ତଜୌଂଗଡାଇନ୍ ଉତ୍ସବ
ତଜୌଂଗଡାଇନ୍ ଉତ୍ସବ တန်ဆောင်တိုင်ပွဲတော် | |
---|---|
ଅନ୍ୟ ନାମ | ଆଲୋକର ପର୍ବ |
ପାଳନକାରୀ | ବ୍ରହ୍ମଦେଶର ଲୋକଙ୍କଦ୍ୱାରା ପାଳିତ |
ପ୍ରକାର | ବୌଦ୍ଧ ଧାର୍ମିକ ପର୍ବ |
ତାରିଖ | ତଜୌଂଗମୋନ୍ର ପୂର୍ଣ୍ଣମୀ ଦିନ |
୨୦୨୪ ତାରିଖ | |
ସମ୍ପର୍କିତ | ଲୋଏ କ୍ରଥୋଂଗ ଉତ୍ସବ (ଥାଇଲ୍ୟାଣ୍ଡ), ପୋୟା ଉତ୍ସବ (ଶ୍ରୀଲଙ୍କା), ବୋନ ଓମ୍ ତୌକ୍ ଉତ୍ସବ (କାମ୍ବୋଡ଼ିଆ) |
ତଜୌଂଗଡାଇନ୍ ଉତ୍ସବ (ଇଂରାଜୀ ଭାଷାରେ Tazaungdaing Festival ଓ ବ୍ରହ୍ମଦେଶୀୟ ଭାଷାରେ တန်ဆောင်တိုင်ပွဲတော်) ବ୍ରହ୍ମଦେଶୀୟ ଚନ୍ଦ୍ର ପଞ୍ଜିକାର ଅଷ୍ଟମ ମାସ ତଜୌଂଗମୋନ ମାସର ପୂର୍ଣ୍ଣମୀ ଦିନ ପାଳିତ ହୁଏ । ଏହାକୁ ବ୍ରହ୍ମଦେଶରେ ଆଲୋକର ପର୍ବ କୁହନ୍ତି । ଏହି ପର୍ବ ବର୍ଷା ଋତୁର ସମାପ୍ତି ସୂଚୀତ କରେ ଓ ଏହିଦିନକୁ ଏକ ଜୀତୀୟ ଛୁଟି ରୂପେ ଘୋଷଣା କରାଯାଇଥାଏ ।[୨][୩] ଏହି ପର୍ବ ଦିନ କାଥିନା ଋତୁର ପରିସମାପ୍ତି ଘଟେ । କାଥିନା ଋତୁରେ ବୌଦ୍ଧ ସନ୍ୟାସୀମାନଙ୍କୁ ନୂତନ ବସ୍ତ୍ର ଓ ଉପହାର ଇତ୍ୟାଦି ପ୍ରଦାନ କରାଯାଇଥାଏ ।
ବ୍ରହ୍ମଦେଶରେ ବୌଦ୍ଧ ଧର୍ମର ଉତ୍ଥାନ ସମୟରୁ ଏହି ପର୍ବ ପାଳନ କରାଯାଉଥିବାର ସମ୍ଭାବନା ରହିଛି । ହିନ୍ଦୁ ଧର୍ମରେ ପାଳିତ କାର୍ତ୍ତିକ ପୂର୍ଣ୍ଣିମା ପର୍ବରୁ ଏହାର ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ ।[୪]
ଉତ୍ସବ ପାଳନ
[ସମ୍ପାଦନା]ଏହି ଅବସରରେ ବୌଦ୍ଧ ସନ୍ୟାସୀ ପରିଧାନ କରୁଥିବା ମଥୋ ଥିଂଗାନ (မသိုးသင်္ကန်း) ନାମକ ଏକ ସ୍ୱତନ୍ତ୍ର ପୀତ ବସ୍ତ୍ର ବୁଣିବାର ପ୍ରତିଯୋଗିତା ଆୟୋଜନ କରାଯାଏ । ରେଙ୍ଗୁନ୍ର ଶ୍ୱେଦାଗନ ପାଗୋଡ଼ାର ପ୍ରତିଯୋଗିତା ଉଲ୍ଲେଖଯୋଗ୍ୟ ।[୫] ଚତୁର୍ଦ୍ଦଶୀ ରାତିରୁ ନେଇ ପୂର୍ଣ୍ଣମୀ ରାତିର ପାହାନ୍ତା ପର୍ଯ୍ୟନ୍ତ କ୍ରମାଗତ ଦୁଇ ଦିନ ଏହି ବସ୍ତ୍ର ବୁଣା ପ୍ରତିଯୋଗିତା ଅନୁଷ୍ଠିତ ହୁଏ ।[୫] ଏହି ପରମ୍ପରା ବୁଦ୍ଧଙ୍କ ଜୀବନୀ କଥା ଉପରେ ପର୍ଯ୍ୟବସିତ । ଗୌତମ ବୁଦ୍ଧ ସାଂସାରିକ ଜୀବନ ପରିତ୍ୟାଗ କରିବା ବିଷୟ ଆସନ୍ନ ଜାଣି ତାଙ୍କ ମାତା ମାୟା ରାତି ସାରା ବସି ତାଙ୍କ ପାଇଁ ଏହି ପୀତ ବୌଦ୍ଧ ଭିକ୍ଷୁ ବସ୍ତ୍ର ବୁଣିଥିଲେ ।[୬] ବୁଦ୍ଧଙ୍କ ମାଉସୀ ଗୌତମୀ ଏହି ପ୍ରଥାକୁ ଅଧିକ ପ୍ରଚଳନ କରାଇଲେ ଓ ପ୍ରତି ବର୍ଷ ବସ୍ତ୍ର ବୁଣି ବୌଦ୍ଧ ଭିକ୍ଷୁଙ୍କୁ ଦାନ କରୁଥିଲେ ।[୫]
