ସୀତାକାନ୍ତ ମହାପାତ୍ର (ରାଜନେତା)
ଦେଖଣା
ସୀତାକାନ୍ତ ମହାପାତ୍ର | |
---|---|
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ଅମର ପ୍ରସାଦ ଶତପଥୀ |
ପର ଅଧିକାରୀ | ଅମର ପ୍ରସାଦ ଶପତଥୀ |
ନିର୍ବାଚନ ମଣ୍ଡଳୀ | ବଡ଼ଚଣା |
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ମାନଗୋବିନ୍ଦ ସାମଲ |
ପର ଅଧିକାରୀ | ଅମର ପ୍ରସାଦ ଶପତଥୀ |
ନିର୍ବାଚନ ମଣ୍ଡଳୀ | ବଡ଼ଚଣା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୩ ଅକ୍ଟୋବର ୧୯୪୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ) |
ଜୀବନ ସାଥୀ | ବାସନ୍ତି ମହାପାତ୍ର |
ବାପା/ବୋଉ | ବାସୁଦେବ ମହାପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସୀତାକାନ୍ତ ମହାପାତ୍ର (ଜନ୍ମ: ୨୩ ଅକ୍ଟୋବର ୧୯୪୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୧୯୮୦, ୧୯୮୫ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଡ଼ଚଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୀତାକାନ୍ତ ମହାପାତ୍ର ୧୯୪୩ ମସିହାର ଅକ୍ଟୋବର ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବାସୁଦେବ ମହାପାତ୍ର ଓ ପତ୍ନୀଙ୍କ ନାମ ବାସନ୍ତି ମହାପାତ୍ର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସୀତାକାନ୍ତ ମହାପାତ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।[୧] ୭ ଡିସେମ୍ବର ୧୯୮୯ରୁ ୩ ମାର୍ଚ୍ଚ ୧୯୯୦ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ବଡ଼ଚଣା | କଂଗ୍ରେସ (ଇ) |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | ବଡ଼ଚଣା | ଭାରତୀୟ ଜାତୀୟ କଂଗ୍ରେସ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ବଡ଼ଚଣା | ଭାରତୀୟ ଜାତୀୟ କଂଗ୍ରେସ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Sitakanta Mohapatra". odishaassembly.nic.in. Odisha Assembly. Retrieved 4 August 2022.