ଅବନୀ କୁମାର ବରାଳ
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । |
ଅବନୀ କୁମାର ବରାଳ | |
---|---|
ଜନ୍ମ | ଅବନୀ କୁମାର ବରାଳ ୩ ଜୁନ ୧୯୩୫ ହଳଦିଆପଡା, ବିରିଡ଼ି, ଜଗତସିଂହପୁର |
ମୃତ୍ୟୁ | ୭ ନଭେମ୍ବର ୨୦୧୩ | (ବୟସ ୭୮)
ବୈବାହିକ-ସାଥୀ | ଆଦରମଣି |
ସନ୍ତାନ | ଆଭାସ, ଆକାଶ |
ଅବନୀ କୁମାର ବରାଳ(୩ ଜୁନ୍ ୧୯୩୫-୭ ନଭେମ୍ବର ୨୦୧୩)[୧] ଓଡ଼ିଶାର ଶିକ୍ଷାବିଦ ଓ ଶିକ୍ଷକ ସଂଘ ନେତା ଥିଲେ ।[୨] ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ର ରାଜ୍ୟ ସମ୍ପାଦକ ଭାବେ ଦୀର୍ଘକାଳ ଦାୟିତ୍ୱ ତୁଲାଇଥିଲେ ।[୩]
ଅବନୀ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଳକ ଅନ୍ତର୍ଗତ ହଳଦିଆପଡା ଗ୍ରାମରେ ୧୯୩୫, ଜୁନ୍ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓ କଟକରେ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଶିକ୍ଷା ସମାପ୍ତି ପରେ ସେ ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟରେ ଅଧ୍ୟାପନା ବୃତ୍ତିରେ ଯୋଗଦେଇଥିଲେ । ୧୯୯୪ମେ ମାସରେ ସେଠାରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର ମହାବିଦ୍ୟାଳୟ ଅଧ୍ୟୟନ ବେଳରୁ ତାଙ୍କ ସାଂଗଠନିକ ଦକ୍ଷତା ଓ ନେତୃତ୍ୱର ପ୍ରକାଶିତ ହୋଇଥିଲା । ବାମପନ୍ଥୀ ଆଦର୍ଶରେ ଉଦ୍ବୁଦ୍ଧ ହୋଇ ସେ ଅଖିଳ ଭାରତୀୟ ଛାତ୍ର ସଂଘ, ଗଣତାନ୍ତ୍ରିକ ଯୁବ ସଂଘ ଓ ଇସ୍କସ୍ ଭଳି ସଙ୍ଗଠନରେ ସାମିଲ ହୋଇଥିଲେ । କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର 'ନୂଆ ଦୁନିଆ'ର ପ୍ରତିଷ୍ଠାତା ସମ୍ପାଦକ ଭାବେ ସାମ୍ୟବାଦୀ ଆଦର୍ଶର ପ୍ରଚାର କରାଇଥିଲେ । ତାଙ୍କ ନେତୃତ୍ୱରେ ଶିକ୍ଷକ ମହାସଂଘ ଗଠନ କରାଯାଇଥିଲା । ମହାସଂଘର ଛତାତଳେ ଅନେକ ଆନ୍ଦୋଳନାତ୍ମକ ପଦକ୍ଷେପଦ୍ୱାରା ଶିକ୍ଷକ ସମାଜର ଅନେକ ସମସ୍ୟାର ସମାଧାନ କରାଇଥିଲେ । ସର୍ବଭାରତୀୟସ୍ତରରେ ଜଣେ ଆଗଧାଡ଼ିର ଶିକ୍ଷକ ନେତା ଭାବେ ତାଙ୍କର ପରିଚିତ ଥିଲେ । ବିଶ୍ୱ ଶିକ୍ଷକ ମହାସଂଘର ସେ ଉପସଭାପତି ପଦ ମଣ୍ଡନ କରିଥିଲେ ।[୪] ବିଶ୍ୱଦରବାରରେ ସେ ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନ ସମ୍ପର୍କିତ ବହୁ ସମ୍ମିଳନୀକୁ ଭାରତର ପ୍ରତିନିଧିତ୍ୱ କରିଥିଲେ । ରାଜ୍ୟରେ ଶିକ୍ଷା ସଂସ୍କାର ଓ ଶିକ୍ଷକ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି । ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭକାର ଭାବେ ଓ ଦୁଇ ଡଜନରୁ ଅଧିକ ପୁସ୍ତକ ରଚନା ସାହିତ୍ୟ ଜଗତରେ ବିଶେଷ ଖ୍ୟାତି ରହିଛି । ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହା ବ୍ୟତୀତ ବହୁ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । [୫]
