ଲୋଏ କ୍ରଥୋଂଗ

ଉଇକିପିଡ଼ିଆ‌ରୁ
ଲୋଏ କ୍ରଥୋଂଗ
ଚିଆଂଗ ମାଇରେ ଏକ କ୍ରଥୋଂଗ ଭସାଣ
ନାମଲୋଏ କ୍ରଥୋଂଗ[୧]
ପାଳନକାରୀଥାଇଲାଣ୍ଡ, ଲାଓସ (ବୌନ୍ ଥାଟ୍ ଲୁଆଂଗ ଭାବେ ପାଳିତ), ଉତ୍ତର ମାଲେସିଆ, ବ୍ରହ୍ମଦେଶର ଶାନ ପ୍ରଦେଶ ଓ ଚୀନର ଜିଶୁଆଂଗବାନ୍ନା
ବ୍ରହ୍ମଦେଶ (ତାଜୌଂଗଡାଇନ୍ ଉତ୍ସବ ଭାବେ ପାଳିତ), ଶ୍ରୀଲଙ୍କା (ପୋୟା ଭାବେ ପାଳିତ), ଚୀନ (ଲାଣ୍ଟର୍ଣ୍ଣ ଫେଷ୍ଟିଭାଲ୍), କମ୍ବୋଡ଼ିଆ (ବୋନ୍ ଓମ୍ ତୌକ୍ ଭାବେ ପାଳିତ)
ପ୍ରକାରଏସୀୟ
ବିଶେଷତାଗଙ୍ଗା ମାତାଙ୍କ ପୂଜା ଓ କ୍ଷମା ପ୍ରାର୍ଥନା ଉଦ୍ଦେଶ୍ୟରେ, ସ୍ୱଗରେ ଥିବା ବୁଦ୍ଧଙ୍କ କେଶ ମନ୍ଦିରର ପୂଜାର୍ଚ୍ଚନା [୨]
ତାରିଖ୧୨ଶ ଥାଇ ମାସର ପୂର୍ଣ୍ଣମୀ ଦିନ
୨୦୨୪ ତାରିଖdate missing (please add)
ପୁନଃପୌନିକତାବାର୍ଷିକ
ସମ୍ପର୍କିତତଜୌଂଗଡାଇନ୍ ଉତ୍ସବ (ବ୍ରହ୍ମଦେଶ), ପୋୟା (ଶ୍ରୀଲଙ୍କା), ଲାଣ୍ଟର୍ଣ୍ଣ୍ ଫେଷ୍ଟିଭାଲ୍ (ଚୀନ), ବୋନ୍ ଓମ୍ ଟୌକ୍ (କମ୍ବୋଡ଼ିଆ)

ଲୋଏ କ୍ରଥୋଂଗ (ଇଂରାଜୀରେ Loi Krathong, ଥାଇ ଭାଷାରେ ลอยกระทง, ବିବିଧ ଉଚ୍ଚାରଣ - ଲୋଏ କ୍ରଥୋଂଗ, ଲୋଇ କ୍ରଥୋଂଗ, ଲୋଏ ଗ୍ରତୋଂଗ, ଇତ୍ୟାଦି) ସିଆମ୍‍ର ଏକ ଉତ୍ସବ । ଥାଇଲାଣ୍ଡର ପ୍ରାୟ ସମସ୍ତ ସ୍ଥାନରେ ଏହି ଉତ୍ସବ ପ୍ରତିବର୍ଷ ପାଳିତ ହୋଇଥାଏ । ଥାଇ ସଂସ୍କୃତିର ପ୍ରଭାବ ରହିଥିବା ଲାଓସ, ଶାନ ରାଜ୍ୟ, ମୋନ ରାଜ୍ୟ, ତନିନ୍ଥାରି, କେଲାନ୍ତନ, କେଦାଃ ଓ ଜିଶୁଆଂଗବାନ୍ନା ପ୍ରଭୃତି ଅଞ୍ଚଳରେ ମଧ୍ୟ ଏହି ଉତ୍ସବ ପାଳିତ ହୋଇଥାଏ । ଏହି ଉତ୍ସବର ନାମର ଅର୍ଥ ହେଲା ଡଙ୍ଗା ବା ଦୀପ ଭସାଇବା । ଏହି ଉତ୍ସବ ନଦୀରେ ଭାସିପାରୁଥିବା ସୁସଜ୍ଜିତ ଝୁଡ଼ି ବା କ୍ରଥୋଂଗ ନିର୍ମାଣ କରିବା ପରମ୍ପରାର ପ୍ରତିଫଳନ । ବହୁ ଥାଇ ଅଧିବାସୀ ଏହି ଉତ୍ସବରେ ହିନ୍ଦୁ ଦେବୀ ଫ୍ରା ମାଏ ଖୋଂଗ୍‍ଖା (ଥାଇ ଭାଷାରେ พระแม่คงคา)ଙ୍କୁ ଧନ୍ୟବାଦ ଅର୍ପଣ ସ୍ୱରୂପ ପୂଜା କରିଥାନ୍ତି । ଖୋଂଗ୍‍ଖା ନାମଟି ଉତ୍ତର ଭାରତରେ ପ୍ରବାହିତ ଗଙ୍ଗା ନଦୀଙ୍କ ଥାଇ ନାମ । ତେଣୁ ଏହି ପର୍ବର ଉତ୍ସ ଭାରତରୁ ବୋଲି ମଧ୍ୟ କୁହାଯାଇପାରେ ।[୩]

