ବ୍ୟବହାରକାରୀଙ୍କ ଆଲୋଚନା:Asfiwne
ଆଦରର Asfiwne, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!
ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।
- ଆଉ କିଛି ଦରକାରୀ ଲିଙ୍କ
|
--ସୁଭ (ଆଳାପ) ୧୨:୩୮, ୧୦ ମାର୍ଚ୍ଚ ୨୦୨୦ (IST)
ଆପଣ ଆରମ୍ଭ କରିଥିବା ନୂତନ ପ୍ରସଙ୍ଗ
[ସମ୍ପାଦନା]ଆଦରର @Asfiwne:, ଆପଣ ନିକଟରେ ତିନୋଟି ନୂଆ ପ୍ରସଙ୍ଗର ଅନୁବାଦ ଆରମ୍ଭ କରିଛନ୍ତି:
ସେଗୁଡ଼ିକୁ ଆରମ୍ଭ କରି ଖୁବ କମ ସମୟରେ ଅନେକ ତଥ୍ୟର ଅନୁବାଦ କରିଥିବାରୁ ଧନ୍ୟବାଦ । ତେବେ ଆପଣ ବୋଧେ ଗୁଗଲ ଟ୍ରାନ୍ସଲେଟ ବ୍ୟବହାର କରି ଅନୁବାଦ କରୁଛନ୍ତି । ଅନୁବାଦ ପରେ କୌଣସି ସମ୍ପାଦନା ବିନା ଲେଖାସବୁ ଉଇକିପିଡ଼ିଆରେ ପୋଷ୍ଟ ହେବା ହେତୁ ଖୁବ ନିମ୍ନମାନର ଲେଖା ଏଠାରେ ରହିଛି । ଏଣୁ ସବୁଯାକ ଲେଖାରେ ସୁଧାରିବା ପାଇଁ ଛାଞ୍ଚ ପଡ଼ିଛି । ଦୟାକରି ଉଇକିପିଡ଼ିଆ:ନିୟମାବଳୀ ପଢ଼ି ସେହି ଅନୁସାରେ ଲେଖିବେ ଓ ଛାଞ୍ଚଗୁଡ଼ିକୁ କାଢ଼ିବେ ନାହିଁ । ଅନ୍ୟ ଅଭିଜ୍ଞ ସମ୍ପାଦକମାନେ ପରେ ଲେଖାର ମାନ ଉନ୍ନତ ହେଲେ ସେସବୁ କାଢ଼ିବେ । ଏକାଥରେ ଏକାଧିକ ପ୍ରସଙ୍ଗ ଆରମ୍ଭ କରିବାଠାରୁ ଗୋଟିଏ ପ୍ରସଙ୍ଗ ଭଲ ଭାବେ ଅନୁବାଦ କରିବା ବୋଧେ ବେଶୀ ଭଲ ହୋଇପାରେ । ଏ ତିନୋଟି ପ୍ରସଙ୍ଗର "ରଚନାବଳୀ" ବିଭାଗ ସିଧାସଳଖ କପିକରାଯାଇଛି ଯାହା ଫଳରେ ପ୍ରସଙ୍ଗଗୁଡ଼ିକ ଅସମତୁଲ । ଯେଉଁ ବିଭାଗଗୁଡ଼ିକ ଏହି ଭଳି ସିଧା କପିକରାଯାଇପାରିବ ତାକୁ ପଛକୁ ରଖି ପ୍ରଥମେ ମୁଖ୍ୟ ଭାଗର ଅନୁବାଦ ହୁଏତ ଭଲ ହେବ । ସେହି ଭଳି "ବାହାର ତଥ୍ୟ" ବିଭାଗରେ ଅନେକ ଅଦରକାରୀ ଲିଙ୍କ ରହିଛି । ତାହା ମୂଳରୁ କପି ନ କଲେ ଭଲ । --ସୁଭ (ଆଳାପ) ୧୨:୩୮, ୧୦ ମାର୍ଚ୍ଚ ୨୦୨୦ (IST)
- ବ୍ୟବହାରକାରୀ:Asfiwne/ସୀତା ରାମ ଗୋଏଲ
- ବ୍ୟବହାରକାରୀ:Asfiwne/ସୁଭାଷ କାକ
- ବ୍ୟବହାରକାରୀ:Asfiwne/ରାମ ସ୍ୱରୂପ ଓ
- ବ୍ୟବହାରକାରୀ:Asfiwne/କୋଏନ୍ରାଡ୍ ଏଲଷ୍ଟ
ଆପଣଙ୍କ ଲିଖିତ ପ୍ରସଙ୍ଗଗୁଡ଼ିକୁ ଆପଣଙ୍କ ଇଉଜର ସ୍ପେସକୁ ଆଣିଲି । ଅନୁବାଦ ସଜାଡ଼ି ଉନ୍ନତ କଲାପରେ, ମୁଖ୍ୟ ସ୍ପେସକୁ ନେବା । କିଛି ସାହାଯ୍ୟ ଦରକାର ହେଲେ ଜଣାଇବେ । ଧନ୍ୟବାଦ । -- ଅଂଶୁମାନ ବାଡ଼େଇବେ! ୧୮:୧୩, ୮ ମଇ ୨୦୨୦ (IST)