ବ୍ରହ୍ମଦେଶର ବହୁ ସ୍ଥାନରେ ଗରମ ପବନ ଭରା ବେଲୁନରେ ଆଲୋକ ଖଞ୍ଜା ଯାଇ ଆକାଶ ଦୀପ ପ୍ରସ୍ତୁତ କରାଯାଏ ଓ ପୂର୍ଣ୍ଣମୀ ଦିନ ଏମାନଙ୍କୁ ଛଡ଼ାଯାଏ । ଏହି ପାଳନ ଶୈଳୀ ଉତ୍ତର ଥାଇଲ୍ୟାଣ୍ଡରେ ପାଳିତ ଲୋଏ କ୍ରଥୋଂଗ ବା ୟି ପେଂଗ୍ ସହ ସମାନ । ଏହି ସବୁ ଆକାଶ ଦୀପ ତାୱତିଂଶ ଲୋକରେ ଥିବା ସୁଲାମଣି ଚୈତ୍ୟ ପାଇଁ ଟେକା ଯାଉଥିବା ବୌଦ୍ଧ ଧର୍ମ ବିଶ୍ୱାସ ରହିଛି । ସେହି ଲୋକରେ ବୁଦ୍ଧ ବାସ କରନ୍ତି ଓ ଏହି ସବୁ ଆକାଶ ଦୀପ ଦୁଷ୍ଟ ଆତ୍ମାମାନଙ୍କୁ ତଡ଼ିଦିଏ ବୋଲି ଲୋକଙ୍କ ଧାରଣା ରହିଛି । ସମଗ୍ର ବ୍ରହ୍ମଦେଶରେ ପାଳିତ ଏହି ଉତ୍ସବରେ ତଞ୍ଜି ନାମକ ସ୍ଥାନର ତଜୌଂଗଡାଇନ୍ ଉତ୍ସବ ଏକ ବିଶେଷ ସ୍ଥାନ ଗ୍ରହଣ କରିପାରିଛି । ସେଠାରେ ବେଲୁନ୍ ଉଡ଼ାଇବା ଓ ବାଣ ଫୁଟାଇବା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୁଏ । ୧୮୯୪ ମସିହାରେ ତୃତୀୟ ଆଂଗ୍ଲୋ-ବର୍ମା ଯୁଦ୍ଧ ପରେ ଉପର ବର୍ମାର ମିଳନ ପରେ ତଞ୍ଜିର ଗରମ ପବନ ଭରା ବେଲୁନ୍ ଉଡ଼ା ପ୍ରତିଯୋଗିତା ବ୍ରିଟିଶ୍ମାନେ ଆରମ୍ଭ କରାଇଥିଲେ ।[୭][୮][୯]
ପୁଣ୍ୟ ଅର୍ଜନ ପାଇଁ ଲୋକେ ଏହି ଉତ୍ସବ ସମୟରେ ଉପହାର ପ୍ରଦାନ, ଦାନ ଅର୍ପଣ, ପାରମ୍ପରିକ ଚତୁଦିଶା (စတုဒိသာ) ଭୋଜିର ଆୟୋଜନ ଆଦି କରିଥାନ୍ତି ।[୧୦] ବହୁ ଲୋକ ନିଜ ଘରକୁ ପରିବାରର ବୟସ୍କମାନଙ୍କ ନିକଟକୁ ଯାଇ ସେମାନଙ୍କ ଆଶୀର୍ବାଦ ଗ୍ରହଣ କରନ୍ତି ଓ ପାଗୋଡ଼ା ଦର୍ଶନ କରନ୍ତି । ବିଭିନ୍ନ ସଙ୍ଗୀତ ଓ ନାଟକ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥାଏ । ୟମ ଯତ୍ଦ ପରି ପାରମ୍ପରିକ ନାଟକ ଥଦିଂଗ୍ୟୁତରୁ ନେଇ ତଜୌଂଗଡାଇନ୍ ସମୟ କାଳ ମଧ୍ୟରେ ପ୍ରଦର୍ଶିତ ହୁଏ ।[୧୧][୧୨]