ପାରମ୍ପରିକ ଥାଇ ଚନ୍ଦ୍ର ପଞ୍ଜିକାର ଦ୍ୱାଦଶ ମାସର ପୂର୍ଣ୍ଣିମା ଦିନ ଲୋଏ କ୍ରଥୋଂଗ ପାଳିତ ହୁଏ । ତେଣୁ ପ୍ରତିବର୍ଷ ଏହି ପର୍ବର ତାରିଖ ବଦଳୁଥାଏ । ପାଶ୍ଚାତ୍ୟ କ୍ୟାଲେଣ୍ଡର ଅନୁସାରେ ଏହି ପର୍ବ ପ୍ରାୟତଃ ନଭେମ୍ବର ମାସରେ ପାଳିତ ହୋଇଥାଏ । ଚିଆଂଗ ମାଇରେ ଏହି ପର୍ବ ୩ ଦିନ ଧରି ପାଳିତ ହୁଏ । ୨୦୧୮ ମସିହାରେ ନଭେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ଚିଆଂଗ ମାଇରେ ଲୋଏ କ୍ରଥୋଂଗ ପାଳିତ ହୋଇଥିଲା ।

ଥାଇଲାଣ୍ଡରେ ଲୋଏ କ୍ରଥୋଂଗ ରୂପେ ପରିଚିତ ଏହି ଉତ୍ସବ ଅନ୍ୟ ଦେଶମାନଙ୍କରେ ଭିନ୍ନ ନାମରେ ପାଳିତ ହୋଇଥାଏ । ଯଥା: ବ୍ରହ୍ମଦେଶର ତାଜୌଂଗଡାଇନ ଉତ୍ସବ, ଶ୍ରୀଲଙ୍କାର ପୋୟା, ଚୀନର ଲାଣ୍ଟର୍ଣ୍ଣ ଫେଷ୍ଟିଭାଲ୍ ଓ କମ୍ବୋଡ଼ିଆର ବୋନ୍ ଓମ୍ ଟୌକ୍ ।[୪][୫][୬][୭][୮]

ବର୍ଣ୍ଣନା[ସମ୍ପାଦନା]

କଦଳୀ କାଣ୍ଡ ଓ ପତ୍ରର ବ୍ୟବହାର କରି ଏକ ହସ୍ତ ନିର୍ମିତ କ୍ରଥୋଂଗରେ ପିନ୍ ଲଗାଇ ଓ ଫୁଲ ଗୁନ୍ଥି ସଜାଯାଇଛି
୨୦୦୪ ମସିହାରେ ବ୍ୟାଂକ୍ ସହରରେ ଲୋଏ କ୍ରଥୋଂଗ ଉତ୍ସବ ସମୟରେ ଚାଓ ଫ୍ରାୟା ନଦୀରେ ଭାସମାନ ଓ ଆଲୋକମାଳାରେ ସଜ୍ଜିତ ଡଙ୍ଗା

