ଶାରୀରିକ ତରଳ ପଦାର୍ଥ
ଶାରୀରିକ ତରଳ ପଦାର୍ଥ (ଇଂରାଜୀ ଭାଷାରେ bodily fluids or biofluids) କହିଲେ ଜୀବନ୍ତ ମାନବ ଶରୀରରେ ପ୍ରସ୍ତୁତ ତରଳ ପଦାର୍ଥମାନଙ୍କୁ ବୁଝାଏ । ଏହି ତରଳ ପଦାର୍ଥ ମଧ୍ୟରେ ଶରୀରର ତରଳ ପଦାର୍ଥ ଓ କ୍ଷରଣ/ସ୍ରବଣ (secreted) ବା ନିଷ୍କାସନ (excreted) ଜନିତ ତରଳ ପଦାର୍ଥ ଅନ୍ତର୍ଭୁକ୍ତ ।
ଶରୀରରେ ପ୍ରାୟ ୬୦ରୁ ୬୫% ତରଳ ପଦାର୍ଥ ଜୀବକୋଷ ଭିତରେ ଥାଏ ଯାହାକୁ ଦେହ ଜଳ କୁହାଯାଏ ଓ ବଳକା ୩୫ରୁ୪୦% କୋଷ ବାହାରେ ଥାଏ । କୋଷ ବହିର୍ଭୁତ ତରଳ ପଦାର୍ଥ ମଧ୍ୟରେ ଅନ୍ତରାଳୀୟ ତରଳ ପଦାର୍ଥ (interstitial), ଲସିକା (lymph) ଓ ରକ୍ତ (blood) ଅନ୍ତର୍ଭୁକ୍ତ । ଶରୀରରେ ପ୍ରାୟ ୬ରୁ ୧୦ ଲିଟର ଲସିକା ଓ ୩.୫ରୁ ୫ ଲିଟର ରକ୍ତ ଥାଏ ।[୧]
ଶାରୀରିକ ତରଳ ପଦାର୍ଥମାନଙ୍କର ତାଲିକା
[ସମ୍ପାଦନା]- ଉଲ୍ୱଜଳ (Amniotic fluid)
- ଜଳୀୟ ଦ୍ରବ (Aqueous humour) ଓ ଭିଟ୍ରିଅସ ଦ୍ରବ (vitreous humour)
- ପିତ୍ତ (Bile)
- ରକ୍ତ ଲସ (Blood serum)
- ସ୍ତନ ଦୁଗ୍ଧ (Breast milk)
- ସେରେବ୍ରୋସ୍ପାଇନାଲ ତରଳ ପଦାର୍ଥ (ପ୍ରମସ୍ତିଷ୍କ ପନ୍ସୀୟ) (Cerebrospinal fluid)
- କର୍ଣ୍ଣମଳ/କାନଗୁହ (Cerumen)/ (earwax)
- କାଇଲ୍/ବାସାଲସୀକା (Chyle)
- ପଚନ ମଣ୍ଡ/କାଇମ୍ (Chyme)
- ଏଣ୍ଡୋଲିମ୍ଫ ଓ ପେରିଲିମ୍ଫ (Endolymph) and (perilymph)
- ନିଃସ୍ୟନ୍ଦ (Exudates)
- ମଳ (Feces)
- ମହିଳା ଇଜାକୁଲେଟ (Female ejaculate)
- ଜଠର ଏସିଡ/ଅମ୍ଳ (Gastric acid)
- ଜଠର ରସ (Gastric juice)
- ଲସିକା (Lymph)
- ଶ୍ଳେଷ୍ମ (Mucus) (including nasal drainage and phlegm)
- ପରିହୃତ (Pericardial fluid)
- ପର୍ଯ୍ୟୁଦର (Peritoneal fluid)
- ଫୁସଫୁସ ଆବରଣ ତରଳ ପଦାର୍ଥ (Pleural fluid)
- ପୂଜ Pus
- ରିଉମ (ନିଦ୍ରା ସମୟରେ ଆଖି, ପାଟି ଓ ନାକରୁ ନିର୍ଗତ ତରଳ ପଦାର୍ଥ) (Rheum)
- ଲାଳ (Saliva)
- ତ୍ୱଗ ବସୀୟ (Sebum) (skin oil)
- ସେରସୀୟ (Serous fluid)
- ବୀର୍ଯ୍ୟ (Semen)
- ସ୍ମେଗ୍ମା (Smegma)
- କଫ (Sputum)
- ସନ୍ଧିରସ (Synovial fluid)
- ଝାଳ (Sweat)
- ଲୁହ (Tears)
- ମୂତ୍ର (Urine)
- ଯୋନୀସ୍ରାବ (Vaginal secretion)
- ବାନ୍ତି (Vomit)
ଶ୍ରେଣୀ ଅନୁଯାୟୀ:
- କୋଷିକାଭ୍ୟନ୍ତର ତରଳ ପଦାର୍ଥ (Intracellular fluid)
- ବହିଃକୋଷିକା ତରଳ ପଦାର୍ଥ (Extracellular fluid)
- ବାହିକାଭ୍ୟନ୍ତର ତରଳ ପଦାର୍ଥ (Intravascular fluid)
- ଅନ୍ତରାଳୀୟ (Interstitial fluid)
- ଲସିକା (Lymphatic fluid) (sometimes included in interstitial fluid)
- ଟ୍ରାନ୍ସସେଲ୍ୟୁଲାର (Transcellular fluid)
ସ୍ୱାସ୍ଥ୍ୟ
