ହୃତ୍ପିଣ୍ଡ ଜନିତ ଝଟକା
Cardiogenic shock | |
---|---|
ବିଭାଗ | Cardiology |
ଲକ୍ଷଣ | Altered mental status, clammy, bluish, or mottled skin.[୨] |
କାରଣ | Heart attack, valvular heart disease, aortic dissection, cardiomyopathy, myocarditis, arrhythmia, beta blocker or calcium channel blocker overdose[୨] |
ବିପଦ କାରକ | Diabetes, old age, females[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | SBP < 90 mmHg, urine output < 30 mL/hr, cool extremities[୨] |
ସଠିକ ରୋଗ ନିର୍ଣ୍ଣୟ | Septic shock, neurogenic shock, hemorrhagic shock, obstructive shock[୨][୩] |
ଚିକିତ୍ସା | Raise blood pressure, support breathing, reverse any underlying causes[୨] |
ମୃତ୍ୟୁ ସାନ୍ଦ୍ରତା | 30 to 80% risk[୨] |
ହୃତ୍ପିଣ୍ଡ ଜନିତ ଝଟକା ବା କାର୍ଡିଓଜେନିକ୍ ଶକ୍ (Cardiogenic shock/ CS) ହେଉଛି ହୃତ୍ପିଣ୍ଡର ଏକ ରୋଗ ଯାହା ଫଳରେ ଦୀର୍ଘ ସମୟ ଧରି ତନ୍ତୁମାନଙ୍କୁ ରକ୍ତ ସରବରାହ ଯଥେଷ୍ଟ ହୁଏନାହିଁ ।[୨] ଏହାର ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ମାନସିକ ସ୍ଥିତିରେ ପରିବର୍ତ୍ତନ ଏବଂ ଥଣ୍ଡା, ଓଦା, ନୀଳ ଚର୍ମରେ ଦାଗ ହୋଇପାରେ | [୨] ଗୋଡ଼ ଫୁଲିଯାଇପାରେ । [୨] ରୋଗ ଜଟିଳ ହେଲେ ବୃକ୍କ ବିଫଳତା, ଶ୍ୱାସକ୍ରିୟା ବିଫଳତା, ଏବଂ ଷ୍ଟ୍ରୋକ ହୋଇପାରେ । [୨]
ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଉଛି ହୃଦ୍ଘାତ | [୨] ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ କପାଟିକା ହୃଦ୍ରୋଗ, ମହାଧମନୀ ବ୍ୟବଚ୍ଛେଦନ, କାର୍ଡିଓମାୟୋପାଥି, ମାୟୋକାର୍ଡାଇଟିସ୍, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ବିଟା ବ୍ଲକର କିମ୍ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଔଷଧମାନଙ୍କର ଅତିମାତ୍ରା ହୋଇପାରେ | [୨] ସିସ୍ଟୋଲିକ ରକ୍ତଚାପ ୯୦ମିମିରୁ କମ ଓ ମୂତ୍ର ପରିମାଣ ୩୦ ମିଲି/ଘଣ୍ଟାରୁ କମ ବା ବାହୁ ଓ ଗୋଡ଼ ଥଣ୍ଡା ହୋଇଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ରକ୍ତନଳୀମାନଙ୍କରେ ଯଥେଷ୍ଟ ରକ୍ତ ଥିବା ସତ୍ତ୍ୱେ ଏହା ଘଟେ | [୪] କାର୍ଡିଆକ ଟାମ୍ପୋନେଡ ଏବଂ ଫୁସଫୁସ ଏମ୍ବୋଲିଜ୍ମ ରୋଗ ଦ୍ୱୟ ସାଧାରଣତଃ ଅବଷ୍ଟ୍ରକ୍ଟିଭ ଶକ୍ର କାରଣ ବୋଲି ଧରାଯାଏ ।[୩]
