ପ୍ୟାରୀମୋହନ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ପ୍ଯାରୀମୋହନ ଆଚାର୍ଯ୍ୟ
ଜନ୍ମ
ପ୍ୟାରୀମୋହନ ଆଚାର୍ଯ୍ୟ

(1851-08-05)୫ ଅଗଷ୍ଟ ୧୮୫୧
ପଶୁଲୁଣ୍ଡା, କୁଆଁପାଳ, କଟକ ଜିଲ୍ଲା
ମୃତ୍ୟୁ୨୮ ଡିସେମ୍ବର ୧୮୮୧(1881-12-28) (ବୟସ ୩୦)
ଜାତୀୟତା ଭାରତୀୟ
ବୃତ୍ତି(ସମୂହ)ଐତିହାସିକ, ସମ୍ପାଦକ
ପ୍ରସିଦ୍ଧିଓଡ଼ିଶା ଇତିହାସର ରଚନାକାର

ପ୍ୟାରୀମୋହନ ଆଚାର୍ଯ୍ୟ (୫ ଅଗଷ୍ଟ ୧୮୫୧ - ୨୮ ଡିସେମ୍ବର ୧୮୮୧) ଜଣେ ଭାରତୀୟ ଐତିହାସିକ ଓ ସମ୍ପାଦକ ଥିଲେ ।[୧] ପ୍ୟାରୀମୋହନ ୨୦ ବର୍ଷ ବୟସରୁ ମଧୁସୂଦନ ରାଓଗୋବିନ୍ଦ ରଥଙ୍କ ସହିତ ମିଶି ଓଡ଼ିଆରେ ଉତ୍କଳ ପୁତ୍ର ନାମକ ସମ୍ବାଦପତ୍ର ଆରମ୍ଭ କରି[୨] ସେ ତାହାର ପ୍ରକାଶକ ଓ ସମ୍ପାଦକ ମଧ୍ୟ ଥିଲେ । ସେ ନିଜ ଉଦ୍ୟମରେ କଟକରେ ଏକ ବେସରକାରୀ ସ୍କୁଲର ପ୍ରତିଷ୍ଠା କଲେ ଯାହା ପରବର୍ତ୍ତୀ ସମୟରେ ପ୍ୟାରୀମୋହନ ଏକାଡେମୀରେ ପରିଣତ ହୋଇଥିଲା । ଉତ୍କଳରେ ଇତିହାସ ଲିଖନର ଅଭାବ ଦେଖି ସେ ପୁରାତନ ରାଜକୀୟ ନଥି ଓ ମାଦଳା ପାଞ୍ଜି ଆଦି ଉପରେ ଗବେଷଣା କରି ଗୋଟିଏ ଓଡ଼ିଆ ଇତିହାସ ସଂକଳନ କରିଥିଲେ ।[୩]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ଏକ ଉପନିବେଶୀୟ ବଙ୍ଗାଳୀ ବ୍ରାହ୍ମଣ ପରିବାରରେ କଟକ ଜିଲ୍ଲା କୁଆଁପାଳ ନିକଟରେ ଥିବା ପଶୁଲୁଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

କର୍ମ ଜୀବନ[ସମ୍ପାଦନା]

ଉତ୍କଳ ପୁତ୍ର ସମ୍ବାଦପତ୍ରରେ ସେ ଜୋତାର ଦରଖାସ୍ତ ନାମକ ଲେଖାଟିଏ ପ୍ରକାଶ କରିଥିଲେ । ଏହାର ପ୍ରତ୍ୟକ୍ଷ ଅର୍ଥ ଥିଲା ଯେ ତତ୍କାଳୀନ କଟକ ନଗର ପରିଚାଳନା ଅଧିକାରୀ ନଗରକୁ ନିର୍ମଳ ରଖିବାରେ ଅସମର୍ଥ ହୋଇଛନ୍ତି । ଏହାଦ୍ୱାରା ସେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ କ୍ରୋଧର ଶିକାର ହେଲେ । ମାଜିଷ୍ଟ୍ରେଟ ତାଙ୍କୁ ସ୍କୁଲରୁ ବହିସ୍କାର କରିବାପାଇଁ ପ୍ରଧାନ ଶିକ୍ଷକ ଚଣ୍ଡୀ ଚରଣ ବନ୍ଦୋପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଲେ । ପ୍ୟାରୀମୋହନ ମାଜିଷ୍ଟ୍ରେଟଙ୍କୁ ଭୁଲ ନ ମାଗି କମିଶନର ସାହେବଙ୍କୁ ଭେଟିବା ଲାଗି ବାହାରିପଡ଼ିଥିଲେ । ତା’ପରେ ସେ କଟକରେ ଏକ ବେସରକାରୀ ସ୍କୁଲର ପ୍ରତିଷ୍ଠା କଲେ । ସେତେବେଳେ ସେ ମାସକୁ ୨୫ ଟଙ୍କା ରୋଜଗାର କରୁଥିଲେ । ନିଜର ଗୁଜୁରାଣ ମେଣ୍ଟିବା ଭଳି ରାଶି ରଖି ବାକି ସବୁ ଅର୍ଥ ସେ ଏହି ଅନୁଷ୍ଠାନକୁ ଦାନ କରୁଥିଲେ । ମଧୁସୂଦନ ରାଓଙ୍କ ସହ ମିଶି ଏହି ସ୍କୁଲର ଉନ୍ନତି ପାଇଁ ସେ ପ୍ରତ୍ୟକ୍ଷ ଭାବରେ ଧନୀ ଲୋକମାନଙ୍କଠାରୁ ଅର୍ଥ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ । ଡମପଡ଼ା ରାଜାଙ୍କ ପାଖରେ ମ୍ୟାନେଜରର କାମ କରିବାଯାକେ ସେ ଏହି ସ୍କୁଲକୁ ତଦାରଖ କରୁଥିଲେ । ସ୍କୁଲଟି ତାଙ୍କରି ନାମରେ ନାମିତ ହୋଇ ପ୍ୟାରୀମୋହନ ଏକାଡେମୀ ନାମରେ ଜଣାଶୁଣା । [୪]

ଆଧାର[ସମ୍ପାଦନା]

  1. "ପ୍ୟାରୀମୋହନ ଆଚାର୍ଯ୍ୟ". ସମ୍ବାଦ. 5 August 2020. p. 2. Retrieved 5 August 2020.
  2. Devanarayan (2009). "DEBATMA PYARIMOHAN ACHARYA". odiya.org. Retrieved 8 October 2012. when Pyari Mohan was only 20 years old, he along with Madhusudan Rao and Gobinda Rath started a newspaper called UTKAL PUTRA in Oriya
  3. "Add new comment | Penguin Books India". penguinbooksindia.com. 2012. Retrieved 8 October 2012. Pyari Mohan Acharya, expelled from school for defying the British authorities, writes Orissa Itihas, a history of Orissa
  4. "ଆର୍କାଇଭ୍ କପି". Archived from the original on 2009-06-29. Retrieved 2012-05-30. {{cite web}}: Cite has empty unknown parameter: |1= (help)