ତ୍ରିଲୋଚନ ସାହୁ

ଉଇକିପିଡ଼ିଆ‌ରୁ
ତ୍ରିଲୋଚନ ସାହୁ
ଜନ୍ମ (1990-08-08) ୮ ଅଗଷ୍ଟ ୧୯୯୦ (ବୟସ ୩୩)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଲେଖକ, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା

ତ୍ରିଲୋଚନ ସାହୁ (ଜନ୍ମ: ୮ ଅଗଷ୍ଟ ୧୯୯୦) ଜଣେ ଓଡ଼ିଆ ଲେଖକ ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା । ତାଙ୍କର ପ୍ରଥମ ପୁସ୍ତକ ଶେଷ ସ୍ୱପ୍ନ କେନ୍ଦ୍ର ସାହିତ୍ୟ ଏକାଡେମି, ନୂଆଦିଲ୍ଲୀଦ୍ୱାରା ପ୍ରକାଶ କରାଯାଇଅଛି । ସେ ପାଖାପାଖି ୩୦ଟି ତଥ୍ୟ ଭିତ୍ତିକ ଚଳଚ୍ଚିତ୍ର ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ତ୍ରିଲୋଚନ ୧୯୯୦ ମସିହାର ଅଗଷ୍ଟ ୮ ତାରିଖରେ କେନ୍ଦୁଝର ଜିଲ୍ଲାର ଫକିରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଫକିରପୁର ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ଆନନ୍ଦପୁର ମହାବିଦ୍ୟାଳୟରୁ +୨ ଓ ସ୍ନାତକ ହାସଲ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ ଫାଇନାନ୍ସ ଆଣ୍ଡ କଣ୍ଟ୍ରୋଲ ଓ ଅର୍ଥନୀତିରେ ସ୍ନାତକୋତ୍ତର କରିଛନ୍ତି । ଯୁକ୍ତ ତିନି ଅର୍ଥନୀତି ଅନର୍ସରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ ୨୦୧୦ ମସିହାରେ ଟପ୍ପର ହୋଇଥିଲେ ।[୨] ବର୍ତ୍ତମାନ ସେ ଅର୍ଥନୀତିରେ ଗବେଷଣା କରୁଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

ତାଙ୍କର ପ୍ରଥମ ଲେଖା ୨୩ ଅକ୍ଟୋବର ୨୦୦୬ରେ ପ୍ରଗତିବାଦୀରେ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମି ତରଫରୁ ୨୦୨୨ ମସିହାରେ ଦାର୍ଜିଲିଂରେ ଆୟୋଜିତ ପୂର୍ବାଞ୍ଚଳ ଯୁବ ଲେଖକ ସମ୍ମିଳନୀରେ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।[୩] ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏବଂ ଶିକ୍ଷା ମନ୍ତ୍ରାଳୟଦ୍ୱାରା କଲିକତାରେ ଆୟୋଜିତ ଆନ୍ତର୍ଜାତିକ ସାହିତ୍ୟ ମହୋତ୍ସବରେ ମଧ୍ୟ ସେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।[୪] ସେ ନେକ୍ସଟ ଇଣ୍ଡିଆ ଜର୍ନାଲ ଅଫ ସୋସିଆଲ ସାଇନ୍ସ ନାମକ ଏକ ଇଂରାଜୀ ପତ୍ରିକାର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୬ ଓ ୨୦୧୭ ମସିହାରେ ଓଡ଼ିଶା ରିଭ୍ୟୁରେ ତାଙ୍କ ରଚନା ପ୍ରକାଶ ପାଇଥିଲା ।[୫][୬]

ରଚନାବଳୀ[ସମ୍ପାଦନା]

  • ଶେଷ ସ୍ୱପ୍ନ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ପ୍ରଗତିବାଦୀ ସମ୍ବାଦପତ୍ରର ସମ୍ପାଦନା ମଣ୍ଡଳୀଠାରୁ ପ୍ରେରଣା ପତ୍ର ପ୍ରାପ୍ତ (୨୦୦୬)
  • ଅର୍ଥନୀତିରେ ଟପ୍ପର ପାଇଁ ପ୍ରଜ୍ଞାଶ୍ରୀ ସାଂସ୍କୃତିକ ପରିଷଦ, ଆନନ୍ଦପୁର ତରଫରୁ ପୁରସ୍କୃତ (୨୦୧୦)
  • ଶହେ ସ୍ୱର ସମ୍ମାନ (୨୦୧୮)
  • ଉଦୟରାଗ ସମ୍ମାନ (୨୦୧୯)
  • ୟୁଥ ଉତ୍କଳ ସମ୍ମାନ (୨୦୧୯)
  • ଉତ୍କଳ ସର୍ଟ ଫିଲ୍ମ ଫେଷ୍ଟିଭାଲର ବିଜେତା (୨୦୨୦)
  • ପ୍ରକୃତି ବନ୍ଧୁ ପୁରସ୍କାର (୨୦୨୧), ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା ସରକାର

ଆଧାର[ସମ୍ପାଦନା]

  1. "ତ୍ରିଲୋଚନଙ୍କ କ୍ଷୁଦ୍ର ଚଳଚ୍ଚିତ୍ର 'ମୁଁ ଭୋଟ ଦେବି'". ସମ୍ବାଦ. ଆନନ୍ଦପୁର. 15 March 2022. Archived from the original on 4 December 2022. Retrieved 4 December 2022.
  2. "ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ +୩ ପରୀକ୍ଷା ଫଳ: ଇତିହାସରେ ଆନନ୍ଦପୁରର ରଂଜନ ଓ ଅର୍ଥନୀତିରେ ତ୍ରିଲୋଚନ ଟପର୍". ସମ୍ବାଦ. ଆନନ୍ଦପୁର. 31 May 2010. p. ୮.
  3. https://sahitya-akademi.gov.in/pdf/ERYWM-22-23-Oct-2022.pdf
  4. "Poet Trilochan Sahoo participates in International Literacy Festival". Dumani Mail (in English). Keonjhar. 9 November 2022. p. 4. Archived from the original on 4 December 2022. Retrieved 4 December 2022.{{cite news}}: CS1 maint: unrecognized language (link)
  5. "Odisha State Budget in Eighty Years" (PDF). Odisha Review (May - 2017): 78–82. Retrieved 4 December 2022.
  6. "Odisha in Eighty Years" (PDF). Odisha Review (November - 2016): 72–79. Retrieved 4 December 2022.