ବିଷ୍ଣୁମୋହନ କବି

ଉଇକିପିଡ଼ିଆ‌ରୁ
ବିଷ୍ଣୁମୋହନ କବି
ଜନ୍ମ
ବିଷ୍ଣୁ ମୋହନ କବି

(1987-01-05) ୫ ଜାନୁଆରୀ ୧୯୮୭ (ବୟସ ୩୭)
ଜିରିତାଳ, ଖନ୍ତାପଡ଼ା, ବାଲେଶ୍ୱର, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାୟକ
ବୈବାହିକ-ସାଥୀପ୍ରୀତିନନ୍ଦା
ପିତାମାତା(s)ମଧୁସୂଦନ, ସ୍ନେହଲତା

ବିଷ୍ଣୁମୋହନ କବି ([bisɳumohɔnɔ kɔbi] (listen); ଜନ୍ମ: ୫ ଜାନୁଆରୀ ୧୯୮୭)[୧] ଜଣେ ଓଡ଼ିଆ ଗାୟକ ।[୨] ୨୦୧୧ ମସିହାରେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା "ଭଏସ ଅଫ ଓଡ଼ିଶା"ର ପ୍ରଥମ ସଂସ୍କରଣ ଜିତି ଲୋକଲୋଚନକୁ ଆସିଥିବା, ବିଷ୍ଣୁ ବର୍ତ୍ତମାନ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ପ୍ରଚ୍ଛଦପଟ୍ଟ ଗାୟକ ଭାବରେ କାର୍ଯ୍ୟରତ ।

ଜୀବନୀ[ସମ୍ପାଦନା]

ବିଷ୍ଣୁମୋହନ, ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଜିରିତାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ମଧୁସୂଦନ ଓ ମା ସେହ୍ନଲତା । ସପ୍ତମ ଶ୍ରେଣୀରେ ପଢୁଥିବା ବେଳରୁ ସେ "ଭାରତୀୟ ନୃତ୍ୟ ସଙ୍ଗୀତ କଳା ପରିଷଦ"ରେ ସଙ୍ଗୀତ ଶିକ୍ଷା ଗ୍ରହଣ ଆରମ୍ଭ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା କଲେଜରୁ ଯୁକ୍ତ ଦୁଇ ଓ ନିମ୍ସରୁ ଡିପ୍ଲୋମା ସହିତ, ସେ "ହରେକୃଷ୍ଣ ବେହେରା କଲେଜ ଅଫ ଆର୍ଟ ଆଣ୍ଡ କଲଚର"ରୁ ସଙ୍ଗୀତରେ ସ୍ନାତକ ଶିକ୍ଷାଲାଭ କରିଥିଲେ । ପରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସଙ୍ଗୀତରେ ସ୍ନାତକୋତ୍ତର ଲାଭ କରିଥିଲେ । ବିଭିନ୍ନ ସମୟରେ ସେ ଗୌରାଙ୍ଗ ଚରଣ ପ୍ରଧାନ, ରାମହରି ଦାଶ, ଧୀରଜ ମହାପାତ୍ର, ପ୍ରଦୀପ ପାତ୍ର, ରବିଶଙ୍କର ନାରାୟଣ ଆଦି ଗୁରୁଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି । ଭଏସ ଅଫ ଓଡ଼ିଶା କାର୍ଯ୍ୟକ୍ରମରେ ଭାଗ ନେବା ଆଗରୁ ସେ ମେଡିସିନ ପ୍ରତିନିଧି ଭାବରେ ଓ ଏକ ଘରୋଇ ନର୍ସିଙ୍ଗ ହୋମରେ କିଛି ବର୍ଷ କାର୍ଯ୍ୟ କରିଥିଲେ । ଭଏସ ଅଫ ଓଡ଼ିଶା ତାଙ୍କ ଜୀବନରେ ଏକ ନିର୍ଣ୍ଣାୟକ ମୋଡ ଆଣିଥିଲା । ସେହି ପ୍ରତିଯୋଗିତାରେ ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ବଛାଯାଇଥିଲେ ଓ ଏହି ସଫଳତା ତାଙ୍କ ପାଇଁ ଓଡ଼ିଆ କଥାଚିତ୍ର ଜଗତକୁ ବାଟ କଢେଇଥିଲା ।[୩]

ଓଡ଼ିଆ କଥାଚିତ୍ରରେ ଅବଦାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Bishnu Mohan Kabi Odia Singer Biography". OdiaInfo.In. Archived from the original on 18 April 2017. Retrieved 10 January 2017.
  2. http://timesofindia.indiatimes.com/city/cuttack/Poems-by-Madhusudan-Das-compiled-into-an-album/articleshow/51819504.cms
  3. "ସଙ୍ଗୀତ ସୁରଭି ବିଷ୍ଣୁ କବି". ସମାଜ ୨୭/୦୯/୨୦୧୬ କଲିକତା ସଂସ୍କରଣ ପୃଷ୍ଠା ୧୪ ସୁବର୍ଣ୍ଣା. {{cite news}}: |access-date= requires |url= (help)
  4. http://odishareporter.in/relese-hela-agastya-adio/

ଅଧିକ ତଥ୍ୟ[ସମ୍ପାଦନା]