ଥୋମାସ ଆଲଭା ଏଡ଼ିସନ

ଉଇକିପିଡ଼ିଆ‌ରୁ


ଥୋମାସ ଏଡ଼ିସନ
"Genius is one percent inspiration, ninety-nine percent perspiration."
– Thomas Alva Edison, (Harper's Magazine) (September 1932 edition)
Born
ଥୋମାସ ଅଲଭା ଏଡ଼ିସନ

(1847-02-11)ଫେବୃଆରୀ ୧୧, ୧୮୪୭
ମିଲନ , ଓହିଓ , ଯୁକ୍ତରାଷ୍ଟ୍ର ଆମେରିକା (Milan, Ohio, U.S.)
Diedଅକ୍ଟୋବର ୧୮, ୧୯୩୧(1931-10-18) (ବୟସ ୮୪)
ୱେଷ୍ଟ ଅରେଞ୍ଜ , ନିଉ ଜର୍ସି ,ଯୁକ୍ତରାଷ୍ଟ୍ର ଆମେରିକା (West Orange, New Jersey, U.S.)
Nationalityଆମେରିକୀୟ
Educationସ୍କୁଲ ଅଧାରୁ ଛାଡି ଦେଇଥିଲେ (School dropout)
Occupationଉଦ୍ଭାବକ ଓ ବ୍ୟବସାୟୀ
Spouse(s)
ମ୍ୟାରୀ ଷ୍ଟିଲୱେଲ (Mary Stilwell)
(m. ୧୮୭୧⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

ମିନା ମିଲର (Mina Miller)
(m. ୧୮୮୬⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Relativesଲୁଇଷ୍ଟ ମିଲର(Lewis Miller) (ଶ୍ୱଶୁର)
Signature
A Day with Thomas Edison (1922)

ଥୋମାସ ଆଲଭା ଏଡ଼ିସନ(English: Thomas Alva Edison) (ଫେବୃଆରୀ ୧୧, ୧୮୪୭ – ଅକ୍ଟୋବର ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବାବସାୟୀ ଥିଲେ । ସେ ଅନେକ ଯନ୍ତ୍ର ବାହାର କରିଥିଲେ ଯାହାକି ସାରା ବିଶ୍ୱଜୀବନକୁ ବହୁତ ପ୍ରଭାବିତ କରିଥିଲା । ଫୋନୋଗ୍ରାଫ , ଚଳଚ୍ଚିତ୍ର କ୍ୟାମେରା , ବହୁତ ଦିନ ଚାଲିପାରୁଥିବା ବିଦ୍ୟୁତ ବଲ୍ବ ଇତ୍ୟାଦି ତାଙ୍କରି ଅବଦାନ[୧] । ଜଣେ ଖବରକାଗଜ ସାମ୍ବାଦିକ ତାଙ୍କୁ ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧନା କରିଥିଲେ । ସେ ପ୍ରଥମ ଉଦ୍ଭାବକ ଥିଲେ ଯିଏକି ସମୂହ ଉତ୍ପାଦନର ତତ୍ତ୍ୱ (the principles of mass production) ଓ ବହୁ ପରିମାଣରେ ଏକତ୍ର କାମ କରି(large-scale teamwork) ଉଦ୍ଭାବନ କରିବା ସୂତ୍ର ବ୍ୟବହାର କରିଥିଲେ । ଏଣୁ ତାଙ୍କୁ ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣାଗାରର ନିର୍ମାତା ବୋଲି ମଧ୍ୟ କୁହାଯାଏ । [୨]


ଏଡ଼ିସନ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ ସହିତ ଯୁକ୍ତରାଜ୍ୟ, ଫ୍ରାନ୍‌ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ । ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର । ଏହା ଭିତରେ ଥିଲା ଷ୍ଟକ ଟିକର, ଯାନ୍ତ୍ରିକ ଭୋଟ ଗଣାଳୀ, ବିଦ୍ୟୁତ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ ଶକ୍ତି, ମ୍ୟୁଜିକ ରେକର୍ଡ଼ ଏବଂ ମୋସନ ପିକ୍ଚର । ଜଣେ ଟେଲିଗ୍ରାଫ ଅପରେଟର ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ । ଏଡିସନ ପ୍ରଥମେ ବିଦ୍ୟୁତ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ । ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମ୍ୟାନହାଟନ୍ ଦ୍ୱୀପ, ନିଉୟର୍କରେ ଥିଲା ।

