ସୁସ୍ମିତା ବାଗ୍ଚୀ
ଜନ୍ମ ଓ ଜନ୍ମସ୍ଥାନ | ୨୫ ସେପ୍ଟେମ୍ବର ୧୯୬୦ |
---|---|
ବାସସ୍ଥଳୀ | ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨ |
ଜୀବନସାଥୀ | ସୁବ୍ରତ ବାଗଚୀ |
ସନ୍ତାନ | ଦୁଇ ଝିଅ |
ପିତାମାତା | ହରିହର ପଣ୍ଡା ଶକୁନ୍ତଳା ପଣ୍ଡା |
ସମ୍ପର୍କୀୟ | ସଞ୍ଜୟ ପଣ୍ଡା (ଭାଇ) |
ସୁସ୍ମିତା ବାଗ୍ଚୀ (ଜନ୍ମ: ୨୫ ସେପ୍ଟେମ୍ବର ୧୯୬୦) ଜଣେ ଭାରତୀୟ ଓଡ଼ିଆ ଗାଳ୍ପିକା । ସେ ୮ଟି ଉପନ୍ୟାସ, ୭ଟି ଗଳ୍ପ ସଂକଳନ ଓ ଗୋଟିଏ ଭ୍ରମଣ କାହାଣୀର ରଚୟିତା ।[୧] ତାଙ୍କ ରଚନା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦିତ ମଧ୍ୟ ହୋଇଛି ।[୨] ତାଙ୍କୁ ତାଙ୍କର ସାହିତ୍ୟ ରଚନା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୩] ୨୦୧୯ ମସିହାରେ ଓଡ଼ିଶା ସରକାର ତାଙ୍କୁ "ମୋସ୍କୁଲ ଅଭିଯାନ"ର ଅଧ୍ୟକ୍ଷା ଭାବରେ ନିଯୁକ୍ତ କରିଥିଲେ ।[୪]
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୁସ୍ମିତା ବାଗ୍ଚି ୧୯୬୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ହରିହର ପଣ୍ଡା ଓ ମାତାଙ୍କ ନାମ ଶକୁନ୍ତଳା ପଣ୍ଡା । ତାଙ୍କ ମାତା ଜଣେ ସାହିତ୍ୟିକା ଓ ପତ୍ରିକା ସମ୍ପାଦିକା ଥିଲେ ଓ ୧୯୭୫ ମସିହାରୁ "ସୁଚରିତା" ପତ୍ରିକାର ସମ୍ପାଦନା କରିଆସୁଥିଲେ । ୧୫ ବର୍ଷ ବୟସରେ ସେ ୧୮ବର୍ଷ ବୟସ୍କ ସୁବ୍ରତ ବାଗଚୀଙ୍କୁ ପ୍ରଥମେ ଭେଟିଥିଲେ ଓ ୪ ବର୍ଷ ବିବାହ କରି ଦିଲ୍ଲୀରେ ରହିବା ଆରମ୍ଭ କରିଥିଲେ । ୮୦ଦଶକରେ ଦୁହେଁ ବାଙ୍ଗାଲୋର ଚାଲି ଯାଇଥିଲେ ।
ସାହିତ୍ୟ ରଚନା
[ସମ୍ପାଦନା]ଘରେ ସାହିତ୍ୟର ପରିବେଶର ପ୍ରଭାବରେ ସୁସ୍ମିତା ବାଗ୍ଚି ମାଆଙ୍କୁ ସୁଚରିତା ସମ୍ପାଦନା ଓ ଅନୁବାଦରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ । ପରେ ସେ ସାହିତ୍ୟ ରଚନା ଆରମ୍ଭ କରିଥିଲେ ।
ଅଧ୍ୟାପନା
[ସମ୍ପାଦନା]ସୁସ୍ମିତା ବାଗ୍ଚି ଦିଲ୍ଲୀରେ ରହଣି ସମୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ ।[୫]
ରଚନାବଳୀ
[ସମ୍ପାଦନା]ସୁସ୍ମିତା ବାଗ୍ଚିଙ୍କର ପ୍ରଥମ ରଚନା ଏକ ଗଳ୍ପ ଥିଲା ଓ ତାହା ୧୯୮୨ ମସିହାରେ ସୁଚରିତାରେ ପ୍ରକାଶ ପାଇଥିଲା । ସ୍ରୋତପର୍ଣ୍ଣା ଓ ଦେବ ଶିଶୁ ଉପନ୍ୟାସରୁ ସେ ପାଠକୀୟ ସ୍ୱୀକୃତି ପାଇବା ଆରମ୍ଭ କରିଥିଲେ ।
- ସ୍ରୋତପର୍ଣ୍ଣା (ସୁଚରିତା ପବ୍ଳିକେଶନ) - ୨୦୦୨
- ଦେବ ଶିଶୁ (ସୁଚରିତା ପବ୍ଳିକେଶନ) - ୨୦୦୨
- ବସୁଧାର ପ୍ରଶ୍ନ (ସୁଚରିତା ପବ୍ଳିକେଶନ) - ୧୯୯୯
- ବିମଳା ଦର୍ଶନ (ସୁଚରିତା ପବ୍ଳିକେଶନ) - ୨୦୦୭
- ନୀଳ ଆକାଶ ଧଳା ମେଘ (ସୁଚରିତା ପବ୍ଳିକେଶନ) - ୨୦୦୩
- ନୈବେଦ୍ୟ (ସୁଚରିତା ପବ୍ଳିକେଶନ) - ୧୯୯୬
- ପ୍ରବାସର ପକ୍ଷୀ (ସୁଚରିତା ପବ୍ଳିକେଶନ) - ୧୯୯୮
