ଗ୍ଲାଇମପିରାଇଡ
Clinical data | |
---|---|
Trade names | Amaryl, other |
AHFS/Drugs.com | monograph |
MedlinePlus | a696016 |
data | |
Pregnancy category |
|
Routes of administration | By mouth (tablets) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 100% |
Protein binding | >99.5% |
Metabolism | Complete Liver (1st stage through CYP2C9) |
Elimination half-life | 5–8 hours |
Excretion | Urine (~60%), feces (~40%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.170.771 |
Chemical and physical data | |
Formula | C24H34N4O5S |
Molar mass | 490.617 g/mol |
3D model (JSmol) | |
Melting point | 207 °C (405 °F) |
| |
| |
(what is this?) (verify) |
ଗ୍ଲାଇମପିରାଇଡ (ଇଂରାଜୀ ଭାଷାରେ Glimepiride, ଏକ ବ୍ୟବସାୟୀକ ନାମ ଆମାରିଲ/Amaryl) ଏକ ଔଷଧ ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସାରେ ଦିଆଯାଏ । [୧][୨] ମେଟ୍ଫର୍ମିନ ଅପେକ୍ଷା ଏହା କମ୍ ପସନ୍ଦ କରାଯାଏ ।[୧] ଏହା ସହିତ ଉପଯୁକ୍ତ ଖାଦ୍ୟ ଓ ବ୍ୟାୟାମର ଉପଦେଶ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ । [୧] ଗ୍ଲାଇମପିରାଇଡର ସର୍ବୋଚ୍ଚ ପ୍ରଭାବ ପ୍ରାୟ ୩ ଘଣ୍ଟାରେ ଆସେ ଓ ଏକ ଦିନ ପର୍ଯ୍ୟନ୍ତ ରହେ । [୧]
ଗ୍ଲାଇମପିରାଇଡର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ଅଇ, ମୁଣ୍ଡ ଓଜନିଆ ଲାଗେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ କମ୍ ରକ୍ତ ଶର୍କରା (low blood sugar) ହୋଇଯାଏ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦିଆଯାଏ ନାହିଁ ।[୩] ଅଗ୍ନାଶୟରୁ (pancreas) ଇନସୁଲିନ (ଔଷଧ) କ୍ଷରଣ ପରିମାଣ ଏହା ବୃଦ୍ଧି କରାଏ ।[୧] ଏହା ଦ୍ୱିତୀୟ ପିଢ଼ିର ସଲଫୋନିଲୁରିଆ (sulfonylurea) ଔଷଧ । [୪]
ଗ୍ଲାଇମପିରାଇଡ ସନ ୧୯୭୯ରେ ପେଟେଣ୍ଟ ହେବା ପରେ ସନ ୧୯୯୫ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୨] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୭ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୨.୧୫ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୬] ସନ ୨୦୧୬ରେ ଏହାର ୧୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୬୧ ତମ ସ୍ଥାନରେ ଥଲା । [୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Glimepiride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
- ↑ ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 693. ISBN 9780857113382.
- ↑ "Glimepiride Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
- ↑ Davis SN (2004). "The role of glimepiride in the effective management of Type 2 diabetes". J. Diabetes Complicat. 18 (6): 367–76. doi:10.1016/j.jdiacomp.2004.07.001. PMID 15531188.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 449. ISBN 9783527607495.
- ↑ "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2019". clincalc.com. Retrieved 22 December 2018.