ଭାତୁଡ଼ି

ଉଇକିପିଡ଼ିଆ‌ରୁ
ଭାତୁଡ଼ି
verruca (ଭେରୁକା),[୧] papillomas (ପାପିଲୋମା)[୨]
ବୁଢ଼ା ଆଙ୍ଗୁଠିରେ ଏକାଧିକ ଭାତୁଡ଼ି ଦେଖାଯାଉଛି ।
ବିଭାଗଚର୍ମରୋଗ ବିଜ୍ଞାନ (dermatology)
ଲକ୍ଷଣକଷ୍ଟ‌ହୀନ ଛୋଟ ଚର୍ମ ଅର୍ବୁଦ । [୧][୩]
ଅବଧିମାସ ବର୍ଷ ଧରି ହୁଏ । [୧]
କାରଣମାନବ ପାପୋଲୋମା ଭୁତାଣୁ (human papillomavirus)[୧]
ବିପଦ କାରକସାର୍ବଜନୀନ ସ୍ନାନାଗାର, ଏକଜିମା eczema[୩]
ସଠିକ ରୋଗ ନିର୍ଣ୍ଣୟକ୍ୟାଲସ (callus), ସେବୋରିକ ଡର୍ମାଟାଇଟିସ (seborrheic keratosis), ସ୍କ୍ୱାମସ ସେଲ କାର୍ସିନୋମା (squamous cell carcinoma)[୪]
ଚିକିତ୍ସାସାଲିସିଲିକ ଏସିଡ (salicylic acid), କ୍ରାୟୋଥେରାପି (cryotherapy)[୧]
ପୁନଃପୌନିକଅତି ସାଧାରଣ .[୨]

ଭାତୁଡ଼ି (ଇରାଜୀ ଭାଷାରେ Warts) ଏକ ଛୋଟ, ଖଦଡ଼ା ଓ ଟାଣ ଅର୍ବୁଦ ସମ୍ପନ୍ନ ଚର୍ମ ରୋଗ ଯାହାର ରଙ୍ଗ ଅନ୍ୟାନ୍ୟ ସ୍ଥାନର ଚର୍ମ ରଙ୍ଗ ସ‌ହ ସମାନ ଥାଏ ।[୧][୩] ଏଥିରେ ଅନ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ; କେବଳ ପାଦ ତଳେ ହେଲେ କଷ୍ଟ ହୁଏ । [୩] ସାଧାରଣ ଭାବରେ ହାତ ଓ ପାଦରେ ହେଉଥିଲେ ମଧ୍ୟ ଦେହର ଯେ କୌଣସି ସ୍ଥାନରେ ହୋଇପାରିବ । [୧] ଏକ ବା ଏକାଧିକ ଭାତୁଡ଼ି ବାହାରିପାରେ । ଏହାର କର୍କଟ ରୋଗ ସ‌ହିତ ସମ୍ପର୍କ ନ ଥାଏ । [୩]

ଏକ ପ୍ରକାର ମାନବ ପାପିଲୋମାଭୁତାଣୁ (human papillomavirus ବ HPV) ଏହି ରୋଗ ସଂକ୍ରମଣ କରନ୍ତି ।[୧] ସାର୍ବଜନୀନ ସ୍ଥାନରେ ସ୍ନାନ କଲେ, ମାଂସ କଟା କାମ କଲେ, ଏକଜିମା (eczema) ଥଲେ ଓ ଇମ୍ମ୍ୟୁନିଟି କମ ଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ ।[୧][୩] ଚର୍ମରେ ସାମାନ୍ୟ ଆଘାତ ଥିବା ସ୍ଥାନରେ ଭୁତାଣୁ ପ୍ରବେଶ କରେ । [୧] ଅନେକ ପ୍ରକାର ଭାତୁଡ଼ି ଦେଖାଯାଏ ଯେପରିକି: ସାଧାରଣ ଭାତୁଡ଼ି, ପାଦ ଭାତୁଡ଼ି (plantar warts), ଫିଲିଫର୍ମ ଭାତୁଡ଼ି ଓ ଯୌନାଙ୍ଗ ଭାତୁଡ଼ି (genital warts) ।[୩] ଯୌନ କ୍ରୀଡ଼ା ସମୟରେ ଯୌନାଙ୍ଗ ଭାତୁଡ଼ି ସଞ୍ଚାରିତ ହୁଏ । [୫]

ଅଧିକାଂଶ ଭାତୁଡ଼ି କିଛି ମାସ ବା କିଛି ବର୍ଷ ମଧ୍ୟରେ ଆପେ ଆପେ ମିଳେଇ ଯାଏ । ଭାତୁଡ଼ି ଉପରେ ସାଲିସିଲିକ ଏସିଡ (salicylic acid ) ଲଗେଇଲେ ଓ କ୍ରାୟୋଥେରାପି (cryotherapy)ରେ ଏହି ରୋଗ ମିଳେଇବା ସମୟ ଦୃତ ହୋଇଯାଏ । ଅନ୍ୟଥା ସୁସ୍ଥ ବ୍ୟକ୍ତିଙ୍କର ଭାତୁଡ଼ି ଯୋଗୁ କୌଣସି ସମସ୍ୟା ହୁଏନାହିଁ । [୧] ଯୌନାଙ୍ଗ ଭାତୁଡ଼ି ନିମନ୍ତେ ଅଲଗା ଚିକିତ୍ସା କରାଯାଏ । [୩]

ଭାତୁଡ଼ି ଏକ ସର୍ବସାଧାରଣ ରୋଗ, ଅଧିକାଂଶ ଲୋକଙ୍କ ଦେହରେ ଜୀବନରେ କେତେବେଳେ ନା କେତେବେଳେ ହୁଏ । [୨] ଅଣ‌ଯୌନାଙ୍ଗ ଭାତୁଡ଼ି ପ୍ରାୟ ୧ରୁ ୧୩% ଲୋକଙ୍କର ଥାଏ । ଯୁବାବସ୍ଥାରେ ସାଧାରଣତଃ ଏହି ରୋଗ ହୁଏ ।[୧] ସକ୍ରିୟ ଯୌନସମ୍ଭୋଗକାରୀ ମହିଳାଙ୍କର ଏହି ରୋଗ ହାର ପ୍ରାୟ ୧୨% । [୫] ଅନ୍ୟୁନ ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟ (Hippocrates) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Loo, SK; Tang, WY (12 June 2014). "Warts (non-genital)". BMJ clinical evidence. 2014. PMID 24921240.
  2. ୨.୦ ୨.୧ ୨.୨ "Papillomas (Warts) - National Library of Medicine". PubMed Health. Retrieved 2016-11-06.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Warts: Overview". 30 July 2014. {{cite journal}}: Cite journal requires |journal= (help)
  4. ୪.୦ ୪.୧ Bope, Edward T.; Kellerman, Rick D. (2012). Conn's Current Therapy 2012 (in ଇଂରାଜୀ). Elsevier Health Sciences. p. 275. ISBN 1455733059.
  5. ୫.୦ ୫.୧ W Buck, Henry (13 August 2010). "Warts (genital)". BMJ clinical evidence. 2010. ISSN 1752-8526. PMC 3217761. PMID 21418685.