ଉଇକିପିଡ଼ିଆ:ଭିଡିଓୱିକି/ଭାରତର ଜାତୀୟ ପତାକା

ଉଇକିପିଡ଼ିଆ‌ରୁ
ଭିଡିଓୱିକି/ଭାରତର ଜାତୀୟ ପତାକା (Tutorial)
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-ଭାରତର ଜାତୀୟ ପତାକା.webm
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ପୂର୍ବାନୁ‌ଭାସ[ସମ୍ପାଦନା]

ଭାରତର ଜାତୀୟ ପତାକା ସଂପୂର୍ଣ୍ଣ ଭାରତ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଏକ ପତାକା ଅଟେ । ଏହା ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ପିଙ୍ଗଳି ଭେଙ୍କୟାଙ୍କଦ୍ୱାରା ପ୍ରସ୍ତୁତ ହୋଇଥିଲା । ପତାକାଟି ଏକ ନିର୍ଦ୍ଧିଷ୍ଟ ଶୈଳୀରେ ନିର୍ମିତ, ଯାହାର ପ୍ରତିଟି ଅଂଶର ନିର୍ଦ୍ଧିଷ୍ଟ ଅର୍ଥ ରହିଛି ।

ପୂର୍ବ ଇତିହାସ[ସମ୍ପାଦନା]

ଭାରତୀୟ ସ୍ୱାଧୀନତା କ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ବହୁତ ପରିବର୍ତ୍ତନ ଦେଇ ଗତି କରିଥିଲା। ୧୮୫୭ ମସିହା ବିଦ୍ରୋହ ସମୟରେ ପ୍ରଥମେ ଜଣେ ଇଂରେଜ ଶାସକଙ୍କଦ୍ୱାରା ଭାରତର ଏକକୀୟ ପତାକା ନିର୍ମାଣର ପ୍ରସ୍ତାବ ଆସିଥିଲା। । ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୧୯୦୭ ମସିହା ଅଗଷ୍ଟ ୨୨ରେ ଉତ୍ତୋଳନ କରାଯାଇଥିଲା । ଏହାକୁ ସେତେବେଳେ ସପ୍ତର୍ଷି ପତାକା କୁହାଯାଉଥିଲା ।

ଇତିହାସ[ସମ୍ପାଦନା]

୧୯୧୭ରେ ୩ୟ ଥର ପାଇଁ ପତାକାର ପରିବର୍ତ୍ତନ ହୋଇଥିଲା । ୧୯୨୧ ମସିହାରେ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଜାତୀୟ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ର ପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ ।

ସ୍ୱାଧିନ ଭାରତର ଷ୍ଟାମ୍ପ[ସମ୍ପାଦନା]

୧୯୪୭ ମସିହା ନଭେମ୍ବର ୨୧ ତାରିଖରେ ଲୋକାର୍ପିତ ସ୍ୱାଧୀନ ଭାରତର ପ୍ରଥମ ଷ୍ଟାମ୍ପରୂପେ ଭାରତୀୟ ଜାତୀୟ ପତାକା ।

ଜାତୀୟ ପାତାକାର ରଙ୍ଗର ପୁର୍ବାନୁଭାସ[ସମ୍ପାଦନା]

୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା ।

200pxl
200pxl

ଜାତୀୟ ପାତାକାର ରଙ୍ଗ[ସମ୍ପାଦନା]

ଏହି ପତାକାର ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳେ ସବୁଜ ରହିଛି । ମଝିରେ ଥିବା ଧଳା ରଙ୍ଗ ଉପରେ ୨୪ ଅଖ ଥିବା ଅଶୋକ ଚକ୍ର ମଧ୍ୟ ରହିଛି । ପତାକାର ଉପରେ ଥିବା କେଶରୀ ରଙ୍ଗ ଦେଶବାସୀଙ୍କ ସାହସ ଓ ବୀରତ୍ୱକୁ ସୂଚାଇ ଥାଏ । ସେହିରି ମଝିରେ ଥିବା ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ ଏବଂ ନିମ୍ନରେ ଥିବା ଘନ ସବୁଜ ରଙ୍ଗ ଭ୍ରାତୃତ୍ୱର ପ୍ରତୀକ ବହନ କରେ ।

200pxl
200pxl

ଜାତୀୟ ପତାକାର ଆକାର[ସମ୍ପାଦନା]

