ସାରିକା ଠାକୁର

ଉଇକିପିଡ଼ିଆ‌ରୁ
ସାରିକା ଠାକୁର
ସାରିକା ୨୦୧୦ରେ Get Rid of My Wifeର ପ୍ରିମିୟରରେ
Born
ସାରିକା ଠାକୁର

(1960-12-05) ୫ ଡିସେମ୍ବର ୧୯୬୦ (ବୟସ ୬୩)
Occupationଅଭିନେତ୍ରୀ
Years active୧୯୬୭ - ଏବେଯାଏଁ
Spouse
(m. ୧୯୮୮⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Childrenସୃତି ହାସନ (ଜନ୍ମ ୧୯୮୬)
ଅକ୍ଷରା ହାସନ (ଜନ୍ମ ୧୯୯୧)

ସାରିକା ଠାକୁର(ଜନ୍ମ: ୫ ଡିସେମ୍ବର ୧୯୬୦) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ଅଭିନେତା କମଲ ହାସନଙ୍କୁ ବିବାହ କରିଥିଲେ । ୨୦୦୪ରେ ତାଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ମୁମ୍ବାଇରେ ର‌ହୁଛନ୍ତି । ତାଙ୍କ ସ‌ହ ତାଙ୍କର ସାନ ଝିଅ ସାରିକା ମଧ୍ୟ ମୁମ୍ବାଇରେ ରହୁଛନ୍ତି ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସାରିକା ଠାକରୁ ୫ ଡିସେମ୍ବର ୧୯୬୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଅଧା ମରାଠୀ ଏବଂ ଅଧା ରାଜପୁତ ଥିଲେ । [୨] ସାରିକା ଯେବେ ବ‌ହୁତ ଛୋଟ ଥିଲେ, ସେତେବେଳେ ତାଙ୍କ ବାପା ତାଙ୍କ ପରିବାର ଛାଡ଼ିକି ଚାଲିଯାଇଥିଲେ । ସମସ୍ତ ପରିବାରର ବୋଝ ଆସିଯାଇଥିଲା ସାରିକାଙ୍କ ଉପରକୁ । ସେଥିପାଇଁ ସେ ବାଧ୍ୟ ହୋଇ କାମ କରିବାକୁ ବାଛି ନେଇଥିଲେ । ସେଥିପାଇଁ ସେ କେବେ ସ୍କୁଲକୁ ଯାଇନାହାନ୍ତି ।

ଅଭିନୟ ଜୀବନ[ସମ୍ପାଦନା]

୬୦ ଦଶକର ହିନ୍ଦୀ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ସାରିକା । ସେ ମାତ୍ର ୪ ବର୍ଷ ବୟସରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୩] ସେତେବେଳେ ସାରିକା ଗୋଟିଏ ମାଷ୍ଟର ସରୋଜ ନାମକ ପୁଅ ଭୂମିକାରେ ଅଭିନୟ କରିଥିଲେ । ଶିଶୁକଳାକାର ଭାବରେ ସାରିକାଙ୍କର ପ୍ରସିଦ୍ଧ ଚଳଚ୍ଚିତ୍ର ହେଉଛି ୧୯୬୭ ମସିହାର ଚର୍ଚ୍ଚିତ ଚଳଚ୍ଚିତ୍ର ହମ୍‌ରାଜ୍ ଯେଉଁଥିରେ ସାରିକା ସାରିକା ବିମିଙ୍କର ଝିଅ ଭାବରେ ଅଭିନୟ କରିଥିଲେ । ସେ ଅନେକ ଶିଶୁ କଳାକାର ଅଭିନୀତ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ପରେ ପରେ ସାରିକା ରାଜଶ୍ରୀ ପ୍ରଡକ୍ସନ୍‌ରେ ଅଭିନେତା ସଚିନଙ୍କ ସ‌ହ ଗୀତ ଗାତା ଚାଲ କଥାଚିତ୍ରରେ ନାୟକା ଭାବରେ ଅଭିନୟ କରିଥିଲେ । ସଚିନଙ୍କ ସ‌ହ ସାରିକା ଅନେକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସଚିନଙ୍କ ସ‌ହ ସାରିକାଙ୍କର ସମ୍ପର୍କ ଗଢ଼ି ଉଠିଥିଲା, ଏହା ପରେ ଅଭିନେତା ତ‌ଥା ମଡେଲ ଦୀପକ ପରାସରଙ୍କ ସ‌ହ ମଧ୍ୟ ସମ୍ପର୍କ ଗଢ଼ି ଉଠିଥିଲା । ପରେ ସାରିକାଙ୍କର କମଲ ହାସନଙ୍କ ସ‌ହ ଭେଟ ହୋଇଥିଲା ଏବଂ ସେମାନଙ୍କର ବିବାହ ହୋଇଥିଲା ୧୯୮୮ ମସିହାରେ ।

