ଥାଞ୍ଜାବର

ଉଇକିପିଡ଼ିଆ ରୁ
ଥାଞ୍ଜାବର
ତାଞ୍ଜୋର
ସହର
A temple complex with temple tower in the centre
ବୃହଦେଶ୍ଵର ମନ୍ଦିରର ଦୃଶ୍ୟ
ଥାଞ୍ଜାବର Tamil Naduରେ ଅବସ୍ଥିତ ।
ଥାଞ୍ଜାବର
ଥାଞ୍ଜାବର
Coordinates: 10°46′56.99″N 79°7′52.51″E / 10.7824972°N 79.1312528°E / 10.7824972; 79.1312528ଦିଗବାରେଣି: 10°46′56.99″N 79°7′52.51″E / 10.7824972°N 79.1312528°E / 10.7824972; 79.1312528
ଦେଶ ଭାରତ
ରାଜ୍ୟ ତାମିଲନାଡୁ
Region ଚୋଲା ନାଡୁ
District ଥାଞ୍ଜାବର
କ୍ଷେତ୍ରଫଳ
 • ମୋଟ ୩୬.୩୩ km (୧୪.୦୩ sq mi)
ଉଚ୍ଚତା 88 m (289 ft)
ଜନସଂଖ୍ୟା (2011)
 • ମୋଟ ୨,୨୨,୬୧୯
 • ଘନତା /km (୧୬,୦୦୦/sq mi)
ଭାଷା
 • ସରକାରୀ ତାମିଲ
ସମୟ ମଣ୍ଡଳ IST (UTC+5:30)
PIN 613 xxx
Telephone code 04362
ଗାଡି ପଞ୍ଜୀକରଣ TN 49
ୱେବସାଇଟ municipality.tn.gov.in

ଥାଞ୍ଜାବର, ତାମିଲନାଡୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଓ ସହର । ଏହା ସ୍ଥାନୀୟ ଭାଷାରେ ତାଞ୍ଜୋର ବୋଲି ମଧ୍ୟ ପରିଚିତ । ଭାରତର ପ୍ରମୁଖ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ତାଞ୍ଜୋର ଅନ୍ୟତମ । ଦକ୍ଷିଣ-ପଶ୍ଚିମ ଚେନ୍ନାଇରୁ ଏହାର ଦୂରତା ୩୧୪ କି.ମି ହେଇଥିବା ବେଳେ ତିରୁଚିରାପଲ୍ଲୀ ଠାରୁ ଏହାର ଦୂରତା ମାତ୍ର ୫୬ କି.ମି । ଏହାର ନିକଟତମ ଆନ୍ତର୍ଜାତିକ ବିମାନ ବନ୍ଦର ହେଉଛି ତିରୁଚେରାପଲ୍ଲୀ । ଏହା ସମୁଦ୍ର ପତ୍ତନଠାରୁ ମାତ୍ର ୫୭ମିଟର ଉଚ୍ଚରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଏହାର ନାମକରଣକୁ ନେଇ ଅନେକ କଥା ଶୁଣିବାକୁ ମିଳେ । କେହି କେହି କହନ୍ତି ହିନ୍ଦୁ ପୁରାଣରେ ଜଣେ ଦୈତ୍ୟ ବା ଦାନବ ଥିଲେ ତାଞ୍ଜନ । ପୁରାଣ ଯୁଗରେ ଏହି ଅଞ୍ଚଳ ତାଞ୍ଜନଙ୍କର ସାମ୍ରାଜ୍ୟ ଥିଲା । ତାଞ୍ଜନ ଥିଲେ ଜଣେ ଶିବ ଭକ୍ତ । ତାଙ୍କରି ନାମାନୁସାରେ ଏହି ଅଞ୍ଚଳର ନାମ ତାଞ୍ଜୋର ହେଇଛି । [୧][୨]ତେବେ ତାଞ୍ଜୋରକୁ ନେଇ ଇତିହାସ ଆଦୌ ସ୍ପଷ୍ଟ ନୁହେଁ । କେହି କେହି ଏହାକୁ ମଧ୍ୟ ଯୁଗୀୟ ଚୋଳ ସାମ୍ରାଜ୍ୟର ରାଜାମାନେ ଆବିଷ୍କାର କରିଥିବା କହୁଥିବା ବେଳେ ଆଉ କେହି କେହି ଏହାକୁ ବ୍ରିଟିଶମାନଙ୍କ ଅବଦାନ ବୋଲି କୁହନ୍ତି ।

