ରତ୍ନାକର ମହାନ୍ତି

ଉଇକିପିଡ଼ିଆ‌ରୁ
ରତ୍ନାକର ମହାନ୍ତି
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଯୁଗଳ କିଶୋର ପଟ୍ଟନାୟକ
ପର ଅଧିକାରୀଯୁଗଳ କିଶୋର ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଭଦ୍ରକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-02-01)୧ ଫେବୃଆରୀ ୧୯୨୨
ମୃତ୍ୟୁ୨୦ ଅକ୍ଟୋବର ୨୦୦୧(2001-10-20) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ବୃତ୍ତିରାଜନୀତିଜ୍ଞ

ରତ୍ନାକର ମହାନ୍ତି (୧ ଫେବୃଆରୀ ୧୯୨୨ - ୨୦ ଅକ୍ଟୋବର ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବରେ ସେ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]


ଜନ୍ମ[ସମ୍ପାଦନା]

ରତ୍ନାକର ମହାନ୍ତି ୧୯୨୨ ମସିହାର ଫେବୃଆରୀ ମାସ ୧ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ରତ୍ନାକର ମହାନ୍ତି ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭାବରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୩] ଏହି ନିର୍ବାଚନରେ ସେ ସମୁଦାୟ ୧୮,୬୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୩]

ଏହାପରେ ୧୯୮୦ ମସିହାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୦୦୭ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହି ପରାଜିତ ହୋଇଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରତ୍ନାକର ୨୦୦୧ ମସିହାର ଅକ୍ଟୋବର ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ୩ ଡିସେମ୍ବର ୨୦୦୧ରେ ତାଙ୍କୁ ବିଧାନ ସଭା ଗୃହରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Bhadrak Assembly Constituency Election Result - Legislative Assembly Constituency". resultuniversity.com. Retrieved 2019-05-04.
  2. ୨.୦ ୨.୧ ୨.୨ "MLA Ratnakar Mohanty Profile | BHADRAK Constituency". odishahelpline.com. Retrieved 2019-05-07.
  3. ୩.୦ ୩.୧ "MLA Ratnakar Mohanty Profile | BHADRAK Constituency". naveenpatnaik.com. Archived from the original on 2017-10-26. Retrieved 2019-05-07.