ସାରିକା ୮୦ ଦଶକର ଅଭିନୟ ଜୀବନରେ ଜଣେ ପାଶ୍ଚାତ୍ୟ ମହିଳା ଭାବରେ ପ୍ରାୟତଃ ଅଭିନୟ କରିଛନ୍ତି । ୧୯୮୬ରେ ତାଙ୍କର ପ୍ରଥମ ସନ୍ତାନ ସୃତି ହାସନ ଜନ୍ମ ହୋଇଥିଲେ । ଏହା ପରେ ସେ ୧୯୮୮ରେ କମଲ ହାସନଙ୍କୁ ବିବାହ କରିବା ପରେ ଅଭିନୟ ଜଗତରୁ ବିଦାୟ ନେଇ ଚେନ୍ନାଇ ଚାଲିଯାଇଥିଲେ । ମାତ୍ର ପରେ ପରେ ସେମାନଙ୍କର ବିବାହ ବିଚ୍ଛେଦ ଘଟିବା ପରେ ସେ ପୁଣିଥରେ ଅଭିନୟ ଜଗତକୁ ଫେରିଥିଲେ । ଅଭିନୟକୁ ପ୍ରତ୍ୟବର୍ତ୍ତନ ପରେ ସାରିକା ଇସ୍ପିତା ରାୟ ଚକ୍ରବର୍ତ୍ତୀଙ୍କ ଲିଖିତ ସ୍କେୟାରଡ୍ ଇଭିଲ୍- ଏ ଟ୍ରୁ ଷ୍ଟୋରୀରେ ଇସ୍ପିତାଙ୍କ ଭୂମିକାରେ ନାୟିକା ଅଭିନୟ କରିଥିଲେ । ମାତ୍ର ଏହି ଚଳଚ୍ଚିତ୍ରଟି ସଫଳତା ପାଇ ନ ଥିଲା ।

୨୦୦୦ ମସିହାରେ ସାରିକା ହେ ରାମ୍ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପୋଷାକ ସଜ୍ଜା ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ସାରିକାଙ୍କ ଅଭିନୀତ ଅନ୍ୟ ଏକ ଚଳଚ୍ଚିତ୍ର ଥିଲା ପାର୍ଜାନିଆ, ଯେଉଁଥିରେ ସେ ଜୋରୋସ୍ତ୍ରିଆନ ମହିଳା ଭୂମିକାରେ ଅଭିନୟ କରିଥିଲେ, ଯିଏକି ତା'ର ଛୋଟ ପିଲାଟିକୁ ଭାରତରେ ହଜେଇ ଦେଇଥିଲା । ଏହି ଚଳଚ୍ଚିତ୍ରରେ ସାରିକାଙ୍କର ଅଭିନୟ ପାଇଁ ସେ ଜାତୀୟ ସ୍ତରର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।

