ଅକ୍ଷରା ହାସନ

ଉଇକିପିଡ଼ିଆ‌ରୁ
ଅକ୍ଷରା ହାସନ
ଅକ୍ଷରା ଏକ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ
ଜନ୍ମ
ଅକ୍ଷରା ହାସନ

(1991-10-12) ୧୨ ଅକ୍ଟୋବର ୧୯୯୧ (ବୟସ ୩୨)
ବୃତ୍ତି(ସମୂହ)କଥାଚିତ୍ର ଅଭିନେତ୍ରୀ, କଥାଚିତ୍ର ନିର୍ଦ୍ଦେଶକ
ସକ୍ରିୟ ବର୍ଷ୨୦୧୦- ଏବେଯାଏଁ
ପିତାମାତା(s)କମଲ ହାସନ
ସାରିକା ଠାକୁର
ପରିବାରସୃତି ହାସନ(ଭଉଣୀ)

ଅକ୍ଷରା ହାସନ (ଜନ୍ମ: ୧୨ ଅକ୍ଟୋବର ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ, ସ‌ହକାରୀ ନିର୍ଦ୍ଦେଶକ । ସେ ଅଭିନେତା କମଳ ହାସନଙ୍କ ଏବଂ ଅଭିନେତ୍ରୀ ସାରିକା ଠାକୁରଙ୍କର ସାନ ଝିଅ । ସେ ଅଭିନେତ୍ରୀ ସୃତି ହାସନଙ୍କର ସାନ ଭଉଣୀ । ଅକ୍ଷରା ୨୦୧୫ ମସିହାରେ ହିନ୍ଦୀ କଥାଚିତ୍ର ଶମିତାଭରେ ଧନୁଷ ଏବଂ ଅମିତାଭ ବଚ୍ଚନଙ୍କ ସ‌ହ ଅଭିନୟ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅକ୍ଷରା ହାସନ ୧୨ ଅକ୍ଟୋବର ୧୯୯୧ ମସିହାରେ ତାମିଲନାଡ଼ୁର ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ଅଭିନେତା କମଲ ହାସନ ଏବଂ ଅଭିନେତ୍ରୀ ସାରିକା ହାସନଙ୍କର ବଡ଼ ଝିଅ ହେଉଛନ୍ତି ସୃତି ହାସନ ଏବଂ ସାନ ଝିଅ ହେଉଛନ୍ତି ଅକ୍ଷରା ହାସନ । ଅକ୍ଷରାଙ୍କର ପିତା କମଲ ଜଣେ ତାମିଲି ହିନ୍ଦୁ ବ୍ରାହ୍ମଣ ଏବଂ ତାଙ୍କ ମାଆ ସାରିକା ମହାରାଷ୍ଟ୍ର ଅଧିବାସିନୀ । [୧] [୨] ଅକ୍ଷରା ତାଙ୍କର ବିଦ୍ୟାଳୟ ଶିକ୍ଷା ଚେନ୍ନାଇର ଆବାକସ୍ ମୋଣ୍ଟେସୋରି ବିଦ୍ୟାଳୟରୁ ଶେଷ କରିଥିଲେ । ଏହା ପରେ ସେ ବାଙ୍ଗାଲୋରର ଇନ୍ଦୁସ୍ ଇଣ୍ଟରନେସନ୍ୟାଲ ସ୍କୁଲରେ ପଢ଼ିଥିଲେ ।

ଏବେ ଅକ୍ଷରା ତାଙ୍କ ମାଆ ସକିରାଙ୍କ ସ‌ହ ମୁମ୍ବାଇରେ ବାସ କରୁଛନ୍ତି ।[୩]

କଥାଚିତ୍ର ଜୀବନ[ସମ୍ପାଦନା]

