ଆସ୍ପାରାଜିନେଜ
Clinical data | |
---|---|
Trade names | Elspar, others |
Synonyms | crisantaspase, colaspase |
AHFS/Drugs.com | monograph |
MedlinePlus | a682046 |
data |
|
Pregnancy category | |
Routes of administration | IM or IV |
ATC code | |
Legal status | |
Legal status | |
Pharmacokinetic data | |
Elimination half-life | 39-49 hours (IM), 8-30 hours (IV) |
Identifiers | |
| |
CAS Number | |
IUPHAR/BPS | |
DrugBank | |
ChemSpider |
|
UNII | |
KEGG | |
ECHA InfoCard | 100.029.774 |
Chemical and physical data | |
Formula | C1377H2208N382O442S17 |
Molar mass | 31731.9 g/mol |
(what is this?) (verify) |
ଆସ୍ପାରାଜିନେଜ (ଇଂରାଜୀ ଭାଷାରେ Asparaginase, ଅନ୍ୟ ନାମ କ୍ରିସାଣ୍ଟାସ୍ପେସ) ଏକ ଇଞ୍ଜାଇମ (enzyme) ଯାହା ଔଷଧ ଭାବରେ ଓ ଖାଦ୍ୟ ଉତ୍ପାଦନରେ (food manufacturing) ବ୍ୟବହାର ହୁଏ ।[୧][୨] ଔଷଧ ଭାବରେ ଏହା ଆକ୍ୟୁଟ ଲିମ୍ଫୋବ୍ଲାସ୍ଟିକ ଲିଉକେମିଆ (acute lymphoblastic leukemia ବା ALL), ଆକ୍ୟୁଟ ମାୟେଲଏଡ ଲିଉକେମିଆ (acute myeloid leukemia ବା AML) ଓ ନନ୍-ହଜକିନ୍ସ ଲିମ୍ଫୋମା ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ ।[୧] ଏହା ମାଂସପେଶୀରେ (muscle), ଚର୍ମ ତଳେ (under the skin) ଓ ଶିରାଭ୍ୟନ୍ତର (injection into a vein) ଇଞ୍ଜେକସନ ଆକାରରେ ଦିଆଯାଏ ।[୧] ଏକ ପେଜିଲେଟେଡ pegylated ସଂସ୍କରଣ ମଧ୍ୟ ମିଳେ ।[୩] ଖାଦ୍ୟ ଉତ୍ପାଦନରେ ଏହା ଆକ୍ରିଲାମାଇଡ (acrylamide) କମେଇବା ନିମନ୍ତେ ଦିଆଯାଏ ।[୨]
ଆସ୍ପାରାଜିନେଜର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା (allergic reactions), ଅଗ୍ନାଶୟ ପ୍ରଦାହ, ରକ୍ତ ଜମାଟ ସମସ୍ୟା, ଉଚ୍ଚ ରକ୍ତ ଶର୍କରା, ବୃକ୍କ ସମସ୍ୟା (kidney problems) ଓ ଯକୃତ ସମସ୍ୟା (liver dysfunction) ହୋଇପାରେ ।[୧] ଗର୍ଭାବସ୍ଥାରେ ଶିଶୁର କ୍ଷତି ହୋଇପାରେ ।[୪] ଖାଦ୍ୟ ଭାବରେ ଏହା ସାଧାରଣତଃ ନିରାପଦ (generally recognized as safe) ଜଣାଯାଏ ।[୨] କର୍କଟ ଜୀବକୋଷ ପ୍ରସ୍ତୁତ କରୁଥିବା ଡିଏନଏର (DNA) ଉପାଦାନ ଆସ୍ପାରାଜିନ ନାମକ ଆମିନୋ ଏସିଡକୁ (amino acid) ଆସ୍ପାରାଜିନେଜ (asparagine) ନଷ୍ଟ କରିଦିଏ ଓ ଏହାଦ୍ୱାରା କାର୍ଯ୍ୟକ୍ଷମ ହୁଏ ।[୧]
ସନ ୧୯୭୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଆସ୍ପାରାଜିନେଜ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୦,୦୦୦ ଆଇୟୁ ଭାଏଲର ହୋଲସେଲ ମୂଲ୍ୟ ପ୍ରାୟ ୪୨.୦୦ ଆମେରିକୀୟ ଡଲାର ।[୬] ଏହି ପରିମାଣ ଔଷଧର ମୂଲ୍ୟ ଇଂଲଣ୍ଡରେ ପ୍ରାୟ ୬୧୩.୦୦ ପାଉଣ୍ଡ ।[୭] ଏହା ପ୍ରାୟ ଏସେରିକିଆ କୋଲାଇ (Escherichia coli) ଓ ଏରଉଇନିଆ କ୍ରାଇସାନ୍ଥେମାଇ (Erwinia chrysanthemi) ଜୀବାଣୁମାନଙ୍କରୁ ପ୍ରସ୍ତୁତ କରାଯାଏ ।[୩][୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Asparaginase". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ ୨.୨ Gökmen, Vural (2015). Acrylamide in Food: Analysis, Content and Potential Health Effects (in ଇଂରାଜୀ). Academic Press. p. 415. ISBN 9780128028759.
- ↑ ୩.୦ ୩.୧ ୩.୨ Kim, Kyu-Won; Roh, Jae Kyung; Wee, Hee-Jun; Kim, Chan (2016). Cancer Drug Discovery: Science and History (in ଇଂରାଜୀ). Springer. p. 147. ISBN 9789402408447.
- ↑ "Asparaginase escherichia coli (Elspar) Use During Pregnancy". www.drugs.com. Retrieved 20 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Asparaginase". International Drug Price Indicator Guide. Archived from the original on 27 March 2017. Retrieved 8 December 2016.
- ↑ British national formulary : BNF 69 (69 ed.). British Medical Association. 2015. p. 600. ISBN 9780857111562.
- ↑ Farmer, Peter B.; Walker, John M. (2012). The Molecular Basis of Cancer (in ଇଂରାଜୀ). Springer Science & Business Media. p. 279. ISBN 9781468473131.