Jump to content

ହୃତ୍‌ପିଣ୍ଡ ଜନିତ ଝଟକା

ଉଇକିପିଡ଼ିଆ‌ରୁ
Cardiogenic shock
Ultrasound showing cardiogenic shock due to myocarditis[]
ବିଭାଗCardiology
ଲକ୍ଷଣAltered mental status, clammy, bluish, or mottled skin.[]
କାରଣHeart attack, valvular heart disease, aortic dissection, cardiomyopathy, myocarditis, arrhythmia, beta blocker or calcium channel blocker overdose[]
ବିପଦ କାରକDiabetes, old age, females[]
ରୋଗ ନିର୍ଣ୍ଣୟ ପଦ୍ଧତିSBP < 90 mmHg, urine output < 30 mL/hr, cool extremities[]
ସଠିକ ରୋଗ ନିର୍ଣ୍ଣୟSeptic shock, neurogenic shock, hemorrhagic shock, obstructive shock[][]
ଚିକିତ୍ସାRaise blood pressure, support breathing, reverse any underlying causes[]
ମୃତ୍ୟୁ ସାନ୍ଦ୍ରତା30 to 80% risk[]

ହୃତ୍‌ପିଣ୍ଡ ଜନିତ ଝଟକା ବା କାର୍ଡିଓଜେନିକ୍ ଶକ୍ (Cardiogenic shock/ CS) ହେଉଛି ହୃତ୍‌ପିଣ୍ଡର ଏକ ରୋଗ ଯାହା ଫଳରେ ଦୀର୍ଘ ସମୟ ଧରି ତନ୍ତୁମାନଙ୍କୁ ରକ୍ତ ସରବରାହ ଯଥେଷ୍ଟ ହୁଏନାହିଁ ।[] ଏହାର ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ମାନସିକ ସ୍ଥିତିରେ ପରିବର୍ତ୍ତନ ଏବଂ ଥଣ୍ଡା, ଓଦା, ନୀଳ ଚର୍ମରେ ଦାଗ ହୋଇପାରେ | [] ଗୋଡ଼ ଫୁଲିଯାଇପାରେ । [] ରୋଗ ଜଟିଳ ହେଲେ ବୃକ୍‌କ ବିଫଳତା, ଶ୍ୱାସକ୍ରିୟା ବିଫଳତା, ଏବଂ ଷ୍ଟ୍ରୋକ ହୋଇପାରେ । []

ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଉଛି ହୃଦ୍‌ଘାତ | [] ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ କପାଟିକା ହୃଦ୍‌ରୋଗ, ମହାଧମନୀ ବ୍ୟବଚ୍ଛେଦନ, କାର୍ଡିଓମାୟୋପାଥି, ମାୟୋକାର୍ଡାଇଟିସ୍, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ବିଟା ବ୍ଲକର କିମ୍ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଔଷଧମାନଙ୍କର ଅତିମାତ୍ରା ହୋଇପାରେ | [] ସିସ୍ଟୋଲିକ ରକ୍ତଚାପ ୯୦ମିମିରୁ କମ ଓ ମୂତ୍ର ପରିମାଣ ୩୦ ମିଲି/ଘଣ୍ଟାରୁ କମ ବା ବାହୁ ଓ ଗୋଡ଼ ଥଣ୍ଡା ହୋଇଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[] ରକ୍ତନଳୀମାନଙ୍କରେ ଯଥେଷ୍ଟ ରକ୍ତ ଥିବା ସତ୍ତ୍ୱେ ଏହା ଘଟେ | [] କାର୍ଡିଆକ ଟାମ୍ପୋନେଡ ଏବଂ ଫୁସଫୁସ ଏମ୍ବୋଲିଜ୍ମ ରୋଗ ଦ୍ୱୟ ସାଧାରଣତଃ ଅବଷ୍ଟ୍ରକ୍ଟିଭ ଶକ୍‌ର କାରଣ ବୋଲି ଧରାଯାଏ ।[]