ବାଲ୍ୟ ଜୀବନ[ସମ୍ପାଦନା]

ବାଳୁତ ଏଡିସନ୍

ଥୋମାସ ଏଡ଼ିସନ ମିଲନ୍, ଓହିଓରେ ଜନ୍ମଗ୍ରହଣ କରିଥିଲେ ଓ ପୋର୍ଟ ହ୍ୟୁରନ, ମିଚିଗାନ୍‌ରେ ଲାଳିତପାଳିତ ହୋଇଥିଲେ । ସେ ସାମୁଏଲ ଓଗଡେନ ଏଡ଼ିସନ, ଜୁନିୟର (୧୮୦୪-୯୬ ମାର୍ସାଲ ଟାଉନ, ନୋଭା ସ୍କଟିଆ, କାନାଡ଼ାରେ ଜନ୍ମିତ) ଏବଂ ନାନସି ମାଥିଉଜ ଇଲିଅଟଙ୍କର (୧୮୧୦-୧୮୭୧ ଚେନାଙ୍ଗୋ କାଉଣ୍ଟି, ନିଉୟର୍କରେ ଜନ୍ମିତ) ସପ୍ତମ ତଥା ଶେଷ ସନ୍ତାନ ଥିଲେ । ୧୮୩୭ର ଅସଫଳ ମାକେଞ୍ଜି ବିଦ୍ରୋହରେ ସାମିଲ ଥିବାରୁ ତାଙ୍କ ପିତାଙ୍କୁ କାନାଡ଼ାରୁ ପଳାଇ ଆସିବାକୁ ପଡ଼ିଲା । ଏଡ଼ିସନ ନିଜକୁ ଡଚ ବଂଶଧର ବୋଲି ଭାବୁଥିଲେ ।

ବିଦ୍ୟାଳୟରେ ଶିଶୁ ଏଡ଼ିସନଙ୍କର ମୁଣ୍ଡ ସ୍ଥିର ରହୁନଥିଲା, ସେଥିପାଇଁ ତାଙ୍କ ଶିକ୍ଷକ, ରେଭେରେଣ୍ଡ ଏଙ୍ଗ୍ଲେ ତାଙ୍କୁ ପାଗେଳା ବୋଲି ଡାକୁଥିଲେ । ଏତିକିରେ ଏଡ଼ିସନଙ୍କର ତିନିମାସର ବିଦ୍ୟାଳୟ ପାଠ ଶେଷ ହେଲା । ଏଡ଼ିସନପରେ କହୁଥିଲେ, "ମୋ ମାଆ ମୋତେ ତିଆରି କରିଥିଲେ । ସେ ମୋ ଉପରେ ଏତେ ନିଶ୍ଚିତ ଥିଲେ, ଏତେ ଭରସା କରୁଥିଲେ ଯେ, ମୋତେ ଲାଗିଲା ମୋର ବଞ୍ଚିବାର କାରଣ ଅଛି, କେହି ଜଣକୁ ମୁଁ ଦୁଃଖୀ କରି ପାରିବିନି । ତାଙ୍କ ମାଆ ତାଙ୍କୁ ଘରେ ପଢ଼ାଉଥିଲେ । ତାଙ୍କର ଅଧିକାଂଶ ଶିକ୍ଷା ଆର.ଜି. ପାର୍କରଙ୍କର ସ୍କୁଲ ଅଫ ନାଚୁରାଲ ଫିଲୋସୋଫି ଓ ଦି କୁପର ୟୁନିଅନରୁ ଆସିଥିଲା ।

କର୍ମମୟ ଜୀବନର ପ୍ରାରମ୍ଭ[ସମ୍ପାଦନା]

୧୮୭୮ରେ ଏଡିସନ୍

ଉଦ୍ଭାବନ ସମୂହ[ସମ୍ପାଦନା]

ରାଜନୀତି ଓ ଧର୍ମ ସମ୍ପର୍କରେ ମତ[ସମ୍ପାଦନା]

ଶେଷ ଜୀବନ[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଥୋମାସ ଏଡିସନଙ୍କ ଉଦ୍ଭାବନ ସମୂହ
  2. "Walsh, Bryan. "The Electrifying Edison." Web: Time July 5, 2010". Archived from the original on July 18, 2009. Retrieved September 9, 2012.

ବାହାର ଲିଙ୍କ[ସମ୍ପାଦନା]

Information and media