ଗୟା ଅଶ୍ୱତ୍ଥ
ଦେଖଣା
ଗୟା ଅଶ୍ୱତ୍ଥ | |
---|---|
ଛୋଟ ଗୟା ଅଶ୍ୱତ୍ଥ ଗଛ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Sapindales |
କୁଳ: | Meliaceae |
ପ୍ରଜାତି: | Toona |
ଜାତି: | T. ciliata |
ବାଇନୋମିଆଲ ନାମ | |
Toona ciliata M. Roem.
| |
Synonyms | |
ଗୟା ଅଶ୍ୱତ୍ଥ ବା ଗୟା ଓସ୍ତ ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ପତ୍ର ଗୋସାଇଁଳି ପତ୍ର ପରି ଦିଶେ । ବହୁ ଶାଖା ପ୍ରଶାଖାଯୁକ୍ତ ଏହି ଗଛ ମୁଖ୍ୟତଃ ଗଡ଼ଜାତ ଅଞ୍ଚଳର ଜଙ୍ଗଲରେ ଦେଖିବାକୁ ମିଳିଥାଏ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | ଗୟା ଅଶ୍ୱତ୍ଥ, ଗୟା ଓସ୍ତ |
ସଂସ୍କୃତ | କ୍ଷୀରୀ, ଗଜପାଦପ, ନନ୍ଦୀବୃକ୍ଷ, ପ୍ରରୋହୀ, କ୍ଷୟତରୁ, ଅଶ୍ୱତ୍ଥ ଭେଦ, ସ୍ଥାଳି ବୃକ୍ଷ, ନନ୍ଦିକ, ତୁଳ, ତୁଣୀ, କୁବେରକ, କଚ୍ଛ, କାନ୍ତଳକ ଓ ଶିବପ୍ରିୟ |
ହିନ୍ଦୀ | ବେଲିଆ ପିପ୍ପଲ, बेलिया पिपल |
ତେଲୁଗୁ | ଗଙ୍ଗା ରାବି, ବଟିଚେଟ୍ଟୁ గఙ్గారాబి, బటిచేట్టు |
ବଙ୍ଗଳା | ଗୋପିପଲ୍ଲ, ଗୟା ପିପ୍ପଲ গোপিপল্ল, গয়া পিপল |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ମଧୁର କଷାୟ ମିଶ୍ରିତ ତିକ୍ତରସ, ଲଘୁ, ଶୀତବୀର୍ଯ୍ୟ, ଶୁକ୍ର ବର୍ଦ୍ଧକ, ପୁଷ୍ଟିକର, କଟୁ ବିପାକ, ମଳ ରୋଧକର ଓ ଗ୍ରାହୀ ଏବଂ ବ୍ରଣ, ମେହ, କୁଷ୍ଠ, ରକ୍ତଦୋଷ, କଫ, ପିତ୍ତ, ଦାହ, ଶିରପୀଡ଼ା ଓ ବାୟୁଦୋଷ ନିବାରକ ଅଟେ। ମାତ୍ରା ଦୁଇ ଅଣାରୁ ଆଠ ଅଣା
ବ୍ୟବହାର
[ସମ୍ପାଦନା]ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ।
ମଣିଷ ଚିକିତ୍ସା
[ସମ୍ପାଦନା]- ମେହ ଓ ପ୍ରମେହରେ ଏହାର କୋମଳ ପତ୍ରକୁ ମହୁ ସହିତ ବାଟି ସେବନ କରାଯାଏ।
- ବ୍ରଣ, ବିଚର୍ଚ୍ଚିକା, କଣ୍ଡୁ, ଦଦ୍ରୁ, ପ୍ରମେହ, ଉପଦଂଶ, ବାତରକ୍ତ ଓ କୁଷ୍ଠରୋଗ ଆଦିରେ ଏହାର ଛେଲିକୁ ଜଳରେ ସିଝାଇ କ୍ୱାଥ ପ୍ରସ୍ତୁତ କରି ସେହି କ୍ୱାଥ ସହିତ, କିମ୍ବା ଏହାର ଛେଲିକୁ ଛେଚି ଚିପୁଡି ମହୁ ବା ମିଶ୍ରିଗୁଣ୍ଡ ମିଶାଇ ସେବନ କରାଯାଏ।
- ଅତିସାର ଝାଡ଼ାରେ ଏହାର ଫଳକୁ ଜଳରେ ବାଟି ସେଥିରେ ଅଳ୍ପ ମିଶ୍ରିଗୁଣ୍ଡା ମିଶାଇ ସେବନ କରାଯାଏ।
- ମୁଣ୍ଡବ୍ୟଥାରେ ଏହାର ଫୁଲର ରସ ସହିତ ମିଶ୍ରି ଗୁଣ୍ଡ ମିଶାଇ ସେବନ କରାଯାଏ ଓ ପତ୍ରର ରସକୁ ମସ୍ତିସ୍କରେ ମର୍ଦ୍ଦନ କରାଯାଏ।
ପଶୁ ଚିକିତ୍ସା
[ସମ୍ପାଦନା]- ଅଗସ୍ତିପତ୍ର ସହିତ ଏହାର ଛେଲିକୁ ବାଟି ଗୋରୁମାନଙ୍କ ଦେହଲେ ଲେପିଲେ ସେମାନଙ୍କର ଚର୍ମରୋଗ ଦୂରହୁଏ।
- ଏହାର କୋମଳ ପତ୍ର ଗୋରୁଙ୍କୁ ଖୁଆଇଲେ ସେମାନେ ନୀରୋଗ ହୁଅନ୍ତି।
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ
- ପୂର୍ଣ୍ଣଚନ୍ଦ୍ର ଭାଷାକୋଷ – ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ।