ଭେଣ୍ଟ୍ରିକୁଲାର ଫିବ୍ରିଲେସନ

ଉଇକିପିଡ଼ିଆ‌ରୁ
ଭେଣ୍ଟ୍ରିକୁଲାର ଫିବ୍ରିଲେସନ
୧୨-ଲିଡ ଇସିଜିରେ (ECG) ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିCardiology
ଆଇସିଡ଼ି-୧୦I49.0
ଆଇସିଡ଼ି-୯-ସିଏମ୍427.41
ରୋଗ ଡାଟାବେସ13798
ମେଡ଼ିସିନ-ପ୍ଲସ007200
Patient UKଭେଣ୍ଟ୍ରିକୁଲାର ଫିବ୍ରିଲେସନ
MeSHଅବ୍ୟବସ୍ଥିତ ବୈଦ୍ୟୁତିକ କ୍ରିୟା ଯୋଗୁ D014693 ଅବ୍ୟବସ୍ଥିତ ବୈଦ୍ୟୁତିକ କ୍ରିୟା ଯୋଗୁ

ଭେଣ୍ଟ୍ରିକୁଲାର ଫିବ୍ରିଲେସନ (ଇଂରାଜୀରେ Ventricular fibrillation ବା ଭି-ଫିବ/V-fib ବା ଭିଏଫ VF) ରୋଗରେ ନିଳୟ ମାଂସପେଶୀରେ ଅବ୍ୟବସ୍ଥିତ ବୈଦ୍ୟୁତିକ କ୍ରିୟା (electrical activity) ଯୋଗୁ ହୃତ୍‌ପିଣ୍ଡରେ କମ୍ପନ ଓ ଅନିୟମିତ ସଙ୍କୋଚନ ହୁଏ ।[୧] ଫଳରେ ହୃଦ୍‌ରୋଧ ହୋଇ ମୂର୍ଚ୍ଛା ଅବସ୍ଥା ଆସେ ଓ ନାଡ଼ି ସ୍ପନ୍ଦନ ବନ୍ଦ ହୋଇଯାଏ । [୨] ଚିକିତ୍ସା ନ ପାଇଲେ ରୋଗୀର ଅଣଲେଉଟା (irreversible) ମୃତ୍ୟୁ ହୁଏ ।[୧] ହୃଦ୍‌ରୋଧ ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୦% ରୋଗୀଙ୍କର ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଥାଏ । [୨]

ଭେଣ୍ଟ୍ରିକୁଲାର ଫିବ୍ରିଲେସନ ରୋଗର ଅନେକ କାରଣ ଥାଇପାରେ ଯଥା:- ହୃଦରକ୍ତନାଳୀ ରୋଗ, ଭଲଭୁଲାର ହାର୍ଟ ଡିଜିଜ (valvular heart disease), କାର୍ଡ଼ିଓମାୟୋପାଥି (cardiomyopathy), ବ୍ରୁଗାଡା ସିଣ୍ଡ୍ରୋମ (Brugada syndrome), ଦୀର୍ଘ କ୍ୟୁଟି ସିଣ୍ଡ୍ରୋମ (long QT syndrome), ବା ଇଣ୍ଟ୍ରାକ୍ରାନିଆଲ ହେମୋରେଜ (intracranial hemorrhage) ।[୧][୨] ରୋଗୀର ଇସିଜିରେ (electrocardiogram ବା ECG), ଅସଂଗଠିତ କ୍ୟୁଆରଏସ କମ୍ପ୍ଲେକ୍ସ (QRS complex) ଓ ଅସ୍ପଷ୍ଟ ପି ୱେଭ (P waves) ଥିଲେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ ରୋଗ ନିର୍ଣ୍ଣୟ କରାଯାଏ । ଭେଦାତ୍ମକ ରୋଗ ନିର୍ଣ୍ଣୟରେ (differential diagnosis) ଟୋର୍ସାଡସ ଡି ପଏଣ୍ଟସ (torsades de pointes) ରୋଗ ଆସେ ।[୨]

କାର୍ଡ଼ିଓପଲମୋନାରି ରିସସିଟେସନ (cardiopulmonary resuscitation ବା CPR) ଓ ଡିଫିବ୍ରିଲେସନ defibrillation କରି ଏହାର ଚିକିତ୍ସା କରାଯାଏ । ମୋନୋଫେଜିକ ଅପେକ୍ଷା ବାଇଫେଜିକ ଡିଫିବ୍ରିଲାସନ Biphasic defibrillation ଭଲ ।[୩] ପ୍ରାରମ୍ଭିକ ଚିକିତ୍ସା ଫଳପ୍ରଦ ନ ହେଲେ ଏପିନେଫ୍ରିନ ବା ଏମିଓଡାରୋନ ଦିଆଯାଇପାରେ । ପ୍ରାୟ ୪୬% ରୋଗୀ ବଞ୍ଚିଯାଆନ୍ତି ।[୨]

ଭିଡିଓ ବ୍ୟାଖ୍ୟା

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Types of Arrhythmia". NHLBI. July 1, 2011. Retrieved 7 September 2016.
  2. ୨.୦ ୨.୧ ୨.୨ ୨.୩ ୨.୪ Baldzizhar, A; Manuylova, E; Marchenko, R; Kryvalap, Y; Carey, MG (September 2016). "Ventricular Tachycardias: Characteristics and Management". Critical care nursing clinics of North America. 28 (3): 317–29. PMID 27484660.
  3. Neumar, RW; Shuster, M; Callaway, CW; Gent, LM; Atkins, DL; Bhanji, F; Brooks, SC; de Caen, AR; Donnino, MW; Ferrer, JM; Kleinman, ME; Kronick, SL; Lavonas, EJ; Link, MS; Mancini, ME; Morrison, LJ; O'Connor, RE; Samson, RA; Schexnayder, SM; Singletary, EM; Sinz, EH; Travers, AH; Wyckoff, MH; Hazinski, MF (3 November 2015). "Part 1: Executive Summary: 2015 American Heart Association Guidelines Update for Cardiopulmonary Resuscitation and Emergency Cardiovascular Care". Circulation. 132 (18 Suppl 2): S315-67. PMID 26472989. In the appendix