ହେପାଟାଇଟିସ
ହେପାଟାଇଟିସ | |
---|---|
ବିଭାଗ | ସଂକ୍ରାମକ ରୋଗ (infectious disease) ଓ ଜଠରାନ୍ତ୍ର ରୋଗ ବିଜ୍ଞାନ (gastroenterology) |
ଲକ୍ଷଣ | ହଳଦିଆ ଚର୍ମ (yellowish skin), ଅରୁଚି, ପେଟ ଯନ୍ତ୍ରଣା [୧][୨] |
ଅବଧି | ସ୍ୱଳ୍ପ କାଳୀନ ବା ଦୀର୍ଘକାଳୀନ [୧] |
କାରଣ | ଭୁତାଣୁ (viruses), ଆଲକୋହୋଲ/ମଦ୍ୟପାନ (alcohol), ବିଷାକ୍ତ ପଦାର୍ଥ, ଅଟୋଇମ୍ମ୍ୟୁନ ।[୨][୩] |
ପ୍ରତିକାର | ଟିକା[୨] |
ଚିକିତ୍ସା | ଔଷଧ, ଯକୃତ ପ୍ରତିରୋପଣ (liver transplant)[୧][୪] |
ପୁନଃପୌନିକ | > ୫୦୦ ନିୟୁତ କେଶ [୩] |
ମୃତ୍ୟୁ ସାନ୍ଦ୍ରତା | > ବର୍ଷକୁ ଏକ ନିୟୁତ [୩] |
ହେପାଟାଇଟିସ (ଇଂରାଜୀରେ Hepatitis) ଏକ ରୋଗ ଗୋଷ୍ଠୀ ଯେଉଁଥିରେ ଯକୃତର ପ୍ରଦାହ (inflammation) ହୁଏ ।[୩] କେତେକ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ଓ ଅନ୍ୟ ପକ୍ଷରେ ଅନ୍ୟମାନଙ୍କର କାମଳ, ଆନୋରେକ୍ସିଆ ବା ଅରୁଚି (poor appetite), ବାନ୍ତି, ଥକ୍କା ଲାଗିବା (feel tired), ପେଟ ଯନ୍ତ୍ରଣା (abdominal pain) ବା ତରଳ ଝାଡ଼ା ହୁଏ । [୧][୨] ହେପାଟାଇଟିସ ଏକ ସାମୟିକ ରୋଗ ବା ଦୀର୍ଘକାଳୀନ କ୍ରନିକ ରୋଗ (long term) ହୋଇପାରେ । [୧] ଆକ୍ୟୁଟ ହେପାଟାଇଟିସ ସ୍ୱତଃ ଉପଶମ ହୋଇପାରେ, ଏହା ପ୍ରଗତିଶୀଳ ହୋଇ କ୍ରନିକ ହେପାଟାଇଟିସ ହୋଇପାରେ ବା କ୍ୱଚିତ ଆକ୍ୟୁଟ ଯକୃତ ଫେଲ (acute liver failure) ହୋଇପାରେ । [୫] କ୍ରନିକ ହେପାଟାଇଟିସ ସମୟକ୍ରମେ ପ୍ରଗତି କରି ସିରୋସିସ୍, ଯକୃତ ଫେଲ (liver failure) ବା ଯକୃତ କର୍କଟ ରୋଗରେ ପରିବର୍ତ୍ତିତ ହୋଇପାରେ ।[୩]
ପୃଥିବୀବ୍ୟାପି ଭୁତାଣୁ ହେପାଟାଇଟିସ (viral hepatitis) ସବୁଠାରୁ ଅଧିକ ସଂଖ୍ୟକ କାରଣ ରୂପେ ବିବେଚିତ ହୋଇଚି ।[୨][୩] ଅନ୍ୟାନ୍ୟ କାରଣ ମଧ୍ୟରେ ମଦ୍ୟାତ୍ୟୟ, ନନ୍ ଆଲକୋହୋଲିକ ସ୍ଟିଏଟୋହେପାଟାଇଟିସ (nonalcoholic steatohepatitis) (nash/ଏନଏଏସଏଚ), କେତେକ ଔଷଧ, ଟକ୍ସିନ/ବିଷ, ଅନ୍ୟ କେତେକ ସଂକ୍ରମଣ ଓ ଅଟୋଇମ୍ମ୍ୟୁନ ରୋଗ (autoimmune diseases) ଉଲ୍ଲେଖନୀୟ ଅଟେ । [୨][୩][୬] ଏହାକୁ ୫ ଶ୍ରେଣୀରେ ବିଭକ୍ତ କରାଯାଇଛି ଯଥା:- ହେପାଟାଇଟିସ ଏ, ବି, ସି, ଡି (D) ଓ ଇ (E) । ହେପାଟାଇଟିସ ଏ ଓ ଇ ଉଭୟ ଅପମିଶ୍ରିତ ଖାଦ୍ୟ ଓ ଜଳ ମାଧ୍ୟମରେ ବ୍ୟାପିଥାଏ । ହେପାଟାଇଟିସ ବି ସାଧାରଣତଃ ଯୌନ ସମ୍ଭୋଗ ସମୟରେ, ଶିଶୁ ଜନ୍ମ ସମୟରେ, ସଂକ୍ରମିତ ରକ୍ତ ନେବା ସମୟରେ ଓ ସଂକ୍ରମିତ ଛୁଞ୍ଚି ସାହାଯ୍ୟରେ ଇଞ୍ଜେକସନ ନେଲେ ବା ଶିରାଭ୍ୟନ୍ତର ଡ୍ରଗ ଇଞ୍ଜେକସନ ନେଲେ ବ୍ୟାପିଥାଏ । ହେପାଟାଇଟିସ ସି ଓ ଡି ଉଭୟ ସାଧାରଣତଃ ରକ୍ତ ମାଧ୍ୟମରେ ବ୍ୟାପିଥାଏ । [୩]
ଟିକା ଦେବାଦ୍ୱାରା ହେପାଟାଇଟିସ ଏ, ବି ଓ ଡି ରୋଗମାନଙ୍କର ପ୍ରତିଷେଧ ହୁଏ ।[୨] କ୍ରନିକ ଭୁତାଣୁ ହେପାଟାଇଟିସ ରୋଗକୁ ଔଷଧ ଦେଇ ଚିକିତ୍ସା କରାଯାଏ ।[୧] ଏନଏଏସଏଚ ରୋଗ ନିମନ୍ତେ କୋଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ, କିନ୍ତୁ ଶାରୀରିକ ସକ୍ରିୟତା, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ଓଜନ କମେଇବା ଆଦି ଜୀବନଚର୍ଯ୍ୟା ଅତି ମହତ୍ତ୍ୱପୁର୍ଣ୍ଣ ହୁଏ ।[୬] ଅଟୋଇମ୍ମୁନ ହେପାଟାଇଟିସ (Autoimmune hepatitis) ରୋଗକୁ ଇମ୍ମ୍ୟୁନୋସପ୍ରେସାଣ୍ଟ ଔଷଧ ଦେଇ ଚିକିତ୍ସା କରାଯାଏ ।[୭] କେତେକ କେଶ୍ରେ ଯକୃତ ପ୍ରତିରୋପଣ (liver transplant) କରାଯାଇପାରେ ।[୪]
