ସେରଗଡ଼, ବାଲେଶ୍ୱର
ଦେଖଣା
ସେରଗଡ଼ ଶେରଗଡ଼ | |
— ଗାଆଁ — | |
ଦିଗବାରେଣି | 21°26′11″N 86°50′37″E / 21.436378°N 86.84353°E |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଭାରତର ଜିଲାସବୁ | ବାଲେଶ୍ୱର ଜିଲା |
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ସେରଗଡ଼ ଓଡ଼ିଶାର ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଅନ୍ତର୍ଗତ ଖନ୍ତାପଡ଼ା ଥାନା ଅଧୀନରେ ଥିବା ଏକ ଗାଆଁ |
ଏହା ଜଗନ୍ନାଥ ସଡ଼କ ବା ଜାତୀୟ ରାଜପଥ ୫ ନିକଟରେ ଅବସ୍ଥିତ । ଏହା ବାଲେଶ୍ୱର ଓ ନୀଳଗିରିର ଏକ ସଂଯୋଗ ପଥ । ବାଲେଶ୍ୱରଠାରୁ ଏହାର ଦୂରତା ୧୧ କି.ମି. ଓ ନୀଳଗିରିଠାରୁ ୮ କି.ମି.
ବିଶେଷତ୍ୱ
[ସମ୍ପାଦନା]ସେରଗଡ଼ ବାଲେଶ୍ୱର ଜିଲାର ଏକ ବେପାର ବଣିଜର ମାଧ୍ୟମ ଭାବରେ କାମ କରିଥାଏ । ଯୋଗାଯୋଗର ସୁବିଧା ହେତୁ ଏହା ସୋର, ନୀଳଗିରି, ଉଦଳା ଆଦି ସହରକୁ ବାଲେଶ୍ୱର ସହିତ ଯୋଡ଼ିଥାଏ । ଏଠାରେ ପରିବହନର ଭଲ ସୁବିଧା ଥିବାରୁ ନାନାଦି କଳକାରଖାନା ଗଢ଼ିଉଠିଛି ।
ଶିକ୍ଷା
[ସମ୍ପାଦନା]ସ୍କୁଲ
[ସମ୍ପାଦନା]ଏହାର ଅନତି ଦୂରରେ ସାନ୍ତାଠାରେ ଗୋଟିଏ ଓ ବରୁଣସିଂଠାରେ ଗୋଟିଏ ହାଇସ୍କୁଲ ଅଛି । ତାହାଛଡ଼ା ସେରଗଡ଼ ପ୍ରାଥମିକ ଓ ମ.ଇ. ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିର ମଧ୍ୟ ଅଛି ।
କଲେଜ
[ସମ୍ପାଦନା]- ବରୁଣ ସିଂଠାରେ ଏକ କଲେଜ ଅଛି ।
- ବାଲେଶ୍ୱର କଲେଜ ଅଫ ଇଞ୍ଜିନିଅରିଙ୍ଗ ଆଣ୍ଡ ଟେକନୋଲୋଜି
ଅନ୍ୟାନ୍ୟ
[ସମ୍ପାଦନା]ଜୈବ ପ୍ରଯୁକ୍ତି
[ସମ୍ପାଦନା]- ଏସିଆନ ଇନ୍ଷ୍ଟିଚୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ହେଲ୍ଥ ଟେକନୋଲୋଜି Archived 2011-06-25 at the Wayback Machine., ସେରଗଡ଼
ଜନବିକାଶ, ସ୍ୱୟଂସେବକ ଗୋଷ୍ଠୀ
[ସମ୍ପାଦନା]- ନାରୀ ଓ ଶିଶୁ କଲ୍ୟାଣ ସମିତି, ସେରଗଡ଼
ବ୍ୟାଙ୍କ
[ସମ୍ପାଦନା]- ୟୁକୋ ବ୍ୟାଙ୍କ, ସେରଗଡ଼
- ଗ୍ରାମ୍ୟ ବ୍ୟାଙ୍କ
- କୋପରେଟିଭ ବ୍ୟାଙ୍କ
ଡାକ୍ତରଖାନା
[ସମ୍ପାଦନା]- ସେରଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର
ପର୍ଯ୍ୟଟନ
[ସମ୍ପାଦନା]ଏହି ଗାଆଁଠାରୁ ଅଳ୍ପ ଦୂରରେ ବାବା ଖଜୁରେଶ୍ୱର ମହାଦେବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାକଜମକରେ ଜାଗର ମେଳା ଅନୁଷ୍ଠିତ ହୋଇଥାଏ ।