ଜୁଲାଇ ୧୪ରେ ସୋନି ଟିଭିରେ ଆରମ୍ଭ ହୋଇଥିବା ଦୂରଦର୍ଶନ ଧାରାବାହିକ ଯୁଦ୍ଧରେ ସାରିକା ଅଭିନେତା ଅମିତାଭ ବଚ୍ଚନଙ୍କ ସ‌ହ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ ।[୪] [୫]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ବାର ବାର ଦେଖୋ (୨୦୧୬)
  • ପୁରାନି ଜିନ୍ସ (୨୦୧୪)
  • ଡେଭିଡ୍ (୨୦୧୩)
  • କ୍ଲବ ୬୦ (୨୦୧୩)
  • ଯବ୍ ତକ୍ ହେ ଜାନ୍ (୨୦୧୨)
  • ସୋଏବିତେ (୨୦୧୨)
  • ସୋସାଇଟ୍ (୨୦୧୦)
  • କଞ୍ଚା ଲେମ୍ବୁ (୨୦୦୯)
  • ହରି ପୁତ୍ତର୍: ଏ କମେଡ଼ି ଅଫ୍ ଟେରର୍‌ସ୍ (୨୦୦୮)
  • ୟାଇ.ଏମ୍.ଆଇ. ୟେହେ ମେରା ଇଣ୍ଡିଆ (୨୦୦୮)
  • ତାହାନ୍ (୨୦୦୮)
  • ମନୋରମା ସିକ୍ସ ଫିଟ୍ ଅଣ୍ଡର (୨୦୦୭)
  • ଭେଜା ଫ୍ରାଏ (୨୦୦୭)
  • ବାବୁଲ୍ (୨୦୦୬)
  • ସ୍କେୟାରଡ୍ ଇଭିଲ୍- ଏ ଟ୍ରୁ ଷ୍ଟୋରୀ' (୨୦୦୬)
  • କଲ୍: ୟେଷ୍ଟର ଡେ ଏଣ୍ଡ ଟୁମୋରୋ (୨୦୦୫)
  • ପାର୍ଜାନିଆ (୨୦୦୫)
  • ଆମେରିକାନ୍ ଡେ ଲାଇଟ୍ (୨୦୦୪)
  • ରଙ୍ଗୁ ରୋମିଓ (୨୦୦୩)
  • ପୁନ୍ନାଗାଇ ପୁଭେ (୨୦୦୩)
  • ଆଖ୍‌ରି ସଙ୍ଘର୍ଷ (୧୯୯୭)
  • ସନ୍ତୋଷ (୧୯୮୯)
  • ଅଜୀବ ଇତେଫାକ୍ (୧୯୮୯)
  • ଖରିଦାର (୧୯୮୮)
  • ସ୍ୱାତି (୧୯୮୬)
  • ସର୍ତ୍ତ (୧୯୮୬‌)
  • ଦିଲ୍‌ବାଲା (୧୯୮୬)
  • ମଙ୍ଗଲ୍ ଦାଦା (୧୯୮୬)
  • ଜିନ୍ଦା ଲାସ୍ (୧୯୮୬)
  • ଏକ ଡାକୁ ସ‌ହର ମେ (୧୯୮୫)
  • ରାମ ତେରେ କିତ୍‌ନେ ନାମ (୧୯୮୫)
  • ଏକ ଭୁଲ୍ (୧୯୮୫) (TV)
  • କ୍ରିଷ୍ଣାମା (୧୯୮୪)
  • ଗଙ୍ଗବା (୧୯୮୪)
  • ରାମ୍ ତେରା ଦେଶ୍ (୧୯୮୪)
  • ଆସ୍‌ମାନ୍ (୧୯୮୪)
  • ଅକଲମନ୍ଦ (୧୯୮୪)
  • ରାଜ୍ ତିଲକ୍ (୧୯୮୪)
  • ବଡ଼େ ଦିଲ‌ବାଲେ (୧୯୮୩)
  • ନାସ୍ତିକ (୧୯୮୩)
  • ବଗ୍ଗା ଡାକୁ (୧୯୮୩)
  • ରଜିଆ ସୁଲତାନ (୧୯୮୩)
  • ବିଧାତା (୧୯୮୨)
  • ବଦ୍‌ଲେ କି ଆଗ୍ (୧୯୮୨)
  • ମେହର୍‌ବାନୀ (୧୯୮୨)
  • ତିସ୍‌ରୀ ଆଙ୍ଖ୍ (୧୯୮୨)
  • ୟେ ୱାଦା ରହା (୧୯୮୨)
  • ଶ୍ରୀମାନ ଶ୍ରୀମତି (୧୯୮୨)
  • ସଟ୍ଟେ ପେ ସଟ୍ଟା (୧୯୮୨)
  • ଦଉଲତ (୧୯୮୨)
  • ଦିଲ୍ ହେ ଦିଲ୍ ମେ (୧୯୮୨)
  • ସନ୍ନାଟା (୧୯୮୧)
  • ଦ‌ହଶାତ୍ (୧୯୮୧)
