ଗୋପୀନାଥ ମହାପାତ୍ର
ଗୋପୀନାଥ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବୀରନରସିଂହପୁର ଶାସନ, ପୁରୀ | ୧ ଜାନୁଆରୀ ୧୯୪୪
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶୈଳୀ | ସମାଲୋଚନା ସାହିତ୍ୟ |
ସାହିତ୍ୟ କୃତି | ଶ୍ରୀଜଗନ୍ନାଥ ତତ୍ତ୍ୱ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ |
ଗୋପୀନାଥ ମହାପାତ୍ର (ଜନ୍ମ ୧ ଜାନୁଆରୀ ୧୯୪୪) ଓଡ଼ିଆ ଭାଷୀ ଗବେଷକ, ସଂସ୍କୃତଜ୍ଞ, ଅନୁବାଦକ ଓ ସମାଲୋଚକ । ସେ ୧୯୯୦ ମସିହାରେ ଶ୍ରୀଜଗନ୍ନାଥ ତତ୍ତ୍ୱ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଗୋପୀନାଥ ମହାପାତ୍ର ୧୯୪୪ ମସିହା ଜାନୁଆରୀ ୧ ତାରିଖରେ ପୁରୀ ଜିଲ୍ଲାର ବୀରନରସିଂହପୁର ଶାସନ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ସଂସ୍କୃତରେ ସ୍ନାତକୋତ୍ତର, "The Land of Vishnu : A Study on Jagannath Cult" ଶୀର୍ଷକ ଇଂରାଜୀ ନିବନ୍ଧ ଉପସ୍ଥାପନ କରି ଜବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି ଉପାଧି ଲାଭ କରିଥିଲେ । ଅଧ୍ୟାପକ ଭାବେ ସେ ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ କରିବା ସହ ପଣ୍ଡିତ ପ୍ରବୋଧ କୁମାର ମିଶ୍ରଙ୍କ ସହିତ ମିଶି ଓଡ଼ିଶାରେ ସଂସ୍କୃତକୁ ଲୋକପ୍ରିୟ କରିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗରୁ ଅବସର ନେଇ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ମଣ୍ଡନ କରିଥିଲେ ।[୨][୩]
ଗୋପୀନାଥ ଉଭୟ ସଂସ୍କୃତ, ଓଡ଼ିଆ ଓ ଇଂରାଜୀରେ ଲେଖିଛନ୍ତି । ପ୍ରକାଶିତ ପୁସ୍ତକ ବ୍ୟତୀତ ଅଭିଜ୍ଞାନ ଶାକୁନ୍ତଳଂ ଅନୁବାଦ ଗ୍ରନ୍ଥର "ମୁଖାଳଙ୍କାର-ଶ୍ଳୋକାବଳୀ" ଓ ଓଡ଼ିଶାରେ ସଂସ୍କୃତ ଚର୍ଚ୍ଚାର ପରମ୍ପରା ଗ୍ରନ୍ଥରେ ସନ୍ନିବେଶିତ "ଆଧୁନିକ ଓଡ଼ିଶାରେ ସଂସ୍କୃତ ଚର୍ଚ୍ଚା" (ପୃଷ୍ଠା ୧୫୯-୨୩୨) ତାଙ୍କର ଦୁଇଟି ଜଣାଶୁଣା ଆଲୋଚନା । ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତି ସମ୍ପର୍କରେ ତାଙ୍କର ବ୍ୟାପକ ଆଲୋଚନା ବେଶ୍ ଉଲ୍ଲେଖନୀୟ ।[୪]
ରଚନାବଳୀ
[ସମ୍ପାଦନା]ସଂସ୍କୃତ
[ସମ୍ପାଦନା]- କାଳିଦାସାଷ୍ଟକ
- ଜଗନ୍ନାଥାଷ୍ଟକ
- ଦୀନବନ୍ଧ୍ୱାଷ୍ଟକ
ସମାଲୋଚନା
[ସମ୍ପାଦନା]- କାଳିଦାସ କବିତାର ରସ ମାଧୁରୀ
- ସଂସ୍କୃତ ସାହିତ୍ୟର ଇତିହାସ
- ସଂସ୍କୃତ ଓ ଭାରତୀୟ ସଂସ୍କୃତି
- ଶ୍ରୀଜଗନ୍ନାଥ ତତ୍ତ୍ୱ
ଅନୁବାଦ
[ସମ୍ପାଦନା]- ମେଘଦୂତ
- ଅଭିଜ୍ଞାନ ଶାକୁନ୍ତଳମ୍
- ବେତାଳ ପଞ୍ଚବିଂଶତି
- ସ୍ୱପ୍ନବାସବଦତ୍ତମ୍
- ଚାରୁଦତ୍ତମ୍
- ଦଶକୁମାର ଚରିତମ୍
ଇଂରାଜୀ
[ସମ୍ପାଦନା]- The Land of Vishnu: A Study on Jagannath Cult
- Jagannath in the History and Religious Traditions of Orissa
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ୧୯୯୦ ('ଶ୍ରୀଜଗନ୍ନାଥ ତତ୍ତ୍ୱ' ପାଇଁ)
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award5.php
- ↑ ମିଶ୍ର, ସୁରେନ୍ଦ୍ର କୁମାର, ଡଃ (୨୦୨୩). ଓଡ଼ିଶାର ପାଣ୍ଡିତ୍ୟ ପରମ୍ପରା. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୧୬୬-୬୭. ISBN 978-93-92171-14-7.
{{cite book}}
: CS1 maint: multiple names: authors list (link) - ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୦୪, ୮୭୩. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୫୨-୫୩. ISBN 81-903352-1-9.