ଚିକିତ୍ସାର ପ୍ରାରମ୍ଭିକ ଲକ୍ଷ ହେଉଛି ରକ୍ତଚାପ ବୃଦ୍ଧି କରିବା, ଶ୍ୱାସକ୍ରିୟାକୁ ଉନ୍ନତ କରିବା ଏବଂ କୌଣସି ଅନ୍ତର୍ନିହିତ କାରଣକୁ ଓଲଟାଇ ପୂର୍ବାବସ୍ଥାକୁ ଆଣିବା | [] ଏଥିରେ ଶିରାଭ୍ୟନ୍ତର ତରଳ ପଦାର୍ଥ ଏବଂ ନର୍ ଏପିନେଫ୍ରିନ କିମ୍ବା ଡୋବୁଟାମିନ ଭଳି ଭାସୋପ୍ରେସିନ ଦିଆଯାଏ | [] ଔଷଧ ଦେବା ଏବଂ ଅବସ୍ଥା ଉପରେ ନଜର ରଖିବା ପାଇଁ ଏକ କେନ୍ଦ୍ରୀୟ ଏବଂ ଏକ ଧମନୀ ଲାଇନ ଉପ‌ଯୋଗୀ ହୋଇପାରେ । [] ଏହାର ମୂଳ କାରଣ ହେଉଛି ହୃଦଘାତ ହୋଇଥିଲେ ପ୍ରାଇମେରୀ ପରକ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ ଆବଶ୍ୟକ ହୁଏ । [] ଅନ୍ୟାନ୍ୟ ପ୍ରୟାସରେ ଏକ୍ସଟ୍ରାକର୍ପୋରିଆଲ ମେମ୍ବ୍ରେନ ଅକ୍ସିଜେନେସନ, ଭେଣ୍ଟ୍ରିକୁଲାର ଆସିଷ୍ଟ ଡିଭାଇସ ବା ହୃତ୍‌ପିଣ୍ଡ ପ୍ରତିରୋପଣ କରାଯାଏ । [] ମେକାନିକାଲ ଭେଣ୍ଟିଲେସନ କିମ୍ବା ଡାଏଲିସିସ ମଧ୍ୟ ଆବଶ୍ୟକ ହୋଇପାରେ | [] କେତେକ କ୍ଷେତ୍ରରେ ପାଲିଏଟିଭ ଯତ୍ନ ଉପଯୋଗୀ ହୋଇପାରେ | []

ହୃତ୍‌ପିଣ୍ଡ ଜନିତ ଝଟକା ବା କାର୍ଡିଓଜେନିକ୍ ଶକ୍ ପ୍ରାୟ ୭୦% ହୃଦ୍‌ଘାତକୁ ପ୍ରଭାବିତ କରେ | [] ହୃଦ୍‌ଘାତ ପାଇଁ ପ୍ରାଇମେରୀ ପରକ୍ୟୁଟାନିଅସ ହସ୍ତକ୍ଷେପ ଫଳରେ ଏହି ରୋଗ କମ ହେବାରେ ଲାଗିଛି | [] ଏହାର ପରିଣାମ ସାଧାରଣତଃ ଖରାପ ହୁଏ ଓ ୩୦%ରୁ ୮୦% ମୃତ୍ୟୁ ସଙ୍କଟ ରହିଥାଏ | [] ଏହି ଅବସ୍ଥା ପ୍ରଥମେ ୧୯୧୨ ମସିହାରେ ହେରିକଦ୍ୱାରା ବର୍ଣ୍ଣନା କରାଯାଇଥିଲା; ଯଦିଓ, ସାମ୍ପ୍ରତିକ ନାମ ୧୯୪୨ ମସିହା ପର୍ଯ୍ୟନ୍ତ ବ୍ୟବହାର କରାଯାଇନଥିଲା । []

Video explanation of shock
  1. "UOTW #7 - Ultrasound of the Week". Ultrasound of the Week. 30 June 2014. Retrieved 27 May 2017.
  2. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 Kosaraju, A; Pendela, VS; Hai, O (January 2020). "Cardiogenic Shock". PMID 29489148. {{cite journal}}: Cite journal requires |journal= (help)
  3. 1 2 "Shock - Critical Care Medicine". Merck Manuals Professional Edition. Retrieved 31 December 2020.
  4. Hochman, Judith S.; MD, E. Magnus Ohman (2009). Cardiogenic Shock (in ଇଂରାଜୀ). John Wiley & Sons. p. 1. ISBN 978-1-4443-1693-3.
  5. Simko, Lynn Coletta; Culleiton, Alicia L. (July 2019). "Cardiogenic shock with resultant multiple organ dysfunction syndrome". Nursing Critical Care. 14 (4): 26–33. doi:10.1097/01.CCN.0000565132.49413.54.
  6. Hochman, Judith S.; MD, E. Magnus Ohman (2009). Cardiogenic Shock (in ଇଂରାଜୀ). John Wiley & Sons. p. 1. ISBN 978-1-4443-1693-3.