ବିଜୟ ଚକ୍ରବର୍ତ୍ତୀ
ଶ୍ରୀମତୀ ବିଜୟା ଚକ୍ରବର୍ତ୍ତୀ | |
---|---|
ସାଂସଦ, ଲୋକ ସଭା | |
କାର୍ଯ୍ୟକାଳ ୧୬ ମଇ ୨୦୦୯ – ୨୩ ମଇ ୨୦୧୯ | |
ପୂର୍ବ ଅଧିକାରୀ | କିରିପ ଚଲିହା |
ପର ଅଧିକାରୀ | କୁଇନ ଓଜା |
କାର୍ଯ୍ୟକାଳ ୧୩ ମଇ ୧୯୯୯ – ୧୩ ମଇ ୨୦୦୪ | |
ପୂର୍ବ ଅଧିକାରୀ | ଭୁବନେଶ୍ୱର କଳିତା |
ପର ଅଧିକାରୀ | କିରିପ ଚାଲିହା |
ନିର୍ବାଚନ ମଣ୍ଡଳୀ | ଗୁଆହାଟି |
କେନ୍ଦ୍ର ଜଳ ମନ୍ତ୍ରୀ ଜଳ ସମ୍ପଦ, ଭାରତ ସରକାର | |
କାର୍ଯ୍ୟକାଳ ୧୩ ମଇ ୧୯୯୯ – ୧୩ ମଇ ୨୦୦୪ | |
ପ୍ରଧାନ ମନ୍ତ୍ରୀ | ଅଟଳ ବିହାରୀ ବାଜପେୟୀ |
ସାଂସଦ, ରାଜ୍ୟସଭା | |
କାର୍ଯ୍ୟକାଳ ୧୯୮୬ – ୧୯୯୨ | |
ନିର୍ବାଚନ ମଣ୍ଡଳୀ | ଆସାମ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ବାଲିଗାଓଁ, ଜୋରହାଟ, ଆସାମ, ଭାରତ | ୭ ଅକ୍ଟୋବର ୧୯୩୯
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଆସୋମ ଗଣ ପରିଷଦ] |
ଜୀବନ ସାଥୀ |
ଜିତେନ ଚକ୍ରବର୍ତ୍ତୀ (m. ୧୯୬୫) |
ସନ୍ତାନ | ୨ (ସୁମନ, ହରିପ୍ରିୟା) |
ଘର | ଗୁଆହାଟି |
ଶିକ୍ଷାନୁଷ୍ଠାନ | ଗୁଆହାଟି ବିଶ୍ୱବିଦ୍ୟାଳୟ (M.A), ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ |
ୱେବସାଇଟ | Profile |
ବିଜୟା ଚକ୍ରବର୍ତ୍ତୀ (ଜନ୍ମ: ୭ ଅକ୍ଟୋବର ୧୯୩୯), ଭାରତୀୟ ଜନତା ପାର୍ଟିର ଜଣେ ଭାରତୀୟ ରାଜନେତା ଅଟନ୍ତି ।[୧] ସେ ୨୦୦୯ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଏବଂ ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଗୁଆହାଟିରୁ ଲୋକ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୯୯ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଥିଲେ । ସେ ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ "ଆସୋମ ଗଣ ପରିଷଦ"ର ସଦସ୍ୟ ଭାବରେ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । ସେ ଭାରତୀୟ ଜନତା ଦଳର ପ୍ରଥମ ସଦସ୍ୟ ଥିଲେ । ତାଙ୍କୁ ୨୦୨୧ ମସିହାରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା ।[୨][୩][୪]
ପୃଷ୍ଠଭୂମି
[ସମ୍ପାଦନା]ବିଜୋୟା ଜନତା ପାର୍ଟିରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଆଞ୍ଚଳିକ ଆସୋମ ଗଣ ପରିଷଦରେ ଯୋଗ ଦେଇଥିଲେ ଏବଂ ୧୯୮୬ରୁ ୧୯୯୨ ପର୍ଯ୍ୟନ୍ତ ରାଜ୍ୟସଭାରେ କାର୍ଯ୍ୟ କରିଥିଲେ । ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
