ଅଜଗନ୍ଧା

ଉଇକିପିଡ଼ିଆ‌ରୁ

ଅଜଗନ୍ଧା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Brassicales
କୁଳ: Cleomaceae
ପ୍ରଜାତି: Cleome
ଜାତି: ଗାଇନାଣ୍ଡ୍ରା (C. gynandra)
ବାଇନୋମିଆଲ ନାମ
କ୍ଳିଓମ ଗାଇନାଣ୍ଡ୍ରା (Cleome gynandra)

ଅଣସୋରିଷିଆ, ଅଣସୋରିଷମ ବା ଅଜଗନ୍ଧା (କ୍ଳିଓମ ଗାଇନାଣ୍ଡ୍ରା) (English: Cleome gyanandra) ଏକ ବରୁଣ (cappridaceae) କୁଳ(family)ର ଫୁଲ ।

ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]

ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଅଣସୋରିଷିଆ, ଅଣସୋରିଷମ
ସଂସ୍କୃତ ତିଳପର୍ଣ୍ଣୀ, ପୂତିଗନ୍ଧା, ଉଗ୍ରଗନ୍ଧା, ବର୍ବରକ, ଅଜଗନ୍ଧା, ପଶୁଗନ୍ଧା
ହିନ୍ଦୀ ହୁଳହୁଳ୍, ହୂର୍ହୂର, କବାଲିଆ
ଅସିମୀୟା ଭୂତମୁଲ୍ଲା
କନ୍ନଡ଼ ନରମ୍ବେଳେ, ସପ୍ପୁ, ନାଇତୁଲ୍ସୀ
କଶ୍ମିରୀ ଗଣ୍ଡି ବୁଟୀ
ଗୁଜରାଟୀ ତଲ୍ୱାନୀ, ଢେଳିତାଳବାନ
ତାମିଲ ନାଳବଲ୍ଲାଇ, ନାଳ ବେଲାଇ, ସ୍ୱରୂପ, ଶ୍ୱେତପୁଷ୍ପା
ପଞ୍ଜାବୀ ବୁଗ୍ରା
ବଙ୍ଗଳା ହୁର୍ହୁରିଆ, ଶୁଲତେ
ମାଲୟାଲମ ଅତୁନାରୀ ବେଲ, ମରାଠୀ-ତିଲ୍ୱଣ, ଭାତବାନ, ମାବ୍ଲି, ତିଲ୍ୱନ୍ତ
ଫାଇଲ:Cleome gynandra cat whisker,Hulhuliଏ.jpg
ଅଣସୋରିଷିଆ (Cleome gynandra)

ବିଶେଷତ୍ତ୍ୱ[ସମ୍ପାଦନା]

ଏହା ଦୁଇପ୍ରକାର 'ଶ୍ୱେତ'ପୁଷ୍ପା ଓ 'ପୀତ'ପୁଷ୍ପା |

ଶ୍ୱେତପୁଷ୍ପା[ସମ୍ପାଦନା]

  • ଏହା କିଞ୍ଚିତ ଦୁର୍ଗନ୍ଧି ଯୁକ୍ତ କ୍ଷୁପ/ଗୁଳ୍ମ
  • ଉଚ୍ଚତା: ୧-୩ ଫୁଟ
  • ପତ୍ର: ପଞ୍ଚାଙ୍ଗୁଳି ସ୍ୱରୂପ,ଦୀର୍ଘବୃନ୍ତ ଯୁକ୍ତ ପତ୍ର ଯେଉଁଥିରେ ପାଞ୍ଚ, ଅବୃନ୍ତ, ବିସମାକାର, ଅଭିନଟୁଆକାର, ରୋମସ ପତ୍ରକ ଥାଏ l
  • ପୁଷ୍ପ: ଶ୍ୱେତ ବର୍ଣ୍ଣର ମଞ୍ଜରି ସହିତ ବାଇଗଣି ରଙ୍ଗର ପରାଗ ଥାଏ l ବର୍ଷା ରୂତୁରେ ପୁଷ୍ପ ଦେଖାଯାଏ l
  • କୋଣପୁଷ୍ପକ-ତ୍ରିପତ୍ରକ ଅଟେ l
  • ଫଳ: ଲମ୍ବ ଗୋଳାକୃତି ,ଦୀର୍ଘବୃନ୍ତ l
  • ବୀଜ: ରାଶି ସଦୃଶ l

ପୀତପୁଷ୍ପl[ସମ୍ପାଦନା]