  • କ୍ରାନ୍ତି (୧୯୮୧)
  • ନାଇ ଇମାରତ୍ (୧୯୮୧)
  • ପ୍ଲଟ୍ ନଂ ୫ (୧୯୮୧)
  • ଶାରଦା (୧୯୮୧)
  • ଜ୍ୟୋତି ବନେ ଜ୍ୱାଲା (୧୯୮୦)
  • ନ‌ଜ୍‌ରାନା ପ୍ୟାର କା (୧୯୮୦)
  • ପ୍ୟାରା ଦୁସ୍ମନ୍ (୧୯୮୦)
  • ୟେ କୈସା ଇନ୍‌ସାଫ୍ (୧୯୮୦)
  • ବିନ୍ ଫେରେ ହମ୍ ତେରେ (୧୯୭୯)
  • ଗୃହ ପ୍ରବେଶ (୧୯୭୯)
  • ଜାନ୍-ଏ-ବାହାର (୧୯୭୯)
  • ଜାନୀ ଦୁସ୍ମ‌ନ୍ (୧୯୭୯)
  • ରାଖିକି ସୌଗନ୍ଧ (୧୯୭୯)
  • ତିଲ୍ ତିଲ୍ ଡାଲେଖା (୧୯୭୯)
  • ଦିଲ୍ ଔର ଦିୱାର୍ (୧୯୭୮)
  • ଟିକ୍ ଟିକ୍ ଟିକ୍ (୧୯୭୮)
  • ଅନ୍‌ପଢ଼୍ (୧୯୭୮)
  • ଦେବତା (୧୯୭୮)
  • ମଧୁ ମାଳତୀ (୧୯୭୮)
  • ପରଧ୍ (୧୯୭୭)
  • ବନ୍ଦଲ ବାଜ୍ (୧୯୭୬)
  • ରକ୍ଷା ବନ୍ଧନ (୧୯୭୬)
  • ଖୁସ୍‌ବୁ (୧୯୭୫)
  • ଗୀତ୍ ଗା ଚାଲ୍ (୧୯୭୫)
  • କାଗଜ କି ନାଓ (୧୯୭୫)
  • ବନ୍ଦନା (୧୯୭୫)
  • ହାର୍ ଜିତ୍ (୧୯୭୨)
  • ଛୋଟି ବୋହୂ (୧୯୭୧)
  • ଜବାନ ମହବତ୍ (୧୯୭୧)
  • ଦେବୀ (୧୯୭୦)
  • ବେଟି (୧୯୬୯)
  • ବାଳକ (୧୯୬୯)
  • ଜ୍ୟୋତି (୧୯୬୯)
  • ସତ୍ୟକାମ (୧୯୬୯)
  • ଆଶୀର୍ବାଦ (୧୯୬୮)
  • ହମ୍‌ରାଜ୍ (୧୯୬୭)
  • ମଝ୍‌ଲି ଦିଦି (୧୯୬୭)

ଦୂରଦର୍ଶନ[ସମ୍ପାଦନା]

ବର୍ଷ ଧାରାବାହିକ ଚେନାଲ ଭୂମିକା
୨୦୧୪ ଯୁଦ୍ଧ ସୋନୀ ଗୌରୀ ସେଖର
୨୦୧୫ ଡର୍ ସବ୍‌କୋ ଲଗ୍‌ତା ହେ & ଟିଭି ମିସ୍ କୋନ୍‌ସିକା

ଆଧାର[ସମ୍ପାଦନା]

  1. "Shruti Haasan's sister Akshara lives in Mumbai with mom". The Times of India. Retrieved 13 June 2017.
  2. "I get devastated at the idea of marriage: Shruti Haasan". Retrieved 13 June 2017.
  3. "Times of India". Times of India. p. 6. Retrieved 13 June 2017.
  4. "Amitabh Bachchan's 'Yudh' - Work of innovation or plunge into plagiarism". Retrieved 13 June 2017.
  5. "Yudh to replace Bade Achhe Lagte Hain". Hindustan Times. 4 July 2014. Archived from the original on 4 July 2014. Retrieved 13 June 2017.

ଅଧିକ ତ‌ଥ୍ୟ[ସମ୍ପାଦନା]