ପୂର୍ବେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
ପୂର୍ବେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା]]
Elevation18 m (59 ft)

ପୂର୍ବେଶ୍ୱର ଶିବ ମନ୍ଦିରଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର କଞ୍ଚାସାହିଠାରେ ଅବସ୍ଥିତ ଏକ ଶିବ ମନ୍ଦିର । ଏହା ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହେଇଥିଲା ଓ ବର୍ତ୍ତମାନ ମଧ୍ୟ ଏଠାରେ ପୂଜା ଅର୍ଚ୍ଚନା ହେଉଛି । ଏହି ମନ୍ଦିର ପୂର୍ବେଶ୍ୱର ମନ୍ଦିର ଉନ୍ନୟନ ଆସୋସିଏସନ ଅଧୀନରେ ପରିଚାଳିତ । 

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ବାମପାର୍ଶ୍ୱରେ ୩୦୦ ମିଟର ଦୂରରେ ଅବସ୍ଥିତ । ଏହି ମନ୍ଦିର ପଶ୍ଚିମ ଦିଗ ଆଡକୁ ମୁଖ କରି ରହିଛି । ଏହା ଲିଙ୍ଗରାଜ ମନ୍ଦିର ପୂର୍ବଦିଗରେ ରହିଥିବା ବେଳେ ଉତ୍ତରେଶ୍ୱର , ବରୁଣେଶ୍ୱର ଓ ପଶ୍ଚିମେଶ୍ୱର ମନ୍ଦିର ସମୂହ ଅନନ୍ୟ ତିନି ଦିଗରେ ରହିଛି । ଏଠାରେ ଶିବ ଲିଙ୍ଗ ୧.୦୭ ମିଟର ଭୂତଳ ଭିତରେ ଅବସ୍ଥିତ । ଏହା ଉତ୍କଳୀୟ କଳା କୃତି ଅନୁସାରେ ନିର୍ମିତ । ଏଠାରେ ଶିବରାତ୍ରି, ସଂକ୍ରାନ୍ତି ଓ ରୁଦ୍ରଭିଷେକ ଆଦି ପାଳିତ ହୁଏ । ମନ୍ଦିରର ଦୈର୍ଘ୍ୟ ୧୫ ମିଟର ଓ ପ୍ରସ୍ଥ ୭.୨ ମିଟର ଓ ଏହାର ବିମାନ ୬.୯୫ ବର୍ଗ ମିଟର ଓ ଜଗମୋହନ ୭.୨ ବର୍ଗ ମିଟର ସ୍ଥାନରେ ନିର୍ମିତ । ମନ୍ଦିରର ଚତୁପାର୍ଶ୍ୱରେ ପ୍ରାଚୀର ରହିଛି ।

ଆଧାର [ସମ୍ପାଦନା]

  • Book: Lesser Known Monuments of Bhubaneswar by Dr. Sadasiba Pradhan (ISBN 81-7375-164-1)
  • http://www.ignca.nic.in/asi_reports/orkhurda149.pdf