ପେରିକାର୍ଡିଓସେଣ୍ଟେସିସ

ଉଇକିପିଡ଼ିଆ‌ରୁ
Pericardiocentesis
ହସ୍ତକ୍ଷେପ
ICD-9-CMଛାଞ୍ଚ:ICD9proc
MeSHD020519
MedlinePlus003872

ପେରିକାର୍ଡିଓସେଣ୍ଟେସିସ ( PCC, ଅନ୍ୟନାମ ପେରିକାର୍ଡିଆଲ୍ ଟ୍ୟାପ୍) ଏକ ପ୍ରଣାଳୀ ଯାହାଦ୍ୱାରା ହୃତ୍‌ପିଣ୍ଡ ଚାରିପାଖରେ ଥିବା ପେରିକାର୍ଡିଅମ (ପେରିକାର୍ଡିଆଲ୍ ସ୍ୟାକ୍) ମଧ୍ୟସ୍ଥ ଅସ୍ୱାଭାବିକ ଭାବରେ ଜମିଥିବା ତରଳ ପଦାର୍ଥ ବାହାର କରାଯାଇଥାଏ | [୧] ଜରୁରୀକାଳୀନ ଭାବରେ ଏହା ସାଧାରଣତଃ ପେରିକାର୍ଡିଆଲ୍ ଟାମ୍ପୋନେଡ ପାଇଁ କରାଯାଏ ଯାହାଦ୍ୱାରା ରୋଗୀର ନିମ୍ନ ଚକ୍ତଚାପ ହୋଇଥାଏ ।[୨] ସାଧାରଣତଃ ଛାତି ଭୁଷିଥିବା କାରଣରୁ ଏହା ହୁଏ, ଛାତିର ମାଡ଼ ଯୋଗୁ ନୁହେଁ । [୩] ସାଧାରଣ ଲକ୍ଷଣ ଥିବା ମଧ୍ୟମ ଧରଣର ତରଳ ପଦାର୍ଥ ଥିଲେ ଜରୁରୀକାଳୀନ ପ୍ରଣାଳୀ ଆବଶ୍ୟକ ହୋଇନପାରେ | [୪]

ଅଧିକାଂଶ ସମୟରେ ଛାତି ସମ୍ମୁଖ ଭାଗରେ ଥିବା ବକ୍ଷାସ୍ଥି ବା ସ୍ଟର୍ନମର ନିମ୍ନରୁ ଛୁଞ୍ଚି ଭର୍ତ୍ତି କରାଯାଇପାରେ | [୨] ଏହି ପଦ୍ଧତି ଆରମ୍ଭ କରିବା ପୂର୍ବରୁ ସେହି ସ୍ଥାନ ଉତ୍ତମ ରୂପେ ଜୀବାଣୁମୁକ୍ତ କରି ସ୍ଥାନୀୟ ନିଶ୍ଚେତକ ଦିଆଯାଏ । [୨] [୫] ଏକ କେନ୍ଦ୍ରୀୟ କିଟରୁ ୧୦ମିଲି ସିରିଞ୍ଜ ସହିତ ଏକ ୨୦ଗ୍ରା ମେରୁଦଣ୍ଡ ଛୁଞ୍ଚି ନିଆଯାଇ ବ୍ୟବହାର କରାଯାଇପାରେ | [୬] ଅଲଟ୍ରାସାଉଣ୍ଡ ମାର୍ଗଦର୍ଶକ ସାହାଯ୍ୟ ନେଇ ଏହି ପଦ୍ଧତି କରାଯାଏ ।[୨] ସେଲଡିଞ୍ଜର ପ୍ରଥା ଅବଲମ୍ବନ କରି ଏକ ପିଗଟେଲ ଡ୍ରେନ ସେଠାରେ ରଖାଯାଏ ।[୨] [୬]

ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡରେ ଆଘାତ, ଅନିୟମିତ ହୃତ୍ ସ୍ପନ୍ଦନ, ନିମୋଥୋରାକ୍ସ ଏବଂ ଯକୃତରେ ଆଘାତ ହୋଇପାରେ | [୨] ପଦ୍ଧତି ପୂର୍ବରୁ ଆଘାତରୁ ରକ୍ଷା କରିବାକୁ ପାକସ୍ଥଳୀକୁ ଖାଲି ରଖିବା ନିମନ୍ତେ ଏକ ନାସୋଗାଷ୍ଟ୍ରିକ ନଳି ଭର୍ତ୍ତି କରିଦିଆଯାଏ ।[୨] ସଫଳତାର ଲକ୍ଷଣରେ ଉନ୍ନତ ରକ୍ତଚାପ ସୃଷ୍ଟି ଦ୍ରୁତ ଗତିରେ ଘଟେ | [୨] [୭] ପ୍ରଣାଳୀ ପରେ ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ରୁମକୁ ଅଣାଯାଇପାରେ ଯେପରି ଆବଶ୍ୟକ ସ୍ଥଳେ ଥୋରାକୋଟୋମି ବା ପେରିକାର୍ଡିଆଲ ଉଇଣ୍ଡୋ କରିହେବ ।[୨] ଏହି ପ୍ରଣାଳୀ ପ୍ରଥମେ ୧୯୧୧ ମସିହାରେ ମାର୍ଫାନ ବର୍ଣ୍ଣନା କରିଥିଲେ | [୭]

ସନ୍ଦର୍ଭ[ସମ୍ପାଦନା]

  1. Willner, DA; Grossman, SA (January 2021). "Pericardiocentesis". PMID 29261871. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Willner, DA; Grossman, SA (January 2021). "Pericardiocentesis". PMID 29261871. {{cite journal}}: Cite journal requires |journal= (help)
  3. Surgical care at the district hospital (PDF). Geneva: World Health Organization. 2003. p. PTCM-18. ISBN 9241545755. Retrieved 16 March 2021.
  4. Carlini, Caterina Chiara De; Maggiolini, Stefano (11 October 2017). "Pericardiocentesis in cardiac tamponade: indications and practical aspects". www.escardio.org. 15 (19). Retrieved 17 March 2021.
  5. Nagdev, Arun (22 August 2013). "Ultrasound-Guided Pericardiocentesis". ALiEM. Retrieved 16 March 2021.
  6. ୬.୦ ୬.୧ Nagdev, Arun (22 August 2013). "Ultrasound-Guided Pericardiocentesis". ALiEM. Retrieved 16 March 2021.
  7. ୭.୦ ୭.୧ Carlini, Caterina Chiara De; Maggiolini, Stefano (11 October 2017). "Pericardiocentesis in cardiac tamponade: indications and practical aspects". www.escardio.org. 15 (19). Retrieved 17 March 2021.