ଚିକିତ୍ସାର ପ୍ରାରମ୍ଭିକ ଲକ୍ଷ ହେଉଛି ରକ୍ତଚାପ ବୃଦ୍ଧି କରିବା, ଶ୍ୱାସକ୍ରିୟାକୁ ଉନ୍ନତ କରିବା ଏବଂ କୌଣସି ଅନ୍ତର୍ନିହିତ କାରଣକୁ ଓଲଟାଇ ପୂର୍ବାବସ୍ଥାକୁ ଆଣିବା | [୨] ଏଥିରେ ଶିରାଭ୍ୟନ୍ତର ତରଳ ପଦାର୍ଥ ଏବଂ ନର୍ ଏପିନେଫ୍ରିନ କିମ୍ବା ଡୋବୁଟାମିନ ଭଳି ଭାସୋପ୍ରେସିନ ଦିଆଯାଏ | [୨] ଔଷଧ ଦେବା ଏବଂ ଅବସ୍ଥା ଉପରେ ନଜର ରଖିବା ପାଇଁ ଏକ କେନ୍ଦ୍ରୀୟ ଏବଂ ଏକ ଧମନୀ ଲାଇନ ଉପଯୋଗୀ ହୋଇପାରେ । [୨] ଏହାର ମୂଳ କାରଣ ହେଉଛି ହୃଦଘାତ ହୋଇଥିଲେ ପ୍ରାଇମେରୀ ପରକ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ ଆବଶ୍ୟକ ହୁଏ । [୨] ଅନ୍ୟାନ୍ୟ ପ୍ରୟାସରେ ଏକ୍ସଟ୍ରାକର୍ପୋରିଆଲ ମେମ୍ବ୍ରେନ ଅକ୍ସିଜେନେସନ, ଭେଣ୍ଟ୍ରିକୁଲାର ଆସିଷ୍ଟ ଡିଭାଇସ ବା ହୃତ୍ପିଣ୍ଡ ପ୍ରତିରୋପଣ କରାଯାଏ । [୨] ମେକାନିକାଲ ଭେଣ୍ଟିଲେସନ କିମ୍ବା ଡାଏଲିସିସ ମଧ୍ୟ ଆବଶ୍ୟକ ହୋଇପାରେ | [୫] କେତେକ କ୍ଷେତ୍ରରେ ପାଲିଏଟିଭ ଯତ୍ନ ଉପଯୋଗୀ ହୋଇପାରେ | [୨]
ହୃତ୍ପିଣ୍ଡ ଜନିତ ଝଟକା ବା କାର୍ଡିଓଜେନିକ୍ ଶକ୍ ପ୍ରାୟ ୭୦% ହୃଦ୍ଘାତକୁ ପ୍ରଭାବିତ କରେ | [୨] ହୃଦ୍ଘାତ ପାଇଁ ପ୍ରାଇମେରୀ ପରକ୍ୟୁଟାନିଅସ ହସ୍ତକ୍ଷେପ ଫଳରେ ଏହି ରୋଗ କମ ହେବାରେ ଲାଗିଛି | [୨] ଏହାର ପରିଣାମ ସାଧାରଣତଃ ଖରାପ ହୁଏ ଓ ୩୦%ରୁ ୮୦% ମୃତ୍ୟୁ ସଙ୍କଟ ରହିଥାଏ | [୨] ଏହି ଅବସ୍ଥା ପ୍ରଥମେ ୧୯୧୨ ମସିହାରେ ହେରିକଦ୍ୱାରା ବର୍ଣ୍ଣନା କରାଯାଇଥିଲା; ଯଦିଓ, ସାମ୍ପ୍ରତିକ ନାମ ୧୯୪୨ ମସିହା ପର୍ଯ୍ୟନ୍ତ ବ୍ୟବହାର କରାଯାଇନଥିଲା । [୬]
ଆଧାର
[ସମ୍ପାଦନା]- ↑ "UOTW #7 - Ultrasound of the Week". Ultrasound of the Week. 30 June 2014. Retrieved 27 May 2017.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ Kosaraju, A; Pendela, VS; Hai, O (January 2020). "Cardiogenic Shock". PMID 29489148.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ "Shock - Critical Care Medicine". Merck Manuals Professional Edition. Retrieved 31 December 2020.
- ↑ Hochman, Judith S.; MD, E. Magnus Ohman (2009). Cardiogenic Shock (in ଇଂରାଜୀ). John Wiley & Sons. p. 1. ISBN 978-1-4443-1693-3.
- ↑ Simko, Lynn Coletta; Culleiton, Alicia L. (July 2019). "Cardiogenic shock with resultant multiple organ dysfunction syndrome". Nursing Critical Care. 14 (4): 26–33. doi:10.1097/01.CCN.0000565132.49413.54.
- ↑ Hochman, Judith S.; MD, E. Magnus Ohman (2009). Cardiogenic Shock (in ଇଂରାଜୀ). John Wiley & Sons. p. 1. ISBN 978-1-4443-1693-3.