ଗଙ୍ଗା (ହିନ୍ଦୁଧର୍ମରେ)

ଉଇକିପିଡ଼ିଆ ରୁ
Jump to navigation Jump to search
ଗଙ୍ଗା
Ganga Kalighat 1875.jpg
ମକର ବାହନ ଉପରେ ଅଧିଷ୍ଠିତ ଦେବୀ ଗଙ୍ଗା
ବିଶୁଦ୍ଧ ଓ ପବିତ୍ରତାର ଦେବୀ
ଗଙ୍ଗା ନ‌ଦୀର ମାନବୀକରଣ
ଅନ୍ଯ ନାମଭାଗୀରଥି, ଜାହ୍ନବୀ, ନିକିତା, ଜାହ୍ନୁକନ୍ୟା, ସପ୍ତେଶ୍ୱରୀ, ସୁରେଶ୍ୱରୀ, ଭଗବତୀ, ଉର୍ବିଜୟ, ଚିତ୍ରାଣୀ, ତ୍ରିଧାରା, ଶୁଭ୍ରା, ବୈଷ୍ଣବୀ, ବିଷ୍ଣୁପଦୀ, ଭଗପତପଦୀ, ତ୍ରୀପାଥଗ, ପୟୋଶ୍ନିକା, ମହାଭଦ୍ର, ମନ୍ଦାକିନୀ, ମେଘନା, ମେଘଲ, ଗଙ୍ଗିକା, ଗଙ୍ଗେ, ଗଙ୍ଗେଶ୍ୱରୀ, ଅଳକାନନ୍ଦା
Affiliationଦେବୀ, ହିନ୍ଦୁ ଧର୍ମ ଅନୁସାରେ ସାତଟି ପବିତ୍ର ନ‌‌ଦୀମାନଙ୍କ ମଧ୍ୟରୁ ଗୋଟିଏ ।
ଲୋକବ୍ରହ୍ମା, ବିଷ୍ଣୁ, କୈଳାସ (Kailash), ଗଙ୍ଗୋତ୍ରୀ (Gangotri)
Mantra
  • Om Gangayai Namaha
  • Gam
ଓଁ ଗଙ୍ଗାୟେ ନମଃ
Weaponତ୍ରୀଶୂଳ (Trident), ଢାଲ (discus) ଓ କଳସ (kalasha)
ସ୍ୱାମୀ/ସ୍ତ୍ରୀଶାନ୍ତନୁ (Shantanu)
ପିତାମାତାହିମ‌ବାନ (Himavan) ଓ ମୈନାବତୀ
ଭାଇଭଉଣୀପାର୍ବତୀ
ସନ୍ତାନଗଣଭୀଷ୍ମ (Bhishma) ଓ ନର୍ମଦା (Narmada)
Mountମକର (Makara)
ପର୍ବପର୍ବାଣିଗଙ୍ଗା ଦଶହରା (Ganga Dussehra), ଗଙ୍ଗା ଜୟନ୍ତୀ ଓ ନବରାତ୍ରୀ (Navratri)

ହିନ୍ଦୁଧର୍ମରେ ଗଙ୍ଗା ନ‌ଦୀ ଏକ ପବିତ୍ର ନାମ ଯାହାକୁ ମାନବୀକରଣ କରାଯାଇ ଦେବୀ ଗଙ୍ଗା ନାମରେ ପୂଜା କରାଯାଉଛି । ତାଙ୍କୁ ହିନ୍ଦୁ ଓ ବୌଦ୍ଧଧର୍ମାବଲମ୍ବୀମାନେ ପୂଜା କରନ୍ତି ଓ ଗଙ୍ଗା ନ‌ଦୀରେ ସ୍ନାନ କଲେ ସକଳ ପାପ ଧ୍ରୌତ ହୋଇ ମୋକ୍ଷ ହେବା ବିଶ୍ୱାସ ରହିଛି । ଗଙ୍ଗା ଜଳ ଅତି ବିଶୁଦ୍ଧ ବୋଲି ବିଶ୍ୱାସ କରାଯାଏ । ମୃତ ବ୍ୟକ୍ତିଙ୍କର ପାଉଁସ ଗଙ୍ଗା ନ‌ଦୀରେ ବିସର୍ଜନ କଲେ ଆତ୍ମା ମୋକ୍ଷ (moksha) ହୋଇଯାଏ ବୋଲି ଚିନ୍ତା କରାଯାଏ ।