ପ୍ରାକ୍-ଔପନିବେଶିକ ସମୟରେ ପୂର୍ଣ୍ଣିମା ଦିନ ବ୍ରହ୍ମଦେଶୀୟ ରାଜସଭାରେ ୧୫ ହିନ୍ଦୁ ଦେବାଦେବୀଙ୍କ ପୂଜା ଆୟୋଜିତ ହେଉଥିଲା ।[୧୩] କୃଷ୍ଣପକ୍ଷର ଅଷ୍ଟମୀ ଦିନ ରାଜାଙ୍କ ନିକଟକୁ ଏକ ଶୋଭାଯାତ୍ରା ବାହାରୁଥିଲା ଓ ଶେଷରେ ପ୍ୟାଥାଥ୍ (ସଂସ୍କୃତରେ ପ୍ରାସାଦ) ଢାଞ୍ଚାରେ ନିର୍ମିତ ୮ଟି ବାଉଁଶ କୁଟୀରରେ ଅଗ୍ନି ସଂଯୋଗ କରାଯାଉଥିଲା ।[୧୩]
ବ୍ରହ୍ମଦେଶୀୟ ସଂସ୍କୃତି ଅନୁସାରେ ତଜୌଂଗମୋନର ପୂର୍ଣ୍ଣିମା ଦିନ ବ୍ରହ୍ମଦେଶୀୟ ଘରମାନଙ୍କରେ ମେଜାଲି ଫୁ ଥୋକ୍ (မယ်ဇလီဖူးသုပ်) ନାମକ ଏକ ସ୍ୱତନ୍ତ୍ର ସାଲାଡ଼୍ ପ୍ରସ୍ତୁତ କରାଯାଏ । ଲୋକେ ସୁନାମକେଇ ଗଛର କଢ଼ ଏହି ସାଲାଡ଼ରେ ଓ ବିଭିନ୍ନ ସୁପ୍ ପାନୀୟରେ ଉପାଦାନ ଭାବେ ବ୍ୟବହାର କରନ୍ତି ।[୧୪] ଏହି ଦିନ ରାତିରେ ଯୁବକ-ଯୁବତୀମାନେ ନିଜ ପଡ଼ୋଶୀମାନଙ୍କ ଘରୁ ଚୋରାଇବା ବା ବିଭିନ୍ନ ଦୁଷ୍ଟାମୀ କରି ସେମାନଙ୍କୁ ହଇରାଣ କରିବାର ଏକ ପ୍ରଥା ମଧ୍ୟ ରହିଆସିଛି । ଏହି ପ୍ରଥାକୁ "କିମାନୋ ପ୍ୱେ" (ကျီးမနိုးပွဲ, ଅର୍ଥାତ୍ "କାଉମାନଙ୍କୁ ନିଦରୁ ଉଠାଅ ନାହିଁ") କୁହନ୍ତି ।[୬]
ଧାର୍ମିକ ପରମ୍ପରା ଓ ପ୍ରଥା
[ସମ୍ପାଦନା]- ମାଡୌକ, ନ୍ୟାଉଂଗଲେବିନ୍ ଓ ପାଥୈନରେ ଲୋକେ ମି ମ୍ୟ ପ୍ୱେ (မီးမျှောပွဲ) ସହିତ ଏହି ପର୍ବ ପାଳନ କରନ୍ତି ।[୧୫][୧୬]
- ଦାୱେଇରେ ଲୋକେ ୨୮ ବୁଦ୍ଧଙ୍କ ପାଇଁ ଏକ ଶୋଭାଯାତ୍ରାର ଅନୁଷ୍ଠାନ କରିଥାନ୍ତି ।[୧୭]
- ମୱଲାମିନେ, କ୍ୟାଇଖାମି ଓ ମୋନ ପ୍ରଦେଶର ଅନ୍ୟ ଉପକୂଳସ୍ଥ ଅଞ୍ଚଳରେ ୱାମ୍ ଊ ମ୍ୟ ପ୍ୱେ ଆୟୋଜିତ ହୁଏ । ଏଥିରେ ଏକ ମାଟି ପାତ୍ରରେ ଫୁଲ, ଫଳ, ଦୀପ, ଧୂପକାଠି, ଶାକାହାରୀ ଖାଦ୍ୟ ପ୍ରଭୃତି ରଖି ପାହାନ୍ତା ସମୟରେ ଶିନ୍ ଉପଗୁତ୍ତଙ୍କୁ ଉତ୍ସର୍ଗ କରି ସମୁଦ୍ରରେ ଭସାଇ ଦିଆଯାଏ ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ https://anydayguide.com/calendar/2698
- ↑ Promotion of Buddhist tourism circuits in selected Asian countries. United Nations Publications. 2003. p. 38. ISBN 9789211203868.
