ୍ଠିର ଜେନା (ଜନ୍ମ: ୧୮ ଜୁନ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଯୁଧିଷ୍ଠିର ଜେନା ୧୯୫୪ ମସିହାର ଜୁନ ମାସ ୧୮ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନିଆଶି ଚରଣ ଜେନା । ଯୁଧିଷ୍ଠିରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକତ୍ତୋର । ତାଙ୍କ ପତ୍ନୀଙ୍କ ନାମ ମିନତୀ ଜେନା ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଯୁଧିଷ୍ଠିର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧]

ଯୁଧିଷ୍ଠିର ଏହି ବିଧାନ ସଭାରେ ହେମାନନ୍ଦ ବିଶ୍ୱାଳଙ୍କର ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ହରିଜନ ଓ ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ ୭ ଡିସେମ୍ବର ୧୯୮୯ରୁ ୩ ମାର୍ଚ୍ଚ ୧୯୯୦ ଯାଏଁ କାର୍ଯ୍ୟ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Judhisthir Jena". odishaassembly.nic.in. Odisha Assembly. Retrieved 11 June 2019.