ଖରାପ ନିଶ୍ୱାସ

ଉଇକିପିଡ଼ିଆ‌ରୁ
ଖରାପ ନିଶ୍ୱାସ
ଇଂରାଜୀରେ ହାଲିଟୋସିସ, ଫେଟର ଓରିସ, ଓରାଲ ମାଲଓଡୋର
ବିଭାଗଜଠରାନ୍ତ୍ର ବିଜ୍ଞାନ, କର୍ଣ୍ଣନାସାଗଳା ବିଜ୍ଞାନ, ଦନ୍ତ ରୋଗ ବିଜ୍ଞାନ
ଲକ୍ଷଣନିଶ୍ୱାସରୁ (breath) ଅପ୍ରିତିକର ବାସନା (smell) ଆସେ । [୧]
କାରଣପାଟି ଭିତରୁ[୧]
ଔଷଧକ୍ଲୋରହେକ୍ସିଡିନ (chlorhexidine) ବା ସେଟିଲପାଇରିଡିନିଅମ (cetylpyridinium chloride) ମିଶ୍ରିତ ପାଟିଧୁଆ । [୧][୨]
ଚିକିତ୍ସାକାରଣ ଉପରେ ନିର୍ଭର, ଜିଭ ସଫା (tongue cleaning), ପାଟିଧୁଆ (mouthwash), ଦାନ୍ତ ପରିସ୍କାର (flossing)[୧]
ପୁନଃପୌନିକ~୨୫% ଲୋକ [୧]

ଖରାପ ନିଶ୍ୱାସ (Bad breath, ଅନ୍ୟ ନାମ ହାଲିଟୋସିସ/ halitosis) ଏକ ଡାକ୍ତରୀ ଲକ୍ଷଣ (symptom) ଯେଉଁଥିରେ ଦୁର୍ଗନ୍ଧ‌ (odor) ଯୁକ୍ତ ଶ୍ୱାସକ୍ରିୟା (breath) ହୁଏ । ଏହାଯୋଗୁ ରୋଗୀର ଉତ୍କଣ୍ଠା (anxiety) ବୃଦ୍ଧି ହୁଏ । ଏହା ସ‌ହିତ ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ରଅବସାଦ (depression) ଥାଇପାରେ । [୧]

ପ୍ରକୃତ ଓ ଅପ୍ରକୃତ- ଏହି ଦୁଇ ପ୍ରକାର ଖରାପ ନିଶ୍ୱାସ ହୋଇପାରେ ।[୩] ପ୍ରକୃତ ଖରାପ ନିଶ୍ୱାସ ପ୍ରାୟ ୮୫% କେଶ୍‌ରେ ପାଟିରୁ ବାହାରେ ।[୧] ବାକିତକ ନାକ (nose), ପାରାନାଜାଲ ସାଇନସ (sinuses), ଗଳା (throat), ଫୁସଫୁସ, ଏସୋଫେଗସ (esophagus) ବା ପାକସ୍ଥଳୀରୁ (stomach) ବାହାରେ ।[୪] କ୍ୱଚିତ୍ ଏହା କିଟୋଏସିଡୋସିସ (ketoacidosis) ବା ଯକୃତ ଫେଲ (liver failure) କାରଣରୁ ହୁଏ । ଅପ୍ରକୃତ କେଶ୍‌ରେ ଲୋକ ନିଜେ ଖରାପ ନିଶ୍ୱାସ ଥିବା ଅନୁଭବ କରେ କିନ୍ତୁ ଅନ୍ୟମାନଙ୍କୁ ଏହା ଅନୁଭବ ହୁଏନି । ଏହା ୫%ରୁ ୭୫% ଲୋକଙ୍କର ହେଉଥିବା ଦେଖାଯାଏ । [୩]