  • ଉଚ୍ଚତା: ୧-୩ ଫୁଟ ରୋମସ, ଗ୍ରନ୍ଥିଯୁକ୍ତ, ତ୍ରିପତ୍ରୀୟ l
  • ପତ୍ର: ୩-୫ ପତ୍ରକ l
ପତ୍ରକ: ନଟୁଆକାର, ଅଣନଟୁଆକାର
  • ପୁଷ୍ପ: ଲମ୍ବ ମଞ୍ଜରିରେ ପିତ, ହଳଦିଆ ବର୍ଣ୍ଣଯୁକ୍ତ ପୁଷ୍ପ ଥାଏl
  • ଫଳ: ୨-୩ ଇଞ୍ଚ ଲମ୍ବା, ଧାରଯୁକ୍ତ, ଗ୍ରନ୍ଥିଯୁକ୍ତ ରୋମସ ଅଗ୍ରଭାଗରେ ପତଳା ହୋଇଥାଏ l
  • ବୀଜ: ରାଶି ସମାନ, ପାଉଁସିଆ କିମ୍ବା କଳା ବର୍ଣ୍ଣ l

ଉତ୍ପତ୍ତିସ୍ଥାନ[ସମ୍ପାଦନା]

ଅଣସୋରିଷିଆ

ଏହା ସମସ୍ତ ଭାରତବର୍ଷର ଉଷ୍ଣ ପ୍ରଦେଶ ଗୁଡିକରେ ବହୁତାୟାତ ପରିମାଣରେ ଅନାବନା ଭାବରେ ହୋଇଥାଏ l ସମଗ୍ର ପୃଥିବୀର ପ୍ରାୟତଃ ସମସ୍ତ ଦେଶ ମହାଦେଶରେ ଦେଖିବାକୁ ମିଳେ ଯଥା-ଆମେରିକା, ଆଫ୍ରିକା, ଇଉରୋପ ଆଦି ପ୍ରମୁଖ ମହାଦେଶ ଗୁଡିକରେ ବହୁଳ ଭାବେ ଦେଖା ଯାଏ l

ରାସାୟନିକ ତତ୍ତ୍ୱ[ସମ୍ପାଦନା]

  • ଶ୍ୱେତ ପୁଷ୍ପାର ବୀଜରେ ୨୨% ହାଲୁକା ରଙ୍ଗର ଏକ ସ୍ଥିର ତୈଳ ଥାଏ, ଏଥିରେ କ୍ଳେଓମିନ(Cleomine) ନାମକ ତତ୍ତ୍ୱ ଥାଏ l
ପିତପୁଷ୍ପା ପ୍ରଜାତିରେ ୩୬.୬% ସ୍ଥିର ତୈଳ ତଥା ଭିସ୍କୋସୀନ (Viscosin) ତତ୍ତ୍ୱ ଥାଏ l
ଏହାଛଡା କlରୋଟିନୋଇଡ, କାର୍ଡିଆକ ଗ୍ଲାୟକୋସାଇଡ଼, ସିଆନୋଜେନିକ ଗ୍ଲାୟକୋସାଇଡ଼, ଫ୍ଲାଭୋନୋଇଡ, ଟ୍ରାଇଟେର୍ପିନ, ଟାନୀନ ଇତ୍ୟାଦି ଉଦ୍ଭିଦୀୟ ରାସାୟନିକ ତତ୍ତ୍ୱ ଥାଏ l
  • ଖଣିଜ ଲବଣ ତତ୍ତ୍ୱ: ପୋଟାସିୟମ, ମାଗ୍ନେସିଅମ, କାଲ୍ସିଅମ, ସୋଡିଅମ, ଫସଫରସ, ଆଇରନ, ଜିଙ୍କ, କପର l
  • ସ୍ନେହାମ୍ଳ (Fatty acids): ପାଳ୍ମିଟିକ, ପଲ୍ମିଟୋଲେଇକ ଏସିଡ଼, ଷ୍ଟିଆରିକ ଏସିଡ଼, ଓଲେଇକ ଏସିଡ଼, ଆରାଚିଡେଇକ ଏସିଡ଼, ଏଇକୋଷାନୋଇକ ଏସିଡ଼|
  • ଆମିନୋଅମ୍ଳ (Amino acids): ଆର୍ଗିନାଇନ, ଗ୍ଳୁଟାମାଇନ, ଆସ୍ପାର୍ଟିକ, ଗ୍ଳାଇସିନ, ଲିଉସିନ, ଭାଲାଇନ, ପ୍ରୋଲାଇନ, ଫିନାଇଲାଲାଇନ, ଆଇସୋଲିଉସିନ, ଥ୍ରେଓନାଇନ, ଆଲାନାଇନ, ସେରାଇନ, ଲାଇସିନ, ଟ୍ରାୟୋସାଇନ, ହିସ୍ତିଦlଇନ।

