ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography
Selected biography 1
ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/1
ଜେମ୍ସ ୱାଟ b. ୧୭୩୬/୧୮୧୯ ଜେମ୍ସ ୱାଟ ୱାଟ ହେଉଛନ୍ତି ଜଣେ ସ୍କଟଲ୍ୟାଣ୍ଡୀୟ ଉଦ୍ଭାବକ ଓ ଯନ୍ତ୍ର ବିଜ୍ଞାନୀ । ବାଷ୍ପଚାଳିତ ଯନ୍ତ୍ରରେ ସେ କରିଥିବା ଉନ୍ନତି ଶିଳ୍ପ ବିପ୍ଳବ ସମୟରେ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା । ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସେ ବାଷ୍ପଚାଳିତ ଯନ୍ତ୍ର ପ୍ରତି ଆଗ୍ରହୀ ହେଲେ । ସେ ଅନୁଭବ କଲେ ଯେ ତତ୍କାଳୀନ ଯନ୍ତ୍ର ଅନେକ ଶକ୍ତି ଅପଚୟ କରୁଛନ୍ତି । ସେ ଯନ୍ତ୍ରରେ ଏମିତି ପରିବର୍ତ୍ତନ କଲେ ଯାହା କାର୍ଯ୍ୟଦକ୍ଷତା ବଢାଇବା ସହ ଶକ୍ତି ମଧ୍ୟ ସଞ୍ଚୟ କଲା । ସେ ଅଶ୍ୱକ୍ଷମତା ଶବ୍ଦର ପ୍ରଚଳନ କରିଥିଲେ । ତାଙ୍କ ନାମାନୁସାରେ ଶକ୍ତିର ଏକକକୁ ୱାଟ କୁହାଯାଏ । |
Selected biography 2
ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/2
ଜର୍ଜ ସାଇମନ ଓମ b. ୧୭୮୯/୧୮୫୪ ଜର୍ଜ୍ ସାଇମନ୍ ଓମ୍ ଜଣେ ଜର୍ମାନ ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ ଥିଲେ । ସେ "ଓମ୍ଙ୍କ ନିୟମ" ପାଇଁ ଜଣାଶୁଣା । |
Selected biography 3
ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/3
ନିକୋଲା ଟେସ୍ଲା b. ୧୮୫୬/୧୯୪୩ ନିକୋଲା ଟେସ୍ଲା ଜଣେ ସର୍ବୀୟ ଆମେରିକୀୟ ଉଦ୍ଭାବକ, ପଦାର୍ଥ ବିଜ୍ଞାନୀ, ଯାନ୍ତ୍ରିକ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଥିଲେ । ସେ ତତ୍କାଳୀନ ଅଷ୍ଟ୍ରିଆ-ହଙ୍ଗେରୀର ସ୍ମିଲ୍ଜାନ୍ରେ ଜନ୍ମଗ୍ରହଣ କରିଥିଲେ, ଯାହା ଏବେ କ୍ରୋଏସିଆ ଦେଶରେ ଅଛି । ପରେ ସେ ଆମେରିକୀୟ ନାଗରିକ ହୋଇଥିଲେ । ଟେସ୍ଲା ରେଡିଓର ଗୋଟିଏ ପ୍ରାରମ୍ଭିକ ରୂପ ତିଆରି କରିଥିଲେ । ସେ ମୁଖ୍ୟତଃ ଚୁମ୍ବକତ୍ୱ ଓ ଇଲେକ୍ଟ୍ରିସିଟି କ୍ଷେତ୍ରରେ ଆବିଷ୍କାର କରିଥିଲେ । ସଳଖ ବିଦ୍ୟୁତ୍ ବଦଳରେ ଆବର୍ତ୍ତୀ ବିଦ୍ୟୁତ୍ର ପ୍ରୟୋଗ ପାଇଁ ଟେସ୍ଲା ବେଶ୍ ଜଣାଶୁଣା । ଦୂର ସ୍ଥାନ ପ୍ରେରଣ କରିଲା ବେଳେ କମ୍ ନଷ୍ଟ ହେଉଥିବାରୁ ଆବର୍ତ୍ତୀ ବିଦ୍ୟୁତ୍ର ଚାହିଦା ବଢ଼ିଲା । ତାଙ୍କ ନାମରେ ଚୁମ୍ବକୀୟ ସାନ୍ଦ୍ରତା ମାପିବାର ଏକକ ଟେସ୍ଲା କୁହାଯାଏ । ସେ କିଛି ଦୋଳକ ମଧ୍ୟ ଉଦ୍ଭାବନ କରିଥିଲେ । |