ପ୍ରକାଶିତ ରଚନାବଳୀ
- ଜାରଜ (ଗଳ୍ପ) ୧୯୫୭
- ଉତ୍ତର ବସନ୍ତ (ଗଳ୍ପ) ୧୯୭୧
- ଅବନୀ ବରାଳଙ୍କ ଭିନ୍ନସ୍ୱାଦର ଗଳ୍ପ
- ଅବନୀ ବରାଳଙ୍କ ସ୍ୱନିର୍ବାଚିତ ଭିନ୍ନସ୍ୱାଦର ଗଳ୍ପ
- ପ୍ରେମର ଅନ୍ୱେଷଣରେ ଗୋଟିଏ ତରୁଣୀ (ଉପନ୍ୟାସ) ୧୯୫୯
- ଅପରାହ୍ନର ଛାୟା (ଉପନ୍ୟାସ) ୧୯୭୦, ୧୯୯୮
- ସଂଳାପ : ନିର୍ଜ୍ଜନତାର (ଉପନ୍ୟାସ) ୧୯୯୦
- ମାୟାବିନୀ ମଞ୍ଚ (ଉପନ୍ୟାସ)
- ଏ ରାତ୍ରି ମାୟାବିନୀ ୧୯୯୫
- ମଞ୍ଚକନ୍ୟାର କାହାଣୀ (ଉପନ୍ୟାସ) ୧୯୬୫, ୧୯୬୮
- ଇସ୍ପାତ (ଅନୁବାଦ ଉପନ୍ୟାସ) ମୂଳ : ନିକୋଲାଇ ଅଷ୍ଟ୍ରୋଭସ୍କି 'How the Steel was Tempered'
- ଲାଲ୍ ଅଝାଲ୍ (ଅନୁବାଦ କିଶୋର ଉପନ୍ୟାସ) ୧୯୯୨
- ମାର୍କ୍ସବାଦୀ ସାହିତ୍ୟ ତତ୍ତ୍ୱ (ସମାଲୋଚନା) ୧୯୮୦
- ଜାତୀୟ ଶିକ୍ଷାନୀତି : ୧୯୮୬
- ଶିକ୍ଷାର ଅନେକ ସମସ୍ୟା
- ଶିକ୍ଷାର କେତେକ ସମସ୍ୟା
- ଶିକ୍ଷାର କେତେକ ବ୍ୟଥା
- ଆସିଛି ମୁଁ ଆସିଛି (ଅନନ୍ତ ପଟ୍ଟନାୟକଙ୍କ ଜୀବନୀ)
- ଶିକ୍ଷାର ସ୍ଥିତି ଓ ଦୁଃସ୍ଥିତି
- ଶିକ୍ଷାର ଅଧିକାର
- ଦୁନିଆଁର ଚଲାପଥରୁ ସାଉଁଟା ମଣିମାଣିକ୍ୟ (ଆତ୍ମଜୀବନୀ)
- ହିରୋସୀମା ନାଗାସାକୀ ଆଉ ନୁହେଁ ଆଉ ନୁହେଁ
- ଶିକ୍ଷା ବଞ୍ଚାଅ : ଓଡ଼ିଶା ବଞ୍ଚାଅ (୩ଖଣ୍ଡ)
- ସତ କହି ପଛେ ମଲେ ମରିବି
- ଶିକ୍ଷା ବ୍ୟବସ୍ଥା ଠିକ୍ ଚାଲିଛି ତ !
- ଟଲଷ୍ଟୟଙ୍କ ଶିଶୁ କାହାଣୀ
- ଧର୍ମ ନିରପେକ୍ଷ ଭାରତ ପ୍ରତି ବିପଦ (ଅନୁବାଦ) ୧୯୯୯, ମୂଳ ଇଂରାଜୀ: ଅମର୍ତ୍ତ୍ୟ ସେନ୍, ଯୁଗ୍ମ ଅନୁବାଦକ - ନୀଳମଣି ସାହୁ
- ଗଣ ସଙ୍ଗ୍ରାମର ମହାନାୟକ ପ୍ରାଣନାଥ
- କୋଟି ପ୍ରାଣର ମଣିଷ ପ୍ରାଣନାଥ ୨୦୧୪
ସମ୍ପାଦନା
- ପ୍ରାଣନାଥ ସ୍ମରଣେ
- ଭଗବତୀ ସ୍ମରଣେ ୨୦୦୮
- ବିଂଶ ଶତାବ୍ଦୀର କବିତା
- କବିତା କାଳଜୟୀ
- ସ୍ୱାଧିନତା ସଂଗ୍ରାମୀ କମ୍ରେଡ୍ ନନ୍ଦକିଶୋର ପଟ୍ଟନାୟକଙ୍କ ରଚନା ସମ୍ଭାର
- ଧୂଳି ମୁଠାଏ ୧୯୮୦[୬]
ପୁରସ୍କାର
- ୧୯୭୭ : ସୋଭିଏତ୍ ଲ୍ୟାଣ୍ଡ ନେହରୁ ପୁରସ୍କାର 'ଇସ୍ପାତ' ପାଇଁ
ଆଧାର
[ସମ୍ପାଦନା]- ↑ https://orissamatters.com/2013/11/08/prof-abani-baral-passes-away/
- ↑ "Prof Abani Baral passes away". ଷ୍ଟେଟ୍ସମ୍ୟାନ. Retrieved 18 November 2013.
- ↑ http://www.thehindu.com/todays-paper/tp-national/abani-boral-passes-away/article5332478.ece
- ↑ Final Report: World Conference on Education for All, Meeting Basic Learning Needs, 5-9 March 1990, Jomtien, Thailand. Inter-Agency Commission, WCEFA. 1990.
- ↑ ସମାଜ, ପୃଷ୍ଠା-୧, ଶୁକ୍ରବାର ୮ନଭେମ୍ବର ୨୦୧୩
- ↑ https://odiabibhaba.in/