- ↑ "Tazaungdine Lights and Kahtein Offerings". Modins.net. Archived from the original on 1 April 2012. Retrieved 1 April 2012.
- ↑ Khin Myo Chit. Flowers and Festivals Round the Burmese Year. p. 1982.
- ↑ ୫.୦ ୫.୧ ୫.୨ Nyein Ei Ei Htwe (9 November 2009). "Robe weaving competition not just for old folks". Myanmar Times. Archived from the original on 12 November 2009. Retrieved 1 April 2012.
- ↑ ୬.୦ ୬.୧ Spiro, Melford E. (1982). Buddhism and society: a great tradition and its Burmese vicissitudes. University of California Press. pp. 228–229. ISBN 9780520046726.
- ↑ Nandar Chann (May 2004). "Pa-O: The Forgotten People". The Irrawaddy. Archived from the original on 23 January 2011. Retrieved 1 April 2012.
- ↑ Nandar Chann (November 2004). "When the British Lit up the Burmese Sky". The Irrawaddy. Archived from the original on 23 January 2011. Retrieved 1 April 2012.
- ↑ Zaw Win Than (26 October 2009). "Fire balloons fill the sky over Taunggyi". Myanmar Times. Archived from the original on 1 January 2010. Retrieved 1 April 2012.
- ↑ Tin Moe Aung (28 November 2011). "Light festival inspires spirit of selfless giving". Myanmar Times. Archived from the original on 2 December 2011. Retrieved 1 April 2012.
- ↑ Shwe Gaung, Juliet (5 November 2007). "Festival month heats up". Myanmar Times. Archived from the original on 14 September 2012. Retrieved 1 April 2012.
- ↑ Thein, Cherry (22 November 2010). "Annual Pyapon Yama starts nine-day run". Myanmar Times. Archived from the original on 16 July 2011. Retrieved 1 April 2012.
- ↑ ୧୩.୦ ୧୩.୧ Hardiman, John Percy (1900). Gazetteer of Upper Burma and the Shan States. Vol. 2. Government of Burma.
- ↑ "The merry, marry months start in Myanmar". The Myanmar Times (in ଇଂରାଜୀ). Archived from the original on 2020-11-12. Retrieved 2018-11-02.
- ↑ "ခြိမ့်ခြိမ့်သဲ ဆင်နွှဲကြမည့် မဒေါက်တန်ဆောင်တိုင် မီးမျှောပွဲ". Myanmar News Agency.
- ↑ "ပုသိမ်မြို့ တန်ဆောင်တိုင် ကြတ္တိကာပွဲတော်နှင့် ဆီမီးတစ်သိန်းရေမျှောပွဲ-မြန်မာ့ရိုးရာ ဒုန်းလှေ၊ သမ္ဗန်ခတ်ပြိုင်ပွဲ ထည့်သွင်းကျင်းပမည်". Myanmar News Agency. 2015-11-15.
- ↑ "ထားဝယ်မြို့၌ (၁၀၄) ကြိမ်မြောက် တန်ဆောင်တိုင် ပွဲတော် နှစ်ကျိပ်ရှစ်ဆူ ဘုရားများ ဒေသစာရီ လှည့်လည်ပူဇော်ခံပွဲ ကျင်းပ". IPRD. 2013-11-13.