ଅନ୍ତର୍ନିହିତ କାରଣ ଉପରେ ଚିକିତ୍ସା ନିର୍ଭର କରେ । ଆରମ୍ଭରୁ ଜିଭ ସଫା (tongue cleaning), ପାଟି ସଫା (mouthwash) ଓ ଦାନ୍ତ ସଫା (flossing) ଭଲରୂପେ ଚେଷ୍ଟା କରିବାକୁ ଉପଦେଶ ଦିଆଯାଏ । [୧] କ୍ଲୋରହେକ୍ସିଡିନ (chlorhexidine) ବା ସେଟିଲପାଇରିଡିନିଅମ (cetylpyridinium chloride) ମିଶ୍ରିତ ପାଟିଧୁଆ ଉପକାର କରେ ।[୧][୨] ଜିଭ ଛେଲାଦ୍ୱାରା ଉପକାର ମିଳୁଥିବା ଜଣାଗଲେ ମଧ୍ୟ ନିର୍ଦ୍ଦିଷ୍ଟ ନିଷ୍କର୍ଷ ମିଳିନାହିଁ । [୫] ଅନ୍ତର୍ନିହିତ ରୋଗ ଯେପରିକି ମାଢ଼ି ରୋଗ (gum disease), ଦନ୍ତ କ୍ଷୟ (tooth decay) ବା ଗାସ୍ଟ୍ରୋଇଣ୍ଟେସ୍ଟାଇନାଲ ରିଫ୍ଲକ୍ସ ଡିଜିଜ (gastroesophageal reflux disease) ଗୁଡ଼ିକର ଚିକିତ୍ସା କଲେ ଉପକାର ମିଳେ ।[୧] ଅପ୍ରକୃତ କେଶ୍‌ରେ କାଉନସେଲିଙ୍ଗ (Counselling) କଲେ ଉପକାର ମିଳେ ।[୧]

ଜନସଂଖ୍ୟାର ପ୍ରାୟ ୬%ରୁ ୫୦% ଲୋକଙ୍କର ଏହି ଲକ୍ଷଣ ପ୍ରକାଶ ପାଏ ।[୧] ଦନ୍ତ କ୍ଷୟ ଓ ମାଢ଼ି ରୋଗ ପରେ ଏହା ତୃତୀୟ ସର୍ବାଧିକ ବେମାରୀ ଯାହା ନିମନ୍ତେ ଲୋକମାନେ ଚିନ୍ତାଗ୍ରସ୍ତ ହୋଇ ଦାନ୍ତ ଚିକିତ୍ସା (dental care) ଖୋଜନ୍ତି ।[୩][୪] ବୟସ ବୃଦ୍ଧି ହେଲେ ଏହି ଲକ୍ଷଣ ଅଧିକ ହୁଏ ।[୧] ଏହି ଲକ୍ଷଣକୁ ଏକ ସାମାଜିକ କଳଙ୍କ (taboo) ଧରାଯାଏ ଓ ଏଥି ଯୋଗୁ ସମାଜରେ ଏକ ଘରିକିଆ (stigmatized) ହୋଇଯାଆନ୍ତି । [୩][୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ବେମାରୀ ପିଛା ଲୋକମାନେ ପ୍ରାୟ ବର୍ଷକୁ ଏକ ବିଲିଅନ ଡଲାର ଖର୍ଚ୍ଚ କରନ୍ତି ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Kapoor, U; Sharma, G; Juneja, M; Nagpal, A (2016). "Halitosis: Current concepts on etiology, diagnosis and management". European journal of dentistry. 10 (2): 292–300. PMID 27095913.
  2. ୨.୦ ୨.୧ Fedorowicz, Z; Aljufairi, H; Nasser, M; Outhouse, TL; Pedrazzi, V (Oct 8, 2008). "Mouthrinses for the treatment of halitosis". Cochrane database of systematic reviews (Online) (4): CD006701. doi:10.1002/14651858.CD006701.pub2. PMID 18843727.
  3. ୩.୦ ୩.୧ ୩.୨ ୩.୩ Harvey-Woodworth, CN (April 2013). "Dimethylsulphidemia: the significance of dimethyl sulphide in extra-oral, blood borne halitosis". British dental journal. 214 (7): E20. doi:10.1038/sj.bdj.2013.329. PMID 23579164.
  4. ୪.୦ ୪.୧ ୪.୨ Loesche, WJ; Kazor, C (2002). "Microbiology and treatment of halitosis". Periodontology 2000. 28: 256–79. PMID 12013345.
  5. Van der Sleen, Mi; Slot, De; Van Trijffel, E; Winkel, Eg; Van der Weijden, Ga (2010-11-01). "Effectiveness of mechanical tongue cleaning on breath odour and tongue coating: a systematic review". International Journal of Dental Hygiene (in ଇଂରାଜୀ). 8 (4): 258–268. doi:10.1111/j.1601-5037.2010.00479.x. ISSN 1601-5037. PMID 20961381.