ଗଙ୍ଗା ନ‌ଦୀ କୁଳେ କୁଳେ ଅନେକ ପବିତ୍ର ସ୍ଥାନ ରହିଛି ଯଥା:- ଗଙ୍ଗୋତ୍ରୀ, ହରିଦ୍ୱାର, ଆଲ୍ଲାହାବାଦ, ବନାରସକୋଲକାତାରେ ଥିବା କାଳୀଘାଟ କାଳୀ ମନ୍ଦିର । ଥାଇଲ୍ୟାଣ୍ଡରେ ପାଳନ କରାଯାଉଥିବା ଲୟ କ୍ରୋଥୋଙ୍ଗ ପର୍ବରେ ବୁଦ୍ଧ ଓ ଦେବୀ ଗଙ୍ଗାଙ୍କୁ ସମ୍ମାନ କରି ସର୍ବ ପାପ ଧୋଇଯାଇ ସୌଭାଗ୍ୟ ଆସିବା ଉଦ୍ଦେଶ୍ୟରେ ଡଙ୍ଗାରେ ଜଳନ୍ତ ମହମ‌ବତୀ ଭସାନ୍ତି । ସଂସାରର ନୈତିକ ସଂହିତା ଓ ମାନବିକ ନୀତିକୁ ଭଗ୍ନ କଲେ ବିଯୁକ୍ତାତ୍ମକ ପ୍ରଭାବ ପଡ଼ିବା ବିଶ୍ୱାସ କରାଯାଏ; ଏଣୁ ଏଥିରୁ ମୁକ୍ତି ପାଇବା ନିମନ୍ତେ ଏହି ପର୍ବ ପାଳନ କରାଯାଏ ।

ଭାରତରେ ଥିବା ଉତ୍ତର ପ୍ରଦେଶର ବରେଲୀଠାରେ ପଞ୍ଚମ ଶତାବ୍ଦୀରେ ନିର୍ମିତ ଗଙ୍ଗା ପ୍ରତିମୂର୍ତ୍ତି ଅବସ୍ଥିତ ।

ପତି ଓ ମାତା[ସମ୍ପାଦନା]

ଗଙ୍ଗା ନିଜ ପୁତ୍ର ଦେବବ୍ରତଙ୍କୁ ତାଙ୍କର ପିତାଙ୍କ ସ‌ହିତ ଭେଟ କରାଉଛନ୍ତି ।

ମହାଭାରତ ଅନୁସାରେ ଶାନ୍ତନୁଙ୍କୁ ଗଙ୍ଗା ବିବାହ କରିଥିଲେ ।

ହିନ୍ଦୁ ସଂସ୍କୃତି ଓ ପୂଜାରେ ଗଙ୍ଗା ସଭିଙ୍କ ମାତା ଯିଏ ସମସ୍ତଙ୍କୁ ଗ୍ରହଣ କରି କ୍ଷମା କରିଦିଅନ୍ତି ।[୧] ଅନ୍ୟ ଦେବୀଙ୍କ ଭଳି ତାଙ୍କର କୌଣସି କ୍ଷତିକାରକ ଗୁଣ ନାହିଁ ଯଦିଓ ସେ ନ‌ଦୀର ଗୁଣ ଧାରଣ କରିଛନ୍ତି ।[୧] ଅନ୍ୟାନ୍ୟ ଦେବତାଙ୍କର ମଧ୍ୟ ସେ ମାତା ଅଟନ୍ତି ।[୨] ମହାଭାରତ ଅନୁସାରେ ସେ ଶାନ୍ତନୁଙ୍କ ପତ୍ନୀ ଓ ପିତାମହ ଭୀଷ୍ମଙ୍କର ମାତା ଥିଲେ ।[୨] ଭୀଷ୍ମ ଯୁଦ୍ଧରେ ଆଘାତପ୍ରାପ୍ତ ହୋଇ ଶରଶ‌ଯ୍ୟାରେ ଥିବା ବେଳେ ଗଙ୍ଗା ଜଳ ମଧ୍ୟରୁ ବାହାରି ତାଙ୍କ ପାଖକୁ ଗଲେ ଓ ବିକଳ ହୋଇ ଅନିୟନ୍ତ୍ରିତ ଭାବରେ କ୍ରନ୍ଦନ କରିବାକୁ ଲାଗିଲେ । କେବଳ ବିବାହ ଇଚ୍ଛୁକ ଥିବା ଅମ୍ବାଙ୍କୁ ଅପ‌ହରଣ ଓ ଅପମାନିତ କରିବାରୁ ଭୀଷ୍ମଙ୍କର ପତନ ଘଟିଥିଲା ।[୨]

ହିନ୍ଦୁ ଧର୍ମ, ପୁରାଣ ଓ ପୁସ୍ତକମାନଙ୍କରେ ଗଙ୍ଗା ଏକ ପବିତ୍ର ବିଶୁଦ୍ଧ ଜୀବନ ଜଳ ଓ ଦେବୀ ଭାବରେ ଚିତ୍ରଣ ହୋଇଛନ୍ତି । [୩] ଅନ୍ୟ ଦେବ ଦେବୀଙ୍କର ପୂଜାରେ ଯେପରି ଆବାହନ ଓ ବିସର୍ଜନ କରାଯାଏ, ସେଭଳି ପ୍ରଥା ଗଙ୍ଗା ପୂଜାରେ ଦେଖିବାକୁ ମିଳେନି ।[୩] ଗଙ୍ଗା ନ‌ଦୀ ପ୍ରବ‌ହମାନ ଥିବା ପର୍ଯ୍ୟନ୍ତ ଗଙ୍ଗାଙ୍କର ଦେବତ୍ୱ ବଞ୍ଚିରହିଥିବ । [୩]