[ସମ୍ପାଦନା]ସ୍ୱାସ୍ଥ୍ୟ ଓ ରୋଗ ସମ୍ପର୍କରେ ଶାରୀରିକ ତରଳ ପଦାର୍ଥଗୁଡ଼ିକର ନାମ ଉଲ୍ଲେଖ କରାଯାଏ । ଆଧୁନିକ ମେଡିକାଲ, ଜନସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କୀୟ କଥାରେ ଏହାକୁ ସମ୍ଭାବ୍ୟ ଅପରିଷ୍କାର କୁହାଯାଏ । କାରଣ ଏଥିରେ ସଂକ୍ରମଣ ସୃଷ୍ଟିକାରୀ ପଦାର୍ଥ (ଭେକ୍ଟର ) ଯେପରିକି ଯୌନ ସଞ୍ଚାରିତ ରୋଗ ବା ରକ୍ତବାହୀ ରୋଗ ଥାଇପାରେ । ସାର୍ବଜନୀନ ସାବଧାନତା (Universal precautions) ଓ ବିପଦମୁକ୍ତ ଯୌନକ୍ରିୟା ଅଭ୍ୟାସଦ୍ୱାରା ଶାରୀରିକ ତରଳ ପଦାର୍ଥ ବିନିମୟ ହୋଇପାରେ ନାହିଁ । ଶାରୀରିକ ତରଳ ପଦାର୍ଥଗୁଡ଼ିକ ମେଡିକାଲ ପରୀକ୍ଷାଗାରରେ ଅନୁଶୀଳନ କରି ଅଣୁଜୀବ, ପ୍ରଦାହ, କର୍କଟ ଇତ୍ୟାଦିକୁ ଚିହ୍ନଟ କରାଯାଏ ।
ନିଦାନୀୟ ନମୁନା
[ସମ୍ପାଦନା]ସଂଜ୍ଞାନୁସାରେ ଅଣ-ସଂକ୍ରମଣକ୍ଷମ ମାନବ ବା ପଶୁ ପଦାର୍ଥମାନଙ୍କୁ ନିଦାନୀୟ ନମୁନା କୁହାଯାଏ ଯେଉଁଥିରେ ଥାଏ ରକ୍ତ, ଲାଳ (saliva), ନିଷ୍କାସିତ ଦ୍ରବ୍ୟ (excreta), ଶାରୀରିକ ତନ୍ତୁ (tissue), ତନ୍ତୁ ତରଳ ପଦାର୍ଥ (tissue fluid) ଓ ରକ୍ତ ସଞ୍ଚାରଣ ନିମନ୍ତେ ରକ୍ତ ପଦାର୍ଥ (blood products) ।[୨] ଡାକ୍ତରୀ ପରିପ୍ରେକ୍ଷୀରେ ରୋଗ ନିର୍ଣ୍ଣୟକାରୀ ପରୀକ୍ଷା, ନିସ୍କର୍ଷ ଓ ରୋଗ ଚିହ୍ନଟର ଅନୁଶୀଳନ ନିମନ୍ତେ ନମୁନା ନିଆଯାଏ । [୩]
ନମୁନା
[ସମ୍ପାଦନା]ନମୁନା ପଦ୍ଧତି:
- ରକ୍ତ ନମୁନା ନିଆଯାଏ ରକ୍ତ ପରୀକ୍ଷା ନିମନ୍ତେ:
- ଧମନୀୟ ରକ୍ତ ନମୁନା: ଯେପରିକି ରାଡିଆଲ ଧମନୀ (radial artery puncture) ଛିଦ୍ର କରି ନିଆଯାଏ ।
- ଶିରା ରକ୍ତ ନମୁନା, (venipuncture) ଶିରା ଛିଦ୍ର କରି ନିଆଯାଏ ।
- କଟି ବେଧନ (Lumbar puncture): ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (cerebrospinal fluid) ନମୁନା ନିମନ୍ତେ ।
- ବକ୍ଷ ବେଧନ (Thoracocentesis): ପ୍ଲୁରା ତରଳ ପଦାର୍ଥ (pleural fluid) ନମୁନା ନିମନ୍ତେ ।
- ଉଲ୍ୱ ବେଧନ (Amniocentesis): ଉଲ୍ୱଜଳ ନିମନ୍ତେ (amniotic fluid) ନମୁନା ନିମନ୍ତେ ।
ଏହା ଦେଖନ୍ତୁ
[ସମ୍ପାଦନା]- Blood-borne diseases
- Clinical pathology
- Fluid bonding, unprotected sex in long-term relationships
- Humorism
- Hygiene
- Ritual cleanliness
ଆଧାର
[ସମ୍ପାଦନା]- ↑ "Lymphatic Congestion - Symptoms, Diagnosis, Treatment and Information". Diagnose-me.com. Retrieved 2012-11-14.
- ↑ Packaging Guidelines for Clinical Samples - Retrieved 7 August 2014.
- ↑ specimen - www.thefreedictionary.com. Retrieved 7 August 2014
ଆହୁରି ଦେଖନ୍ତୁ
[ସମ୍ପାଦନା]- Paul Spinrad. (1999) The RE/Search Guide to Bodily Fluids. Juno Books. ISBN 1-890451-04-5
- John Bourke. (1891) Scatalogic Rites of All Nations. Washington, D.C.: W.H. Lowdermilk.
ବାହ୍ୟ ଲିଙ୍କ
[ସମ୍ପାଦନା]- De Luca LA, Menani JV, Johnson AK (2014). Neurobiology of Body Fluid Homeostasis: Transduction and Integration. Boca Raton: CRC Press/Taylor & Francis. ISBN 9781466506930.