ମାର୍ଚ୍ଚ ୨୯ରୁ ମାର୍ଚ୍ଚ ୩୧ ଯାଏ ଜର୍ମାନୀର ବର୍ଲିନଠାରେ ଉଇକିମିଡ଼ିଆ ସମିଟ ୨୦୧୯ ଅନୁଷ୍ଠିତ ହେବ । ଏଥିରେ ଉଇକିମିଡ଼ିଆ ମୁଭମେଣ୍ଟ ଷ୍ଟ୍ରାଟେଜି ବା ଆଗକୁ ଉଇକିମିଡ଼ିଆ ଚଳାଇବା ପାଇଁ ରଣନୀତି ତିଆରି ବାବଦରେ ଉଇକିମିଡ଼ିଆର ସହଯୋଗୀ ଅନୁଷ୍ଠାନସବୁ ଏକାଠି ମିଶି କାମକରିବେ । ଆମ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ମଧ୍ୟ ଏକ ସହଯୋଗୀ ଓ ଆମେ ଜଣେ ଉଇକିଆଳିଙ୍କୁ ଏହି ଗୁରୁତ୍ତ୍ୱପୂର୍ଣ୍ଣ ୩ ଦିନିଆ କାର୍ଯ୍ୟକ୍ରମରେ ଭାଗନେବାକୁ ମନୋନୀତ କରିପାରିବା । ତାଙ୍କ ଯିବା ଆସିବା ଓ ରହିବା ଖର୍ଚ୍ଚ ଆଦି ଏହାର ଆୟୋଜକମାନେ ଉଇକିମିଡ଼ିଆର ବାର୍ଷିକ ବଜେଟରୁ ଆସିଥିବା ଏକ ଅନୁଦାନରୁ ବହନ କରିବେ । ଏହା ପାଇଁ ଆବେଦନର ଶେଷ ତାରିଖ ଡିସେମ୍ବର ୧୭ ତାରିଖ ଯାଏ ଥିବାରୁ ଆମେ ଡିସେମ୍ବର ୫ ତାରିଖ ସୁଦ୍ଧା ମନୋନୟନ କାମ ଶେଷ କରିପାରିଲେ ଭଲ ହେବ । ଏଥି ପାଇଁ ଇଚ୍ଛୁକ ଉଇକିଆଳିମାନେ ନିଜେ ନିଜକୁ ମନୋନୟନ କରିପାରିବେ ବା ଜଣେ ଉଇକିଆଳି ଆଉ ଜଣେ ଉଇକିଆଳିଙ୍କୁ ବି ମନୋନୟନ କରିପାରିବ । ମୁଁ ତଳେ ପ୍ରୀତିରଞ୍ଜନ ତ୍ରିପାଠୀଙ୍କୁ ମନୋନୟନ କରୁଛି ଫଳରେ ବାକିମାନେ ସମାନ ଢାଞ୍ଚାରେ ଅନ୍ୟ ଉଇକିଆଳିଙ୍କୁ ମନୋନୟନ କରିପାରିବେ । ଏ ମନୋନୟନଟି ଉଭୟ ସତସତିକା ମନୋନୟନ ଓ ଉଦାହରଣ ।
ମନୋନୟନ କଲାବେଳେ ପ୍ରାର୍ଥୀଙ୍କ ଯୋଗଦାନ କେଉଁ କେଉଁ ବିଶେଷ କ୍ଷେତ୍ରରେ ଆମ ଉଇକିପିଡ଼ିଆ ପାଇଁ ଲାଭ ଦାୟକ ହେବ ତା' ଲେଖିପାରିଲେ ଭଲ ହେବ । କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ତାଙ୍କ ନାମ ତଳେ ବୁଲେଟ ପଏଣ୍ଟ କରି ନିଜ ମତ ଲେଖିପାରିବେ । ଏ ଲେଖାର ଡାହାଣ ପାଖରେ ଥିବା ତିନୋଟି ଡଟ ଉପରେ କର୍ସର ରଖିଲେ "Edit title"ରେ କ୍ଲିକ କରି ନୂଆ ପ୍ରାର୍ଥୀଙ୍କ ନାମ ତଳେ ଯୋଡ଼ିପାରିବେ ଓ ପୁରୁଣା ପ୍ରାର୍ଥୀଙ୍କ ବାବଦରେ ନିଜ ମତ ଦେଇପାରିବେ । ମତ ଦେଲା ପରେ ଏକ ଲୋକ ଭଳି ଦିଶୁଥିବା ଆଇକନରେ କ୍ଲିକ କରି ନିଜ ବ୍ୟବହାରକାରୀ ନାମ ବନ୍ଧନୀ ଭିତରେ ଲେଖିବେ । ମୁଁ ତଳେ ଯେମିତି ଲେଖିଛି ତାକୁ ଛାଞ୍ଚ ଭଳି ବ୍ୟବହାର କରିପାରିବେ ।
ପ୍ରୀତିରଞ୍ଜନ ତ୍ରିପାଠୀ (ବ୍ୟବହାରକାରୀ:Hellohappy)
- ସମର୍ଥନ: ବ୍ୟକ୍ତିତ୍ୱମାନଙ୍କ ଉପରେ ଥିବା ଲେଖାରେ ନେତୃତ୍ୱ ଓ ଆଗରୁ ଗଣସମ୍ପାଦନା ଓ ଉଇକିପିଡ଼ିଆ ଏଜୁକେସନ ପ୍ରୋଗ୍ରାମ ଆଦି ଉପରେ ଗୁରୁତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏସବୁକୁ ଭିତ୍ତି କରି ଏ କାର୍ଯ୍ୟକ୍ରମରେ ଭାଗନେଲେ ଏଥିରେ ବିଭିନ୍ନ ଆଲୋଚନାରେ ଭାଗନେଇ ଜ୍ଞାନ ଦିଆନିଆ ଆଉ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପରେ କଣ କଣ ଉନ୍ନତ କରାଯାଇପାରିବ ସେ ବାବଦରେ ପରାମର୍ଶ ଦେଇପାରିବେ । (@Psubhashish)
- ସମର୍ଥନ: ପ୍ରୀତି ଭାଇଙ୍କୁ ମୁଁ ଯେବେଠାରୁ ଜାଣିଛି, ସେ ପ୍ରାୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ (ଓଡ଼ିଆ ଉଇକିପିଡ଼ିଆରେ ଆବଶ୍ୟକ ହେଉଥିବା ପ୍ରସଙ୍ଗ) ଉପରେ ଲେଖାଲେଖି କରନ୍ତି ଏବଂ ଅଧାର ନଥିବା ପ୍ରସଙ୍ଗ କିମ୍ବା ଉଇକିପିଡ଼ିଆର ନୀୟମକୁ ଧ୍ୟାନରେ ରଖି ଅଲଗା ପ୍ରସଙ୍ଗକୁ ମଧ୍ୟ ଠିକ୍ଠାକ୍ କରନ୍ତି । ତେଣୁ ଏଥର ସମିଟ୍ରେ ସେ ଯୋଗଦେଲେ ଓଡ଼ିଆ ଉଇକିପିଡ଼ିଆକୁ ଲାଭ ହେବ ବୋଲି ମୋତେ ବି ଲାଗୁଛି ।-ଗପୁ (ମୋ ଆଲୋଚନା) ୧୭:୩୪, ୧୯ ନଭେମ୍ବର ୨୦୧୮ (IST)