ସେ ୧୩ତମ ଲୋକ ସଭାରେ ଗୁଆହାଟିର ପ୍ରତିନିଧିତ୍ୱ କରିଥିଲେ । ୧୯୯୯ ମସିହାରେ ପ୍ରଥମ ଥର ପାଇଁ ସେ ବିଜେପି ପାଇଁ ଏହି ଆସନ ଜିତିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରିମିୟର୍ସିପ ଅଧୀନରେ ସେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଚକ୍ରବର୍ତ୍ତୀଙ୍କ ଜନ୍ମ ୭ ଅକ୍ଟୋବର ୧୯୩୯ ମସିହାରେ ଆସାମର ଜୋରହଟା ଜିଲ୍ଲା ବାଲିଗାଁ ଗ୍ରାମରେ ହୋଇଥିଲା । ସେ ଗୁଆହାଟି ବିଶ୍ୱବିଦ୍ୟାଳୟ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିବା ସହିତ ଇଂରାଜୀ ଭାଷାରେ ଏମ.ଏ କରିଥିଲେ । ସେ ୧ ଜୁନ ୧୯୬୫ ମସିହାରେ ଜିତେନ ଚକ୍ରବର୍ତ୍ତୀଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।
ତାଙ୍କ ଝିଅ ସୁମନ ହରିପ୍ରିୟା ୨୦୧୬ ମସିହାରେ ହାଜୋ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଆସାମ ବିଧାନ ସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ ।[୫][୬] ତାଙ୍କ ପୁଅ ରଣଜିତ ଚକ୍ରବର୍ତ୍ତୀଙ୍କ ମଇ ୨୦୧୭ ମସିହାରେ ମାତ୍ର ୪୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲ ।[୭]
ପଦବୀଗୁଡିକ
[ସମ୍ପାଦନା]- ୧୯୭୭–୧୯୭୯ ଜିଲ୍ଲା ସଚିବ, ଭାରତୀୟ ଜନତା ପାର୍ଟି, ମଙ୍ଗଲଡୋଇ (ଆସାମ)
- ୧୯୮୬–୧୯୯୨ ସଂସଦର ସଦସ୍ୟ, ଆସୋମ ଗଣ ପରିଷଦର ରାଜ୍ୟସଭା
- ୧୯୯୯–୨୦୦୪ ସଂସଦର ସଦସ୍ୟ, ଲୋକ ସଭା ଗୁଆହାଟି (ଆସାମ)
- ୧୯୯୯–୨୦୦୪ ଜଳ ସମ୍ପଦ ପାଇଁ କେନ୍ଦ୍ର ରାଜ୍ୟ ମନ୍ତ୍ରୀ
- ୨୦୦୭ - ବର୍ତ୍ତମାନର ଜାତୀୟ ଉପ-ରାଷ୍ଟ୍ରପତି, ଭାରତୀୟ ଜନତା ପାର୍ଟି
ଆଧାର
[ସମ୍ପାଦନା]- ↑ "Chakravarty, Smt. Bijoya". Archived from the original on 1 June 2013. Retrieved 7 January 2013.
- ↑ "Padma Awards 2021 announced". Ministry of Home Affairs. Retrieved 26 January 2021.
- ↑ "Shinzo Abe, Tarun Gogoi, Ram Vilas Paswan among Padma Award winners: Complete list". The Times of India. 25 January 2021. Retrieved 25 January 2021.
- ↑ "Padma Bhushan for Tarun Gogoi". Assam Tribune. 25 January 2021. Retrieved 26 January 2021.
- ↑ "Exclusive: Cabinet Portfolio Names for BJP-led Govt in Assam". TheQuint (in ଇଂରାଜୀ). 21 May 2016. Retrieved 26 January 2021.
- ↑ "Fathers & sons, husbands & wives and a mother in place of daughter, all in one Congress poll family". The Indian Express (in ଇଂରାଜୀ). 18 March 2016. Retrieved 26 January 2021.
- ↑ "Bijoya Chakravarty bereaved". Assam Tribune. Archived from the original on 10 January 2018. Retrieved 22 April 2019.