କ୍ରଥୋଂଗ ହେଉଛି ଏକ କ୍ଷୁଦ୍ରାକାର ଭାସମାନ ପାରମ୍ପରିକ ଝୁଡ଼ି ବା ପାତ୍ର । ଗଛର ପତ୍ର ସହାୟତାରେ ଏହି ଝୁଡ଼ି ସଜାଯାଇଥାଏ ଓ ସେଥିରେ ହୋର୍ମୋକ ନାମକ ଏକ ପାରମ୍ପରିକ ଥାଇ ଖାଦ୍ୟ କିମ୍ବା ମିଠେଇ ରଖି ଭସାଇ ଦିଆଯାଏ । ପରମ୍ପରା ଅନୁସାରେ ଥାଇ ଲୋକେ କଦଳୀ ଗଛର ଗଣ୍ଡିରୁ କିମ୍ବା ଅନ୍ୟ ଗଛର ହାଲୁକା ଗଣ୍ଡିରୁ ତିଆରି କରାଯାଏ । ଆଧୁନିକ ଯୁଗରେ ସୋଲ, ଫୋମ୍, ପାଉଁରୁଟି ଇତ୍ୟାଦିରେ କ୍ରଥୋଂଗ ନିର୍ମିତ ହେଉଛି । ପାଉଁରୁଟି ନିର୍ମିତ କ୍ରଥୋଂଗ କିଛି ଦିନ ପରେ ଆପେ ଭାଙ୍ଗିଯାଏ ଓ ନଦୀରେ ମାଛ ଇତ୍ୟାଦି ଜୀବଙ୍କ ଖାଦ୍ୟ ପାଲଟିଯାଏ । କଦଳୀ ଗଛ କ୍ରଥୋଂଗ ମଧ୍ୟ ପ୍ରାକୃତିକ ଉପାୟରେ ଜୈବ ବିଘଟନ ପ୍ରକ୍ରିୟାର ସମ୍ମୁଖୀନ ହୁଏ । କିନ୍ତୁ ଫୋମ୍, ସୋଲରେ ତିଆରି କ୍ରଥୋଂଗ ଜଳ ସମ୍ପଦକୁ ପ୍ରଦୂଷିତ କରିଥାନ୍ତି । କ୍ରଥୋଂଗକୁ କଦଳୀ ପତ୍ରରେ ଗୁଡ଼ାଇ, ସେଥିରେ ଧୂପକାଠି ଓ ମହମବତୀ ରଖି ତାକୁ ସଜାଯାଏ ।[୯] ନଦୀର ଦେବାଦେବୀ ବା ଭୂତପ୍ରେତଙ୍କୁ ଖୁସି କରିବା ପାଇଁ କିଛି ଲୋକ କ୍ରଥୋଂଗରେ ଏକ ମୁଦ୍ରା ରଖିଦିଅନ୍ତି । ପୂର୍ଣ୍ଣମୀ ଦିନ ରାତିରେ ନିଜ ମନୋବାଞ୍ଛା ପୂରଣ କାମନା କରି ନଦୀ, ପୋଖରୀ, କେନାଲ ଇତ୍ୟାଦିରେ ଏହି କ୍ରଥୋଂଗଗୁଡ଼ିକୁ ଭସାଇ ଦିଅନ୍ତି । ୧୯୪୭ ମସିହାରେ ଚିଆଂଗ ମାଇରେ ଏହି ଡଙ୍ଗା ଭସାଇବା ପ୍ରଥା ଆରମ୍ଭ କରାଯାଇଥିଲା ।[୧୦] ସରକାରୀ କାର୍ଯ୍ୟାଳୟ, ନିଗମ ଓ ଅନ୍ୟ ସଂସ୍ଥାମାନଙ୍କ ତରଫରୁ ବଡ଼ ବଡ଼ କ୍ରଥୋଂଗ ଭସାଯାଏ । କ୍ରଥୋଂଗ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ ଓ ତା’ ସହ ସୌନ୍ଦର୍ଯ୍ୟ ପ୍ରତିଯୋଗିତା, ଆତଶବାଜୀ ମଧ୍ୟ ଆୟୋଜିତ ହୋଇଥାଏ ।

ନାମକରଣ[ସମ୍ପାଦନା]

