Jump to content

ପାଦ ଭାତୁଡ଼ି

ଉଇକିପିଡ଼ିଆ‌ରୁ
ପାଦ ଭାତୁଡ଼ି (Plantar wart)
ଭେରୁକା (Verruca), ମିରମେସିଆ (myrmecia), ଭେରୁକା ପ୍ଲାଣ୍ଟାରିସ (verruca plantaris) [୧]
ପାଦ ଭାତୁଡ଼ିର ଗୋଟିଏ ଚିତ୍ର (Close up image)
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣଚର୍ମ ରଙ୍ଗର ଲିଜନ, କଷ୍ଟଦାୟକ ହୋଇପାରେ । Skin colored lesion, may be painful[୨]
ଅବଧି୨ବର୍ଷ[୨]
କାରଣମାନବ ପାପିଲୋମା ଭୁତାଣୁ (Human papillomavirus)/ HPV)[୨]
ବିପଦ କାରକଗୋଷ୍ଠି ସ୍ନାନ, ପୂର୍ବତନ ଭାତୁଡ଼ି, ଦୁର୍ବଳ ଇମ୍ମ୍ୟୁନିଟି (poor immune function)[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୩]
ସଠିକ ରୋଗ ନିର୍ଣ୍ଣୟକ୍ୟାଲସ (Callus), ମୋଲୁସ୍କମ କୋଣ୍ଟାଜିଓସମ, ସ୍କ୍ୱାମସ ସେଲ କର୍କଟ (squamous cell carcinoma)[୨]
ଚିକିତ୍ସାସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବ‌ହାର), କ୍ରାୟୋଥେରାପି (cryotherapy), ଅପରେଶନ କରି ବାହାର କରିଦେବା[୨]
ପୁନଃପୌନିକସାଧାରଣ[୪]

ପାଦ ଭାତୁଡ଼ି (ଇଂରାଜୀ ଭାଷାରେ plantar wart) ଏକ ଭାତୁଡ଼ି wart ଯାହା ପାଦତଳେ (bottom) ବା ପାଦ ଆଙ୍ଗୁଠି (toes) ତଳେ ସୃଷ୍ଟି ହୁଏ । [୪] ଏହି ଭାତୁଡ଼ିର ରଙ୍ଗ ଚର୍ମ (skin) ରଙ୍ଗ ସ‌ହିତ ସମାନ ଥାଏ । [୨] ପୃଷ୍ଠ ଭାଗରେ କଳା ଦାଗ ଦେଖାଯାଇପାରେ ।[୪] ଏକାଧିକ ଭାତୁଡ଼ି ଗୋଟିଏ ସ୍ଥାନରେ ଦେଖାଯାଇପାରେ । [୨] ଏହା ଯୋଗୁ ଚାଲିବା ବେଳେ କଷ୍ଟ ଅନୁଭବ ହୁଏ । [୨]

ମାନବ ପାପିଲୋମା ଭୁତାଣୁ/ ଏଚପିଭି (Human papillomavirus)/ HPV) ଯୋଗୁ ଏହି ରୋଗ ହୁଏ ।[୨] ରୋଗ ହେବା ନିମନ୍ତେ ଚମ ଖଣ୍ଡିଆ ହେବା ଆବଶ୍ୟକ ।[୨] ଗୋଷ୍ଠି ସ୍ନାନ କରୁଥିଲେ, ପୂର୍ବରୁ ଭାତୁଡ଼ି ଥିଲେ ଓ ଦୁର୍ବଳ ଇମ୍ମ୍ୟୁନିଟି (poor immune function) ଥିଲେ ଏହି ରୋଗ ସଙ୍କଟ ରହେ ।[୨][୩] ଲକ୍ଷଣ ଦେଖି ରୋଗ ସ‌ହଜରେ ରୋଗ ନିର୍ଣ୍ଣୟ କରିହୁଏ ।[୩]

ଲକ୍ଷଣ ଦେଖାଗଲେ ଚିକିତ୍ସା ଆବଶ୍ୟକ ହୁଏ ।[୩] ସାଲିସିଲିକ ଏସିଡ (ଡାକ୍ତରୀ ବ୍ୟବ‌ହାର), କ୍ରାୟୋଥେରାପି (cryotherapy) ଓ ଅପରେଶନ କରି ବାହାର କରିଦେବା ଆଦି ଚିକିତ୍ସା କରାଯାଏ । [୨] ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଭାତୁଡ଼ି ଉପରେ ଥିବା ଚମକୁ ବାହାର କରିଦିଆଯାଏ ।[୨] ପ୍ରାୟ ୧/୩ରୁ ୨/୩ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି କିନ୍ତୁ ଏହା ୨ ବର୍ଷ ନିମନ୍ତେ ଲାଗୁ ହୁଏ ।[୨] ଏହି ପାଦ ଭାତୁଡ଼ି ଏକ ସାଧାରଣ ରୋଗ ।[୪] ପିଲା ଓ ଯୁବାବସ୍ଥାରେ ଏ ରୋଗଦ୍ୱାରା ସାଧାରଣତଃ ଆକ୍ରାନ୍ତ ହେବା ଦେଖାଯାଏ ।[୩]

  1. James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 405. ISBN 0-7216-2921-0.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Vlahovic, TC; Khan, MT (July 2016). "The Human Papillomavirus and Its Role in Plantar Warts: A Comprehensive Review of Diagnosis and Management". Clinics in podiatric medicine and surgery. 33 (3): 337–53. doi:10.1016/j.cpm.2016.02.003. PMID 27215155.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1375. ISBN 9780323529570.
  4. ୪.୦ ୪.୧ ୪.୨ ୪.୩ "Plantar Warts". AOFAS (in ଆମେରିକୀୟ ଇଂରାଜୀ). Archived from the original on 11 November 2017. Retrieved 11 November 2017.
[ସମ୍ପାଦନା]
ଶ୍ରେଣୀବିଭାଗ