କାର୍ଡ଼ିଆକ ଟାମ୍ପୋନେଡ

ଉଇକିପିଡ଼ିଆ‌ରୁ
(Cardiac tamponadeରୁ ଲେଉଟି ଆସିଛି)
କାର୍ଡ଼ିଆକ ଟାମ୍ପୋନେଡ
A very large pericardial effusion resulting in tamponade as a result of bleeding from cancer as seen on ultrasound. closed arrow: the heart, open arrow: the effusion
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCardiac surgery
ଆଇସିଡ଼ି-୧୦I31.9
ଆଇସିଡ଼ି-୯-ସିଏମ୍423.3
ମେଡ଼ିସିନ-ପ୍ଲସ000194
ଇ-ମେଡ଼ିସିନmed/283 emerg/412
Patient UKକାର୍ଡ଼ିଆକ ଟାମ୍ପୋନେଡ
MeSHD002305

କାର୍ଡ଼ିଆକ ଟାମ୍ପୋନେଡ (ଇଂରାଜୀ ଭାଷାରେ Cardiac tamponade ବା pericardial tamponade) ନାମ ଦିଆଯାଏ ଯେତେବଳେ ହୃତ୍‌ପିଣ୍ଡ ଚାରିପାଖରେ ଥିବା ପେରିକାର୍ଡ଼ିଅମରେ (fluid in the pericardium) (ମୁଣା) ତରଳ ପଦାର୍ଥ ତିଆରି ହୋଇ ଭରିଯିବା ଫଳରେ ହୃତ୍‌ପିଣ୍ଡ ଚିପି ହୋଇଯାଏ ।[୧] ଏହି ରୋଗର ଆରମ୍ଭ ଶୀଘ୍ର ବା ଧୀରେ ହୋଇପାରେ । [୧] ରୋଗ ଯୋଗୁ କାର୍ଡ଼ିଓଜେନିକ ସକ ହେବା ଫଳରେ ଅଣନିଶ୍ୱାସୀ (shortness of breath), ଦୁର୍ବଳତା, ମଥା ହାଲୁକା ଲାଗିବା (lightheadedness) ଓ କାଶ ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ । ଏହାର ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ପ୍ରକାଶ ପାଏ ।[୨]

କର୍କଟ ରୋଗ, ବୃକ୍‌କ ଅକର୍ମଣ୍ୟତା (en:kidney failure), ଛାତି ଆଘାତ ଓ ପେରିକାର୍ଡ଼ାଇଟିସ ଇତ୍ୟାଦି ରୋଗମାନଙ୍କ ଯୋଗୁ ସାଧାରଣତଃ କାର୍ଡ଼ିଅକ ଟାମ୍ପୋନେଡ ହୁଏ ।[୧] ସଂଯୋଗକାରୀ ତନ୍ତୁ ରୋଗ (connective tissue disease), ହାଇପୋଥାଇରଏଡିଜ୍ମ, ଆଓର୍ଟିକ ରପଚର (aortic rupture) ଓ ହୃତ୍‌ପିଣ୍ଡ ଅପରେଶନ (cardiac surgery) ପରେ ଏହି ରୋଗ ହୋଇପାରେ ।[୩] ଆଫ୍ରିକାରେ ଯକ୍ଷ୍ମା ଯୋଗୁ ସାଧାରଣତଃ ଏହି ରୋଗ ହୁଏ ।[୨]

