ଫ୍ରେସ ଫ୍ରୋଜନ ପ୍ଲାଜମା

ଉଇକିପିଡ଼ିଆ‌ରୁ
ଫ୍ରେସ ଫ୍ରୋଜନ ପ୍ଲାଜମା
Photograph of a bag containing one unit of fresh frozen plasma
ଫ୍ରେସ ଫ୍ରୋଜନ ପ୍ଲାଜମା ଭର୍ତ୍ତି ଏକ ମୁଣି ବା ବ୍ୟାଗ୍
Clinical data
Synonymsplasma frozen within 24 hours after phlebotomy (FP24)[୨]
AHFS/Drugs.com
Pregnancy
category
  • US: C (Risk not ruled out) [୧]
ATC code
Identifiers
ChemSpider
  • none

ଫ୍ରେସ ଫ୍ରୋଜନ ପ୍ଲାଜମା (ଇଂରାଜୀ ଭାଷାରେ Fresh frozen plasma ବା FFP) ଏକ ରକ୍ତ ଜାତୀୟ ପଦାର୍ଥ (blood product) ଯାହା ସମ୍ପୁର୍ଣ୍ଣ ରକ୍ତରୁ (whole blood) ପ୍ରସ୍ତୁତ କରାଯାଏ ।[୩] ରକ୍ତରେ କମ୍ ରକ୍ତ ଜମାଟକାରୀ ଉପାଦାନ (blood clotting factors) ଇଣ୍ଟର ନ୍ୟାସନାଲ ନର୍ମାଲାଇଜଡ ରେସିଓ>୧.୫ ଥିଲେ ବା ଅନ୍ୟାନ୍ୟ ରକ୍ତ ପୁଷ୍ଟିସାର (blood proteins) ସ୍ତର କମ୍ ଥିଲେ ଏହି ଫ୍ରେସ ଫ୍ରୋଜନ ପ୍ଲାଜମା ଦିଆଯାଏ ।[୩][୨] ପ୍ଲାଜମା ବିନିମୟ ନିମନ୍ତେ ମଧ୍ୟ ଏହା ବ୍ୟବ‌ହାର କରାଯାଏ ।[୧] ଏହା ରୋଗୀକୁ ଦେବା ପୂର୍ବରୁ ନିର୍ଦ୍ଦିଷ୍ଟ ଏହି ବ୍ୟାଚ୍‌ର କମ୍ପାଟିବିଲିଟି ବା ଅନୁକୂଳ ପରୀକ୍ଷା କରି ତା'ପରେ ଦିଆଯାଏ । ପରିମାଣ ପୁରଣ ବା ଭଲ୍ୟୁମ ଏକ୍ସପାଣ୍ଡର (volume expander) ନିମନ୍ତେ ଏହା ଦିଆଯାଏନାହିଁ ।[୩] ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଏହା ଦିଆଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଓ ଗଲୁ ହୋଇପାରେ ।[୩] କ୍ୱଚିତ୍ ଆଲର୍ଜି ପ୍ରତିକ୍ରିୟା, ରକ୍ତ ଜମାଟ (blood clots), ବା ସଂକ୍ରମଣ (infections) ହୋଇପାରେ ।[୩][୨] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । ରୋଗୀର ପ୍ରୋଟିନ ଏସ ଡେଫିସିଏନ୍ସି (protein S deficiency), ଆଇଜିଏ ଡେଫିସିଏନ୍ସି (IgA deficiency) ବା ହୃଦ୍‌ପାତ ଇତିହାସ ଥିଲେ ବ‌ହୁତ ଯତ୍ନଶୀଳ ହେବାକୁ ପଡ଼େ ।[୧] ଜଳ, ପୁଷ୍ଟିସାର, ଶ୍ୱେତସାର, ଚର୍ବିଜୀବସାର ଇତ୍ୟାଦିର ଜଟିଳ ମିଶ୍ରଣ କରି ଏହା ତିଆରି କରାଯାଏ ।[୨] ଏହା ବରଫିକୃତ ଥିବାରୁ ଏକ ବର୍ଷ ପର୍ଯ୍ୟନ୍ତ ରହିପାରେ ।[୨]

ଦ୍ୱିତୀୟ ବିଶ୍ୱ‌‌ଯୁଦ୍ଧ ପରେ ଏହା ପ୍ରଥମେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର କରାଗଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ୟୁନିଟର ମୂଲ୍ୟ ପ୍ରାୟ ୩୦ ପାଉଣ୍ଡ ।[୫] ଏହା ଅନ୍ୟ କେତେକ ଧରଣର ପ୍ରସ୍ତୁତିରେ ବିକ୍ରୟ ହେଉଛି ଓ ସେମାନଙ୍କର ନାମ ଫ୍ଲେବୋଟୋମିର ୨୪ଘଣ୍ଟା ମଧ୍ୟରେ ବରଫିକୃତ ପ୍ଲାଜମା (plasma frozen within 24 hours after phlebotomy), କ୍ରାୟୋପ୍ରେସିପିଟେଟ ରିଡ୍ୟୁସ୍‌ଡ ପ୍ଲାଜମା (cryoprecipitate reduced plasma) ଓ ସଲଭେଣ୍ଟ ଡିଟରଜେଣ୍ଟ ପ୍ଲାଜମା (solvent detergent plasma) ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Plasma Intravenous Advanced Patient Information - Drugs.com". www.drugs.com. Retrieved 10 January 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Shaz, Beth H.; Hillyer, Christopher D.; Roshal, Mikhail; Abrams, Charles S. (2013). Transfusion Medicine and Hemostasis: Clinical and Laboratory Aspects (in ଇଂରାଜୀ). Newnes. p. 209-212. ISBN 9780123977885.
  3. ୩.୦ ୩.୧ ୩.୨ ୩.୩ ୩.୪ British national formulary : BNF 69 (69 ed.). British Medical Association. 2015. p. 172. ISBN 9780857111562.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. Yentis, Steven M.; Hirsch, Nicholas P.; Ip, James (2013). Anaesthesia and Intensive Care A-Z: An Encyclopedia of Principles and Practice (in ଇଂରାଜୀ). Elsevier Health Sciences. p. 147. ISBN 9780702053757.