- ସମର୍ଥନ: ପ୍ରୀତି ଭାଇ ସ୍ୱୟଂ ଅତିଉନ୍ନତ୍ତ ସମ୍ପାଦନା କରିବା ସହ ଅନବରତ ଅନ୍ୟମାନଙ୍କୁ ସଠିକ ପରାମର୍ଶ ମଧ୍ୟ ଦେଇ ଆସୁଛନ୍ତି । ତାଙ୍କର ପୂର୍ବ ଅନୁଭବ ଏବଂ କାର୍ଯ୍ୟଶୈଳୀ ଯୋଗୁଁ ହେବାକୁ ଯାଉଥିବା ସମ୍ମିଳନୀରେ ନିଜେ ଅନେକ ନୂତନ କାର୍ଯ୍ୟ ପ୍ରଣାଳୀ ଶିଖିବା ସହ, ପରେ ଆସି ଆମମାନଙ୍କୁ ଧୈର୍ଯ୍ୟର ସହ ଶିଖାଇ ମଧ୍ୟ ପାରିବେ, ଯାହାଦ୍ୱାରା ଓଡ଼ିଆ ଉଇକିର ଉନ୍ନତି ସୁନିଶ୍ଚିତ । (@Soumendrak)
- ସମର୍ଥନ: ୧. ମୃତ୍ୟୁଞ୍ଜୟ କର ୨. ପ୍ରୀତିରଞ୍ଜନ ତ୍ରିପାଠୀ ୩. ହରିହର ଶତପଥୀ ସାର ୪. ସୁବାସ ଚନ୍ଦ୍ର ରାଉତ ସାର । ଏହି ମାନଙ୍କ ଭିତରୁ ଯିଏ ବି ଇଚ୍ଛୁକ ଗଲେ ଭଲ ହେବ ଯେହେତୁ ଏମାନଙ୍କ ଅନୁଭବ ଓ ଦକ୍ଷତା ଉଇକିପିଡ଼ିଆରେ ଅଧିକ ଏବଂ ଉଚ୍ଚକୋଟୀର । ଏହାଛଡ଼ା gender gap କୁ ଆଖି ଆଗରେ ରଖି ଗୋଟିଏ ଝିଅକୁ ମଧ୍ୟ ଯିବାକୁ ସୁଯୋଗ ଦିଆଗଲେ ଭଲ ହେବ । (@Pmsarangi)
- ଝିଅ ମାତ୍ର ୩-୪ ଜଣ ସକ୍ରିୟ । ତା ଭିତରୁ ଯିଏ ଗଲେ ବି ଭଲ । ଯଦି କାମ ଦେଖି ମନୋନୀତ କରାଯାଏ, ତା' ହେଲେ ଯିଏ ଅଧିକ ସକ୍ରିୟ, ଯାହାର କାମ ଅଧିକ ଉପଯୋଗୀ ଓଡ଼ିଆ ଉଇକିକୁ ଆଗକୁ ବଢ଼ାଇବାରେ ଏବଂ ଯିଏ ନିଜର ସମୟ ଦେଇପାରୁଛି ତାକୁ ପଠାଇବା ଉଚିତ । (@Pmsarangi)
- ସମର୍ଥନ:ପ୍ରୀତିରଞ୍ଜନ ଓହରିଗଲେ କରବାବୁଙ୍କୁ ମୋର ସମର୍ଥନ । ଉଭୟେ ଯୋଗ୍ୟ । ବ୍ୟବହାରକାରୀ:Hpsatapathy
ମୃତ୍ୟୁଞ୍ଜୟ କର (ବ୍ୟବହାରକାରୀ:MKar)
- ସମର୍ଥନ: ପ୍ରୀତି ଭାଇ ଓହରିଯିବାପରେ ଏବଂ ପ୍ରାୟ ଅଧିକାଂଶ ସଦସ୍ୟ ମୃତ୍ୟୁଞ୍ଜୟ ଭାଇଙ୍କୁ ମନୋନୀତ କରୁଥିବାରୁ ତାଙ୍କର ନାମ ଏଠାରେ ଦିଆହେଲା । ମୃତ୍ୟୁଞ୍ଜୟ ଭାଇ ନୂତନ ସଦସ୍ୟଗଣଙ୍କୁ ବହୁ ସାହାର୍ଯ୍ୟ କରନ୍ତି ଏବଂ ସେ ମଧ୍ୟ ବ୍ୟକ୍ତିଗତ ଭାବେ ମୋତେ ଅନେକ ଥର ସହାୟତା ପ୍ରଦାନ କରିଛନ୍ତି । ତାଙ୍କର ଉଇକିପିଡ଼ିଆ ପ୍ରତି ଆଗ୍ରହ, ଉଚ୍ଚାକାଂକ୍ଷା ଏବଂ ଅଭିଳାଷ ପ୍ରଶଂସନୀୟ । (@Soumendrak)