କରୋନାରୀ ଭାସୋସ୍ପାଜ୍ମ
Prinzmetal angina, variant angina, coronary artery spasm, vasospastic angina[୧] | |
ଫାଇଲ:PMC4353950 gr1.png | |
ବିଭାଗ | Cardiology |
---|---|
ଲକ୍ଷଣ | Chest pain not related to exercise; may be variable[୨] |
ଆକ୍ରାନ୍ତ ସମୟ | Early hours of the morning[୧] |
କାରଣ | Smoking, genetics[୧] |
ବିପଦ କାରକ | Stimulants, psychological stress, alcohol, anaphylaxis, certain types of chemotherapy[୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Normal coronary arteries on cardiac catheterization, coronary reactivity testing[୧] |
ଚିକିତ୍ସା | Calcium channel blockers, nitrates, statin, ACE inhibitors, implantable cardioverter defibrillator[୧] |
ପୁନଃପୌନିକ | 2.5% to 15% of heart related chest pain[୧] |
କରୋନାରୀ ଭାସୋସ୍ପାଜ୍ମ, ଯାହା ପ୍ରିନ୍ଜମେଟାଲ୍ ଆଞ୍ଜିନା ଭାବରେ ମଧ୍ୟ ଜଣାଶୁଣା, ରୋଗରେ ରକ୍ତନଳୀ ସଙ୍କୋଚନ କାରଣରୁ କରୋନାରୀ ଧମନୀର ଏକ ଅସ୍ଥାୟୀ ଭାବରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଅବରୋଧ ହୁଏ ।[୧] [୨] ଲକ୍ଷଣଗୁଡ଼ିକ ପ୍ରାୟତ ଛାତି ଯନ୍ତ୍ରଣା ବ୍ୟାୟାମ ସହିତ ଜଡିତ ନୁହେଁ ।[୨] ଆରମ୍ଭ ସାଧାରଣତ ପ୍ରଭାତରେ ହୋଇଥାଏ ଏବଂ ଜଣେ ବ୍ୟକ୍ତିଙ୍କୁ ନିଦରୁ ଜାଗ୍ରତ କରିପାରେ ।[୧] ଲକ୍ଷଣଗୁଡ଼ିକ ପରିବର୍ତ୍ତନଶୀଳ ହୋଇପାରେ | [୨] ଜଟିଳତାରେ ଆରିଥମିଆ ଏବଂ ହଠାତ୍ ହୃଦ୍ରୋଗକୁ ଅନ୍ତର୍ଭୁକ୍ତ ହୋଇପାରେ ।[୧]
ବିପଦ କାରକଣଗୁଡିକ ଧୂମପାନ ଅନ୍ତର୍ଭୁକ୍ତ ହୁଏ ।[୧] ଟ୍ରିଗରରେ ଉତ୍ତେଜକ ପଦାର୍ଥ ଅନ୍ତର୍ଭୂକ୍ତ କରାଯାଇପାରେ ଯେପରିକି କୋକେନ୍, ମାନସିକ ଚାପ, ମଦ୍ୟପାନର କିଛି ଘଣ୍ଟା ପରେ, ଆନାଫାଇଲକସିସ୍ ଏବଂ କେତେକ ପ୍ରକାରର କେମୋଥେରାପି ।[୧] [୨] ଆକ୍ରମଣ ସମୟରେ ଇସିଜିରେ ପ୍ରାୟତ ଏସଟି ଉଚ୍ଚ ଦେଖାଯାଏ, ଯାହା ନାଇଟ୍ରୋଗ୍ଲେସିରିନ୍ ଔଷଧ ଦେଇ ଚିକିତ୍ସା କରାଯାଏ ।[୨] ହୃଦ୍ କ୍ୟାଥେରାଇଜେସନ୍ ଉପରେ ସାଧାରଣ କରୋନାରୀ ଧମନୀଦ୍ୱାରା ରୋଗ ନିର୍ଣ୍ଣୟ ସମର୍ଥିତ ଏବଂ କରୋନାରୀ ରିଆକ୍ଟିଭିଟି ପରୀକ୍ଷଣଦ୍ୱାରା ନିଶ୍ଚିତ କରାଯାଇଥାଏ | [୧]
ଚିକିତ୍ସାରେ କ୍ୟାଲସିୟମ ଚ୍ୟାନେଲ ବ୍ଲକର ଯେପରିକି ଡିଲ୍ଟିଆଜେମ, ଏବଂ ନାଇଟ୍ରେଟ୍ସ ଯେପରିକି ନାଇଟ୍ରୋଗ୍ଲେସିରିନ ବ୍ୟବହାର ଅନ୍ତର୍ଭୁକ୍ତ ହୋଇପାରେ ।[୧] ଷ୍ଟାଟିନ୍ ଏବଂ ଏସିଇ ଇନହିବିଟର ମଧ୍ୟ ବ୍ୟବହାର କରାଯାଇପାରେ ।[୧] କେତେକ ଆରିଦମିଆରେ ଏକ ପ୍ରତିରୋପଣ କାର୍ଡିଓଭର୍ଟର ଡିଫିବ୍ରିଲେଟର (ICD) ବ୍ୟବହାର କରାଯାଇପାରେ ।[୧] ବିଟା ବ୍ଲକର୍ ଏବଂ ଆସ୍ପିରିନ୍ ସାଧାରଣତଃ ବ୍ୟବହାର କରାଯାଏ ନାହିଁ | [୧]
କରୋନାରୀ ଛାତି ଯନ୍ତ୍ରଣାର ୨.୫%ରୁ ୧୫% ଭାଗ ଭାସୋସ୍ପାଜ୍ମ ଯୋଗୁ ହେଉଥିବା ଅନୁମାନ କରାଯାଏ ।[୧] ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଅଧିକ ପ୍ରଭାବିତ କରିଥାଏ ।[୧] ପୂର୍ବ ଏସିଆର ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] ଏହାକୁ ପ୍ରଥମେ ୧୯୫୯ରେ ମାଇରନ୍ ପ୍ରିଞ୍ଜମେଟାଲ୍ ବର୍ଣ୍ଣନା କରିଥିଲେ ଯିଏ ଏହାକୁ ଭାରିଆଣ୍ଟ ଆଞ୍ଜିନା ନାମ ଦେଇଥିଲେ ।[୧] [୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Jewulski, J; Khanal, S; Dahal, K (26 September 2021). "Coronary vasospasm: A narrative review". World journal of cardiology. 13 (9): 456–463. doi:10.4330/wjc.v13.i9.456. PMID 34621490.
{{cite journal}}
: CS1 maint: unflagged free DOI (link) - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Song, JK (September 2018). "Coronary Artery Vasospasm". Korean circulation journal. 48 (9): 767–777. doi:10.4070/kcj.2018.0251. PMID 30146803.
- ↑ Prinzmetal, Myron; Kennamer, Rexford; Merliss, Reuben; Wada, Takashi; Bor, Naci (September 1959). "Angina pectoris I. A variant form of angina pectoris". The American Journal of Medicine. 27 (3): 375–388. doi:10.1016/0002-9343(59)90003-8. ISSN 0002-9343. PMID 14434946. Archived from the original on 2022-01-11. Retrieved 2021-06-21.