ସେରେବ୍ରୋସ୍ପାଇନାଲ ଫ୍ଲୁଇଡ

ଉଇକିପିଡ଼ିଆ‌ରୁ
ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (Cerebrospinal fluid)
ମସ୍ତିଷ୍କ ଓ ମେରୁଦଣ୍ଡ ଚାରିପାଖରେ ଥିବା ସବଆରାକନଏଡ ସ୍ପେସରେ ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ସଞ୍ଚାଳିତ ହୁଏ ।
ଭେଣ୍ଟ୍ରିକୁଲାର ସିସ୍ଟମରେ (ventricular system ସିଏସଏଫ ଥିବା ଛବି ।
ଲାଟିନ ଭାଷାରେ ଲାଟିନ ଭାଷାରେ ଲିକର ସେରେବ୍ରୋସ୍ପାଇନାଲିସ (liquor cerebrospinalis)

ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ବା ସିଏସଏଫ (ଇଂରାଜୀ ଭାଷାରେ Cerebrospinal fluid or CSF) ଏକ ପରିଷ୍କାର, ବର୍ଣ୍ଣହୀନ ଓ ରଙ୍ଗ‌ହୀନ ଶାରୀରିକ ତରଳ ପଦାର୍ଥ ଯାହା ମସ୍ତିଷ୍କ (brain) ଓ ମେରୁଦଣ୍ଡରେ (spinal cord) ଥାଏ । ମସ୍ତିଷ୍କର ଭେଣ୍ଟ୍ରିକ୍ଲ (ventricles) ମଧ୍ୟରେ ଥିବା କରଏଡ ପ୍ଲେକସସ (choroid plexus) ମଧ୍ୟରେ ଥିବା ଏପେଣ୍ଡାଇମାଲ ଜୀବକୋଷମାନଙ୍କରେ ଏହି ସେରେବ୍ରୋସ୍ପାଇନାଲ ଫ୍ଲୁଇଡ ପ୍ରସ୍ତୁତ ହୁଏ ଓ ଆରାକନଏ ଗ୍ରାନ୍ୟୁଲ (arachnoid granulation) ତାହାକୁ ଅବଶୋଷଣ କରେ । ପ୍ରତ୍ୟେକ ଦିନ ପ୍ରାୟ ୫୦୦ ମିଲି ସିଏସଏଫ ପ୍ରସ୍ତୁତ ହୁଏ । ମସ୍ତିଷ୍କ ନିମନ୍ତେ ଏହା ଏକ କୁସନ ଓ ବଫର ଭଳି କାମ କରେ ଓ ଖପୁରୀ (skull) ଭିତରେ ମେକାନିକାଲ ଓ ଇମ୍ମ୍ୟୁନୋଲୋଜିକାଲ (immunological) ସୁରକ୍ଷା ଦିଏ । ମସ୍ତିଷ୍କ ରକ୍ତ ସଞ୍ଚାଳନ‌କୁ (cerebral blood flow) ଏହା ସ୍ୱଂୟଚାଳିତ ନିୟନ୍ତ୍ରଣ (cerebral autoregulation) କରେ ।

ମସ୍ତିଷ୍କ ଭିତରେ ଓ ଚାରିପାଖରେ ଥିବା ପାୟା ମ୍ୟାଟର ଓ ଆରାକନଏଡ ମ୍ୟାଟର ମଧ୍ୟରେ ଥିବା ସବଆରାକନଏଡ ସ୍ପେସ ଭିତରେ ଏହି ସିଏସଏଫ ଥାଏ । ଭେଣ୍ଟ୍ରିକ୍ଲ (ventricles), ସବଆରାକନଏଡ ସିସ୍ଟର୍ନ (cisterns), ସଲସାଇ (sulci) ଓ ସେଣ୍ଟ୍ରାଲ କେନାଲ (central canal) ଭିତରେ ଏହା ଭର୍ତ୍ତି ହୋଇଥାଏ । ପେରିଲିମ୍ଫାଟିକ ଡକ୍ଟ ମାଧ୍ୟମରେ ଅନ୍ତ କର୍ଣ୍ଣର ବୋନି ଲାବିରିନ୍ଥ ଓ ସବଆରାକନଏଡ ସ୍ପେସ ସଂଯୁକ୍ତ ହୋଇଥାଏ ଯେଉଁଠାରେ ସିଏସଏଫ ଏହା ମଧ୍ୟରେ ଅବିଚ୍ଛିନ୍ନ ଭାବରେ ପ୍ରବାହିତ ହେଉଥାଏ ।