୧୯୯୯ ମସିହାରେ ପ୍ରକାଶିତ ରାଜକୀୟ ଅନୁଷ୍ଠାନର ଶବ୍ଦକୋଷ ଅନୁଯାୟୀ ଲୋଇ ଶବ୍ଦର ଅର୍ଥ ହେଲା ଭାସିବା । କ୍ରଥୋଂଗ ଶବ୍ଦର ବିଭିନ୍ନ ଅର୍ଥ ରହିଛି ଯେଉଁଥିରୁ ଗୋଟିଏ ହେଉଛି ପତ୍ରରେ ତିଆରି ହୋଇଥିବା ଡଙ୍ଗା ଯାହାକୁ ଲୋଏ କ୍ରଥୋଂଗ ପର୍ବରେ ଭସାଯାଏ । ଥାଇଲାଣ୍ଡର ରୟାଲ୍ ସୋସାଇଟି ଅନୁସାରେ କ୍ରଥୋଂଗ ଶବ୍ଦ ଏକ ପ୍ରାଚୀନ ଚୀନୀ ଶବ୍ଦ ବା (କ୍ରଥୋନ୍)ରୁ ଗୃହୀତ ଯାହାର ଅର୍ଥ ପାରମ୍ପରିକ ନୌକା ବା ଦୀପ ।[୧୧][୧୨][୧୩][୧୪][୧୫][୧୬] ଆଉ ଏକ ମତାନୁସାରେ କ୍ରଥୋଂଗ ଶବ୍ଦଟି କ୍ଷ୍ମେର୍ ଭାଷାର ଶବ୍ଦ କାନ୍ତୋଂଗ (កន្ទោង)ରୁ ମଧ୍ୟ ସୃଷ୍ଟି ହୋଇଥାଇପାରେ ଯାହାର ଅର୍ଥ ମଧ୍ୟ ପାରମ୍ପରିକ ଡଙ୍ଗା ।[୧୭][୧୮][୧୯]

ଚୀନୀ ଜଳ ପ୍ରଦୀପରୁ ଥାଇ କ୍ରଥୋଂଗ ବିକଶିତ ହୋଇଥିବା ସମ୍ଭବପର

ଇତିହାସ[ସମ୍ପାଦନା]

ସୁଖୋଥାଇ ସାମ୍ରାଜ୍ୟ ସମୟରେ ଲୋଏ କ୍ରଥୋଂଗ ପ୍ରଥାର ପ୍ରାରମ୍ଭ ହୋଇଥିବାର ଅନୁମାନ କରାଯାଏ । ସେହି ରାଜ ଦରବାରର ନୋପ୍‍ଫାମାତ ନାମକ ଜନୈକା ରାଣୀଙ୍କଦ୍ୱାରା ଏହି ପ୍ରଥା ଆରମ୍ଭ ହୋଇଥିବା କଥିତ ଅଛି । ପରବର୍ତ୍ତୀ ଗବେଷଣାରୁ ଜଣାପଡ଼ିଲା ଯେ ଏହି ନୋପ୍‍ଫାମାତ ଚରିତ୍ରଟି ପ୍ରାକ୍-ବ୍ୟାଂକକ୍ କାଳର ଏକ କବିତାରୁ ଗୃହୀତ ହୋଇଥିବା ଜଣାପଡ଼ିଛି ।[୨୦] ରାଜା ଚତୁର୍ଥ ରାମଙ୍କ ୧୮୬୩ ମସିହାର ଲେଖାରୁ ଜଣାଯାଏ ଯେ ଥାଇ ବୌଦ୍ଧ ଧର୍ମାବଲମ୍ବୀମାନେ ଏକ ପୁରାତନ ବୈଦିକ ହିନ୍ଦୁ ପର୍ବକୁ ଗ୍ରହଣ କରି ତାହାକୁ ଗୌତମ ବୁଦ୍ଧଙ୍କ ପୂଜା ଉଦ୍ଦେଶ୍ୟରେ ପରିବର୍ତ୍ତିତ କରିଥିଲେ । କ୍ରଥୋଂଗର ମହମବତୀ ଜ୍ଞାନପ୍ରାପ୍ତ କରିଥିବା ବୁଦ୍ଧ ଓ କ୍ରଥୋଂଗ ଭସାଇବା ନିଜ କ୍ରୋଧ, ଈର୍ଷ୍ୟା, ଦ୍ୱେଷ ଓ ଅଶୁଦ୍ଧିକୁ ପରିତ୍ୟାଗ କରିବା ସୂଚୀତ କରେ । କିଛି ଲୋକ ନିଜର ନଖ କାଟି ବା ଚୁଟି ଉପାଡ଼ି କ୍ରଥୋଂଗରେ ରଖି ଭସାଇଦିଅନ୍ତି । ଏହା ସେମାନଙ୍କ ଅତୀତର କିଛି ପାପ ବା ଦୁଶ୍ଚିନ୍ତାକୁ ପରିତ୍ୟାଗ କରିବାର ସାଙ୍କେତିକ ପରିପ୍ରକାଶ । ଆଉ ଅନ୍ୟ କିଛି ଥାଇ କ୍ରଥୋଂଗ ଭସାଇ ଜଳର ଦେବୀ ଫ୍ରା ମାଏ ଖୋଂଗ୍‍ଖାଙ୍କୁ ପୂଜା କରନ୍ତି ଓ ଧନ୍ୟବାଦ ଦିଅନ୍ତି । ଏହି ଦେବୀ ହିନ୍ଦୁ ଧର୍ମର ଦେବୀ ଗଙ୍ଗାଙ୍କ ଥାଇ ରୂପ ।