Selected biography 4
ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/4
ଥୋମାସ ଅଲଭା ଏଡ଼ିସନ b. ୧୮୪୭/୧୯୩୧ ଥୋମାସ ଆଲଭା ଏଡ଼ିସନ (English: Thomas Alva Edison) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବାବସାୟୀ ଥିଲେ । ସେ ଅନେକ ଯନ୍ତ୍ର ବାହାର କରିଥିଲେ ଯାହାକି ସାରା ବିଶ୍ଵଜୀବନକୁ ବହୁତ ପ୍ରଭାବିତ କରିଥିଲା । ଫୋନୋଗ୍ରାଫ , ଚଳଚ୍ଚିତ୍ର କ୍ୟାମେରା , ବହୁତ ଦିନ ଚାଲିପାରୁଥିବା ବିଦ୍ୟୁତ ବଲ୍ବ ଇତ୍ୟାଦି ତାଙ୍କରି ଅବଦାନ । ଜଣେ ଖବରକାଗଜ ସାମ୍ବାଦିକ ତାଙ୍କୁ ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧନା କରିଥିଲେ । ସେ ପ୍ରଥମ ଉଦ୍ଭାବକ ଥିଲେ ଯିଏକି ସମୂହ ଉତ୍ପାଦନର ତତ୍ତ୍ଵ (the principles of mass production) ଓ ବହୁ ପରିମାଣରେ ଏକତ୍ର କାମ କରି(large-scale teamwork) ଉଦ୍ଭାବନ କରିବା ସୂତ୍ର ବ୍ୟବହାର କରିଥିଲେ । ଏଣୁ ତାଙ୍କୁ ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣାଗାରର ନିର୍ମାତା ବୋଲି ମଧ୍ୟ କୁହାଯାଏ । |
Selected biography 5
ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/5
ମାଇକେଲ ଫାରାଡ଼େ b. ୧୭୯୨/୧୮୬୭ ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍-ସ୍ରୋତ ର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣ ର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହା ଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟର ର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ଵର ଚାରି ସମୀକରଣ ରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ । ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକା ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍ଷ୍ଟିଚ୍ୟୁଟ୍ ରେ ରସାୟନ ଅଧ୍ୟାପକ ହେଲେ । |
Selected biography 6
ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/6
ହେନେରି କ୍ୟାଭେଣ୍ଡିସ୍ b. ୧୭୩୧/୧୮୧୦ ହେନେରି କ୍ୟାଭେଣ୍ଡିସ୍ ଜଣେ ବ୍ରିଟିସ୍ ବୈଜ୍ଞାନିକ । ସେ ଉଭୟ ଭୌତିକ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ଦକ୍ଷତା ହାସଲ କରିଥିଲେ । ସେ ଫ୍ରାନ୍ସର ନାଇସ ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଥିଲା ଲର୍ଡ ଚାର୍ଲସ୍ କ୍ୟାଭେଣ୍ଡିସ୍ । ଅନେକ ସମୟରେ ସେ ନିସଙ୍ଗରେ ସମୟ ବିତାଇବାକୁ ପସନ୍ଦ କରୁଥିଲେ । ତାଙ୍କର ଅଧିକାଶଂ ତଥ୍ୟ ମୃତ୍ୟୁର ବହୁବର୍ଷପରେ ପ୍ରକାଶିତ ହୋଇଥିଲା । ଅନେକ ବିଷୟରେ ସେ ଗବେଷଣା କରିଥିଲେ ମଧ୍ୟ ତାପ ସମ୍ପର୍କୀୟ ଗବେଷଣା ପାଇଁ ସେ ବିଖ୍ୟାତ । ଏହି ସମୟରେ ସେ ଅନେକ ବସ୍ତୁର ସ୍ପେସିଫିକ ହିଟ ସମ୍ପର୍କରେ ସେ ସୂଚନା ଦେଇଥିଲେ । ବାୟୁର ବିଭିନ୍ନ ଉପାଦାନ, ଓ ସେହି ଉପାଦାନ ଗୁଡିକ ମଧ୍ୟରୁ ସେ ଉଦ୍ଜାନ ସଂପର୍କରେ ସୂଚନା ଦେଇଥିଲେ । ଉଦ୍ଜାନକୁ ସେ "inflammable air ନାମରେ ନାମକରଣ କରିଥିଲେ । ଜଳ ଅଣୁର ଗଠନ ବିଷୟରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଥିଲେ । କୁଲମ୍ବ ଓ ଫାରାଡେ ବିଦ୍ୟୁତ ବିଷୟରେ ଊଦ୍ଭାବନ କରିଥିବା ଅନେକ ତଥ୍ୟ ସମ୍ବନ୍ଧରେ ସେ ପୂର୍ବରୁ ସୁଚନା ଦେଇସାରିଥିଲେ । ସେ ପୃଥିବୀର ସାନ୍ଦ୍ରତା ଜଳର ସାନ୍ଦ୍ରତାର ୫.୪୮ଗୁଣ ବୋଲି ଦର୍ଶାଇଥିଲେ । ତାଙ୍କ ଦ୍ୱାରା ଲିଖିତ ତଥ୍ୟଗୁଡିକୁ ନେଇ ୧୯୨୧ ମସିହାରେ ୨ଟି ବହି (Electrical Researches and Chemical and Dynamical) ପ୍ରକାଶିତ ହୋଇଥିଲା । ସେ ମଧ୍ୟ ପୃଥିବୀର ବସ୍ତୁତ୍ୱ ୫.୯୭୨୫ ବିଲିଅନ ଟ୍ରିଲିଅନ ଟନ୍ ବୋଲି ଦର୍ଶାଇଥିଲେ । |
Selected biography 7
ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/7
ଜନ୍ ଡାଲଟନ୍ b. ୧୭୬୬/୧୮୪୪ ଜନ୍ ଡାଲଟନ୍ ଜଣେ ଇଂରେଜ ରସାୟନବିଦ୍, ପଦାର୍ଥବିଜ୍ଞାନୀ ଓ ପାଣିପାଗ ବିଶେଷଜ୍ଞ (Meteorologist) ଥିଲେ । ଡାଲଟନ୍ ତାଙ୍କର ପରମାଣୁ ତତ୍ତ୍ଵ ପାଇଁ ସବୁଠୁ ଅଧିକ ଜଣାଶୁଣା । ବର୍ଣ୍ଣାନ୍ଧତା (colour blindness) ସମ୍ପର୍କିତ ତାଙ୍କ ଗବେଷଣାକୁ କେତେକ ଡାଲଟନ୍-ବାଦ (Daltonism) ବୋଲି କହିଥାନ୍ତି । ଡାଲଟନ୍ ତାଙ୍କର ପ୍ରଥମ ରଚନା ୧୭୯୩ ମସିହାରେ ପାଣିପାଗ ସମ୍ବନ୍ଧୀୟ କରିଥିଲେ ଯେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ହେଇଥଲା । ଆଉ ଡାଲଟନ ଦୃଷ୍ଟିଶକ୍ତି ଉପରେ ଏକ ନୂଆ ମତ ପ୍ରକାଶ କରିଥଲେ । |