ଜନ୍ ଡାଲଟନ୍

ଉଇକିପିଡ଼ିଆ‌ରୁ
John Dalton
Dalton by Charles Turner
after James Lonsdale
(1834, mezzotint)
ଜନ୍ମ(1766-09-06)୬ ସେପ୍ଟେମ୍ବର ୧୭୬୬
ମୃତ୍ୟୁ୨୭ ଜୁଲାଇ ୧୮୪୪(1844-07-27) (ବୟସ ୭୭)
Manchester, England
ଜାତୀୟତାBritish
ଜଣାଶୁଣାAtomic theory, Law of Multiple Proportions, Dalton's Law of Partial Pressures, Daltonism
ପୁରସ୍କାର(ଗୁଡ଼ିକ)Royal Medal (1826)
ବିଜ୍ଞାନୀ ଜୀବନ
ଜଣାଶୁଣା ଛାତ୍ରJames Prescott Joule
ପ୍ରଭାବିତ କରିଥିଲେJohn Gough
Author abbrev. (botany)Jn.Dalton
Signature
  1. ଜନ୍ ଡାଲଟନ୍ (ଜନ୍ମ: ୬ ସେପ୍ଟେମ୍ବର ୧୭୬୬) ଜଣେ ଇଂରେଜ ରସାୟନବିଦ୍, ପଦାର୍ଥବିଜ୍ଞାନୀ ଓ ପାଣିପାଗ ବିଶେଷଜ୍ଞ (Meteorologist) ଥିଲେ । ଡାଲଟନ୍ ତାଙ୍କର ପରମାଣୁ ତତ୍ତ୍ୱ ପାଇଁ ସବୁଠୁ ଅଧିକ ଜଣାଶୁଣା । ବର୍ଣ୍ଣାନ୍ଧତା (colour blindness) ସମ୍ପର୍କିତ ତାଙ୍କ ଗବେଷଣାକୁ କେତେକ ଡାଲଟନ୍-ବାଦ (Daltonism) ବୋଲି କହିଥାନ୍ତି ।

ବାଲ୍ୟକାଳ ଓ ଶିକ୍ଷା[ସମ୍ପାଦନା]

ଜନ୍ ଡାଲଟନ୍ ଇଂଲଣ୍ଡର କମ୍ବରଲ୍ୟାଣ୍ଡଠାରେ କକରମାଉଥ ନିକଟସ୍ଥ ଇଗଲ୍ସଫିଲ୍ଡଠାରେ ଏକ କ୍ୱାକର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ତନ୍ତୀ ଥିଲେ । ସେ ତାଙ୍କ ବାପାଙ୍କଠାରୁ ଓ ପାର୍ଡସ ହଲ ଗାଁ ପାଖରେ ଥିବା ଏକ ଘରୋଇ ସ୍କୁଲ ଚଳାଉଥିବା କ୍ୱାକର ଜନ ଫ୍ଲେଚରଙ୍କଠାରୁ ପ୍ରାଥମିକ ଶିକ୍ଷା ଲାଭକରିଥଲେ । ପରିବାର ଗରିବ ଥିବାରୁ ତାଙ୍କୁ ଆଉ ପଢ଼ିବା ପାଇଁ ସାହାଯ୍ୟ ମିଳିଲାନି । ସେ ୧୦ ବର୍ଷରେ ଗୋଟେ ସ୍କୁଲରେ ଶିକ୍ଷକ ଭାବରେ ପଢ଼େଇବା ଆରମ୍ଭ କଲେ । ୨୩ ବର୍ଷ ବୟସରେ ସେ ଆଇନ ଓ ମେଡ଼ିସିନ ଉପରେ ପଢ଼ିଲେ । ତା'ପରେ ସେ ଏକ ଇଂରାଜୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ ଓ ସେଠାରେ ବିଜ୍ଞାନ ଉପରେ ବହୁତ ଜ୍ଞାନ ପାଇଲେ । ଯେତେବେଳେ କଲେଜର ଆର୍ଥକ ସମସ୍ୟା ଆସିଲା ସେ କଲେଜ ଛାଡି ଏକ ନିଜର ଘରୋଇ ଟିଉସନ୍ ଆରମ୍ଭ କଲେ ।

କର୍ମ ଜୀବନ[ସମ୍ପାଦନା]

ଡାଲଟନ୍ ତାଙ୍କର ପ୍ରଥମ ରଚନା ୧୭୯୩ ମସିହାରେ ପାଣିପାଗ ସମ୍ବନ୍ଧୀୟ କରିଥିଲେ ଯେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ହେଇଥଲା । ଆଉ ଡାଲଟନ ଦୃଷ୍ଟିଶକ୍ତି ଉପରେ ଏକ ନୂଆ ମତ ପ୍ରକାଶ କରିଥଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

  • ଡାଲଟନ୍ ବାହା ଜମା ହେଇନଥିଲେ ଓ ତାଙ୍କର ବହୁତ କମ୍ ସାଙ୍ଗ ଥିଲେ