ଲମ୍ବର ପଙ୍କଚର (lumbar puncture) କରି ସିଏସଏଫ ନମୁନା ନିଆଯାଇପାରେ । ଏହାଦ୍ୱାରା ଇଣ୍ଟ୍ରାକ୍ରାନିଅଲ ପ୍ରେସର ବା ଖପୁରୀ ମଧ୍ୟସ୍ଥ ଚାପ ମ‌ପାଯାଏ, ଏନସେଫାଲାଇଟିସ (infections of the brain) ଓ ମେନିଞ୍ଜାଇଟିସ୍ ରୋଗ ଥିବା ସୂଚିତ କରାଏ । ସିଏସଏଫ ବିଷୟ ହିପୋକ୍ରେଟ (Hippocrates) ଲିପିବଦ୍ଧ କରିଥିଲେ ମଧ୍ୟ ୧୮ଶ ଶତାବ୍ଦୀର ଇମାନୁଏଲ ସ୍ୱେଡେନ‌ବର୍ଗଙ୍କୁ (Emanuel Swedenborg) ଏହାର ଆବିଷ୍କର୍ତ୍ତା ସମ୍ମାନ ଦିଆଯାଏ ଓ ଏହା କରଏଡ ପ୍ଲେକ୍ସସରୁ ବାହାରୁଥିବା ବିଷୟ ହାର୍ଭେ ଡବ୍ଲ୍ୟୁ କୁସିଙ୍ଗ (Harvey W. Cushing) ସୂଚନା ଦେଇଥିଲେ ।

ଗଠନ[ସମ୍ପାଦନା]

ସଞ୍ଚାଳନ[ସମ୍ପାଦନା]

MRI showing pulsation of CSF
Distribution of CSF

ଯେକୌଣସି ସମୟରେ ପ୍ରାୟ ୧୨୫-୧୫୦ ମିଲି ସିଏସଏଫ ଥାଏ ।[୧] ଭେଣ୍ଟ୍ରିକୁଲାର ସିସ୍ଟମରେ (ventricles) ସିଏସଏଫ ସଞ୍ଚାଳିତ ହେଉଥାଏ । କ୍ରମାନୁସାରେ କେତେ ଗୁଡ଼ିଏ କ୍ୟାଭିଟିକୁ ନେଇ ଭେଣ୍ଟ୍ରିକ୍ଲ ଗଠିତ ହୋଇଥାଏ ଯାହା ମଧ୍ୟରେ ସିଏସଏଫ ଭର୍ତ୍ତି ହୋଇଥାଏ । ଦୁଇଟି ଲାଟେରାଲ ଭେଣ୍ଟ୍ରିକ୍ଲ ଭିତରେ ଅଧିକାଂଶ ସିଏସଏଫ ପ୍ରସ୍ତୁତ ହୁଏ । ଏହିଠାରୁ ସିଏସଏଫ ଇଣ୍ଟରଭେଣ୍ଟ୍ରିକୁଲାର ଫୋରାମିନା (interventricular foramina) ପଥ ଦେଇ ତୃତୀୟ ଭେଣ୍ଟ୍ରିକ୍ଲକୁ (third ventricle) ଯାଐ ଓ ସେଠାରୁ ସେରେବ୍ରାଲ ଆକୁଇଡକ୍ଟ (cerebral aqueduct) ଦେଇ ଚତୁର୍ଥ ଭେଣ୍ଟ୍ରିକ୍ଲକୁ (fourth ventricle) ଯାଏ । ଏଠାରୁ ଚାରୋଟି ରନ୍ଧ୍ର ଯଥା ସେଣ୍ଟ୍ରାଲ କେନାଲ (central canal), ମିଡିଆନ ଆପରଚର (median aperture) ଓ ଦୁଇଟି ଲାଟେରାଲ ଆପରଚର (lateral aperture) ମଧ୍ୟ ଦେଇ ସବଆରାକନଏଡ ସ୍ପେସକୁ (subarachnoid space) ଚାଲିଯାଏ । [୧][୨] ଅନ୍ତ କର୍ଣ୍ଣରେ (inner ear) ଥିବା ବୋନି ଲାବିରିନ୍ଥ (bony labyrinth) ସ‌ହିତ ସବଆରାକନଏଡ ସ୍ପେସ ସଂଯୁକ୍ତ ଥିବାରୁ ସିଏସଏଫ ଓ ପେରିଲିମ୍ଫ (en:perilymph) ନିରବଚ୍ଛିନ୍ନ ଭାବରେ ସଂଯୁକ୍ତ ହୋଇ ପ୍ରବାହିତ ହେଉଥାଆନ୍ତି । [୩]



ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; WRIGHT2012 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; GH2005 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Sakka, L.; Coll, G.; Chazal, J. (December 2011). "Anatomy and physiology of cerebrospinal fluid". European Annals of Otorhinolaryngology, Head and Neck Diseases. 128 (6): 309–316. doi:10.1016/j.anorl.2011.03.002.

ବାହ୍ୟ ଲିଙ୍କ[ସମ୍ପାଦନା]