ତେବେ ଐତିହାସିକଙ୍କ ତଥ୍ୟ ଅନୁସାରେ ଚୋଳଙ୍କ ପରେ ଏଠାରେ ପାଣ୍ଡ୍ଯ, ବିଜୟନଗରମ,ମଦୁରାଇ ଆଦିର ରାଜାମାନେ ଶାସନ କରିଥିବାର ପ୍ରମାଣ ମିଳେ । ପୁଣି ଭାରତକୁ ନିଜ ହାତକୁ ନେବାପରେ ବ୍ରିଟିଶମାନେ ଏଠାରେ ଅନେକ ଦିନ ଧରି ସେମାନଙ୍କର ଉପନିବେଶ ସ୍ଥାପନ କରିଥିବା ବିଷୟ ଜାଣିବାକୁ ମିଳେ । ୧୯୪୭ ମସିହା ଭାରତ ସ୍ଵାଧୀନ ହେବା ପରେ ଏହା ସ୍ଵାଧୀନ ଭାରତର ଅଂଶ ବିଶେଷରେ ପରିଣତ ହେଇଥିଲା । ଦକ୍ଷିଣ ଭାରତର ଧର୍ମ, କଳା ଏବଂ ସ୍ଥାପତ୍ୟର ଏହା ହେଉଛି ଏକ ପ୍ରମୁଖ ପୀଠ । ଜାତିସଂଘର ୟୁନେସ୍କୋ ଦ୍ଵାରା ଏହା ବିଶ୍ଵ ହେରିଟେଜ ମନୁମେଣ୍ଟରେ ସ୍ଥାନ ପାଇଛି । ଏଠାରେ ବୃହଦେଶ୍ଵର ମନ୍ଦିରକୁ ସର୍ବ ପୁରାତନ ମନ୍ଦିର ଭାବରେ ବିବେଚନା କରାଯାଏ ।

କୃଷି[ସମ୍ପାଦନା]

କୃଷି କ୍ଷେତ୍ରରେ ଏହି ଅଞ୍ଚଳ ମଧ୍ୟ ପଛୁଆ ନୁହେଁ । ଏହା କାବେରୀ ନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ହେଇଥିବାରୁ ଏହାର ମୃତ୍ତିକା,ପାଣିପାଗ ଓ ଜଳବାୟୁ ବେଶ କୃଷି ଉପଯୋଗୀ । ସମଗ୍ର ତାମିଲନାଡୁ ଏଠାକାର କୃଷି ଉପରେ ହିଁ ନିର୍ଭର କରିଥାଏ । ସେଥିଲାଗି ଏହି ଅଞ୍ଚଳକୁ ତାମିଲନାଡୁର ଭାତଥାଳି ବୋଲି କୁହାଯାଏ । ସାମଗ୍ରିକ ଭାବରେ କହିଲେ ତାଞ୍ଜୋର ହେଉଛି ଏକ ତ୍ରିକୋଣ ଭୂମି । କାବେରୀ ନଦୀର ତିନୋଟି ଉପନଦୀ ଯଥା: ପୁଧାର, ଭଦାବାରୁ ଏବଂ ବିନାରୁ ନଦୀର ମଧ୍ୟବର୍ତ୍ତୀ ସ୍ଥାନରେ ଏହା ଅବସ୍ଥିତ । ଏହି କାରଣରୁ ତାଞ୍ଜୋର ଅବାହମାନ କାଳରୁ ଏକ କୃଷିଭିତ୍ତିକ ଅଞ୍ଚଳ ଭାବରେ ସୁଖ୍ଯାତି ଅର୍ଜନ କରିଛି ।

ପର୍ଯ୍ୟଟନ[ସମ୍ପାଦନା]

ଉଭୟ ସଂସ୍କୃତି ଓ ପର୍ଯ୍ଯଟନରେ ତାଞ୍ଜୋର ଧନାଢ୍ଯ । ତାମିଲନାଡୁର ପ୍ରମୁଖ ପର୍ଯ୍ଯଟନସ୍ଥଳୀ ହେବା ସହିତ ଏହା ମଧ୍ଯ ସେଠାକାର ଅତି ପବିତ୍ର ଧର୍ମକ୍ଷେତ୍ର । ଭାରତ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ସ୍ଵତନ୍ତ୍ର ଆଞ୍ଚଳିକ ସାସ୍କୃତିକ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି । ଏଠାକାର ସବୁଠାରୁ ଅଧିକ ଲୋକପ୍ରିୟ ଧର୍ମସ୍ଥଳୀ ହେଉଛି ବୃହଦେଶ୍ଵର ମନ୍ଦିର । ଦକ୍ଷିଣ ଭାରତରେ ଏହି ମନ୍ଦିରକୁ ଅତି ପବିତ୍ର ବୋଲି ବିବେଚନା କରାଯାଏ । [୩][୪][୫]ସ୍ଥାପତ୍ଯ ଓ ଗଠନ ଶୈଳୀ ଦୃଷ୍ଟିରୁ ମଧ୍ଯ ଏହି ମନ୍ଦିର ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଏହି ମନ୍ଦିର ନିର୍ମାଣ କାଳ ଏକାଦଶ ଶତାବ୍ଦୀ ଏବଂ ଏହାର ପ୍ରତିଷ୍ଠାତା ହେଉଛନ୍ତି ଚୋଳ ବଂଶର ସମ୍ରାଟ ପ୍ରଥମ ରାଜା ଚୋଳ । ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରର ଗାତ୍ରରେ ଚୋଳ ରାଜବଂଶର କିର୍ତ୍ତୀଗାରିମା ବିମଣ୍ଡିତ ହେଇଛି ।

