ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ

ଉଇକିପିଡ଼ିଆ‌ରୁ
ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ
ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ, ଆକ୍ୟୁଟ ଲିମ୍ଫୋଏଡ ଲିଉକେମିଆ
ଗୋଟିଏ ମଣିଷର ପ୍ରିକର୍ସର ବି-ସେଲ ଏଏଲଏଲର ଅସ୍ଥି ମଜ୍ଜା ଆସ୍ପିରେଟ ସ୍ମିୟର । ଦେଖାଯାଉଥିବା ବଡ଼ ବାଇଗେଣି କୋଷଗୁଡ଼ିକ ହେଉଛି ଲିମ୍ଫୋବ୍ଲାଷ୍ଟ ।
ବିଭାଗରକ୍ତ ରୋଗ ବିଜ୍ଞାନ hematology, କର୍କଟ ରୋଗ ବିଜ୍ଞାନ oncology
ଲକ୍ଷଣଏହାର ଲକ୍ଷଣଗୁଡିକ ହେଲା, ଥକା ଲାଗିବା, ମଳିନ ଚର୍ମ ରଙ୍ଗ, ଜ୍ୱର ହେବା, ସହଜରେ ରକ୍ତ ବାହାରିବା କିମ୍ବା ଖଣ୍ଡିଆ ହେଇଯିବା, ଲିମ୍ଫ ନୋଡର ଆକାର ବୃଦ୍ଧି ଘଟିବା କିମ୍ବା ହାଡ଼ରେ କଷ୍ଟହେବା [୧]
ଆକ୍ରାନ୍ତ ସମୟ୨-୫ ବର୍ଷ
କାରଣସାଧାରଣତଃ ଅଜଣା [୨]
ବିପଦ କାରକଯାଆଁଳା ଶିଶୁର ଏଏଲଏଲ, ଫ୍ୟାନକୋନି ଅନିମିଆ (Fanconi anemia), ଅଟାକ୍ସିଆ ଟେଲାଞ୍ଜିଏକ୍ଟାସିଆ (ataxia telangiectasia), କ୍ଲାଇନଫେଲ୍ଟର ସିଣ୍ଡ୍ରୋମ, ଅଧିକ ନବଜାତ ଶିଶୁ ଓଜନ (high birth weight), ଅଧିକ ବିକିରଣ ଏକ୍ସପୋଜର (radiation), ଡାଉନ ସିଣ୍ଡ୍ରୋମ, ଲି-ଫ୍ରମେନି ସିଣ୍ଡ୍ରୋମ (Li-Fraumeni syndrome), ବା ନିଉରୋଫାଇବ୍ରୋମାଟୋସିସ ଟାଇପ ୧ [୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିରକ୍ତ ପରୀକ୍ଷା (blood tests) ଓ ଅସ୍ଥି ମଜ୍ଜା ପରୀକ୍ଷା (bone marrow examination)
ସଠିକ ରୋଗ ନିର୍ଣ୍ଣୟଇନଫେକ୍‌ସସ୍ ମୋନୋନ୍ୟୁକ୍ଲିଓସିସ, ଆକ୍ୟୁଟ ମାୟେଲଏଡ ଲିଉକେମିଆ, ଲିମ୍ଫୋବ୍ଲାସ୍ଟିକ ଲିମ୍ଫୋମା (lymphoblastic lymphoma), ଆପ୍ଲାଷ୍ଟିକ ଆନିମିଆ (aplastic anemia)
ଔଷଧମାନ‌କ ଚିକିତ୍ସାରେ ଉପଶମ ନହେଲେ
ଚିକିତ୍ସାକେମୋଥେରାପି (chemotherapy), ବିକିରଣ ଥେରାପି (radiation therapy), ହେମାଟୋପଏଟିକ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (Stem cell transplantation) ଓ ଟାର୍ଗେଟେଡ ଥେରାପି (targeted therapy)[୧]
Prognosisଶିଶୁ: ୯୦% ପାଞ୍ଚ ବର୍ଷ ବଞ୍ଚିବା ସୁଯୋଗ[୩]
ବୟସ୍କ: ୩୫% ପାଞ୍ଚ ବର୍ଷ ବଞ୍ଚିବା ସୁଯୋଗ [୪]
ପୁନଃପୌନିକ୧,୭୫୦ ଶିଶୁ ମଧ୍ୟରୁ ଜଣେ [୫]
ମୃତ୍ୟୁ ସାନ୍ଦ୍ରତା୧,୧୧,୦୦୦ (୨୦୧୫)

ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ ବା ଏଏଲଏଲ ରକ୍ତର ଲିମ୍ଫୋଏଡ଼ ଲାଇନର (lymphoid line) ଏକ କର୍କଟ ରୋଗର ନାମ ଯେଉଁଥିରେ ବହୁତ ଗୁଡ଼ିଏ ଲିମ୍ଫୋବ୍ଲାସ୍ଟ (immature lymphocytes) ବା ଅବିକଶିତ ଲିମ୍ଫୋସାଇଟ ପ୍ରସ୍ତୁତ ହୋଇଥାଏ ।[୧] ଏହି ରୋଗରେ ଥକା ଲାଗିବା, ମଳିନ ଚର୍ମ ରଙ୍ଗ, ଜ୍ୱର ହେବା, ସହଜରେ ରକ୍ତ ବାହାରିବା କିମ୍ବା ଖଣ୍ଡିଆ ହେଇଯିବା, ବର୍ଦ୍ଧିତ ଲିମ୍ଫ ନୋଡ (enlarged lymph nodes) କିମ୍ବା ହାଡ଼ରେ କଷ୍ଟ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ ।.[୧] ଏହା ଏକ ଆକ୍ୟୁଟ ଲିଉକେମିଆ ହୋଇଥିବାରୁ ରୋଗୀର ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ହୋଇଥାଏ ଏବଂ ଚିକିତ୍ସା ନପାଇଲେ କିଛି ସପ୍ତାହ ବା ମାସ ମଧ୍ୟରେ ଏହା ପ୍ରାଣଘାତକ ମଧ୍ୟ ହୋଇପାରେ ।[୬]

ଅଧିକାଂଶ ରୋଗରେ କାରଣ ଅଜ୍ଞାତ ଥାଏ ।[୩] ଡାଉନ ସିଣ୍ଡ୍ରୋମ, ଲି-ଫ୍ରମେନି ସିଣ୍ଡ୍ରୋମ Li-Fraumeni syndrome, ବା ନିଉରୋଫାଇବ୍ରୋମାଟୋସିସ ଟାଇପ ୧ ରୋଗ ଗୁଡ଼ିକ ଥିଲେ ଏହି ରୋଗ ସଙ୍କତ ରହେ ।[୧] ଉଲ୍ଲେଖନୀୟ ରାଡିଏସନ ସଂସ୍ପର୍ଶ (radiation exposure) ବା ପୂର୍ବରୁ କେମୋଥେରାପି (chemotherapy) ପାଉଥିଲେ ପରିବେଶ ଯୋଗୁ ସଙ୍କତ ରହେ ।[୧] ଇଲେକ୍ଟ୍ରୋମାଗନେଟିକ ଫିଲ୍ଡ (electromagnetic field) ବା କୀଟ ନାଶକ (pesticide) ପ୍ରଭାବ ଥିବା ସ୍ପଷ୍ଟ ହୋଇନାହିଁ ।[୭][୮] କେତେକ ହାଇପୋଥେସିସ ମତରେ ସାଧାରଣ ସଂକ୍ରମଣ (infection) ବିରୁଦ୍ଧରେ ଏକ ଅସାଧାରଣ ଇମ୍ମ୍ୟୁନ ପ୍ରତିକ୍ରିୟା ସୃଷ୍ଟି ହେବା ଫଳରେ ଏହା ହୋଇପାରେ ।[୭] ଜେନେଟିକ ମ୍ୟୁଟେସନ (genetic mutations) ଯୋଗୁ ଦୃତ କୋଷ ବିଘଟନ (cell division) ହେବା ଫଳରେ ଏ ରୋଗ ହୁଏ ।[୩] ଅସ୍ଥି ମଜ୍ଜାରେ (bone marrow) (bone marrow) ଅତ୍ୟଧିକ ଅବିକଶିତ ଲିମ୍ଫୋସାଇଟ ଥିବା ଯୋଗୁ ନୂଆ ଲୋହିତ ରକ୍ତ କଣିକା (red blood cell), ଶ୍ୱେତ ରକ୍ତ କଣିକା (white blood cell) ଓ ପ୍ଲାଟେଲେଟ (platelet) ତିଆରିରେ ବାଧା ଉପୁଜେ । [୧] ରକ୍ତ ପରୀକ୍ଷା (blood tests) ଓ ଅସ୍ଥି ମଜ୍ଜା ପରୀକ୍ଷା (bone marrow examination) କରି ରୋଗ ନିର୍ଣ୍ଣୟ କରାଯାଏ ।[୯]

ଚିକିତ୍ସା ଆରମ୍ଭରେ ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆର ଉପଶମ (remission) ନିମନ୍ତେ କେମୋଥେରାପି (chemotherapy) ଦିଆଯାଏ ।[୩] ଏହା ପରେ ମଧ୍ୟ ଅନେକ ବର୍ଷ ଧରି କେମୋଥେରାପି ଦିଆଯାଏ ।[୩] ମସ୍ତିଷ୍କ‌କୁ ବ୍ୟାପିଥିଲେ ଇଣ୍ଟ୍ରାଥେକାଲ କେମୋଥେରାପି (intrathecal chemotherapy) ବା ରାଡିଏସନ ଥେରାପି (radiation therapy) ଦିଆଯାଏ ।[୩] ମାନ‌କ ଚିକିତ୍ସାରେ ଉପଶମ ନହେଲେ ହେମାଟୋପଏଟିକ ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ]] (Stem cell transplantation) କରାଯାଏ । [୩] ଇମ୍ମ୍ୟୁନୋଥେରାପିର (immunotherapy) ପ୍ରଭାବ ଉପରେ ଅନୁଶୀଳନ ଚାଲିଛି । [୩]

ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ ରୋଗରେ ସନ ୨୦୧୫ରେ ପ୍ରାୟ ୮୭୬,୦୦୦ ଲୋକ ଆକ୍ରାନ୍ତ ହୋଇ ୧୧୧,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[୧୦][୧୧] ସାଧାରଣତଃ ୨ରୁ ୫ ବର୍ଷ ବୟସର ପିଲାଙ୍କୁ ଏହି ରୋଗ ହୁଏ । [୧୨][୭] ଯୁକ୍ତରାଷ୍ଟ୍ର ଆମେରିକାରେ ସମସ୍ତ ପିଲାମାନଙ୍କର କର୍କଟ ରୋଗ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟରେ ଏହା ସର୍ବାଧିକ ସାଧାରଣ ରୋଗ । [୩] ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ ରୋଗ ପ୍ରଥମ ଡିସସେମିନେଟେଡ କର୍କଟ (disseminated cancer) ଭାବରେ ଚିକିତ୍ସା ଫଳରେ ଆରୋଗ୍ୟ ହେବାର ଗୌରନ ଅର୍ଜନ କରିଛି ।[୧୩] ରୋଗମୁକ୍ତ ହେବା ହାର ସନ ୧୯୬୦ରେ ୧୦% ଥିବାବେଳେ ସନ ୨୦୧୫ରେ ୯୦% ହୋଇପାରିଛି ।[୩] ଛୋଟ ଶିଶୁଙ୍କ ବଞ୍ଚିବା ହାର ୫୦% ଥିବା ବେଳେ[୧୪] ଯୁବକମାନଙ୍କର ୩୫% ହୋଇଛି ।[୪]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Childhood Acute Lymphoblastic Leukemia Treatment". National Cancer Institute (in ଇଂରାଜୀ). 8 December 2017. Retrieved 20 December 2017.
  2. ୨.୦ ୨.୧ Baljevic, Muhamed; Jabbour, Elias; O'Brien, Susan; Kantarjian, Hagop M (2016). "Acute Lymphoblastic Leukemia". In Kantarjian, HM; Wolff, RA (eds.). The MD Anderson Manual of Medical Oncology (3 ed.). New York: McGraw-Hill Education. Retrieved 22 November 2017.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Hunger, Stephen P.; Mullighan, Charles G. (2015-10-14). "Acute Lymphoblastic Leukemia in Children". New England Journal of Medicine (in ଇଂରାଜୀ). 373 (16): 1541–1552. doi:10.1056/nejmra1400972. PMID 26465987.
  4. ୪.୦ ୪.୧ Paul, Shilpa; Kantarjian, Hagop; Jabbour, Elias J. (2016). "Adult Acute Lymphoblastic Leukemia". Mayo Clinic Proceedings. 91 (11): 1645–1666. doi:10.1016/j.mayocp.2016.09.010.
  5. Boer, JM; den Boer, ML (11 July 2017). "BCR-ABL1-like acute lymphoblastic leukaemia: From bench to bedside". European Journal of Cancer. 82: 203–218. doi:10.1016/j.ejca.2017.06.012. PMID 28709134.
  6. Marino, Bradley S.; Fine, Katie S. (2013). Blueprints Pediatrics (in ଇଂରାଜୀ). Lippincott Williams & Wilkins. p. 205. ISBN 9781451116045.
  7. ୭.୦ ୭.୧ ୭.୨ Inaba H, Greaves M, Mullighan CG (June 2013). "Acute lymphoblastic leukaemia". Lancet. 381 (9881): 1943–55. doi:10.1016/S0140-6736(12)62187-4. PMC 3816716. PMID 23523389.
  8. Childhood acute lymphoblastic leukemia. Vora, Ajay (editor). Cham, Switzerland: Springer International Publishing. 2017. pp. 1–44, 61–86. ISBN 9783319397078. OCLC 984342596.{{cite book}}: CS1 maint: others (link)
  9. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 743. ISBN 9780323529570.
  10. GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  11. GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  12. "Acute Lymphocytic Leukemia - Cancer Stat Facts". SEER (in ଇଂରାଜୀ). Retrieved 20 December 2017.
  13. Tubergen, DG; Bleyer, A; Ritchey, AK (2011). "Acute Lymphoblastic Leukemia". In Kliegman, RM; Stanton, BMD; St Geme, J; Schor, NF; Behrman, RE (eds.). Nelson Textbook of Pediatrics (19th ed.). Philadelphia, PA: Elsevier/Saunders. pp. 1732–1737. ISBN 1437707556. OCLC 706780860.
  14. Brown, Patrick (2013-12-06). "Treatment of infant leukemias: challenge and promise". ASH Education Program Book (in ଇଂରାଜୀ). 2013 (1): 596–600. doi:10.1182/asheducation-2013.1.596. ISSN 1520-4391. PMC 4729208. PMID 24319237.