ବ୍ୟବହାର[ସମ୍ପାଦନା]

ପୃଥିବୀ ସାରା ଏହାର ବ୍ୟବହାର ବିଭିନ୍ନ ଉଦ୍ଦେଶ୍ୟରେ ହୋଇ ଥାଏ l

  • ଆଫ୍ରିକୀୟ ଦେଶଗୁଡିକରେ ଏହାର ବ୍ୟବହାର ଏକ ଶାକ ବ୍ୟଞ୍ଜନ ରୂପେ ହୋଇଥାଏ।
  • ଭାରତରେ ଏହାର ବ୍ୟବହାର ଏକ ଶାଗ ହିସାବରେ ଏବଂ ଔଷଧ ରୂପେ ହୋଇଥାଏ l
  • ଓଡ଼ିଶାରେ ଏହାକୁ ଶାଗ ଭାବରେ ଏବଂ ପେଟ ରୋଗରେ ବ୍ୟବହାର କରାଯାଇଥାଏ l
  • ଥାଇଲାଣ୍ଡରେ ଏହାକୁ ସୁରାସାର କିଣ୍ୱନ(fermentation) କରି ପାକ-ସିୟାଙ୍ଗ-ଡଙ୍ଗ ନାମକ ଏକ ସ୍ୱାସ୍ଥ୍ୟକାରି ପାନୀୟରେ ବ୍ୟବହାର କରାଯାଇଥାଏ (FAO 1990) ।
  • କେନିୟାର ଅଧିବାସୀମାନେ ଏହି ଗୁଳ୍ମ ପ୍ରସ୍ତୁତ ଖାଦ୍ୟ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ସ୍ତ୍ରୀ ଲୋକଙ୍କୁ ସେବନ କରାଇଥାନ୍ତି |ପତ୍ରର କ୍ୱାଥ ସ୍କର୍ଭି ଓ ପାଟିଚିରା, ତୁଣ୍ଡ ଘା ଆଦି ରୋଗରେ ବ୍ୟବହାର କରିଥାନ୍ତି l ଅନେକ ପ୍ରାନ୍ତରେ ଏଥିରେ ପ୍ରଚୁର ପୋଷକ ତତ୍ତ୍ୱ ରହିଥିବାରୁ ଏହାକୁ ମାରାସ୍ମସ(marasmus) ବ୍ୟାଧିରେ ପ୍ରୟୋଗ କରାଯାଇ ଥାଏ l
  • ଫିଲିପିନ୍ସ ଦେଶରେ ଏହି ଗୁଳ୍ମର ଆଦର ପ୍ରଚୁର l ଏହାକୁ ପୃଷ୍ଟିସାର ଓ ଖଣିଜ ତତ୍ତ୍ୱରରେ ଭରା ଏକ ଖାଦ୍ୟ ହିସାବରେ ବ୍ୟବହାର କରାଯାଇଥାଏ ।
  • ତାଇୱାନରେ ଏହାକୁ ଫିରଙ୍ଗ(syphilis), ଉପଦଂଶ(Gonorrhoea), ବିଷମଜ୍ୱର(Malaria) ଆଦି ରୋଗରେ ବ୍ୟବହାର କରାଯାଏ । ଭାରତରେ ଏହାକୁ ଅପସ୍ମାର, ମସ୍ତିଷ୍କ ରୋଗର ସଫଳ ଚିକିତ୍ସା ପାଈଁ ବ୍ୟବହାର କରାଯାଏ l

ଚିକିତ୍ସା ବିଜ୍ଞାନରେ ବ୍ୟବହାର[ସମ୍ପାଦନା]

  • ବୈଜ୍ଞାନିକ ଶୋଧ ଅନୁସାରେ ଏହି ଗୁଳ୍ମରେ ରହିଛି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପାଦାନ | ନୂତନ ଗବେଷଣା ଅନୁସାରେ ଏହାର କର୍କଟ ରୋଗ ଆରୋଗ୍ୟକାରୀ ତତ୍ତ୍ୱ ରହିଛି । ଅଣସୋରିଷିଆ ଗୁଳ୍ମରେ ରହିଛି ଶୋଥ ଓ ବେଦନା ନାଶକ ତତ୍ତ୍ୱ ଯାହାକି ଆଣ୍ଠୁଗଣ୍ଠି ବାତରୋଗକୁ ଉପଶମ କରିପାରେ | ତା'ଛଡା ଏହାର ଯଥେଷ୍ଟ ଜାରଣବିରୋଧୀ (Antioxidant) ସାମର୍ଥ୍ୟ ରହିଛି l

ଆୟୁର୍ବେଦୀୟ ଶାସ୍ତ୍ର ମତାନୁସାରେ ଔଷଧୀୟ ବ୍ୟବହାର[ସମ୍ପାଦନା]

ଗୁଣ[ସମ୍ପାଦନା]

ରସ କଟୁ
ଗୁଣ ତିକ୍ଷ୍ଣ
ବୀର୍ଯ୍ୟ ତିକ୍ଷ୍ଣ
ବୀର୍ଯ୍ୟ ଉଷ୍ଣ
ବିପାକ ଟୁ
  • ଏହାକୁ ଆୟୁର୍ବେଦ ଚିକତ୍ସା ବିଜ୍ଞାନରେ ଏକ ବହୁ ଉପଯୋଗୀ ଔଷଧୀୟ ଗୁଳ୍ମ ହିସାବରେ ବ୍ୟବହାର କରାଯାଏ ।
  • କର୍ମ: ଦୀପନ, ପାଚନ, ଉଦରଶୂଳ, ଅଗ୍ନିମାନ୍ଦ୍ୟ, କୃମିହର, ବେଦନାହର, କର୍ଣ୍ଣପୀଡ଼ାହର, ହୃଦ୍ୟ, ବାତହର, ଗୁଳ୍ମହର ।

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. THE AYURVEDIC PHARMACOPOEIA OF INDIA . part-1 Volume-1,page-13
  2. T Anbazhagi,K Kadavul, G Suguna and A J A Petrus Studies on the pharmacognostical and in vitro antioxidant potential of Cleome gynandra Linn. Leaves Natural Product Radiance, Vol. 8(2),(2009)pp. 151–157
  3. Mr. Cuthbert Makgakga, Pretoria National Botanical Institute, March (2004)
  4. James A. Chweya and Nameus A. Mnzava, IPGRI International Plant Genetic Resources Institute IPGRI, Promoting the conservation and use of underutilized and neglected crops. 11. Cat’s whiskers.
  5. Mule S. N., Ghadge R. V., Chopade A. R., Bagul B.A., Patil S. B., Naikwade N. S. EVALUATION OF ANTINOCICEPTIVE AND ANTI-INFLAMMATORY ACTIVITY OF LEAVES OF GYNANDROPSIS PENTAPHYLLA, Journal of Herbal Medicine and Toxicology 2 (1) (2008) 41-44
  6. Narendhirakannan RT, Kandaswamy M, Subramanian S. Anti-inflammatory activity of Cleome gynandra L. on hematological and cellular constituents in adjuvant-induced arthritic rats, Department of Inorganic Chemistry, University of Madras, Chennai, Tamil Nadu, India, J Med Food. 8(1),( 2005) :93-9.
  7. T. Kalaivani#, C. Rajasekaran and Lazar Mathew, In vitro free radical scavenging potential of Picrorhiza kurroa, School of Bio Sciences and Technology, VIT University, Vellore – 632 014, Tamilnadu, India. Received on: 26-12-2009; Revised on: 16-01-2010; Accepted on: 23-03-2010. Journal of Pharmacy Research Vol.3.Issue 4.(2010)
  8. Asis Bala, Biswakanth Kar, Pallab K. Haldar, Upal K. Mazumder and Samit Bera, Evaluation of anticancer activity of Cleome gynandra on Ehrlich's Ascites Carcinoma treated mice Journal of Ethnopharmacology, Volume 129, Issue 1, ( 2010) Pages 131-134.
  9. Arts ICW and Hollman PCH, Polyphenols and disease risk in epidemiologic studies, Am J Clin Nutr, 81(2005),317S-325S.
  10. Knekt P, Kumpulainen J, Järvinen R, RissanenH, Heliövaara M, Reunanen A and Hakulinen T, Flavonoid intake and risk of chronic diseases, Am J Clin Nutr, 76,( 2002) ,560-568.
  11. Edwards RL, Lyon T, Litwin SE, Rabovsky A,Symons JD and Jalili T, Quercetin reduces blood pressure in hypertensive subjects, J Nutr, 137 (2007) , 2405-2411.
  12. Shenouda SM and Vita JA, Effects of flavonoid-containing beverages and EGCG on endothelial function, J Am Col Nutr, 26(4), (2007)366S-372S.
  13. Howes MJ, Perry NS and Houghton PJ, Plants with traditional uses and activities, relevant to the management of Alzheimer’s disease and other cognitive disorders, Phytother Res17(1),(2003)1-18.
  14. Repetto MG and Llesuy SF, Antioxidant properties of natural compounds used in popular medicine for gastric ulcers, Braz J Med Biol Res, 35(5), ( 2002,)523-534.