ଏହି ପର୍ବ ଅବସରରେ ହେଉଥିବା ସୌନ୍ଦର୍ଯ୍ୟ ପ୍ରତିଯୋଗିତାକୁ "ନୋପ୍‍ଫାମାତ ରାଣୀ ପ୍ରତିଯୋଗିତା" କୁହାଯାଏ । କିମ୍ବଦନ୍ତୀ ଅନୁସାରେ ନାଂଗ୍ ନୋପ୍‍ଫାମାତ ବା ନୋପାମାସ୍ ତ୍ରୟୋଦଶ ଶତାବ୍ଦୀ ସମୟରେ ଶାସନ କରୁଥିବା ସୁଖୋଥାଇ ରାଜା ଶ୍ରୀ ଇନ୍ଦ୍ରାଦିତ୍ୟଙ୍କ (ଅନ୍ୟ ନାମ ଫ୍ରା ରୁଆଂଗ) ଜଣେ ରାଣୀ ଥିଲେ । ନୋପ୍‍ଫାମାତ ସର୍ବ ପ୍ରଥମେ ଏକ ସୁସଜ୍ଜିତ ନୌକା ତିଆରି କରି ଜଳରେ ଭସାଇ ଦେଇଥିଲେ ।[୨୧] କିନ୍ତୁ କିଛି ଗବେଷକଙ୍କ ମତରେ ଏହି କାହାଣୀ ଉନବିଂଶ ଶତାବ୍ଦୀରେ ସୃଷ୍ଟି ହୋଇଥିବା ପରି ବୋଧ ହୁଏ । ନାଂଗ୍ ନୋପ୍‍ଫାମାତଙ୍କ ଅସ୍ଥିତ୍ୱ ସମ୍ପର୍କରେ କୌଣସି ଐତିହାସିକ ପ୍ରମାଣ ନାହିଁ । ୧୮୫୦ ମସିହା ସମୟରେ ରାଜା ତୃତୀୟ ରାମଙ୍କ ସାହିତ୍ୟିକ ରଚନାରେ କିନ୍ତୁ ନୋପ୍‍ଫାମାତ ନାମକ ଏକ ଚରିତ୍ର ରହିଥିଲା । ରାଜ କର୍ମଚାରୀ ବା ପ୍ରଶାସନିକ ସେବାରେ ଯୋଗ ଦେବାର ଅଭିଳାଷା ରଖିଥିବା ମହିଳାମାନଙ୍କ ପାଇଁ ସେହି ଚରିତ୍ରକୁ ଏକ ଉଦାହରଣ ରୂପେ ଗ୍ରହଣ କରାଯାଉଥିଲା ।

ଆଉ ଏକ ମତ ଅନୁସାରେ ଲୋଏ କ୍ରଥୋଂଗ ପର୍ବ ସୁଖୋଥାଇ ସାମ୍ରାଜ୍ୟ ନୁହେଁ ବରଂ ଅଂକୋରର କ୍ଷ୍ମେର ସାମ୍ରାଜ୍ୟ ସମୟରେ ଆରମ୍ଭ ହୋଇଥିଲା । ରାଜା ସପ୍ତମ ଜୟବର୍ମନ ଦ୍ୱାଦଶ ଶତାବ୍ଦୀରେ ବାୟୋନ ମନ୍ଦିରର ନିର୍ମାଣ କରାଇଥିଲେ । ଏହି ମନ୍ଦିରର କାନ୍ଥରେ ଲୋଏ କ୍ରଥୋଂଗ ପରି ପର୍ବର ଚିତ୍ର ସବୁ ଖୋଦିତ ଅଛି । ମନ୍ଦିରର ଉପର ସ୍ତରରେ ଥିବା ସେହି ଶିଳାଚିତ୍ରକୁ ଦେଖିଲେ ଜଣାଯାଏ ଯେ ନୌକାରେ ୬ ଜଣ ରାଜ ରକ୍ଷିତାଙ୍କ ସହ ଜଣେ ରାଣୀ ଉପସ୍ଥିତ ଅଛନ୍ତି ଓ ସେ ନୌକାରେ ବସି ପାଣିରେ ଏକ କ୍ରଥୋଂଗ ଭସାଉଛନ୍ତି । ରକ୍ଷିତାଙ୍କ ମଧ୍ୟରୁ କିଛି ଜଣ ହାତରେ କ୍ରଥୋଂଗ ଧରିଛନ୍ତି । ଏଥିରୁ ସୂଚନା ମିଳେ ଯେ କାମ୍ବୋଡ଼ିଆ, ଥାଇଲାଣ୍ଡ ଓ ଅନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କରେ ଏପରି ଡଙ୍ଗା ଭସାଇବାର ପ୍ରଥା ରହିଥିଲା ।[୨୨][୨୩][୨୪]

ଥାଇଲାଣ୍ଡରେ ପ୍ରଚଳିତ ଲୋଏ କ୍ରଥୋଂଗ ପ୍ରାଚୀନ କ୍ଷ୍ମେର୍ ସାମ୍ରାଜ୍ୟର ବୋନ୍ ଓମ୍ ଟୌକ୍ ପର୍ବ, ଚୀନର ଜଳ ଦୀପ ପର୍ବ ଓ ଭାରତର ଦୀପାବଳୀ ପର୍ବର ସାଂସ୍କୃତିକ ମହତ୍ତ୍ୱକୁ ମିଶାଇ ପାଳନ କରାଯାଉଛି ବୋଲି ଆଧୁନିକ ସମୟର ଗବେଷକମାନେ ଗ୍ରହଣ କରିଛନ୍ତି ।[୨୫]

ଲୋଏ କ୍ରଥୋଂଗ ସମ୍ପର୍କିତ ବାୟୋନ ମନ୍ଦିରର ଶିଳା ଖୋଦିତ ଚିତ୍ର

ମାଲେସିଆର କେଲାନ୍ତାନରେ ବିଶେଷ କରି ତୁମ୍ପାତ ଜିଲ୍ଲାରେ ସମାନ ଭାବେ ଲୋଏ କ୍ରଥୋଂଗ ପାଳନ କରାଯାଏ । ମାଲେସିଆର ପର୍ଯ୍ୟଟନ ବିଭାଗ ଏହାକୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରୁଥିବା ପର୍ବର ମନ୍ୟତା ଦିଏ ।

ୟି ପେଂଗ[ସମ୍ପାଦନା]

ଚିଆଂଗ୍ ମାଇର ମାଏ ଚୋଠାରେ ହଜାର ହଜାର ଖୋମ୍ ଲୋଇ ଉଡ଼ିବାର ଚିତ୍ର

ଲୋଏ କ୍ରଥୋଂଗ ପର୍ବ ସମୟରେ ଉତ୍ତର ଥାଇଲାଣ୍ଡରେ ଲାନ୍ନା ପର୍ବ ୟି ପେଂଗ୍ (ยี่เป็ง) ମଧ୍ୟ ପାଳିତ ହୋଇଥାଏ , ୟି ଶବ୍ଦର ଅର୍ଥ ଦୁଇ ଓ ପେଂଗ୍ ଶବ୍ଦର ଅର୍ଥ ପୂର୍ଣ୍ଣିମା । ତେଣୁ ୟି ପେଂଗ୍ ଶବ୍ଦର ଅର୍ଥ ହେଉଛି ଲାନ୍ନା ଚନ୍ଦ୍ର ପଞ୍ଜିକାର ଦ୍ୱିତୀୟ ମାସର ପୂର୍ଣ୍ଣିମା ଯାହା ଥାଇ ଚନ୍ଦ୍ର ପଞ୍ଜିକାର ୧୨ଶ ମାସରେ ପଡ଼ିଥାଏ ।[୨୬] ବୌଦ୍ଧ ଧର୍ମାବଲମ୍ବୀମାନେ ଏହି ପର୍ବରେ ବିଭିନ୍ନ ରୀତି ନୀତି ପାଳନ କରି ପୂଣ୍ୟ ଅର୍ଜନ କରିଥାନ୍ତି ।