ପୃଥିବୀରେ ସନ ୨୦୧୫ରେ ୧୧୪ ନିୟୁତ ଲୋକଙ୍କୁ ହେପାଟାଇଟିସ ଏ, ୩୪୩ ନିୟୁତ ଲୋକଙ୍କୁ ହେପାଟାଇଟିସ ବି ଓ ୧୪୨ ନିୟୁତ ଲୋକଙ୍କୁ କ୍ରନିକ ହେପାଟାଇଟିସ ସି ଆକ୍ରମଣ କରିଥିଲା ।[୮] ଯୁକ୍ତରାଷ୍ଟ୍ର ଆମେରିକାରେ୧୧ ନିୟୁତ ଲୋକଙ୍କୁ ଏନଏଏସଏଚ ଓ ୫ ନିୟୁତ ଲୋକଙ୍କୁ ଆଲକୋହୋଲିକ ହେପାଟାଇଟିସ (alcoholic hepatitis) ଆକ୍ରମଣ କରିଥିଲା ।[୬][୯] ଅପ୍ରତ୍ୟକ୍ଷ ଭାବରେ ହେପାଟାଇଟିସ ରୋଗ ଯୋଗୁ ୧ ନିୟୁତ ମୃତ୍ୟୁ ହୁଏ, ସେଥିରୁ ଅଧିକାଂଶ ଯକୃତ କ୍ଷତଦାଗ (scar) ଓ ଯକୃତ କର୍କଟ ରୋଗମାନଙ୍କ ଯୋଗୁ ହୁଏ ।[୩][୧୦] ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫୦୦୦ ଲୋକଙ୍କର ହେପାଟାଇଟିସ ରୋଗ ହେବା ଫଳରେ ୭୫ ଜଣଙ୍କର ମୃତ୍ୟୁ ହୁଏ ।[୧୧] ହେପାଟାଇଟିସ ଶବ୍ଦଟି ଗ୍ରୀସ ଭାଷାରୁ ନିଆଯାଇଛି; Greek ଶବ୍ଦ hêpar (ἧπαρ) (ହେପାର), ଅର୍ଥ "liver"/ଯକୃତ, ଓ -itis/ଆଇଟିସ (-ῖτις) ଅର୍ଥ "inflammation"/ପ୍ରଦାହ ।[୧୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hepatitis". MedlinePlus. Retrieved 10 November 2016.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "What is hepatitis?". WHO. July 2016. Retrieved 10 November 2016.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Hepatitis". NIAID. Retrieved 2 November 2016.
- ↑ ୪.୦ ୪.୧ "Liver Transplant". NIDDK. April 2012. Archived from the original on 11 November 2016. Retrieved 10 November 2016.
- ↑ Bernal W.; Wendon J. (2013). "Acute Liver Failure". New England Journal of Medicine. 369 (26): 2525–2534. doi:10.1056/nejmra1208937. PMID 24369077.
- ↑ ୬.୦ ୬.୧ ୬.୨ "Fatty Liver Disease (Nonalcoholic Steatohepatitis)". NIDDK. May 2014. Archived from the original on 11 November 2016. Retrieved 10 November 2016.
- ↑ "Autoimmune Hepatitis". NIDDK. March 2014. Archived from the original on 11 November 2016. Retrieved 10 November 2016.
- ↑ "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". The Lancet. 388 (10053): 1545–1602. October 2016. doi:10.1016/S0140-6736(16)31678-6. PMID 27733282.
- ↑ Basra, Sarpreet (2011). "Definition, epidemiology and magnitude of alcoholic hepatitis". World Journal of Hepatology. 3 (5): 108. doi:10.4254/wjh.v3.i5.108. PMID 21731902.
{{cite journal}}
: CS1 maint: unflagged free DOI (link) - ↑ "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". The Lancet. 388 (10053): 1459–1544. October 2016. doi:10.1016/S0140-6736(16)31012-1. PMID 27733281.
- ↑ "Statistics & Surveillance Division of Viral Hepatitis CDC". CDC. Retrieved 10 November 2016.
- ↑ "Online Etymology Dictionary". Etymonline.com. Retrieved 2012-08-26.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |