ପୋର୍ଟାଲ:ବୈଷୟିକ ବିଜ୍ଞାନ/Selected biography/3

ଉଇକିପିଡ଼ିଆ‌ରୁ
୩୭ ବର୍ଷୀୟ ଟେସ୍‌ଲା, ୧୮୯୩, ନାପୋଲିଅନ ସରୋନୀଙ୍କ ଦ୍ଵାରା ଉତ୍ତୋଳିତ ଫୋଟୋ
ନିକୋଲା ଟେସ୍‌ଲା
b. ୧୮୫୬/୧୯୪୩

ନିକୋଲା ଟେସ୍‌ଲା ଜଣେ ସର୍ବୀୟ ଆମେରିକୀୟ ଉଦ୍ଭାବକ, ପଦାର୍ଥ ବିଜ୍ଞାନୀ, ଯାନ୍ତ୍ରିକ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଥିଲେ । ସେ ତତ୍କାଳୀନ ଅଷ୍ଟ୍ରିଆ-ହଙ୍ଗେରୀର ସ୍ମି‌ଲ୍‌ଜା‌ନ୍‌ରେ ଜନ୍ମଗ୍ରହଣ କରିଥିଲେ, ଯାହା ଏବେ କ୍ରୋଏସିଆ ଦେଶରେ ଅଛି । ପରେ ସେ ଆମେରିକୀୟ ନାଗରିକ ହୋଇଥିଲେ ।

ଟେସ୍‌ଲା ରେଡିଓର ଗୋଟିଏ ପ୍ରାରମ୍ଭିକ ରୂପ ତିଆରି କରିଥିଲେ । ସେ ମୁଖ୍ୟତଃ ଚୁମ୍ବକତ୍ୱ ଓ ଇଲେକ୍ଟ୍ରିସିଟି କ୍ଷେତ୍ରରେ ଆବିଷ୍କାର କରିଥିଲେ । ସଳଖ ବିଦ୍ୟୁତ୍ ବଦଳରେ ଆବର୍ତ୍ତୀ ବିଦ୍ୟୁତ୍‌ର ପ୍ରୟୋଗ ପାଇଁ ଟେସ୍‌ଲା ବେଶ୍ ଜଣାଶୁଣା । ଦୂର ସ୍ଥାନ ପ୍ରେରଣ କରିଲା ବେଳେ କମ୍ ନଷ୍ଟ ହେଉଥିବାରୁ ଆବର୍ତ୍ତୀ ବିଦ୍ୟୁତ୍‌ର ଚାହିଦା ବଢ଼ିଲା ।

ତାଙ୍କ ନାମରେ ଚୁମ୍ବକୀୟ ସାନ୍ଦ୍ରତା ମାପିବାର ଏକକ ଟେସ୍‌ଲା କୁହାଯାଏ । ସେ କିଛି ଦୋଳକ ମଧ୍ୟ ଉଦ୍ଭାବନ କରିଥିଲେ ।

ଆହୁରି ଅନେକ ନିର୍ବାଚିତ ଜୀବନୀ ପଢନ୍ତୁ... ଅଧିକ ପଢନ୍ତୁ...