ଏହି ପର୍ବରେ ଆକାଶରେ ବହୁ ସଂଖ୍ୟକ ଆକାଶ ଦୀପ ବା ଉଡ଼ନ୍ତା ଦୀପ ଦେଖାଯାଏ ଯାହାକୁ ଥାଇ ଭାଷାରେ ଖୋମ୍ ଲୋଇ କୁହାଯାଏ । ପତଳା କନା ବା ଚାଉଳ କାଗଜକୁ ଏକ ବାଉଁଶ ଛାଞ୍ଚ ଉପରେ ଘୋଡ଼ାଇ ତାହା ଭିତରେ ଦୀପ ବା ମହମବତୀ ରଖିଦିଆଯାଏ । ଦୀପ ଜଳିଲେ ଗରମ ପବନ ଯୋଗୁଁ କପଡ଼ା ବା କାଗଜ ସହିତ ଆକାଶକୁ ଉଡ଼ିଯାଏ । ବ୍ୟାଂକକ୍ ପୋଷ୍ଟରେ ପେରକାଶିତ ଲେଖା ଅନୁସାରେ ଏହି ଆକାଶଦୀପ ଉତ୍ସବ ଏକ ସଦ୍ୟ ପ୍ରଥା (ଏକବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧି ସମୟର) ଓ ସ୍ଥାନୀୟ ପର୍ଯ୍ୟଟନ ବିଭାଗ ଅଧିକାରୀମାନେ ଏହା ଆରମ୍ଭ କରାଇଛନ୍ତି ।[୧୦]

କିନ୍ତୁ ଅତ୍ୟଧିକ ଆକାଶଦୀପ ଯୋଗୁଁ ବିମାନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଥାଏ ।[୨୭] ବହୁ ପଦକ୍ଷେପ ଓ କଟକଣା ସତ୍ତ୍ୱେ ଚିଆଂଗ ମାଇ ବିମାନ ବନ୍ଦରରେ ୧୦୦ରୁ ଉର୍ଦ୍ଧ୍ୱ ଆକାଶଦୀପ ପଡ଼ି ରହିଥିଲେ ।[୧୦]

ଉତ୍ସବ ପରବର୍ତ୍ତୀ ସମସ୍ୟା[ସମ୍ପାଦନା]

୨୦୧୬ ମସିହାରେ ବ୍ୟାଙ୍କକ୍ ମେଟ୍ରୋପୋଲିଟାନ୍ ପ୍ରଶାସନ ଲୋଏ କ୍ରଥୋଂଗ ପର୍ବ ପରେ ନଗରର ବିଭିନ୍ନ ଜଳାଶୟରୁ ୬ ଟନ୍ ଆବର୍ଜନା ବାହାର କରିଥିଲେ । ଚାଓ ଫ୍ରାୟା ନଦୀ ଓ କେନାଲମାନଙ୍କରୁ ଆବର୍ଜନା ସଫା କରିବା ପାଇଁ ପ୍ରଶାସନକୁ ୨୧୦ କର୍ମଚାରୀ ଓ ୪୫ଟି ନୌକା ନିୟୋଜିତ କରିବାକୁ ପଡ଼ିଥିଲା ।[୨୮]