୨୦୧୦ ମସିହାରେ ଅକ୍ଷରା ନିର୍ଦ୍ଦେଶକ ରାହୁଲ ଧୋଲକିଆଙ୍କ ସ‌ହ ସ‌ହକାରୀ ନିର୍ଦ୍ଦେଶକ ଭାବରେ ସୋସାଇଟ୍ ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରରେ ଅକ୍ଷରାଙ୍କର ମାଆ ସାରିକା ମଧ୍ୟ କାର୍ଯ୍ୟ କରିଥିଲେ । [୪] ଏତଦ୍‌ବ୍ୟତୀତ ସେ ମଧ୍ୟ ଅନେକ ବିଜ୍ଞାପନ ଚଳଚ୍ଚିତ୍ରରେ ସ‌ହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୫] ଅକ୍ଷରା ଜଣେ ସ‌ହ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ବେଳେ, ନିର୍ଦ୍ଦେଶକ ମଣି ରତ୍ନମ୍ଙ୍କର ୨୦୧୩ର ଚଳଚ୍ଚିତ୍ର କାଦଲରେ ତାଙ୍କୁ ସୁଯୋଗ ଦେଇଥିଲେ, ମାତ୍ର ଅକ୍ଷରା ଏହି କଥାଚିତ୍ରରେ ଅଭିନୟ ପାଇଁ ରାଜି ହୋଇ ନ ଥିଲେ ।[୬]

ଅକ୍ଷରା ୨୦୧୫ରେ ଅଭିନେତା ଧନୁଷ ଏବଂ ଅମିତାଭ ବଚନଙ୍କ ସ‌ହ ଶମିତାଭ ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ । [୭][୮][୯][୧୦]

ଅକ୍ଷରା ତାଙ୍କ ଭଉଣୀ ସୃତି ଏବଂ ପିତା କମଲ ହାସନଙ୍କ ସ‌ହ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ନାୟିକା[ସମ୍ପାଦନା]

ବର୍ଷ ଶୀର୍ଷକ ଭାଷା ଭୂମିକା ମନ୍ତବ୍ୟ
୨୦୧୫ ଶମିତାଭ ହିନ୍ଦୀ ଅକ୍ଷରା ପାଣ୍ଡେ ଅଭିନୟ ଆରମ୍ଭ
୨୦୧୭ ବିବେଗମ୍ ତାମିଲ ନତାଶା
ଲାଲି କି ସାଦି ମେ ଲଡ୍ଡୁ ଦିୱାନା ହିନ୍ଦୀ ଲାଲି

ସ‌ହ ନିର୍ଦ୍ଦେଶିକା[ସମ୍ପାଦନା]

ବର୍ଷ ଶୀର୍ଷକ ଭାଷା ମନ୍ତବ୍ୟ
୨୦୧୦ ସୋସାଇଟ୍
୨୦୧୬ ସାବାସ୍ ନାଇଡ଼ୁ ତାମିଲ
ତେଲୁଗୁ
ହିନ୍ଦୀ
Filming[୧୧]

ଆଧାର[ସମ୍ପାଦନା]

  1. "Girl Interrupted". 13 July 2010. Retrieved 15 June 2017.
  2. Gupta, Priya (17 May 2013). "I get devastated at the idea of marriage: Shruti Haasan". Times of India. Retrieved 15 June 2017.
  3. "Shruti Haasan's sister Akshara lives in Mumbai with mom". The Times of India. Retrieved 15 June 2017.
  4. "I am leaving behind a good legacy for my children: Sarika". The Times of India. 5 March 2017. Archived from the original on 2 February 2014. Retrieved 15 June 2017.
  5. "Kamal Haasan's 'Vishwaroopam' will be released on October 12". CNN-IBN. Archived from the original on 12 May 2014. Retrieved 15 June 2017.
  6. Reluctant actor Akshara Haasan gets to work : Bollywood, News - India Today. Indiatoday.intoday.in (26 February 2014). Retrieved 15 June 2017.
  7. "I'm Working With Dhanush-Akshara Hassan: Amitabh Bachchan". tamilwire. 21 November 2013. Retrieved 15 June 2017.
  8. "Dhanush ecstatic to work with Amitabh Bachchan, Akshara Haasan in R. Balki's next". glamsham. 21 November 2013. Archived from the original on 23 January 2015. Retrieved 15 June 2017.
  9. "Akshara Haasan to make Bollywood debut opposite Dhanush". CNN-IBN. 12 November 2013. Archived from the original on 31 January 2015. Retrieved 15 June 2017.
  10. "IT'S OFFICIAL! Dhanush, Akshara, Big B In R Balki's Next". businessofcinema. 20 November 2013. Retrieved 15 June 2017.
  11. "Kamal Haasan to work with daughters Shruti, Akshara in Sabaash Naidu". Hindustan Times. 2016-04-30. Retrieved 15 June 2017.

ଅଧିକ ତ‌ଥ୍ୟ[ସମ୍ପାଦନା]