- ପ୍ରାଚୀ ପ୍ରତୀଚୀ (ସୁଚରିତା ପବ୍ଳିକେଶନ) - ୨୦୦୯
- ସ୍ୱପ୍ନ ନିହାରୀକା (ସୁଚରିତା ପବ୍ଳିକେଶନ) - ୨୦୦୩
- ମୋ ଝର୍କାରୁ ପୃଥିବୀ (ସୁଚରିତା ପବ୍ଳିକେଶନ) - ୧୯୯୫[୬]
- Beneath a Rougher Sea[୭]
- Children of a Better God[୮]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨[୯]
- ତୀରତରଙ୍ଗ ପୁରସ୍କାର - ୨୦୧୯[୧୦]
- ଅଖିଳ କଥା ସମ୍ମାନ - ୨୦୧୮ (ଅଖିଳ ଫାଉଣ୍ଡେସନ ପ୍ରଦତ୍ତ)[୧୧]
- ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୨୦୧୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ସୁବ୍ରତ ରଥ ସ୍ମାରକୀ ପୁରସ୍କାର, ୨୦୦୮ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ Gunjan Jain (21 July 2016). She Walks, She Leads: Women Who Inspire India. Penguin Books Limited. pp. 489–. ISBN 978-93-86057-70-9.
- ↑ Susmita Bagchi (27 September 2010). Children of A Better God. Penguin Books Limited. ISBN 978-93-5214-136-4.
- ↑ Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
- ↑ "Odisha: BJD leaders get key positions in state PSUs and gove .. Read more at: timesofindia.indiatimes.com/articleshow/70705809.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. The Times of India. Retrieved 20 August 2019.
- ↑ "The sway of her Pen". thehindu. Retrieved 20 December 2018.
- ↑ "National Library of India". opac.nationallibrary.gov.in. Retrieved 20 December 2018.
- ↑ Susmita Bagchi (12 February 2016). Beneath a Rougher Sea. Leadstart Publishing Pvt Limited. ISBN 978-93-5201-623-5.
- ↑ "Her latest novel focuses on kids affected by cerebral palsy". dnaindia.com. Retrieved 8 June 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 8 June 2021.
- ↑ "ଗାଳ୍ପିକା ସୁସ୍ମିତା ବାଗ୍ଚୀ ପାଇବେ ଚଳିତ ବର୍ଷର 'ତୀରତରଙ୍ଗ ପୁରସ୍କାର'". odishareporter.in. odisha reporter. Retrieved 20 August 2019.
- ↑ . No. ସମ୍ବାଦ ୨୦/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪ http://sambadepaper.com/Details.aspx?id=540361&boxid=326545. Retrieved 20 December 2018.
{{cite news}}
: Missing or empty|title=
(help)[permanent dead link]