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଟୀକା[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ประเพณี ลอยกระทง" [Loi Krathong tradition]. Ministry of Culture (in thai). 2015-01-22. Retrieved 2019-11-10.{{cite web}}: CS1 maint: unrecognized language (link)
  2. ธนากิต. ประเพณี พิธีมงคล และวันสำคัญของไทย. กรุงเทพฯ : ชมรมเด็ก, ๒๕๓๙.
  3. Constance Jones 2011, pp. 252–253.
  4. The Penguin Handbook of the World's Living Religions. Penguin UK. 25 March 2010. ISBN 9780141955049 – via Google Books.
  5. "Buddhist Calendar - Southeast Asian Calendars - Thai Calendar".
  6. "Pictures of the day: 23 October 2016".
  7. "Il Poya". 12 September 2014. Archived from the original on 7 November 2017. Retrieved 26 December 2016.
  8. "Discover the full moon festival of Cambodia, Thailand and Myanmar". 1 February 2017. Archived from the original on 1 February 2017.{{cite web}}: CS1 maint: bot: original URL status unknown (link)
  9. Chadchaidee, Thanapol "Lamduan" (2013). "Loy Krathong Festival". Essays on Thailand. Booksmango. pp. 5–7. ISBN 9786162222641. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  10. ୧୦.୦ ୧୦.୧ ୧୦.୨ "No urban place for Loy Krathong" (Opinion). Bangkok Post. 18 November 2018. Retrieved 18 November 2018.
  11. "Baxter-Sagart Old Chinese reconstruction" (PDF).{{cite web}}: CS1 maint: url-status (link)
  12. Wei, L. (2010). Chinese festivals: traditions customs and rituals [L. Yue & L. Tao, trans]. Beijing: China International Press, p. 51. (Call no.: R 394.26951 WEI-[CUS]); Latsch, M-L. (1985).
  13. "放水燈". Archived from the original on 2013-12-26. Retrieved 2013-12-25.
  14. "施餓鬼舟". Archived from the original on 2013-12-26. Retrieved 2013-12-25.
  15. "施餓鬼(せがき)舟". Archived from the original on 2013-12-26. Retrieved 2013-12-25.
  16. Pittayaporn, Pittayawat (2014) , “Layers of Chinese Loanwords in Proto-Southwestern Tai as Evidence for the Dating of the Spread of Southwestern Tai”, in MANUSYA: Journal of Humanities, volume 20 (special issue), Bangkok: Chulalongkorn University, ISSN 0859-9920, pages 47–68
  17. Bilmes, L. (1998). The /ka-/ and /kra-/ prefixes in Thai. Linguistics of the Tibeto-Burman Area, 21 (2) , 73-96.
  18. admint (2017-03-08). "คำอธิบายศัพท์". vajirayana.org. Retrieved 2020-10-30.
  19. "ลอยกระทงปีนี้..กี่กระทงดีคะ". www.thairath.co.th (in ଥାଇ). 2018-11-22. Retrieved 2020-10-30.
  20. "Archived copy". Archived from the original on 2010-06-28. Retrieved 2010-09-22.{{cite web}}: CS1 maint: archived copy as title (link)
  21. http://www.siamese-heritage.org/jsspdf/1951/JSS_038_2d_PhyaAnumanRajthon_LoiKratong.pdf Journal of the Siam Society, page 64
  22. เหล่ามานะเจริญ, ศิริพจน์ (2016-11-17). "ตำแหน่งท้าวศรีจุฬาลักษณ์ ของนางนพมาศ ไม่ใช่ตำแหน่งของราชสำนักสุโขทัย". มติชนสุดสัปดาห์ (in ଥାଇ). Retrieved 2020-10-03.
  23. วงษ์เทศ, สุจิตต์ (2017-11-06). "สุจิตต์ วงษ์เทศ : ลอยกระทงเพื่อชาติของกบในกะลา". มติชนออนไลน์ (in ଥାଇ). Retrieved 2020-10-03.
  24. www.matichonweekly.com https://www.matichonweekly.com/in-depth/article_14670. Retrieved 2020-10-03. {{cite web}}: Missing or empty |title= (help)
  25. "Loi Krathong". Archived from the original on 2020-10-19.
  26. สาระน่ารู้เกี่ยวกับประเพณียี่เป็งล้านนา [Info about Lanna's Yi Peng] (in Thai). Chiang Rai Provincial Culture Office. 2004. Archived from the original on 2014-04-10. Retrieved 2014-06-06.{{cite web}}: CS1 maint: unrecognized language (link)
  27. Atthakor, Ploenpote (1 November 2017). "Loy Krathong must be kept under control". Bangkok Post. Retrieved 1 November 2017.
  28. "City cleans 6 tonnes of krathong waste". Bangkok Post. 16 November 2016. Retrieved 16 November 2016.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]