ଅବରୋଧକାରୀ ଶକ୍

ଉଇକିପିଡ଼ିଆ‌ରୁ
Mechanical shock[୧]
Video explanation of shock
ବିଭାଗEmergency medicine
ଲକ୍ଷଣConfusion, cool arms and legs, weak pulses[୨]
ଆକ୍ରାନ୍ତ ସମୟRapid[୩]
କାରଣPulmonary embolism, cardiac tamponade, tension pneumothorax[୧]
ସଠିକ ରୋଗ ନିର୍ଣ୍ଣୟCardiogenic shock[୪]
ଚିକିତ୍ସାBased on underlying cause[୩]
ପୁନଃପୌନିକRelatively uncommon[୩]

ଅବରୋଧକାରୀ ଶକ୍ ହେଉଛି ଏକ ପ୍ରକାର ଶକ୍ ଯେଉଁଥିରେ ହୃତ୍‌ପିଣ୍ଡ ଭରିବା କିମ୍ବା ଶୂନ୍ୟ ହେବାରେ ଶାରୀରିକ ପ୍ରତିବନ୍ଧକ ହୁଏ ।[୨] ଏହାଦ୍ୱାରା ଶରୀରର ତନ୍ତୁମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ରକ୍ତ ପ୍ରବାହ ହୁଏ ନାହିଁ ।[୩] ଏହାର ଲକ୍ଷଣ ମଧ୍ୟରେ ଦ୍ୱନ୍ଦ୍ୱ, ଥଣ୍ଡା ବାହୁ ଏବଂ ଗୋଡ, ଦ୍ରୁତ ହୃଦ୍‌ଗତି ଏବଂ ଦୁର୍ବଳ ନାଡ଼ି ହୋଇପାରେ ।[୨] ସଧାରଣତଃ ଏହି ରୋଗ ବହୁତ ଦ୍ରୁତ ଗତିରେ ଆରମ୍ଭ ହୁଏ ।[୩] ଏହା ଜଟିଳ ହେଲେ ଏକାଧିକ ଅଙ୍ଗ ଡିସଫଙ୍କସନ ସିଣ୍ଡ୍ରୋମ ହୋଇପାରେ ।[୨]

କାରଣଗୁଡ଼ିକ ମଧ୍ୟରେ ଫୁସଫୁସ ଏମ୍ବୋଲିଜ୍ମ, କାର୍ଡିଆକ୍ ଟାମ୍ପୋନେଡ, ଟେନସନ ନିମୋଥୋରାକ୍ସ ଏବଂ ଅଳିନ୍ଦ ଅର୍ବୁଦ ହୋଇପାରେ ।[୧] [୨] କାର୍ଡିଓଜେନିକ୍ ଶକ୍ ସହିତ ଅବଷ୍ଟ୍ରକ୍ଟିଭ୍ ଶକ୍ ସମାନ ଉପସ୍ଥାପନା କରେ ଏବଂ ବେଳେବେଳେ ଏକତ୍ର ହୋଇଯାଏ ।[୨] [୪] [୩] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ ହୁଏ ।[୨] ଏକାଧିକ ପ୍ରକାରର ଶକ୍ ଏକତ୍ର ମଧ୍ୟ ଉପସ୍ଥାପିତ ହୋଇପାରେ ।[୩]

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ ।[୨] କାର୍ଡିଆକ୍ ଟାମ୍ପୋନେଡ୍ ନିମନ୍ତେ ପେରିକାର୍ଡିଓସେଣ୍ଟେସିସ ଚିକିତ୍ସା କରାଯାଇପାରେ; ଟେନସନ୍ ନିମୋଥୋରାକ୍ସ ଚିକିତ୍ସା ନିମନ୍ତେ ଥୋରାସେଣ୍ଟେସୋସ କିମ୍ବା ଛାତି ନଳୀ ସଂଯୁକ୍ତ କରାଯାଏ; ଥ୍ରୋମ୍ବୋଲାଇସିସ୍ ଏବଂ ଫୁସଫୁସ ଏମ୍ବୋଲାଇଜ୍ମ ନିମନ୍ତେ ଆଣ୍ଟି କୋଏଗୁଲେସନ୍, କିମ୍ବା ସର୍ଜିକାଲ୍ ଏମ୍ବୋଲେକ୍ଟୋମି କରାଯାଏ ।[୨] ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ୨%ରୁ କମ୍ ଅବରୋଧକାରୀ ଶକ୍ ଥାଏ ।[୫] [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ International Trauma Life Support for Emergency Care Providers (8 ed.). Pearson Education Limited. 2018. p. 175. ISBN 978-1292-17084-8.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Shock - Critical Care Medicine". Merck Manuals Professional Edition. Archived from the original on 27 November 2020. Retrieved 5 January 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Standl, T; Annecke, T; Cascorbi, I; Heller, AR; Sabashnikov, A; Teske, W (9 November 2018). "The Nomenclature, Definition and Distinction of Types of Shock". Deutsches Arzteblatt international. 115 (45): 757–768. doi:10.3238/arztebl.2018.0757. PMID 30573009.
  4. ୪.୦ ୪.୧ Kosaraju, A; Pendela, VS; Hai, O (January 2020). "Cardiogenic Shock". PMID 29489148. {{cite journal}}: Cite journal requires |journal= (help)
  5. McEvoy, Matthew D.; Furse, Cory M. (2017). Advanced Perioperative Crisis Management (in ଇଂରାଜୀ). Oxford University Press. p. 67. ISBN 978-0-19-022645-9. Archived from the original on 2021-08-28. Retrieved 2021-01-05.