Jump to content

Topic on ଉଇକିପିଡ଼ିଆ:ଆଲୋଚନା ସଭା

Ssgapu22 (ଆଲୋଚନାଅବଦାନ)

ସଭିଙ୍କୁ ଶୁଭେଚ୍ଛା । ଯଦିଓ ଭାରତୀୟ ସାଧାରଣ ନିର୍ବାଚନ, ୨୦୨୪ ଓ ଓଡ଼ିଶା ବିଧାନ ସଭା ନିର୍ବାଚନର ଫଳାଫଳ ଘୋଷଣା ୪ ତାରିଖରୁ ସରିଲାଣି, ଏହି ଗଣ-ସମ୍ପାଦନା ପାଇଁ ଟିକେ ବିଳମ୍ବ ହେଇଗଲାଣି । ମୁଁ ମୋର ବ୍ୟକ୍ତିଗତ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଏ ବିଷୟରେ ପ୍ରସ୍ତାବଟିଏ ଦେଇପାରିନାହିଁ । ତଥାପି ନିର୍ବାଚନ ଫଳଫଳ ବିଷୟରେ ଉଭୟ ଉଇକିପିଡ଼ିଆ ଓ ଉଇକିଡାଟାରେ ଅଦ୍ୟତନ କରାଯିବ, ତେଣୁ ଏହାକୁ ଏକ କ୍ଷୁଦ୍ର ଗଣ-ସମ୍ପାଦନା (ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪) ଭାବରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଉଛି । ଏ ବାବଦରେ ଆପଣଙ୍କର ମତାମତ ଅପେକ୍ଷାରେ ରହିଲି । ହଁ, ଏଥିରେ ନୂଆ ପ୍ରସଙ୍ଗ ଗଢ଼ିବା ଉପରେ ଗୁରୁତ ନୁହେଁ, ଫଳାଫଳକୁ ସବୁ ବିଧାୟକଙ୍କ ପୃଷ୍ଠାରେ ଅଦ୍ୟତନ କରିବା ସହିତ ସମ୍ପୃକ୍ତ ବିଧାନ ସଭା ବା ଲୋକ ଲୋକସଭା ମଣ୍ଡଳୀଗୁଡ଼ିକରେ ମଧ୍ୟ ଅଦତ୍ୟନ କରାଯିବ । ଏହା ବ୍ୟତୀତ ଉଇକିଡାଟାରେ ମଧ୍ୟ ଅଦ୍ୟତନ କରାଯିବ ।

ଧନ୍ୟବାଦ ।

cc @Psubhashish @MKar @Hellohappy

MKar (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ, ଗଣ-ସମ୍ପାଦନା କରାଯିବା ଉଚିତ ହେବ । ମୁଁ ଯଥାସମ୍ଭବ ଲେଖିବି ।

Psubhashish (ଆଲୋଚନାଅବଦାନ)

ଭଲ ହେବ ଉଇକିପିଡ଼ିଆର ପାଠକୀୟତା ବଢ଼ାଇବା ପାଇଁ ।

Jnanaranjan sahu (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ ।

Ssgapu22 (ଆଲୋଚନାଅବଦାନ)
Indian General Election Edit-a-thon

ଏହି ଗଣ-ସମ୍ପାଦନାଟି ଆରମ୍ଭ ହୋଇସାରିଛି, ସଭିଙ୍କୁ ଯୋଗ ଦେବାକୁ ଅନୁରୋଧ ରହିଲା ।

Ssgapu22 (ଆଲୋଚନାଅବଦାନ)

ଏହି ଗଣ-ସମ୍ପାଦନାଟିର ସମୟସୀମା ଯଦିଓ ଅଧିକ (୨୦ ଦିନ) ରଖାଯାଇଥିଲା, କିନ୍ତୁ ସ୍ୱଳ୍ପ ସଂଖ୍ୟକ ବ୍ୟବହାରକାରୀ ଓ ସମୟ ଅନୁପଯୋଗୀ ହେବା ଯୋଗୁଁ, ଆଶା ଅନୁସାରେ କାମ ହୋଇପାରୁନାହିଁ, ତେଣୁ ଗଣ-ସମ୍ପାଦନାଟିକୁ ଆଉ କିଛି ଘୁଞ୍ଚାଇବାକୁ ମୁଁ ମତ ରଖୁଛି ।


ଏଠାରେ, କିମ୍ବା ଗଣ-ସମ୍ପାଦନାଟିର ଆଲୋଚନା ପୃଷ୍ଠାରେ ସଭିଏଁ ମତ ରଖିବାକୁ ଅନୁରୋଧ ।

"ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪ ଆୟୋଜନ ବାବଦରେ"ଙ୍କୁ ଉତ୍ତର