ଏହା ବ୍ଯତିତ ଏଠାରେ ଅନେକ ଦର୍ଶନୀୟ ସ୍ଥାନ ଯଥା : ବିଜୟନଗର ଦୁର୍ଗ, ଶିବଗଙ୍ଗା ବଗିଚା, ବୃହଦେଶ୍ଵର ମନ୍ଦିର ଓ ଚନ୍ଦ୍ର ଭଗବାନ ମନ୍ଦିର ବେଶ୍ ଆକର୍ଷଣୀୟ ।

ପରିବହନ[ସମ୍ପାଦନା]

ତାଞ୍ଜୋର ସହର କୋଏମ୍ବାଟୋର, ତିରୁପୁର,ତିରୁଚିରାପଲ୍ଲୀ, ମଦୁରାଇ, କାରାଇକାଲ, ପଟୁକୋଟି, ଏର୍ଣ୍ଣାକୁଲମ , ନଗରକୋଏଲ, ତିରୁପତି ନାଦି ବହୁ ଐତିହାସିକ ସହର ସହିତ ସଂଯୁକ୍ତ । ଏସବୁ ସ୍ଥାନରୁ ତାଞ୍ଜୋରକୁ ନିୟମିତ ବସ ଆଦି ଚଳାଚଳ କରିଥାଏ ।[୬] ସେହି ଭଳି ରେଳପଥରେ ଏହା ଏକସଙ୍ଗରେ ତିରିଚିରାପଲ୍ଲୀ ଓ ଚେନ୍ନାଇ ସଂଯୋଗ କରିଛି । ଚେନ୍ନାଇ, ମହୀଶୂର, ଏର୍ଣ୍ଣାକୁଲମ,ଥ୍ରୀସୁର, କୋଏମ୍ବାଟୋର, ରାମେଶ୍ଵରମ,ଭୁବନେଶ୍ଵର,ବାରଣସୀ ଆଦି ସ୍ଥାନରୁ ପ୍ରତିଦିନ ଏହିବାଟ ଦେଇ ଏକ୍ସପ୍ରେସ ରେଳ ଚଳାଚଳ କରିଥାଏ । [୭][୮][୯] ନବେ ଦଶକର ଆରମ୍ଭ ବେଳକୁ ଏହା ଆକାଶପଥରେ ବହୁ ସ୍ଥାନ ସହିତ ସଂଯୁକ୍ତ ହୋଇସାରିଥିଲା । [୧୦]

ଆଧାର[ସମ୍ପାଦନା]

  1. Ayyar, P. V. Jagadisa (1991). South Indian shrines: illustrated. New Delhi: Asian Educational Services. pp. 410–423. ISBN 81-206-0151-3. 
  2. Southern India: Its History, People, Commerce and Industrial Resources. Somerset Playne. 1914. p. 465. 
  3. Ching, Francis D.K. (2007). A Global History of Architecture. New York: John Wiley and Sons. pp. 338–339. ISBN 0-471-26892-5. 
  4. Man, John (1999). Atlas of the Year 1000. United Kingdom: Penguin Books. ISBN 0-7946-0011-5. 
  5. Thapar, Binda (2004). Introduction to Indian Architecture. Singapore: Periplus Editions. pp. 43, 52–53. ISBN 0-7946-0011-5. 
  6. "NH wise Details of NH in respect of Stretches entrusted to NHAI" (PDF). Ministry of Road Transport & Highways, Government of India. National Highways Authority of India. p. 2. http://www.nhai.org/Doc/project-offer/Highways.pdf. Retrieved 2011-12-17. 
  7. "Passengers demand new train from Thanjavur to Chennai on mainline". The Hindu (Tiruchi, India). 10 October 2012. http://www.thehindu.com/todays-paper/tp-national/tp-tamilnadu/passengers-demand-new-train-from-thanjavur-to-chennai-on-mainline/article3983153.ece. Retrieved 2012-12-29. 
  8. "Change in train services today". The Hindu (Tiruchi, India). 11 December 2012. http://www.thehindu.com/todays-paper/tp-national/tp-tamilnadu/change-in-train-services-today/article4186491.ece. Retrieved 2012-12-29. 
  9. "Cancellation and partial cancellation of trains from December 4". The Hindu (Tiruchi, India). 3 December 2012. http://www.thehindu.com/todays-paper/tp-national/tp-tamilnadu/cancellation-and-partial-cancellation-of-trains-from-december-4/article4158980.ece. Retrieved 2012-12-29. 
  10. "Thanjavur Air Force base to be a major one soon". The Hindu (Chennai, India). 11 August 2010. http://www.hindu.com/2010/08/11/stories/2010081158970200.htm. Retrieved 2011-02-05. 

ବାହାର ତଥ୍ୟ[ସମ୍ପାଦନା]