ନିମ୍ନ ରକ୍ତଚାପ (low blood pressure), ଓ ସ୍ଫିତ ଜୁଗୁଲାର ଶିରା (jugular venous distension) ଥିଲେ, ପେରିକାର୍ଡ଼ିଆଲ ରବ (pericardial rub) ଶୁଣାଯାଉଥିଲେ ବା ହୃତ୍‌ପିଣ୍ଡ ଶବ୍ଦ ନ ଶୁଣାଯାଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ।[୧][୨] ରୋଗ ନିର୍ଣ୍ଣୟର ସମର୍ଥନ ନିମନ୍ତେ ଇସିଜି (electrocardiogram), ଛାତି ଏକ୍ସ‌-ରେ (chest X-ray) ଓ ଇକୋକାର୍ଡ଼ିଓଗ୍ରାମ (ultrasound of the heart କରାଯାଇପାରେ ।[୧] ପେରିକାର୍ଡ଼ିଅମରେ ଧୀରେ ଧୀରେ ତରଳ ପଦାର୍ଥ ଭର୍ତ୍ତି ହେଲେ ୨ ଲିଟର ରହିପାରିବ କିନ୍ତୁ ଶୀଘ୍ର ଶୀଘ୍ର ୨୦୦ ମିଲି ଭର୍ତ୍ତି ହେଲେ ଟାମ୍ପୋନେଡ ହୋଇଯାଏ । [୧]

ଲକ୍ଷଣ ସ‌ହିତ ଟାମ୍ପୋନେଡ ହେଲେ ତରଳ ପଦାର୍ଥର ନିଷ୍କାସନ ଆବଶ୍ୟକ ହୁଏ ।[୪] ଏହା ପେରିକାର୍ଡ଼ିଓସେଣ୍ଟେସିସ (pericardiocentesis) କରି ବା ଅପରେଶନ‌ଦ୍ୱାରା ଏକ ଛୋଟ ପେରିକାର୍ଡ଼ିଆଲ ଉଇଣ୍ଡୋ (pericardial window) କରି ବା ପେରିକାର୍ଡ଼ିଏକ୍ଟୋମି (pericardiectomy) ଅପରେଶନ କରି ବାହାର କରାଯାଏ ।[୧] ସଂକ୍ରମଣ ବା କର୍କଟ ରୋଗର ସ୍ଥିତି ଦେଖିବା ନିମନ୍ତେ ମଧ୍ୟ ନିଷ୍କାସନ ଆବଶ୍ୟକ ହୁଏ ।[୪] ଡୋବୁଟାମିନ dobutamine ଔଷଧ ବା ସ୍ୱଳ୍ପ ପରିମାଣ ରକ୍ତ (low blood volume) ଥଲେ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ ।[୨] ଅଳ୍ପ ଲକ୍ଷଣ ଥିଲେ ବା ଚିନ୍ତାଜନ‌କ ଲକ୍ଷଣ ନଥିଲେ ଅନୁଧାବନ କରାଯାଇପାରେ ।[୧] ରୋଗର ପୁନରାବୃତ୍ତି ଜ୍ଞାନ ସ୍ପଷ୍ଟ ନୁହେଁ ।[୫] ଗୋଟିଏ ହିସାବରୁ ଜଣାଯାଏ, ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଷିକ ୧୦,୦୦୦ ଲୋକରେ ୨ ଜଣକୁ ଏହି ରୋଗ ହୁଏ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Richardson, L (November 2014). "Cardiac tamponade". JAAPA : official journal of the American Academy of Physician Assistants. 27 (11): 50–1. PMID 25343435.
  2. ୨.୦ ୨.୧ ୨.୨ ୨.୩ Spodick, DH (Aug 14, 2003). "Acute cardiac tamponade". The New England Journal of Medicine. 349 (7): 684–90. doi:10.1056/NEJMra022643. PMID 12917306.
  3. Schiavone, WA (February 2013). "Cardiac tamponade: 12 pearls in diagnosis and management". Cleveland Clinic journal of medicine. 80 (2): 109–16. PMID 23376916.
  4. ୪.୦ ୪.୧ Sagristà-Sauleda, J; Mercé, AS; Soler-Soler, J (26 May 2011). "Diagnosis and management of pericardial effusion". World journal of cardiology. 3 (5): 135–43. PMID 21666814.
  5. Bodson, L; Bouferrache, K; Vieillard-Baron, A (October 2011). "Cardiac tamponade". Current opinion in critical care. 17 (5): 416–24. PMID 21716107.
  6. Kahan, Scott (2008). In a Page: Medicine (in ଇଂରାଜୀ). Lippincott Williams & Wilkins. p. 20. ISBN 9780781770354.