ପୋଡୋଫାଇଲମ ରେଜିନ

ଉଇକିପିଡ଼ିଆ‌ରୁ
ପୋଡୋଫାଇଲମ ରେଜିନ
Clinical data
Trade namesPodocon-25, others
AHFS/Drugs.commonograph
Pregnancy
category
  • US: X (Contraindicated)
ATC code
Identifiers
CAS Number
ChemSpider
  • none
ECHA InfoCard100.029.575 Edit this at Wikidata

ପୋଡୋଫାଇଲମ ରେଜିନ (ଇଂରାଜୀ ଭାଷାରେ Podophyllum resin, ଅନ୍ୟ ନାମ ପୋଡୋଫାଇଲମ/podophyllum ବା ପୋଡୋଫାଇଲିନ/podophyllin) ଏକ ରେଜିନ (resin) ଯାହା ଆମେରିକାନ ମଣ୍ଡ୍ରେକ (American mandrake) ଗଛର ଚେରରୁ (roots) ତିଆରି କାରାଯାଏ ।[୧] ଏଚଆଇଭି/ଏଡସ ରୋଗୀଙ୍କ ଭାତୁଡ଼ି, ଯୌନାଙ୍ଗ ଭାତୁଡ଼ି (genital warts) ଓ ପାଦ ଭାତୁଡ଼ି (plantar warts) ଚିକିତ୍ସାରେ ବ୍ୟବ‌ହାର କରାଯାଏ । [୨][୩] ଏଚପିଭି ସଂକ୍ରମଣରେ (HPV infection) ବାହ୍ୟ ଭାତୁଡ଼ି ନଥିଲେ ଏହା ଦିଆଯାଏ ନାହିଁ । ଏହା ଚର୍ମରେ ସ୍ୱାସ୍ଥ୍ୟକର୍ମୀଙ୍କଦ୍ୱାରା ଲଗାଯାଏ ।[୨]

ପୋଡୋଫାଇଲମ ରେଜିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ ଦେଖାଯାଏ, ଗଲୁ ହୁଏ ଓ ବ୍ୟବ‌ହାର କରୁଥିବା ସ୍ଥାନରେ ଯନ୍ତ୍ରଣା ହୁଏ । ପ୍ରତିକ୍ରିୟା ସାଂଘାତିକ ହେଲେ ବାନ୍ତି, ପେଟ ଯନ୍ତ୍ରଣା, ଦ୍ୱନ୍ଦ୍ୱ, ଅସ୍ଥିମଜ୍ଜା ଦମନ (bone marrow suppression) ଓ ତରଳ ଝାଡ଼ା ହୋଇପାରେ । ଗୋଟିଏ ଥରରେ ଏକ ଛୋଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଲଗେଇବା ଉଚିତ ନୁହେଁ । Use during ଗର୍ଭାବସ୍ଥାରେ ଏହା ବ୍ୟଭାର କଲେ ଶିଶୁର ହାନୀ ହୁଏ ।[୨] ଏହ ପୋଡୋଫାଇଲୋଟକ୍‌ସିନ (podophyllotoxin) ମାଧ୍ୟମରେ ଏହା କୋଷ ବିଭାଜନ (cell division) ବନ୍ଦ କରି କାର୍ଯ୍ୟକ୍ଷମ ହୁଏ ।[୧]

ସନ ୧୮୨୦ରୁ ଭାତୁଡ଼ି ଚିକିତ୍ସା ପୋଡୋଫାଇଲମ ରେଜିନ ସାହାଯ୍ୟରେ ଭାତୁଡ଼ି (warts) ଚିକିତ୍ସା କରାଯାଉଛି ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ କୋର୍ଷ ଚିକିତ୍ସାର ଖର୍ଚ୍ଚ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ।[୬] ଏହାର ଅନ୍ୟ ଏକ କମ୍ ପ୍ରତିକ୍ରିୟା ହେଉଥିବା ଫର୍ମୁଲା ପୋଡୋଫାଇଲୋଟକ୍‌ସିନ (podophyllotoxin ) ମଧ୍ୟ ମିଳୁଛି ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Briggs, Gerald G.; Freeman, Roger K.; Yaffe, Sumner J. (2011). Drugs in Pregnancy and Lactation: A Reference Guide to Fetal and Neonatal Risk (in ଇଂରାଜୀ). Lippincott Williams & Wilkins. p. 1190. ISBN 9781608317080.
  2. ୨.୦ ୨.୧ ୨.୨ "Podophyllum Resin". The American Society of Health-System Pharmacists. Retrieved 8 December 2016.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. pp. 307, 309. ISBN 9789241547659. Retrieved 8 December 2016.
  4. Arora, Rajesh (2010). Medicinal Plant Biotechnology (in ଇଂରାଜୀ). CABI. p. 36. ISBN 9781845936921.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 185. ISBN 9781284057560.