ଭାରତର ଜାତୀୟ ପତାକାର ଆକାର ହେଉଛି ଲମ୍ବ ୬୩୦୦(ମିମି) ଓ ଚଉଡା୪୨୦୦(ମିମି)

pix200
pix200

ଜାତୀୟ ପତାକା ମଝିରେ ଥିବା ଅଶୋକ ଚକ୍ରର ତାତ୍ପର୍ଯ୍ୟ[ସମ୍ପାଦନା]

ଏହାର ମଝିରେ ଥିବା ଅଶୋକ ଚକ୍ର ଦେଶର ପ୍ରଗତିକୁ ସୂଚାଇ ଥାଏ । ପତାକାର ମଝିରେ ଶୋଭା ପାଉଥିବା ଅଶୋକ ଚକ୍ର ବା ଧର୍ମ ଚକ୍ର ଦେଶ ପ୍ରଗତିର ପ୍ରତୀକ । ମୌର୍ଯ୍ୟ ସମ୍ରାଟ ଅଶୋକ ସାରନାଥଠାରେ ଏକ ସିଂହ ସହ ଏହି ଚକ୍ରର ନିର୍ମାଣ କରିଥିଲେ ।

pix200
pix200

ଜାତୀୟ ପତାକା ଉଡ଼ାଇବା ବିଧି[ସମ୍ପାଦନା]

୨୬ ଜାନୁୟାରୀ ୨୦୦୨ରେ ଜାତୀୟ ପତାକା କୋଡରେ ସଂଶୋଧନ କରାଯାଇଥିଲା । ଜଣେ ନାଗରିକ ବା ଯେକୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଜାତୀୟ ପତାକା ଉଡ଼ାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନିୟମ ଅନୁକରଣ କରିବା ଉଚିତ୍‍:

pix200
pix200

ଜାତୀୟ ପତାକା ଉଡ଼ାଇବାର ପ୍ରଥମ ବିଧି[ସମ୍ପାଦନା]

  • ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଯେକୌଣସି ଦିନ ପତାକା ଉତ୍ତୋଳନ କରିପାରିବେ । ପତାକାର ଗରିମା ଯେପରି କ୍ଷୁଣ୍ଣ ନହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଜାତୀୟ ପତାକା ଉଡ଼ାଇବାର ଦ୍ୱିତୀୟ ବିଧି[ସମ୍ପାଦନା]

  • ପତାକାକୁ ଭୂମିରେ ଛୁଆଁଇବା କିମ୍ବା ପାଣିରେ ବୁଡ଼ାଇବା ବେଆଇନ । କୌଣସି ଗାଡି, ଟ୍ରେନ, ପାଣି ଜାହାଜ ଓ ଉଡ଼ାଜାହାଜରେ ଜାତୀୟ ପତାକା ଲଗାଇବା ଉଚିତ୍‍ ନୁହେଁ । ପତାକାଠାରୁ ଉଚ୍ଚରେ ଅନ୍ୟ କୌଣସି ଜିନିଷ ରଖିବା ବେଆଇନ ।

ଜାତୀୟ ପତାକା ନିର୍ମାଣ ବିଧି[ସମ୍ପାଦନା]

  • ଖଦି କିମ୍ବା ହସ୍ତତନ୍ତରେ ଜାତୀୟ ପତାକା ତିଆରି ହେବା ଆବଶ୍ୟକ । ଅନ୍ୟ କୌଣସି ସାମଗ୍ରୀରେ ପତାକା ପ୍ରସ୍ତୁତ କରିବା ବେଆଇନ । ଏଥିପାଇଁ ଜୋରିମାନା ସହ ୩ ବର୍ଷ ଜେଲ ହୋଇପାରେ ।
  • "National Flag". National Portal of India. Government of India. Archived from the original on 26 January 2010. Retrieved 8 February 2010.
  • "History of Indian Tricolour". National Portal of India. Government of India. Archived from the original on 9 August 2010. Retrieved 2010-08-15.
  • "Flag Code of India" (PDF). Ministry of Home Affairs (India). Archived from the original (PDF) on 19 ଅକ୍ଟୋବର 2017. Retrieved 26 ଜୁଲାଇ 2016. {{cite web}}: Unknown parameter |deadurl= ignored (|url-status= suggested) (help)