ପ୍ରଦୀପ୍ତ ଗଙ୍ଗଦେବ
ପ୍ରଦୀପ୍ତ ଗଙ୍ଗଦେବ | |
---|---|
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୨୦ ଅକ୍ଟୋବର ୧୯୯୭ | |
ପୂର୍ବ ଅଧିକାରୀ | ରାଜକିଶୋର ପ୍ରଧାନ |
ପର ଅଧିକାରୀ | ସୁବାଷ ଚନ୍ଦ୍ର ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ଦେବଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ଜୁନ ୧୯୩୭ |
ମୃତ୍ୟୁ | ୨୦ ଅକ୍ଟୋବର ୧୯୯୭ | (ବୟସ ୬୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ବିମଳା କୁମାରୀ ଦେବୀ |
ବାପା/ବୋଉ | ଭାନୁଗଙ୍ଗ ତ୍ରିଭୂବନ ଦେବ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରଦୀପ୍ତ ଗଙ୍ଗଦେବ (୧୧ ଜୁନ ୧୯୩୭ - ୨୦ ଅକ୍ଟୋବର ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେବଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରଦୀପ୍ତ ଗଙ୍ଗଦେବ ୧୯୩୭ ମସିହାର ଜୁନ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭାନୁଗଙ୍ଗ ତ୍ରିଭୂବନ ଦେବ ଓ ପତ୍ନୀଙ୍କ ନାମ ବିମଳା କୁମାରୀ ଦେବୀ । ତାଙ୍କ ବାପା ଜଣେ ବିଧାୟକ ଭାବରେ ଓଡ଼ିଶା ବଦିହାନ ସଭାରେ କାର୍ଯ୍ୟ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରଦୀପ୍ତ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୩]
ମୃତ୍ୟୁ
[ସମ୍ପାଦନା]ପ୍ରଦୀପ୍ତ ୨୦ ଅକ୍ଟୋବର ୧୯୯୭ରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ସେ ୧୧ଶ ଓଡ଼ିଶା ବିଧାନ ସଭାର ବିଧାୟକ ଥିବାବେଳେ ମୃତ୍ୟୁବରଣ କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Archived from the original (PDF) on 2 October 2020. Retrieved 29 August 2020.
- ↑ "Odisha Odisha Results,Odisha Candidate List,Odisha Odisha Results & Live Updates ,Odisha Polling Booths | Lokmat News". Lokmat English (in ଇଂରାଜୀ). Lokmat English. Retrieved 27 September 2020.
- ↑ ୩.୦ ୩.୧ ୩.୨ "Shri Pradipta Gangdev". odishaassembly.nic.in. Odisha Assembly. Retrieved 29 September 2020.