ଶିଶୁସନ୍ଥ ମହାରାଜ

ଉଇକିପିଡ଼ିଆ‌ରୁ

ଶିଶୁସନ୍ଥ ମହାରାଜ ଜଣେ ନାଗା ସାଧୁ, ବାସ୍ତୁଶାସ୍ତ୍ରୀ ଆୟୁର୍ବେଦ ବିଜ୍ଞାନୀ ଓ ସମାଜସେବୀ ଅଟନ୍ତି । ନାରୀ ଶିକ୍ଷାର ବିକାଶ, ନାରୀ ଶକ୍ତି ଜାଗରଣ ବିଶେଷ କରି ଶିଶୁ କନ୍ୟା ସୁରକ୍ଷା ଦିଗରେ ଆଜୀବନ ନିୟୋଜିତ ଥିଲେ । ଏହି କ୍ଷେତ୍ରରେ ଦୀର୍ଘ ଜୀବନ କାର୍ଯ୍ୟ କରିବା ସହ ଶିଶୁସନ୍ଥ ନାମରେ ପରିଚିତ ଥିଲେ ।


ସେ ଶିକ୍ଷାବିତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପାଳିତ ପୁତ୍ର ଅଟନ୍ତି । ରଣପୁରରେ ଜନ୍ମିତ ଏହି ସନ୍ଥ ୫ବର୍ଷ ବୟସରୁ ନାଗା ସାଧୁଙ୍କ ସହ ହିମାଳୟ ଯାଇ ସେଠାରେ ପରିଣତ ବୟସ ପର୍ଯ୍ୟନ୍ତ ସାଧନା କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ହିମାଳୟର ବିଭିନ୍ନ ନାଗା ସାଧୁମାନଙ୍କ ସାହଚର୍ଯ୍ୟରେ ଶିଶୁ ବେଦ, ମାତୃ ଗର୍ଭସ୍ଥ ଶିଶୁ ସୁରକ୍ଷା, ଭାରତୀୟ ନାରୀ ଶକ୍ତିର ବିଶେଷ ଗାରିମା ତଥା ଶିଶୁ ବେଦ ସମ୍ପର୍କରେ ଜ୍ଞାନ ଅଧ୍ୟୟନ କରି ନାଗାଲାଣ୍ଡ, ମଣିପୁର, ମିଜୋରାମ ଆଦି ଅଞ୍ଚଳରେ ଏହି ଜ୍ଞାନର ପ୍ରଚାର ପ୍ରସାର କରି ଓଡ଼ିଶା ଫେରିଥିଲେ । ୭୦ଦଶକରୁ ଓଡ଼ିଶାରେ ଶିଶୁ କନ୍ୟା ସୁରକ୍ଷା, ଶିଶୁ ସନ୍ଥ ଯୋଗଦର୍ଶନ, ଅତି ମାନସ ବିଜ୍ଞାନ, ସ୍ୱର ସାଧନା ତଥା ଆଦର୍ଶ ନାରୀ ସୃଷ୍ଟି ଦିଗରେ ସେ ଓଡ଼ିଶାକୁ ତାଙ୍କର କର୍ମଶାଳା କରିଥିଲେ ।

କୃତି[ସମ୍ପାଦନା]

୧୯୭୨ରେ କଟକ ବିଡ଼ାନାସୀ ନୂଆ ସାହିରେ ସେ ଶିଶୁ ସନ୍ଥ ଯୋଗାଶ୍ରମ ପ୍ରତିଷ୍ଠା କରି ଦରିଦ୍ର, ଅବହେଳିତ ଶିଶୁମାନଙ୍କ ଏକ ଛାତ୍ରାବାସ ନିର୍ମାଣ କରି ପରବର୍ତ୍ତୀ ଅବସ୍ଥାରେ ୧୯୪୬ରେ ଗୋଦାବରୀଶ ସନ୍ଥ ଶିକ୍ଷା ସଂସ୍କୃତ ନାମକ ଏକ ସଂସ୍ମୃତ ଟୋଲ ପ୍ରତିଷ୍ଠା କରିଥିଲେ । ତାଙ୍କ ଉଦ୍ୟମରେ ବିଡ଼ାନାସୀ ସୁଭଦ୍ରାନଗରରେ ୬କୋଣ ବିଶିଷ୍ଟ ଏକ ବଡ଼ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।

କଟକ ବିଡ଼ାନାସୀ ସୁଭଦ୍ରାନଗରରେ ତାଙ୍କର ବାସଭବନରେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୨୦୧୬ମସିହା ଜାନୁଆରୀ ୨୯ ତାରିଖରେ ତାଙ୍କର ପରଲୋକ ଘଟିଲା । [୧]

ଆଧାର[ସମ୍ପାଦନା]

  1. "ପରଲୋକରେ ଶିଶୁସନ୍ଥ ମହାରାଜ ଶେଷ ଦର୍ଶନ କରିବାକୁ ଆଶ୍ରମରେ ଉପସ୍ଥିତ ଭକ୍ତ ଓ ବ୍ୟକ୍ତିବିଶେଷ". Samaja. Retrieved 17 January 2017.