ଗଙ୍ଗା ପୁସ୍କରିଣୀ[ସମ୍ପାଦନା]

ମରିସସ୍ ହିନ୍ଦୁମାନେ ଗଙ୍ଗା ତାଲାଓ (Ganga Talao) ବା ଗଙ୍ଗା ପୁସ୍କରିଣୀକୁ ଗଙ୍ଗା ଭଳି ପବିତ୍ର ମନେକରନ୍ତି । ସନ ୧୯୭୨ରେ ତଦାନନ୍ତୀନ ମରିସସ୍ ପ୍ରଧାନ ମନ୍ତ୍ରୀ ସାର ସୀୱୁସାଗର ରାମଗୁଲାମ ଗୋମୁଖକୁ ଯାଇ ସେଠାରୁ ଗଙ୍ଗା ଜଳ ସଂଗ୍ରହ କରି ଆଣି ଗ୍ରାଣ୍ଡ ବେସିନ ଜଳରେ ମିଶେଇ ଦେଇ ସେହି ଜଳାଶୟର ନୂତନ ନାମକରଣ କରି ଗଙ୍ଗା ତାଲାଓ ନାମ ଦେଇଥିଲେ । [୪]

ପୃଥିବୀକୁ ଆଗମନ[ସମ୍ପାଦନା]

ଥରେ ରାଜା ସଗର ଅଶ୍ୱମେଧ ଯଜ୍ଞ କରୁଥିଲେ ଓ ତାଙ୍କର ଘୋଡ଼ା ନିୟମ ମୁତାବକ ଛାଡ଼ିଦିଆଯାଇଥିଲା । ସେହି ଘୋଡ଼ାକୁ ଇନ୍ଦ୍ର ଦେବତା ଲୁଚେଇକରି ନେଇ ପାତାଳରେ କପିଳ ମୂନୀଙ୍କ ଆଶ୍ରମରେ ଛାଡ଼ିଦେଲେ । ମୂନୀ ସେତେବେଳକୁ ତପସ୍ୟାରତ ଥିଲେ । ଘୋଡ଼ାକୁ ଖୋଜି ଖୋଜି ସଗରଙ୍କର ୬୦,୦୦୦ପୁତ୍ର ମୂନୀଙ୍କର ଆଶ୍ରମରେ ପ‌ହଞ୍ଚିଲେ । ମୂନୀଙ୍କୁ ଚୋର ଭାବି ସେମାନେ ଭୀଷଣ ଭାବରେ ଗାଳିଗୁଲଜ କଲେ । ତପରତ ମୂନୀଙ୍କର ତପସ୍ୟା ଭଗ୍ନ ହେବାରୁ ସେ ଆଖି ଖୋଲିଲେ ଓ ଦେଖୁ ଦେଖୁ ୬୦,୦୦୦ ପୁତ୍ର ଭସ୍ମୀଭୂତ ହୋଇଗଲେ । ତାଙ୍କର ଆତ୍ମା ଉପ‌ଯୁକ୍ତ ଦାହ ସଂସ୍କାର ଅଭାବରୁ ଭୂତ ହୋଇ ଘୁରିବୁଲିଲେ । ଏହା ପରେ ସଗରଙ୍କର ପୁତ୍ର ଅଂଶୁମାନ ଓ ଦିଲିପ ତାଙ୍କ ସମୟରେ ବ୍ରହ୍ମାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ତା'ପରେ ଭଗୀରଥ ଜନ୍ମ ଗ୍ରହଣ କରି ସେମାନଙ୍କୁ ଉଦ୍ଧାର କରିବାକୁ ବ୍ରହ୍ମାଙ୍କୁ ପ୍ରାର୍ଥନା କରିବାରୁ ସେ ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟାରୋହଣ କରିବାକୁ ଆଦେଶ ଦେଲେ । ତାଙ୍କର ଭୂପତନ ସମୟର ଆଘାତକୁ ରକ୍ଷା କରିବାକୁ ଶିବଙ୍କୁ ଭଗୀରଥ ପ୍ରାର୍ଥନା କଲେ । ଅପମାନିତା ଗଙ୍ଗା ଧରିତ୍ରୀକୁ ଧ୍ୱଂସ କରିବାକୁ ସ୍ୱର୍ଗରୁ ଖସିଲେ କିନ୍ତୁ ଶିବଙ୍କ ମଥାରେ ଥିବା ଜଟାରେ ପଡ଼ିବା ପରେ ଏକ ଛୋଟ ସ୍ରୋତ ହୋଇ ବୋହିବାକୁ ଲାଗିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Quoted in Eck 1982, p. 218
  2. ୨.୦ ୨.୧ ୨.୨ Eck 1998, p. 149
  3. ୩.୦ ୩.୧ ୩.୨ Eck 1982, p. 219
  4. "How a lake became the sacred Ganga Talao". Retrieved 5 March 2020.